ନୂତନ ବର୍ଷ

ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ । ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ । .

ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ । ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ ।

ନୂଆ ବର୍ଷ ଅବସରରେ ଉପଭୋଗ କରାଯାଉଥିବା ଏକ ଦୃଶ୍ୟ

ହିବୃ ନବବର୍ଷ

ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । ଏହି ସାତଦିନ ସନ୍ଧାନ ପରେ ନୂଆ ବର୍ଷ ମନାଯାଏ । ଏହି ଦିନ ଗ୍ରେଗରୀ କ୍ୟାଲେଣ୍ଡର ଅନୁସାରେ ୫ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ଆସିଥାଏ ।

ହିନ୍ଦୁ ନବବର୍ଷ

ହିନ୍ଦୁମାନଙ୍କ ନବବର୍ଷ ଚୈତ୍ର ମାସ ନବରାତ୍ରିର ପ୍ରଥମ ଦିନମାନେ ଗୁଡି ପର୍ବରେ ସମସ୍ତ ବର୍ଷ ଚିନି କ୍ୟାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ର ଦିବସକୁ ନବବର୍ଷ ରୂପେ ପାଳନ କରାଯାଏ । ଏହା ପ୍ରାୟତଃ ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ପଡିଥାଏ ।

ପଶ୍ଚିମୀ ନବବର୍ଷ

ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା । କିନ୍ତୁ ନୂଆ ବର୍ଷର ଏହି ଉତ୍ସବ ୨୧ ମାର୍ଚ୍ଚରେ ପାଳିତ ହେଉଥିଲା ଯାହା ବସନ୍ତର ଆଗମନ ତିଥି ମଧ୍ୟ ଭାବିନିଆ ଯାଉଥିଲା । ପ୍ରାଚୀନ ରୋମରେ ମଧ୍ୟ ନବ ବର୍ଷୋତ୍ସବ ପାଇଁ ବଛା ଯାଇଥିଲା । ରୋମର "ତାନାଶାହା" ଜୁଲିୟସ ସିଜରଈସା ପୂର୍ବ ୪୫ବିଂ ବର୍ଷରେ ଯେବେ "ଜୁଲିୟସ କ୍ୟାଲେଣ୍ଡର" ସ୍ଥାପନା କରିଥିଲେ, ସେହି ସମୟରେ ବିଶ୍ୱରେ ପ୍ରଥମ ଥର ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ପାଳନ କରାଗଲା । ଏହାକୁ କରିବା ପାଇଁ ଜୁଲିୟସ ସିଜରଙ୍କୁ ପୂର୍ବବର୍ଷ ,ମାନେ ୪୬ ବର୍ଷ ତଳେ ୪୪୫ ଦିନର କରିବାକୁ ପଡିଥିଲା ।[୧]

ଭାରତୀୟ ନବବର୍ଷ

ଭାରତର ବିଭିନ୍ନ ଅଂଶରେ ନବବର୍ଷ ଅଲଗା ଅଲଗା ତିଥିରେ ପାଳନ କରାଯାଏ । ପ୍ରାୟତଃ ଏହି ତିଥି ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ପଡିଥାଏ । ପଞ୍ଜାବରେ ନୂଆବର୍ଷ "ବୈଶାଖୀ" ନାମରେ ୧୩ ଏପ୍ରିଲରେ ପାଳନ କରାଯାଏ । "ଶିଖ" ନାନକ ଶାହୀ କ୍ୟାଲେଣ୍ଡର ଅନୁସାରେ ୧୪ ମାର୍ଚ୍ଚରେ ହୋଲା ମୋହଲ୍ଲା ନୂଆବର୍ଷ ହୋଇଥାଏ । ଏହି ତିଥି ପାଖାପାଖି ବଙ୍ଗାଳୀ ତଥା ତାମିଲ ନବବର୍ଷ ମଧ୍ୟ ଆସିଥାଏ । ତେଲୁଗୁ ନବବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଆସିଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ "ଗୁଡ଼ି ପର୍ବ" (ୟୁଗାଦୀ=ୟୁଗ+ଆଦୀର ଅପଭ୍ରଂଶ) ରୂପେ ପାଳିତ ହୁଏ । ଏହା ଚୈତ୍ର ମାସର ପ୍ରଥମ ଦିନ ହୋଇଥାଏ । ତାମିଲ ନବବର୍ଷ ବିଶୁ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ । ତାମିଲନାଡୁରେ ପୋଙ୍ଗଲ ୧୫ ଜାନୁଆରୀରେ ନବବର୍ଷ ରୂପେ ପାଳନ କରାଯାଏ । କାଶ୍ମୀରୀ କ୍ୟାଲେଣ୍ଡର ନବରେହ ୧୯ ମାର୍ଚ୍ଚରେ ହୋଇଥାଏ । ମହାରାଷ୍ଟ୍ରରେ ଗୁଡ଼ି ପର୍ବ ରୂପେ ମାର୍ଚ୍ଚ-ଏପ୍ରିଲ ମାସରେ ପାଳନ କରାଯାଏ । କନ୍ନଡ଼ ନବବର୍ଷ ଉଗାଡ଼ି କର୍ଣ୍ଣାଟକ ଲୋକ ଚୈତ୍ର ମାସ ପୂର୍ବଦିନରୁ ପାଳିତ ହୁଏ । ସିନ୍ଧି ଉତ୍ସବ "ଚେଟି ଚଣ୍ଡ", ଉଗାଡୀ ଏବଂ ଗୁଡ଼ି ପର୍ବ ଗୋଟିଏ ଦିନରେ ପାଳିତ ହୁଏ । "ମଦୁରୋ"ରେ ଚୈତ୍ର ମାସରେ ଚୈତ୍ର ତେରୁବିଜା ନବବର୍ଷ ରୂପେ ପାଳନ ହୁଏ ।"ଓଡିଆ" ମାନଙ୍କ ନବବର୍ଷ ବୈଶାଖ ମାସର ମହାବିଷୁବ ପଣା ସଂକ୍ରାନ୍ତି ଦିନ ପାଳନ କରାଯାଏ। ଏହା ଇଂରାଜୀ ଏପ୍ରିଲ ମାସର ୧୪ ତାରିଖରେ ପ୍ରତିବର୍ଷ ପଡେ। "ମାରୁଆଡ଼ି" ମାନଙ୍କ ନବବର୍ଷ ଦୀପାବଳୀ ଦିନ ହୋଇଥାଏ । "ଗୁଜୁରାଠୀ" ନବବର୍ଷ ଦୀପାବଳୀର ଦ୍ୱିତୀୟ ଦିନ ହୋଇଥାଏ ଯାହା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ । ବଙ୍ଗାଳୀ ନବବର୍ଷ ପ୍ରଥମ ବୈଶାଖୀ ୧୪ କିମ୍ବା ୧୫ ଏପ୍ରିଲରେ ପଡିଥାଏ । ପଶ୍ଚିମ ବଙ୍ଗାଳୀ ଏବଂ ବଙ୍ଗଳାଦେଶରେ ଏହି ଦିନ ନବବର୍ଷ ପାଳିତ ହୁଏ ।[୨]

ଇସ୍ଲାମୀ ନବବର୍ଷ

ଇସ୍ଲାମୀ କ୍ୟାଲେଣ୍ଡରର ନବବର୍ଷ ମହରମ ହୋଇଥାଏ । ଏହି କ୍ୟାଲେଣ୍ଡର ଏକ ପୂର୍ଣ୍ଣତ ଚନ୍ଦ୍ର ଆଧାରିତ କ୍ୟାଲେଣ୍ଡର ଅଟେ ଯାହା କାରଣରୁ ଏହାର ବାର ମାସର ଚକ୍ର ୩୩ ବର୍ଷରେ ସୌର୍ଯ୍ୟ କ୍ୟାଲେଣ୍ଡରକୁ ଗୋଟେ ଥର ବୁଲିଥାଏ । ଏହି କାରଣରୁ ନବବର୍ଷ ପ୍ରଚଳିତ (ଗ୍ରେଗୋରୀ କ୍ୟାଲେଣ୍ଡର)ରେ ଅଲଗା ଅଲଗା ମାସରେ ପଡିଥାଏ ।[୩]

ବାହାର ଆଧାର

ଆଧାର

  1. "New Years Day - History, Traditions and Customs" (HTML) (in English). {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)
  2. "ଭାରତରେ କେବେ-କେଉଁଠି ପାଳିତ ହୁଏ ନବବର୍ଷ" (एचटीएमएल). ଦୈନିକ ଭାସ୍କର. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  3. "Calenders and their History" (एचटीएमएल) (in English). {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)

This article uses material from the Wikipedia ଓଡ଼ିଆ article ନୂତନ ବର୍ଷ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ଓଡ଼ିଶାଓଡ଼ିଶାର ସଂସ୍କୃତିଜଗନ୍ନାଥ ଦାସଉତ୍କଳ ଦିବସକମଳା ଶତପଥୀଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଗୋପପୁର (ଗପ ସଙ୍କଳନ)ମନମୋହନ ସାମଲଜଗନ୍ନାଥଫକୀର ମୋହନ ସେନାପତି୧୯୬୨ମନୋଜ ଦାସଦଣ୍ଡ ନାଟସୁରେନ୍ଦ୍ର ମହାନ୍ତିରଥଯାତ୍ରାରାଧାନାଥ ରାୟକନକ ମଞ୍ଜରୀ ମହାପାତ୍ରମଧୁସୂଦନ ଦାସଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିରାମଚନ୍ଦ୍ର ବେହେରାଅସୁରଗଡ଼ବନ୍ଦେ ଉତ୍କଳ ଜନନୀଭାରତବଳରାମ ଦାସଗଙ୍ଗାଧର ମେହେରବାଣମହାତ୍ମା ଗାନ୍ଧୀପୁରୀମଧୁସୂଦନ ରାଓ୨୧ସାରଳା ଦାସଗୋପବନ୍ଧୁ ଦାସକଳାପାହାଡ଼ଉପେନ୍ଦ୍ର ଭଞ୍ଜଗୋଦାବରୀଶ ମିଶ୍ରଭାରତର ସଂସ୍କୃତିନବୀନ ପଟ୍ଟନାୟକଶୁଭପଲ୍ଲବକେନ୍ଦ୍ରାପଡ଼ାଓଡ଼ିଶାର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟମନୋରଞ୍ଜନ ଦାସନବକଳେବରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସଓଡ଼ିଆ ଉଇକିପିଡ଼ିଆଚନ୍ଦ୍ରଶେଖର ରଥକମ୍ପ୍ୟୁଟରହନୁମାନ ଚାଳିଶାଗୌତମ ବୁଦ୍ଧକଟକଗୋବିନ୍ଦ ଚନ୍ଦ୍ର ଦାସବିଭୂତି ପଟ୍ଟନାୟକରତ୍ନାକର ଚଇନିବେଲତଳଦ୍ରୌପଦୀ ମୁର୍ମୁଯୁକ୍ତରାଷ୍ଟ୍ର ଆମେରିକାରମାକାନ୍ତ ରଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୯୭୭ଲକ୍ଷ୍ମୀକାନ୍ତ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}