ପେରିୟାର: ତାମିଲ ରାଜନୀତିଜ୍ଞ

ଏରୋଡ଼ ଭେଙ୍କଟ ନାୟକର ରାମାସ୍ୱାମୀ (୧୭ ସେପ୍ଟେମ୍ବର ୧୮୭୯-୨୪ ଡିସେମ୍ବର ୧୯୭୩) ଯିଏ ପେରିୟାର ନାମରେ ମଧ୍ୟ ଜଣାଶୁଣା, ତାମିଲନାଡୁର ଏକ ବିଶିଷ୍ଟ ରାଜନେତା ଥିଲେ । ସେ ଜଷ୍ଟିସ ପାର୍ଟି ନାମରେ ଏକ ଦଳ ତିଆରି କରିଥିଲେ ଯାହା କଠୋରପନ୍ଥୀ ହିନ୍ଦୁତ୍ତ୍ୱର ବିରୋଧ କରିଥିଲା । ହିନ୍ଦୀର ବାଧ୍ୟତାମୂଳକ ଶିକ୍ଷର ମଧ୍ୟ ସେ ଘୋର ବିରୋଧୀ ଥିଲେ । ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ ସମାଜରେ ଶୋଷିତ ଲୋକଙ୍କ ସ୍ଥିତି ସୁଧାରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବାଲ୍ୟକାଳ

ପେରିୟାରଙ୍କ ଜନ୍ମ ପଶ୍ଚିମ ତାମିଲନାଡୁର ଏରୋଡ଼ଠାରେ ଏକ ସମ୍ଭ୍ରାନ୍ତ ପ୍ରମ୍ପରବାଦୀ ହିନ୍ଦୁ ପରିବାରରେ ହୋଇଥିଲା । ମାତ୍ର ୫ ବର୍ଷର ଶିକ୍ଷା ପରେ ତାଙ୍କୁ ତାଙ୍କ ପିତାଙ୍କ ବ୍ୟବସାୟ ସମ୍ଭାଳିବାକୁ ପଡ଼ିଲା । ବାଳକ ଅବସ୍ଥାରେ ଘରେ ଶୁଣୁଥିବା ଉପଦେଶ ପ୍ରବଚନ ଇତ୍ୟାଦିର ସତ୍ୟତା ସମ୍ପର୍କରେ ସେ ପ୍ରଶ୍ନ କରୁଥିଲେ । ହିନ୍ଦୁ ପୁରାଣରେ ଥିବା ଅନେକ ପରସ୍ପର ବିରୋଧୀ କାହାଣୀକୁ ନେଇ ସେ ପ୍ରଶ୍ନ କରୁଥିଲେ । ସେ ଦେବଦାସୀ, ବାଲ୍ୟବିବାହ ଆଦିର ବିରୋଧ କରିଥିଲେ ଓ ଦଳିତ ଓ ନାରୀ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ଜାତି ପ୍ରଥାର ମଧ୍ୟ ଦୃଢ଼ ବିରୋଧୀ ଥିଲେ । କାଶୀରେ କିଛି ତିକ୍ତ ଅନୁଭୂତି ପରେ ସେ ଧର୍ମ ବିଶ୍ୱାସ ଛାଡ଼ି ନାସ୍ତିକରେ ପରିଣତ ହୋଇଥିଲେ ତଥା ହିନ୍ଦୁ କୁସଂସ୍କାରର ଦୃଢ଼ ବିରୋଧ କରିଥିଲେ ।

ରାଜନୈତିକ ଜୀବନ

ଚକ୍ରବର୍ତ୍ତୀ ରାଜଗୋପଳଚାରୀଙ୍କ ଅନୁରୋଧରେ ସେ କଂଗ୍ରେସର ସଦସ୍ୟ ହୋଇଥିଲେ । ଖୁବ କମ ସମୟ ମଧ୍ୟରେ ସେ ତାମିଲନାଡୁର ପ୍ରମୁଖ ହୋଇଯାଇଥିଲେ । କେରଳର ନେତାମାନଙ୍କ ଅନୁରୋଧ କ୍ରମେ ସେ ମନ୍ଦିର ସାମ୍ନାରେ ଦଳିତମାନଙ୍କ ଚାଲିବାକୁ ନିଷେଧାଦେଶର ବିପକ୍ଷରେ ଆନ୍ଦୋଳନ କଲେ । ଏହି ଆନ୍ଦୋଳନରେ ତାଙ୍କ ପତ୍ନୀ ଓ ବନ୍ଧୁମାନେ ମଧ୍ୟ ଅଂଶଗ୍ରହଣ କଲେ ।

କଂଗ୍ରେସରେ ଦଳିତଙ୍କ ପାଇଁ ସରଣକ୍ଷର ଦାବୀରେ ଅସଫଳ ହେବ ପରେ ସେ କଂଗ୍ରେସ ତ୍ୟାଗ କରିଥିଲେ ।

Tags:

ତାମିଲନାଡୁ

🔥 Trending searches on Wiki ଓଡ଼ିଆ:

ଚନ୍ଦନ ବୋଡ଼ାସଂଗୀତପରଶୁରାମବକ୍ସି ଜଗବନ୍ଧୁକାର୍ଲ୍ ଲିନିଅସ୍ଯକୃତଘରବ୍ରହ୍ମପୁତ୍ର ନଦୀବାଲେଶ୍ୱର ଜିଲ୍ଲା୨ ଅପ୍ରେଲଭାରତୀୟ ଜନତା ପାର୍ଟିଯୋଗକଣ୍ଟିଲୋକାମଦା ଏକାଦଶୀଚିନ୍ତାମଣିଶ୍ୱର ଶିବ ମନ୍ଦିରଲୋକ ସଭାଗୋପବନ୍ଧୁ ଦାସରେ ସିଣ୍ଡ୍ରୋମଦଅଣାହିମାଳୟସୀତାକାନ୍ତ ମହାପାତ୍ରଭୁବନେଶ୍ୱର ବେହେରାଗନ୍ଧମାର୍ଦନକାମାକ୍ଷା ପ୍ରସାଦ ସିଂହଦେଓଜୈନବାଦହରପ୍ରସାଦ ଦାସଚିତାଗଛଓଡ଼ିଶାର ପର୍ବପର୍ବାଣିମଙ୍ଗଳା ମନ୍ଦିର୩୦ ସେପ୍ଟେମ୍ବରଓଡ଼ିଆ ଚଉତିଶାକାନାଡ଼ାଆଫଗାନିସ୍ତାନଆର୍ତ୍ତବଲ୍ଲଭ ମହାନ୍ତିଆଲବର୍ଟ ଆଇନଷ୍ଟାଇନଦେଓମାଳୀଗଞ୍ଜାମ ଜିଲ୍ଲାହରେକୃଷ୍ଣ ମହତାବମାଛ ଭଜାଅନଙ୍ଗ ତ୍ରୟୋଦଶୀମ୍ୟାଲେରିଆବୀରକିଶୋର ଦାସପାରଦଭାରତର ନ୍ୟାୟୀକ ବ୍ୟବସ୍ଥାବିରଜା ରାଉତରାୟଗୋଦାବରୀଶ ମିଶ୍ରମନମୋହନ ସାମଲରାଜ୍ୟଉତ୍ତମ ମହାନ୍ତିବାଘ୬ ସେପ୍ଟେମ୍ବରବିଶ୍ୱଜିତ ଦାସସୂର୍ଯ୍ୟ ଦେବତାଅଷ୍ଟଶମ୍ଭୁ ପୀଠଧର୍ମ୧୪୮୩ଓଡ଼ିଆ ଭାଗବତଓଡ଼ିଶା ସରକାରନମିତା ଅଗ୍ରୱାଲସିଦ୍ଧାନ୍ତ ମହାପାତ୍ରଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟପରଜା ଜନଜାତିଅଶ୍ୱିନୀ କୁମାର ଘୋଷଆରିଷ୍ଟୋଟଲ🡆 More