ପରି ମଣି: ବଙ୍ଗଳାଦେଶର ଅଭିନେତ୍ରୀ

ପରି ମଣି (ବଙ୍ଗଳା: পরীমনি) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ପ୍ରଥମେ ତାଙ୍କର ପେଶା ମଡେଲିଂରୁ ଆରମ୍ଭ କରିଥିଲେ ଓ ପରେ ଦୂରଦର୍ଶନରେ ପ୍ରସାରିତ ନାଟକରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ସେ ବଙ୍ଗଳଦେଶର କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହା ଫେବୃଆରୀ ମାସ ୧୩ ତାରିଖରେ ପରିଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଭଲବଶା ସୀମାହୀନ ମୁକ୍ତିଲାଭ କରିଥିଲା । ଏହାପୂର୍ବରୁ ସେ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହର ଶୀର୍ଷକ ଥିଲା ରାଣା ପ୍ଲାଜା । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ସାଇମନ ସଦ୍ଦିକ ଅଭିନୟ କରିଥିଲେ ଏବଂ ନାଜ୍‌ରୁଲ ଇସଲାମ ଖାନ୍ ନିର୍ଦ୍ଦେଶନା ଦେଇଥିଲେ, ମାତ୍ର ଏଥିରେ ଥିବା ନାକାରାତ୍ମକ ଭାବ ଏବଂ କିଛି ଦୃଶ୍ୟ ଯୋଗୁଁ ବଙ୍ଗଳାଦେଶର ସେନ୍‌ସର ବୋର୍ଡ଼ ଏହି କଥାଚିତ୍ରଟିର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ । ରାଶ୍ୱନ ଆର୍.

ନିପାଙ୍କ ନିର୍ଦ୍ଦେଶନାରେ ସରକାରୀ ଅନୁଦାନରେ ନିର୍ମିତ ଏକ ଚଳଚ୍ଚିତ୍ର ମହୁଆ ସୁନ୍ଦରୀର ସେ ସ‌ହ-ପ୍ରଯୋଜିକା ଥିଲେ ।

ପରି ମଣି
ପରି ମଣି: ବଙ୍ଗଳାଦେଶର ଅଭିନେତ୍ରୀ
୨୦୧୮ରେ ବାଂଲାଦେଶ ଟ୍ରିବୁନରେ ପରି
ଜନ୍ମ (1992-10-24) ୨୪ ଅକ୍ଟୋବର ୧୯୯୨ (ବୟସ ୩୧)
ନରାଇଲ, ଖୁଲନା, ବଙ୍ଗଳାଦେଶ
ଜାତୀୟତାବାଂଲାଦେଶୀ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ
ସକ୍ରିୟ ବର୍ଷ୨୦୧୩-ଏବେଯାଏଁ
ଉଚ୍ଚତା୫ ଫୁଟ ୫ ଇଞ୍ଚ
ଜୀବନସାଥୀତାମିମ ହାସମ

ଅଭିନୟ

୨୦୧୨ ମସିହାରେ ପରି ମଣି ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିବାଥିଲେ ଏବଂ ତା'ପରେ ସେ ମଡେଲିଂରେ ଯୋଗ ଦେଇ ତାଙ୍କର ପେଶା ଆରମ୍ଭ କରିଥିଲେ । ଏହାପରେ ସେ ଦୂରଦର୍ଶନର କିଛି ନାଟକରେ ଅଭିନୟ କରିଥିଲେ । ବିଭିନ୍ନ ଦୂରଦର୍ଶନ ଚେନାଲରେ ପ୍ରସାରିତ ହୋଇଥିବା ନାଟକ ସେକେଣ୍ଡ ଇନିଂସ୍ ଭଳି ଆଉ ୪ଟି ବଙ୍ଗଳା ନାଟକରେ ସେ ଅଭିନୟ କରିଥିଲେ । ୨୦୧୩ ମସିହାରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ରାଣା ପ୍ଲାଜାରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ୨୦୧୩ରେ ବଙ୍ଗଳାଦେଶରେ ରାଣା ପ୍ଲାଜାରେ ଘଟିଥିବା ଦୁର୍ଘଟଣା ଉପରେ ଆଧାରିତ ଥିଲା । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ କରିବାକୁ ସେନ୍‌ସର୍ ବୋର୍ଡ଼ଦ୍ୱାରା ଅନୁମୋଦନ ମିଳିନଥିଲା । ତେଣୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିପାରିନଥିଲା ଫଳରେ ତାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ଭଲବଶା ସୀମାହୀନ ୧୩ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଦୂରଦର୍ଶନ ନାଟକମାନଙ୍କରେ ଅଭିନୟ ବନ୍ଦ କରିଦେଇଥିଲେ ଏବଂ ବଡ଼ ପରଦାରେ ଅଭିନୟ ଜାରି ରଖିଥିଲେ । ପରିଙ୍କ ଅନୁସାରେ, "ମୁଁ ଭଲବଶା ସୀମାହୀନ କଥାଚିତ୍ର ଜରିଆରେ ବଡ଼ ପରଦାରେ ପାଦ ଦେଇଛି ଏବଂ ମୋର ଆଶା ଅନୁସାରେ ଲୋକମାନେ ଏହି କଥାଚିତ୍ରଟିକୁ ପସନ୍ଦ କରିବେ ।" ଜାୟେଦ ଖାନ, ଅନିସୁର ରହମାନ ମିଲନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଶାହା ଆଲମ ମଣ୍ଡଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହାପରେ ସେ ପାଗଳ ଦିୱାନା, ଲଭର୍ ନଂ ୱାନ୍, ନଗର ମସ୍ତାନ, ମହୁଆ ସୁନ୍ଦରୀ, ଅମର ମନ ଜୁରେ ତୁଇ, ଇନୋସେଣ୍ଟ ଲଭ୍, ସର୍‌ପ୍ରାଇଜ୍, ପ୍ରାବାସୀ ଡନ୍, ଭଲବସାର ଅନେକ ଜ୍ୱାଳ, ରକ୍ତ, ଧୁମକେତୁ, କେତେ ସ୍ୱପ୍ନ କେତେ ଆଶା, ଶୋନା ବନ୍ଧୁ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ଏତଦ୍‌ ବ୍ୟତୀତ ସେ ପ୍ରେମ ଅମର ପ୍ରିୟା କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ ମଧ୍ୟ କରିଥିଲେ ।

ଆଧାର

ବାହାର ଆଧାର

Tags:

ବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବର୍ଷା ପ୍ରିୟଦର୍ଶିନୀବୀର ସୁରେନ୍ଦ୍ର ସାଏଇଷ୍ଟ୍ରାଡେଫାଇଲିନଶ୍ରବଣ ( ରାମାୟଣ ର ଚରିତ୍ର )ଟୋକିଓନଅଙ୍କ ଦୁର୍ଭିକ୍ଷଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏ. ପି. ଜେ. ଅବଦୁଲ କଲାମଓଧବୈଷୟିକ ବିଜ୍ଞାନସୁଦର୍ଶନ ପଟ୍ଟନାୟକବେଣୁଧର ରାଉତପ୍ରତୀକ୍ଷାବିଜୟ ମିଶ୍ରସୁଦଶା ବ୍ରତଲୋକ ସଭାଜାନକୀ ବଲ୍ଲଭ ପଟ୍ଟନାୟକଇଷ୍ଟ ଇଣ୍ଡିଆ କମ୍ପାନୀସୁଭାଷ ଚନ୍ଦ୍ର ବୋଷବୈକୁଣ୍ଠନାଥ ପଟ୍ଟନାୟକ୮ ଫେବୃଆରୀ୨୪ ଅପ୍ରେଲବଳଦେବଜୀଉ ମନ୍ଦିରବାଲେଶ୍ୱର ଜିଲ୍ଲାଇଣ୍ଡୋନେସିଆବି. ଆର. ଆମ୍ବେଦକରଓଡ଼ିଆ ଲିପିଭାରତୀୟ ମୁଦ୍ରାତପସ୍ୱିନୀୟୁ ଟ୍ୟୁବପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଇତିହାସଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରାଣକୃଷ୍ଣ ପରିଜାଧର୍ମWikisourceଜଗନ୍ନାଥଓଡ଼ିଶାର କଳାଓଡ଼ିଆ ଖାଦ୍ୟପ୍ରାଣବନ୍ଧୁ କରରାଧାମୋହନ ଗଡ଼ନାୟକମହମ୍ମଦଦ୍ରୌପଦୀ ମୁର୍ମୁଜ୍ୟୈଷ୍ଠ୧୨ ଫେବୃଆରୀ୨୦୦୭ବଡ଼ଦିନପଦାର୍ଥଓଡ଼ିଆ କାବ୍ୟ କବିତାବ୍ୟଞ୍ଜନ ବର୍ଣ୍ଣମଇଆଣ୍ଟିଅକ୍ସିଡାଣ୍ଟଓଡ଼ିଶାର ଇତିହାସନୃସିଂହଯୁକ୍ତରାଜ୍ୟତାରାତାରିଣୀ ମନ୍ଦିରଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର୧୩ ଅପ୍ରେଲରାୟଗଡ଼ା ରେଳ ଷ୍ଟେସନଆମ୍ବସୁରେନ୍ଦ୍ର ମହାନ୍ତିଆସନସୁନନ୍ଦା ଦାସ୩୦ ଅପ୍ରେଲକବିସୌଭାଗ୍ୟ କୁମାର ମିଶ୍ର🡆 More