ନୀଳାଦ୍ରୀ ବିଜେ

ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରୀ ବିଜେ ନାମରେ ଜଣା । ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି । ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି । ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ।

ନୀତି

ନୀଳାଦ୍ରୀ ବିଜେ 
ନୀଳାଦ୍ରୀ ବିଜେରେ ତିନି ରଥ

ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ । ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ । ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି । ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ । ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି । ଏହି ପହଣ୍ଡିରେ ଗୋଟିଏ ଦିଅଁ ନିନ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ । ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି । ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ ।

ଆଧାର

ବାହାର ତଥ୍ୟ

Tags:

ଜଗନ୍ନାଥବଳଭଦ୍ରବାହୁଡ଼ା ଯାତ୍ରାମାଉସୀ ମା’ ମନ୍ଦିରରଥରଥଯାତ୍ରାଶ୍ରୀଗୁଣ୍ଡିଚା ଯାତ୍ରାସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ପଦ୍ମଚରଣ ପଟ୍ଟନାୟକ୨୬ ଅପ୍ରେଲଚିତ୍ତରଞ୍ଜନ ଦାସରତ୍ନାକର ଚଇନିଜଳ ପ୍ରଦୂଷଣଗଣନ ସଂଖ୍ୟାସମ୍ବଲପୁରକୁଜିବର ପ‌ତ୍ରଆଖୁବୈଷ୍ଣବ ପାଣିବୀର ସୁରେନ୍ଦ୍ର ସାଏବିଅରଭାରତୀୟ ଦଣ୍ଡ ସଂହିତା, ୧୮୬୦ପ୍ରେମପ୍ରୀତି ପାଣିଗ୍ରାହୀବିଜୟ ମିଶ୍ରଚିଲିକା ହ୍ରଦନେମାଳଦ୍ରାଘିମାଲବଙ୍ଗରଥଯାତ୍ରାପରିସଂଖ୍ୟାନସତ୍ୟ ସାଇ ବାବାମୁସଲମାନମ୍ୟାଲେରିଆତାଳଚେରବନ୍ଧୁ ମହାନ୍ତିମିଳିତ ଜାତିସଂଘସୀତାକାନ୍ତ ମହାପାତ୍ରଭାରତର ରାଷ୍ଟ୍ରପତି୬ ଫେବୃଆରୀଦଣ୍ଡ ନାଟରାଧାମୋହନ ଗଡ଼ନାୟକ୨୪ ଅପ୍ରେଲଏଡା ଲଭ୍‌ଲେସ୍‌ଅଭିମନ୍ୟୁ ସାମନ୍ତସିଂହାରହୃଷୀକେଶ ପଣ୍ଡାମୃଣାଳ ସେନଅର୍ଜୁନ ଗଛକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକଙ୍କାଳରାସେଶ୍ୱରୀ ପାଣିଗ୍ରାହୀବାଘଜଗନ୍ନାଥଙ୍କ ବେଶଛ ମାଣ ଆଠ ଗୁଣ୍ଠଉପେନ୍ଦ୍ର କିଶୋର ଦାସଲଣ୍ଡନହୀରାକୁଦ ବନ୍ଧବିଶ୍ୱନାଥ କରମାଟିର ମଣିଷଓଡ଼ିଆ ସାହିତ୍ୟଗଙ୍ଗଶିଉଳୀଓକିଲ ଦିବସଅକ୍ଷୟ ତୃତୀୟାସତ୍ୟବାଦୀ ବନ ବିଦ୍ୟାଳୟଦୀନକୃଷ୍ଣ ଦାସଗାଲୁଆଗୋଲୋକ ବିହାରୀ ଧଳସୋରିଷରୋହିତ ପୂଜାରୀପରଶୁରାମଉପେନ୍ଦ୍ର ଭଞ୍ଜଜ୍ଞାନକୋଷହେମନ୍ତ ଦାସଗଜଲ🡆 More