ପୁରୀ ବେଳାଭୂମି ମହୋତ୍ସବ

ଉପକ୍ରମ- ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଓ ଲୋକପ୍ରିୟ ପର୍ବ । ପ୍ରତିବର୍ଷ ନଭେମ୍ବର ମାସ ୨୩ଠାରୁ ୨୭ ତାରିଖ ଯାଏ ଏହା ପାଳିତ ହୋଇଥାଏ । ଠିକ୍ ୫ ଦିନ ଯାଏ ଖୁବ୍ ନିଷ୍ଠା ଓ ଆଡମ୍ବର ସହକାରେ ଏ ପର୍ବଟି ପାଳିତ ହୋଇଥାଏ । ଏହି ସମୟରେ ପୁରୀ ବେଳାଭୂମି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସ୍ଥଳୀ ପାଲଟିଯାଏ । ଓଡ଼ିଶାର ପ୍ରଥମ ବେଳାଭୂମି ମହୋତ୍ସବ ୨୯ ଅକ୍ଟୋବର ୧୯୯୩ ମସିହାରେ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା ଓ କ୍ରୀଡ଼ାକୁ ଗୋଟିଏ ମଞ୍ଚରେ ବିଶ୍ୱ ଦରବାର ସମ୍ମୁଖରେ ପରିଚିତ କରାଇବା । ପୁରୀ ଘରୋଈ ହୋଟେଲ୍ ସଙ୍ଗଠନ(ଏଚ୍ ଏ ପି), ଅନ୍ୟ ଆୟୋଜକ(ଯଥା-ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାର)ଙ୍କ ସହାୟତାରେ ଏହାର ଆୟୋଜନ କରିଥାଏ ।

ବିଶେଷତ୍ୱ

ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ । ସମବେତ ସାଂସ୍କୃତିକ କାର୍ଯ୍ୟକ୍ରମ ଠରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରଦର୍ଶନୀ, ବାଲୁକା ଶିଳ୍ପକଳା ପ୍ରଦର୍ଶନୀ, ଫେସନ୍ ଶୋ, ବେଳାଭୂମି କ୍ରୀଡା ପ୍ରତିଯୋଗିତା ଇତ୍ୟାଦି ପର୍ଯ୍ୟନ୍ତ, ବିଭିନ୍ନ ବର୍ଗ ଓ ସମୂଦାୟର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିବିଦ୍ଧତା ରୂପି କର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ । ଏହି ମହୋତ୍ସବ କେବଳ ଲୋକଙ୍କ ମନୋରଞ୍ଜନ କରେ ତାହା ନୁହଁ, ବରଂ ବିଭିନ୍ନତା ଭିତରେ ଏକତା କେମିତି ବଜାୟ ରଖାଯାଇ ପାରେ ତାହାର ସନ୍ଦେଶ ବିଶ୍ୱକୁ ଦେଇଥାଏ ।

ମୁଖ୍ୟ ଆକର୍ଷଣ

ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ସ୍ଥାନୀୟ ଲୋକ ଓ ସଂସ୍କୃତି ବିଷୟରେ ଜାଣିବା ନିମନ୍ତେ, ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଥାଏ । ପୁରୀ ବେଳାଭୂମି ମହୋତ୍ସବ ସମୟରେ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଆମୋଦ ଓ ପ୍ରମୋଦ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ହେଲା:-

  • ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ
  • ଶାସ୍ତ୍ରୀୟ ସଙ୍ଗୀତ
  • ଲୋକ ସଙ୍ଗୀତ
  • ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ
  • ଖାଦ୍ୟ ପ୍ରଦର୍ଶନୀ
  • ବାଲୁକା ଶିଳ୍ପକଳା ପ୍ରଦର୍ଶନୀ
  • ଫେସନ୍ ଶୋ
  • ବେଳାଭୂମି କ୍ରୀଡା ପ୍ରତିଯୋଗିତା(ଭଲିବଲ୍, କବାଡି, ମାଲ୍ ଖମ୍ବ, ନୌକା ସନ୍ତରଣ ପ୍ରତିଯୋଗିତା ଇତ୍ୟାଦି)

ଛବି ସଂକଳନ

ଆଧାର

Tags:

ପୁରୀ ବେଳାଭୂମି ମହୋତ୍ସବ ବିଶେଷତ୍ୱପୁରୀ ବେଳାଭୂମି ମହୋତ୍ସବ ମୁଖ୍ୟ ଆକର୍ଷଣପୁରୀ ବେଳାଭୂମି ମହୋତ୍ସବ ଛବି ସଂକଳନପୁରୀ ବେଳାଭୂମି ମହୋତ୍ସବ ଆଧାରପୁରୀ ବେଳାଭୂମି ମହୋତ୍ସବଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଛଉ ନାଚଚବିଶ ଗୁରୁବନ୍ଦେ ଉତ୍କଳ ଜନନୀନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାରବିବାରଇମରାନ ଖାଁସିକ୍ଲ ସେଲ୍ ରୋଗଘରଇରମକେନ୍ଦୁଝର ଜିଲ୍ଲାକରାଚୀଗଙ୍ଗାଧର ମେହେରତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁଣ୍ଡା ଭାଷାସମୂହଜବାହରଲାଲ ନେହେରୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜୟ ଶ୍ରୀରାମମାଗୁଣିର ଶଗଡ଼ (କଥାଚିତ୍ର)ନିତ୍ୟାନନ୍ଦ ମହାପାତ୍ରବଲାଙ୍ଗୀରକଳାପାହାଡ଼ହନୁମାନ ଜୟନ୍ତୀପଣା ସଂକ୍ରାନ୍ତିଜଳ ପ୍ରଦୂଷଣଗଣନ ସଂଖ୍ୟାଓଡ଼ିଶାର ଭୂଗୋଳଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ରାମାୟଣସଉରାଫେସବୁକଲିନକ୍ସ ବଣ୍ଟନନମିତା ଅଗ୍ରୱାଲଦଶାବତାରଖୋର୍ଦ୍ଧାକ୍ଷୀରଧନୁଯାତ୍ରାଲକ୍ଷ୍ମଣ ନାୟକପୋଇଓଡ଼ିଆ କବି ମାନଙ୍କର ତାଲିକାରାଜକିଶୋର ରାୟପୁଷ୍ଟିସାରଲାଟିନ ଭାଷାକୁମାରିଲ ଭଟ୍ଟହନୁମାନ ଚାଳିଶାରାମାନୁଜ ଆଚାର୍ଯ୍ୟ୨୧ଭାରତମଧୁସୂଦନ ରାଓସ୍ତନ୍ୟପାନଗ୍ରୀକ ଭାଷାବିଦ୍ୟୁତପଥ ଓ ପୃଥିବୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୃଷ୍ଣଋତୁସ୍ରାବଓଡ଼ିଶା ବିଧାନ ସଭାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନନ୍ତ ପଟ୍ଟନାୟକଲକ୍ଷ୍ମୀଅଶ୍ୱିନୀ କୁମାର ଘୋଷଓଡ଼ିଶାର ଇତିହାସଜଗନ୍ନାଥ ପ୍ରସାଦ ଦାସଆଲାନ ଟ୍ୟୁରିଙ୍ଗଭାରତର ଜାତୀୟ ପତାକାଜଗନ୍ନାଥ ମନ୍ଦିରଯକ୍ଷ୍ମାଏଣ୍ଟ୍ରେକ୍ଟିନିବଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିଲିକା ହ୍ରଦ🡆 More