ପୁଷ୍ପଗିରି ମହାବିହାର

ପୁଷ୍ପଗିରି ମହାବିହାର (ପୁଫଗିରି ମହାବିହାର ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ଥିଲା ଯାହା ଭାରତୀୟ ଉପମହାଦେଶର ଏକ ମୁଖ୍ୟ ମହାବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା ।

ପୁଷ୍ପଗିରି ମହାବିହାର
ରତ୍ନଗିରି
ରତ୍ନଗିରିର ବୌଦ୍ଧ ବିହାର
ପୁଷ୍ପଗିରିର ଅବସ୍ଥାନ
ପୁଷ୍ପଗିରିର ଅବସ୍ଥାନ
ଅଲଗା ନାଆଁ ପୁଫଗିରି ମହାବିହାର
ଅଞ୍ଚଳ ଯାଜପୁର ଜିଲ୍ଲା, ଓଡ଼ିଶା
ଦିଗବାରେଣି
ଇତିହାସ
ଚଳଣି ବୌଦ୍ଧବାଦ
ସ୍ଥାନ ଟୀକା
ଅବସ୍ଥା ଭଗ୍ନାଂଶ
ବୌଦ୍ଧବାଦ

ପୁଷ୍ପଗିରି ମହାବିହାର
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ଇତିହାସ

୨୦୦୭ସୁଦ୍ଧା ଏହି ମହାବିହାରର ଭଗ୍ନାଂଶ ପୁରାପୁରି ଉଦ୍ଧାର କରାଯାଇପାରି ନାହିଁ, ତେଣୁ ଏହାର ମୂଳ ଇତିହାସ ଜଣାପଡ଼ି ନାହିଁ । ମହାବିହାରର ମୁଖ୍ୟ ତିନୋଟି ଅଞ୍ଚଳ ଭିତରୁ କେବଳ ଲଳିତଗିରି କଟକ ଜିଲାରେ ରହି ଅଛି । ପ୍ରତିମା ଖୋଦେଇ ଗବେଷଣାରୁ ଜଣାଯାଇଛି ଯେ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ସୁଙ୍ଗ ଶାସନ ସମୟରେ ଲଳିତଗିରିର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲା ଯାହା ତାହାକୁ ପୃଥିବୀର ସର୍ବପୁରାତନ ବୌଦ୍ଧ ସ୍ଥଳର ମାନ୍ୟତା ଦେଇଥାଏ ।

ଏବେକାର ଅବସ୍ଥା

ଏବେ, ଏହାର ଭଗ୍ନାଂଶ ଲାଙ୍ଗୁଡ଼ି ପାହାଡ଼ର ଉପରେ, ମହାନଦୀର ତ୍ରିକୋଣଭୂମିରୁ ୯୦ କି.ମି. ଦୂରରେ ଯାଜପୁର ଓ କଟକ ଜିଲାରେ ଏହା ରହିଛି ।

ଗଠନ ଶୈଳୀ

ମୁଖ୍ୟ ମହାବିହାର ପରିସର ପାହାଡ଼ ମୁଣ୍ଡିଆରେ ବ୍ୟାପିରହିଥିଲା ଯାହାର ଭଗ୍ନାଂଶ କେତେକ ସ୍ତୁପ, ବୌଦ୍ଧ ବିହାର, ମନ୍ଦିର ଓ ମୂର୍ତ୍ତୀ ତଥା ଗୁପ୍ତ ସାମ୍ରାଜ୍ୟର ସ୍ଥାପତ୍ୟ କଳାର ପ୍ରମାଣା ଦେଇଥାଏ । ବ୍ରାହ୍ମଣୀ ନଦୀର ଏକ ଶାଖାନଦୀ କେଳୁଆ ନଇ ଏହି ଲାଙ୍ଗୁଡ଼ି ପାହାଡ଼ର ଉତ୍ତର-ପୂର୍ବ ଭାଗକୁ ବହିଯାଇଅଛି ଯାହା ସେକାଳର ମହାବିହାର ପରିସରକୁ ଏକ ମନୋରମ ପରିବେଶ ଯୋଗାଇଦେଇଥିବ ବୋଲି ଅନୁମାନ କରାଯାଇଥାଏ । ସମଗ୍ର ମହାବିହାରଟି ଆଖପାଖର ଲଳିତଗିରି, ରତ୍ନଗିରି ଓ ଉଦୟଗିରି ଆଦି ପାହାଡ଼ ଯାଏଁ ବ୍ୟାପି ରହିଥିଲା ।

ପର୍ଯ୍ୟଟନ

ଏ.ଏସ.ଆଇ (ASI) ଏହା ପାଇଁ ନାନାଦି ଯୋଜନା ଆରମ୍ଭ କରିଅଛି । ୨୦୦୭ରେ, ମହାବିହାର ପାଖରେ ଅଧିକ ଜାଗା ଅଧିଗ୍ରହଣ କାମ ଆରମ୍ଭ କରାଯାଇଥିଲା । ପୁନନିର୍ମାଣ ସରିଲେ ଏହା ପୃଥିବୀର ଏକ ମୁଖ୍ୟ ବୌଦ୍ଧସ୍ଥଳ ଭାବରେ ପରିଗଣିତ ହୋଇପାରିବ ।ରାଜ୍ୟ ସରକାର ଅଧୁନା ଏଠାରେ ସବୁ ବର୍ଷ ଏକ ବୁଦ୍ଧ ମହୋତ୍ସବର ଆୟୋଜନ କରୁଅଛନ୍ତି ।

ଲାଙ୍ଗୁଡ଼ି ପାହାଡ଼ରେ ଅନେକ ବୌଦ୍ଧ ସ୍ଥଳ ମାନ ମଧ୍ୟ ରହିଛି । ଏହା ନିକଟରେ ଥିବା "କାଇମା ପାହାଡ଼"ରେ ଚାରୋଟି ଖୋଣ୍ଡାଲାଇଟ (khondalite) ନିର୍ମିତ ଅଖଣ୍ଡ ଖମ୍ବଦେଇ ବେଢ଼ା ହାତୀର ପଥର ଖୋଦା ମୂର୍ତ୍ତୀ ରହିଛି, ଯାହା ମୌର୍ଯ୍ୟ ଶାସନ କାଳ ଖ୍ରୀ.ପୂ. ୨ରେ ତିଆରି କରାଯାଇଥିଲା । ବ୍ରାହ୍ମଣୀ ଓ କିମିରିଆ ନଦୀ କୁଳରେ ଥିବା "ଦେଉଳି ପାହାଡ଼"ର ଗୁମ୍ଫା ଭିତରେ ପଥର ଖୋଦା ବୌଦ୍ଧ ବିହାରସବୁ ଅଛି । ବଜ୍ରଗିରି, ସାରପୁର ଓ ପାଇକରାପୁରଠାରେ ମଧ୍ୟ ଅନେକ ବୌଦ୍ଧ ସ୍ଥଳସବୁ ଆବିଷ୍କାର କରାଯାଇଛି । ଲାଙ୍ଗୁଡ଼ିଠାରେ ସମ୍ଭବତ ଭାରତୀୟ ଉପମହାଦେଶର ସର୍ବବୃହତ ବୌଦ୍ଧ ବିହାର ରହିଛି ।

ଗମନାଗମନ

ଲାଙ୍ଗୁଡ଼ିକୁ ଜାତୀୟ ରାଜପଥ ୫ରୁ ଜାରକା ଓ ଚଣ୍ଡିଖୋଲ ଦେଇ ଯାଇହେବ । ଏଠାକୁ କଟକ ଓ ଭୁବନେଶ୍ୱରରୁ ମଧ୍ୟ ସହଜରେ ଯାଇହେବ । ଅକ୍ଟୋବରରୁ ଫେବୃଆରୀ ଏଠାକୁ ଯିବାର ସବୁଠାରୁ ଭଲ ସମୟ ।

ଆଧାର

Tags:

ପୁଷ୍ପଗିରି ମହାବିହାର ଇତିହାସପୁଷ୍ପଗିରି ମହାବିହାର ଏବେକାର ଅବସ୍ଥାପୁଷ୍ପଗିରି ମହାବିହାର ଗଠନ ଶୈଳୀପୁଷ୍ପଗିରି ମହାବିହାର ପର୍ଯ୍ୟଟନପୁଷ୍ପଗିରି ମହାବିହାର ଗମନାଗମନପୁଷ୍ପଗିରି ମହାବିହାର ଆଧାରପୁଷ୍ପଗିରି ମହାବିହାରଓଡ଼ିଶାଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଶ୍ରୀ ଅରବିନ୍ଦରାଜକିଶୋର ରାୟରେବା ରାୟମୁମ୍ବାଇମନୋରଞ୍ଜନ ଦାସଗୋପୀନାଥ ମହାନ୍ତିକୁମାରିଲ ଭଟ୍ଟକ୍ଷୀରସଚ୍ଚିଦାନନ୍ଦ ରାଉତରାୟଗୋପାଳ ଚନ୍ଦ୍ର ପ୍ରହରାଜନବଯୌବନ ବେଶସାରଦା ପ୍ରସାଦ ମିଶ୍ରହିନ୍ଦୁସ୍ତାନ ପେଟ୍ରୋଲିୟମବୈଷୟିକ ବିଜ୍ଞାନମାହିମ ଦୁର୍ଗ , ମୁମ୍ବାଇତ୍ରିଭୁଜସ୍ୱାମୀ ବିବେକାନନ୍ଦଏ. ପି. ଜେ. ଅବଦୁଲ କଲାମରାମଶଙ୍କର ରାୟକାହ୍ନୁଚରଣ ମହାନ୍ତିରୋହିଦାସ ସିଂ ନାଗଘରବିଶ୍ୱଜିତ ଦାସମେଷ (ରାଶି)ରାଜେନ୍ଦ୍ର କିଶୋର ପଣ୍ଡା୬ ମାର୍ଚ୍ଚରାମାୟଣ୫ ଜୁନଧର୍ମେନ୍ଦ୍ର ପ୍ରଧାନଚନ୍ଦ୍ରଶେଖର ନନ୍ଦଥାଲାସେମିଆଚାନ୍ଦିପୁରଜୈନବାଦଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜମଥୁରା ମଙ୍ଗଳସୋଫିଆ ଆଲାମରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମେରୁ ଯାତ୍ରାରାଜ ଯୋଗବିଭୂତି ପଟ୍ଟନାୟକ୧୮ ଅପ୍ରେଲସୁଭାଷ ଚନ୍ଦ୍ର ବୋଷଆମ୍ବପଦ୍ମଚରଣ ପଟ୍ଟନାୟକଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାଷାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚିନ୍ତାମଣି ବେହେରାInotuzumab ozogamicinଖୋର୍ଦ୍ଧାଜଗନ୍ନାଥ ଦାସପଠାଣି ସାମନ୍ତଭଦ୍ରକ ଜିଲ୍ଲାଯଦୁନାଥ ଦାସ ମହାପାତ୍ରହୃଷୀକେଶ ପଣ୍ଡାଆଦିଶଙ୍କରଫକୀର ମୋହନ ସେନାପତିଓଡ଼ିଶାର ସଂସ୍କୃତିଓଡ଼ିଆ କବି ମାନଙ୍କର ତାଲିକାସଂଗୀତରାଜନୀତି ବିଜ୍ଞାନପ୍ରସନ୍ନ କୁମାର ଦାସଧନୁଯାତ୍ରାଇସଲାମ ଧର୍ମ🡆 More