ନେତ୍ରୋତ୍ସବ

ରୁକ୍ମିଣୀ ବିବାହାର ଚାରି ଦିନ ପରେ ଜ୍ୟେଷ୍ଠ ଶୁକ୍ଳପୂର୍ଣ୍ଣିମା । ଏହାକୁ ସ୍ନାନ ପୁର୍ଣ୍ଣିମା କୁହାଯାଏ । ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁର ଗାଧୋଇ ଜ୍ୱରରେ ପଡ଼ିବା ପରେ ଅଣସର ଘରେ ରହନ୍ତି । ଏହି ଅଣସର ପରେ ହୁଏ ନେତ୍ରୋତ୍ସବ । ସାଧାରଣତଃ ନବକଳେବର ପାଇଁ ମହାଅଣସର ୪୫ ଦିନ ପଡ଼େ ।

ବିଧି

ଜଗନ୍ନାଥଙ୍କ ନେତ୍ର ଉତ୍ସବର ବିଶେଷ ନୀତି ରହିଛି । ପ୍ରଥମେ ନେତ୍ର ଉତ୍ସବ ଦିନ ତିନିଜଣ ଦତ୍ତମହାପାତ୍ର ଆସି ରତ୍ନସିଂହାସନ ନିକଟରେ ତିନିଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି । ତିନିଜଣ ପୂଜାପଣ୍ଡା ତିନୋଟି କାଠିରେ ନେତ୍ରଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କହନ୍ତି । ନାନାବିଧି ଓ ପୂଜାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରନ୍ତି । ସକାଳ ଧୂପ ବଢ଼ି ଧୋପଖାଳ ହେଲାପରେ ତିନି ଜଣ ପୂଜାପଣ୍ଡା ଗରାବଡୁଠାରୁ ହାତୁଆଣି ନେଇ ତିନି ବାଡ଼ର ଶ୍ରୀଅଙ୍ଗରୁ ଅନୁମତି ନେଇ ଘଣ୍ଟ , ଛତା ଓ କାହାଳୀ ସହ ଜୟବିଜୟ ଦ୍ୱାର ଦେଇ ସାତପାହାଚ ବାଟେ ସିଂହଦ୍ୱାର ଦେଇ ଶ୍ରୀନଅର ପାଖରେ ଅର୍ଥାତ ରଥ ଯେଉଁ ପାଖରେ ଥାଏ ସେଠାକୁ ଯାଇ ଜଗନ୍ନାଥଙ୍କ ଆଜ୍ଞାମାଳ ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ , ବଳଦେବଙ୍କ ଆଜ୍ଞାମାଳ ୧୪ ଚକ ବିଶିଷ୍ଟ ତାଳଧ୍ୱଜ ରଥରେ ଓ ସୁଭଦ୍ରାଙ୍କ ଆଜ୍ଞାମାଳ ୧୨ ଚକ ବିଶିଷ୍ଟ ଦେବଦଳନ ରଥରେ ବାନ୍ଧି ଦିଅନ୍ତି । ଏହି ଆଜ୍ଞାମାଳ ପାଇବାପରେ ରଥ ଗୁଡିକୁ ସିଂହଦ୍ୱାର ସାମନାକୁ ଅଣାଯାଏ । ପ୍ରତିପଦ ଦିନ ରଥ ଆସେ । ଉକ୍ତ ଦିନ ଦିଅଁ ପହୁଡ଼ ହୁଏନାହିଁ ।

ପ୍ରତିପଦ ଦିନ ଦଧିନଉତି ଉପରେ ଲାଗିବା କଳସ ଆସି ଜୟବିଜୟ ଦ୍ୱାରଠାରେ ରହିଥାଏ । ସନ୍ଧ୍ୟା ଧୂପ ସାରିଲାପରେ ଜଣେ ପୂଜାପଣ୍ଡା ତିନିବାଡ଼ରୁ ଆଜ୍ଞାମାଳ ନେଇ ତିନି କଳସକୁ ଦିଅନ୍ତି । ଚାଙ୍ଗଡା ମେକାପ ଦେଇଥିବା ତିନିଖଣ୍ଡି ପତିନି ଶାଢ଼ୀ ନେଇ ପଣ୍ଡା ତିନି କଳସରେ ବାନ୍ଧନ୍ତି । ଏହାପରେ କୋଠ ସୁଆସିଆମାନେ ଉକ୍ତ କଳସ ନେଇ ପଣ୍ଡା ତିନି କଳସରେ ବାନ୍ଧନ୍ତି । ଏହାପରେ କୋଠ ସୁଆସିଆମାନେ ଉକ୍ତ କଳସ ନେଇ ଯଥାବିଧିରେ ତିନି ରଥରେ ବାନ୍ଧନ୍ତି ।

ଆଧାର

ପ୍ରମୟ ,ପୃଷ୍ଠା-୨,୯ ଜୁନ ୨୦୧୫

Tags:

ରୁକ୍ମଣୀ

🔥 Trending searches on Wiki ଓଡ଼ିଆ:

୨ ଅପ୍ରେଲଜଣ୍ଡିସ୍ମନୋରଞ୍ଜନ ଦାସଡାଉନ ସିଣ୍ଡ୍ରୋମଆନନ୍ଦ ବାବୁ୨୦୨୨ ଫିଫା ବିଶ୍ୱକପ୍ଜଗଦୀଶ ମହାନ୍ତି୬୦୨ଚିନ୍ତାମଣି ବେହେରାଦେଓମାଳୀବର୍ଷାଇଣ୍ଟରନେଟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବୟୁ ଟ୍ୟୁବକୁଞ୍ଜବିହାରୀ ଦାଶସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଜିନା ସାମଲଦେବଦୁର୍ଲ୍ଲଭ ଦାସଜଗନ୍ନାଥ ମନ୍ଦିରଭୃସଙ୍ଗ ଗଛରାଜକିଶୋର ରାୟବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀପକ୍ଷୀଆଚାର୍ଯ୍ୟ ହରିହରଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଗୁରୁ ପ୍ରସାଦ ମହାନ୍ତିସୁରେନ୍ଦ୍ର ମହାନ୍ତିପାରୁଲ ଯାଦବବୈକୁଣ୍ଠନାଥ ପଟ୍ଟନାୟକଫିଫା ବିଶ୍ୱକପ୧୫୭୨ମ୍ୟାଲେରିଆ୪ ଅପ୍ରେଲଓଡ଼ିଶାର ଲୋକନୃତ୍ୟଇଷ୍ଟ ଇଣ୍ଡିଆ କମ୍ପାନୀଛବିଳ ମଧୁ ବର୍ଣ୍ଣବୋଧପଦ୍ମ ଲୋଚନ ପଣ୍ଡାଚକ୍ଷୁଗୋଲକ ଫାଟନେପୋଲିୟନ ବୋନାପାର୍ଟକାନାଡ଼ାଧାତୁସତୀ (ହିନ୍ଦୁ ଦେବୀ)ମୁକ୍ତେଶ୍ୱର ଦେଉଳଫେସବୁକ ମେସେଞ୍ଜରଅଶ୍ୱିନୀ କୁମାର ଘୋଷସ୍ୱସ୍ତିକଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଉତ୍କଳ ବ୍ରାହ୍ମଣଶୁକ୍ରବାରବୌଦ୍ଧ ଜିଲ୍ଲାପଞ୍ଚତନ୍ତ୍ରଭାଷାସମ୍ବଲପୁରବାଲେଶ୍ୱର ଜିଲ୍ଲାରାଧାରାଣୀ ପଣ୍ଡାକର୍କଟ ରୋଗଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଶ୍ୱିନଦୁଃଖୀରାମ ସ୍ୱାଇଁଦ୍ରୌପଦୀ ମୁର୍ମୁ୨୯ ଅପ୍ରେଲପୋଙ୍ଗଲ🡆 More