ନେତ୍ରାବରଣ ପ୍ରଦାହ

ନେତ୍ରାବରଣ ପ୍ରଦାହ, ଇଂରାଜୀ ଭାଷାରେ କଞ୍ଜକ୍ଟିଭାଇଟିସ୍ (Conjunctivitis), ଅନ୍ୟ ନାମ ପିଙ୍କ ଚକ୍ଷୁ (pink eye), ଏକ ପ୍ରଦାହ ଯାହା ଚକ୍ଷୁ ପତାର ଭିତର ସ୍ତର ଓ ଧଳା ଡୋଳାର ବାହ୍ୟ ସ୍ତରକୁ ଆକ୍ରମଣ କରିଥାଏ । ଏହା ହେବାଦ୍ୱାର ଆଖି ପିଙ୍କ ବା ଲାଲ୍ ଦେଖାଯାଏ । ଆଖିରେ ଯନ୍ତ୍ରଣା, ଜଳାପୋଡ଼ା, ରାମ୍ପୁଡ଼ା ଓ ଗଲୁ ଅନୁଭବ ହୁଏ । ପ୍ରଭାବିତ ଚକ୍ଷୁରୁ ଅଧିକ ଲୁହ ବୁହେ ଓ ସକାଳେ ଆଖି ପତା ଲାଖିଯାଇ ବନ୍ଦ ହୋଇଥାଏ । ଆଖିର ଧଳା ଅଂଶ ଫୁଲିଯାଏ । ଆଲର୍ଜି ଯୋଗୁ ହୋଇଥିଲେ ଗଲୁ କରେ । ଏହି ରୋଗ ଏକ ବା ଉଭୟ ଆଖିକୁ ଆକ୍ରମଣ କରିପାରେ ।

ନେତ୍ରାବରଣ ପ୍ରଦାହ
ନେତ୍ରାବରଣ ପ୍ରଦାହ
ଭୁତାଣୁଦ୍ୱାର ନେତ୍ରାବରଣ ପ୍ରଦାହ ହୋଇଥିବା ଏକ ଚକ୍ଷୁ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H10.
ଆଇସିଡ଼ି-୯-ସିଏମ୍372.0
ରୋଗ ଡାଟାବେସ3067
ମେଡ଼ିସିନ-ପ୍ଲସ001010
ଇ-ମେଡ଼ିସିନemerg/110
Patient UKନେତ୍ରାବରଣ ପ୍ରଦାହ
MeSHD003231

ସଂକ୍ରମଣର ସର୍ବାଧିକ କାରଣମାନଙ୍କ ମଧ୍ୟରୁ ଭୁତାଣୁ ପ୍ରଥମ ଓ ତା'ପରେ ଜୀବାଣୁ ସଂକ୍ରମଣ । ଭୁତାଣୁ ସଂକ୍ରମଣରେ ଶର୍ଦ୍ଦିର ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଭୁତାଣୁ ଓ ଜୀବାଣୁ ସ‌ହଜରେ ଚାରିଆଡ଼େ ବ୍ୟାପିପାରେ । ପଶୁ ଲୋମ ଓ ପଲେନ ଆଲର୍ଜି ମଧ୍ୟ ହୋଇପାରେ । ଚିହ୍ନ ଓ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ବେଳବେଳେ ଆଖିରୁ ବାହାରୁଥିବା ଲୁହକୁ କଲ୍‌ଚର୍ ନିମନ୍ତେ ପଠାଯାଇପାରେ ।

ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହି ରୋଗର ଚିକିତ୍ସା ନିର୍ଭର କରେ । ଭୁତାଣୁ ସଂକ୍ରମଣର ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଅଧିକାଂଶ ଜୀବାଣୁ ଜନିତ ସଂକ୍ରମଣ ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯାଏ କିନ୍ତୁ ଆଣ୍ଟିବାୟୋଟିକ ଦେବାଦ୍ୱାରା ରୋଗ ସମୟ କମିଯାଏ । କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କରୁଥିବା ଲୋକ, ଗନୋରିଆ ଓ କ୍ଲାମିଡିଆ ସଂକ୍ରମଣ ଥିଲେ କାରଣ ଅନୁସାରେ ଉପ‌ଯୁକ୍ତ ଚିକିତ୍ସା କରାଯାଏ । ଆଲର୍ଜି ଥିଲେ ଆଣ୍ଟିହିସ୍ଟାମିନ ବା ମାସ୍ଟ ସେଲ ଇନହିବିଟର ଡ୍ରପ ଆଖିରେ ପକାଯାଏ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୩ରୁ ୬ ନିୟୁତ ଲୋକଙ୍କର ନେତ୍ରାବରଣ ପ୍ରଦାହ ହୁଏ । ବଡ଼ ମଣିଷଙ୍କର ଅଧିକ ଭୁତାଣୁ ସଂକ୍ରମଣ ଓ ପିଲାଙ୍କର ଅଧିକ ଜୀବାଣୁ ସଂକ୍ରମଣ ହୁଏ । ସ୍ୱାଭାବିକ ଭାବରେ ଏକ ବା ଦୁଇ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଏ । ଯଦି ଏକ ସପ୍ତାହ ମଧ୍ୟରେ କିଛି ସୁଫଳ ମିଳେନି, ଦୃଷ୍ଟିହାନୀ, ଯନ୍ତ୍ରଣା ଲାଗିରହିଥାଏ, ଆଲୋକ ସମ୍ବେଦନ ବା ହର୍ପିସ ଲକ୍ଷଣ ଜଣାଯାଏ ତେବେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଆବଶ୍ୟକ ହୁଏ । ନବଜାତ ଶିଶୁର ଏହି ପ୍ରଦାହକୁ ନିଓନାଟାଲ ନେତ୍ରାବରଣ ପ୍ରଦାହ କୁହାଯାଏ ଓ ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ।

ଆଧାର

Tags:

ଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ପଠାଣି ସାମନ୍ତଓଡ଼ିଶାର ସଂସ୍କୃତି୧୨ ଅପ୍ରେଲଲକ୍ଷ୍ମଣଧର୍ମପ୍ରାଚୀ ନଦୀଗୁଣନସାରଳା ଦାସବିଜୟ ମିଶ୍ରହରେକୃଷ୍ଣ ମହତାବୟାଓଇଚନ୍ଦ୍ରଶେଖର ନନ୍ଦଓଡ଼ଗାଁଜହ୍ନହନୁମାନ ଜୟନ୍ତୀସର୍ବପଲ୍ଲୀ ରାଧାକୃଷ୍ଣନଭାରତର ଜାତୀୟ ପତାକାବିଜୁ ଜନତା ଦଳବର କୋଳିପୋଡ଼ ପିଠାଭର୍ତ୍ତୃହରି ମହତାବଗୁଲଜାରରାମ ନବମୀରାଧାନାଥ ରାୟନେପାଳଦଶହରାଜାଭା (ପ୍ରୋଗ୍ରାମିଂ ଭାଷା)ଇମରାନ ଖାଁଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକୃଷ୍ଣଭାରତୀୟ ସମ୍ବିଧାନଦୁର୍ଗାଓଡ଼ିଆ କବି ମାନଙ୍କର ତାଲିକାଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଜଳବାୟୁଚନ୍ଦ୍ରଗୁପ୍ତଗୁଗଲଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାରୁବାକୀମଥୁରା ମଙ୍ଗଳବ୍ୟଞ୍ଜନ ବର୍ଣ୍ଣରାଜେନ୍ଦ୍ର କିଶୋର ପଣ୍ଡାପୁଷ୍ଟିସାରରଥଯାତ୍ରାନାନଏଡା ଲଭ୍‌ଲେସ୍‌ଉତ୍କଳ ଦୀପିକାରଥବାରବାଟି ଦୁର୍ଗଆବ୍ରୋସିଟିନିବହିନ୍ଦୁ ସମୟ ଗଣନାବୌଦ୍ଧ ଧର୍ମନବୀନ ପଟ୍ଟନାୟକଜ୍ୟୋତି ପ୍ରକାଶ ପାଣିଗ୍ରାହୀବାଘକମ୍ପ୍ୟୁଟରବାବା ବଳିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୋହିତ ପୂଜାରୀଓଡ଼ିଶା ଉଚ୍ଚ ନ୍ୟାୟାଳୟକୃଷ୍ଣପ୍ରସାଦ ମିଶ୍ରରମାଦେବୀ ଚୌଧୁରୀଜଳEntrectinibମସ୍କୋନିତ୍ୟାନନ୍ଦ ଶତପଥୀ🡆 More