ନୃତତ୍ତ୍ୱ ବିଜ୍ଞାନ

ନୃତତ୍ତ୍ୱ ବିଜ୍ଞାନ ଅତୀତ ଓ ବର୍ତ୍ତମାନର ମଣିଷମାନଙ୍କର ବୈଜ୍ଞାନିକ ଅଧ୍ୟୟନର ବିଦ୍ୟା ଅଟେ । ଏହି ଶାସ୍ତ୍ର ସମାଜଶାସ୍ତ୍ର, ମାନବିକୀ ଶାସ୍ତ୍ର, ତଥା ବିଜ୍ଞାନୱର ନାନା ବିଦ୍ୟାଲୋଚନାର ପରମ୍ପରାର ଭିତ୍ତିରେ ଜ୍ଞାନନିର୍ମାଣ କରେ । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରୁ, ଅର୍ଥାତ୍, ଫ୍ରାଞ୍ଜ୍ ବୋଆସ୍ ଓ ବ୍ରୋନିସ୍ଲ୍ ମାଲିନସ୍କି ଙ୍କର ସମୟରୁ ଯୁକ୍ତରାଜ୍ୟ ଆମେରିକାରେ ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନ ଓ ବିଲାତରେ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ନିଜକୁ ଏଥ୍ନୋଲୋଜି ଓ ଅନ୍ୟ ସମାଜଶାସ୍ତ୍ରଠାରୁ ପଦ୍ଧତିରେ ଆନ୍ତର୍ସାଂସ୍କୃତିକ ତୁଳନା, ସନ୍ଦର୍ଭର ଦୀର୍ଘମିଆଦୀ ଓ ଗଭୀର ପରୀକ୍ଷା, ଓ ଗବେଷଣାର କ୍ଷେତ୍ରରେ ସହଭାଗୀ ନୀରିକ୍ଷଣର ବ୍ୟବହାର ଯୋଗୁ ଭିନ୍ନ ବୋଲି ପ୍ରତିପାଦିତ କରି ଆସିଛି ।

ନୃତତ୍ତ୍ୱ ବିଜ୍ଞାନ
ମଣିଷ ବିଜ୍ଞାନ ସଂଗ୍ରାହଳୟ

ଅଧିକ ବର୍ଣ୍ଣନା

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚି ରହିବା ସହିତ ତା'ର ଦୈନଦିନ ଜୀବନର ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇ ସେ ସମାଜରେ ବାସ କରୁଥିବା ଅନ୍ୟାନ୍ୟ ବ୍ୟତ୍କି ଏବଂ ପ୍ରାକ୍ରୁତିକ ପରିବେଶ ଉପରେ ନିର୍ଭର କରିଥାଏ । ଜୀବନକୁ ସରଶ ସୁନ୍ଦର କରିବା ପାଇ ସେ ସମୂହର ସହଯୋଗ ମଧ୍ୟ ଆବଶ୍ୟକ କରିଥାଏ । ମାନବ ସମ୍ବନ୍ଧରେ ପ୍ରଚଳିତ ଅନ୍ୟାନ୍ୟ ବିଜ୍ଞାନ ମଧ୍ୟରେ ନୃତତ୍ତ୍ୱ ଏକ ସ୍ୱତନ୍ର ସ୍ଥାନ ଅଧିକାର କରିଅଛି । ଏହା ମାନବର ଶାରୀରିକ, ସାମାଜିକ ଓ ସାଂସ୍କ୍ରୁତିକ ବିକାଶ ସଂପର୍କରେ ଅଧ୍ୟୟନ କରିଥାଏ । ଇଂରାଜୀ ଭାଷାରେ ଆନ୍ଥ୍ରୋପୋଲୋଜି (Anthropology)‌ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ 'ଆନ୍ଥ୍ରୋପସ୍' (Anthropos) ଅର୍ଥ 'ମାନବ' ଏବଂ "ଲୋଗସ୍" (Logos) ଅର୍ଥ 'ବିଜ୍ଞାନ' ଶବ୍ଦଦ୍ୱୟର ସମ୍ମିଶଣରେ ଗଠିତ । ସୁତରାଂ ଆନ୍ଥ୍ରୋପୋଲୋଜିର ପ୍ରକୃତ ଅର୍ଥ ହେଲା ମାନବ ବିଜ୍ଞାନ ବା Science of Humanbeing or Study of man, ଏବଂ ଓଡ଼ିଆ ଭାଷାରେ ଏହାକୁ ନୃତତ୍ତ୍ୱ କୁହାଯାଏ । ପୁନଶ୍ଚ ଏଠାରେ 'ନୃ"ର ଅର୍ଥ ହେଲା ନର ବା ମାନବ ଏବଂ 'ତତ୍ତ୍ୱ'ର ଅର୍ଥ ହେଲା ଜ୍ଞାନ ବା ଗବେଶଣା । ତେଣୁ ନୃତତ୍ତ୍ୱର ଅର୍ଥ ହେଉଛି ମାନବ ସମ୍ବନ୍ଧରେ ଅଧ୍ୟଯନ କରୁଥିବା ବିଜ୍ଞାନ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବେଲରଘୁନାଥ ପରିଚ୍ଛାଅଷ୍ଟ୍ରେଲିଆଗୋଦାବରୀଶ ମହାପାତ୍ରଖପୁରୀ କଣା ଅସ୍ତ୍ରୋପଚାରପ୍ରାଣୀ ବିଜ୍ଞାନଆମ୍ବତିନୋଟି ରତନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରବିର୍ସା ମୁଣ୍ଡାମଙ୍ଗଳ ପାଣ୍ଡେ୨୫ ନଭେମ୍ବରସାରଳା ମହାଭାରତଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶ୍ରୀରାମ ପଣ୍ଡାଶକ୍ତି ପୀଠହନୁମାନ ଜୟନ୍ତୀଶ୍ୱେତସାରପଖାଳ ଦିବସ୯ ଫେବୃଆରୀଉପବାସରିକେଟଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଓଡ଼ିଆ କବି ମାନଙ୍କର ତାଲିକାକ୍ଲାଉଡ଼ ଟେକ୍ନୋଲୋଜିଜିନା ସାମଲଫତୁରାନନ୍ଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର ଭୂଗୋଳଭାରତୀୟ ସମ୍ବିଧାନସମୟମଣ୍ଡଳଶାରଳା ପୁରସ୍କାରକିଶୋର ପାଣିଗ୍ରାହୀମହାବୀର ଜୈନଭାରତର ସଂସ୍କୃତିବ୍ରାଉଜରମୟୂରଭଞ୍ଜ ଜିଲ୍ଲାଖଜ୍ଜିଆରପାରୁଲ ଯାଦବରାମକୃଷ୍ଣ ନନ୍ଦସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଶୀତଳ ଷଷ୍ଠୀ ଯାତ୍ରାଗୁଗଲପଣା ସଂକ୍ରାନ୍ତିମହାନଦୀବାସନ୍ତୀଜୀବସାରଯକ୍ଷ୍ମାପୋଙ୍ଗଲ୧୯୮୯ବଳଦେବଜୀଉ ମନ୍ଦିରନନ୍ଦ କିଶୋର ବଳଗୁରୁଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଣୁଧର ରାଉତଯୁକ୍ତରାଜ୍ୟଉତ୍ତମ ମହାନ୍ତିରାୟଗଡ଼ା ରେଳ ଷ୍ଟେସନରତ୍ନାକର ଚଇନିକୃଷ୍ଣ ଜନ୍ମାଷ୍ଟମୀଚେକ୍ ଗଣରାଜ୍ୟ୧୧ ଅପ୍ରେଲବାୟୋନ୍ ମନ୍ଦିରପାର୍ବତୀରାଜ୍ୟ୧୭ ଅପ୍ରେଲରାମଚନ୍ଦ୍ର ବେହେରା🡆 More