ନୀଳମଣି ମିଶ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନୀଳମଣି ମିଶ୍ର (୧୯୨୯ - ୧୯୯୭) ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହ ତତ୍ତ୍ୱାବଧାୟକ ଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ କେତେ ନାଚିବ ଗୋପାଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ନୀଳମଣି ମିଶ୍ର
ଜନ୍ମ୧୯୨୯
ମୃତ୍ୟୁ୧୯୯୭
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୧୯୯୧

ସେ ପ୍ରବନ୍ଧ, ଉପନ୍ୟାସ, କବିତା ଓ ଜୀବନୀ ଆଦିକୁ ନେଇ ପୁସ୍ତକମାନ ରଚନା କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ପୋଇ ସାହିତ୍ୟ ନାମକ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା, ଯାହାକି ୧୫୬ ପୃଷ୍ଠା ବିଶିଷ୍ଟ ଥିଲା । କଟକର ଗ୍ରନ୍ଥମନ୍ଦିର ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୬ ମସିହାରେ ତାଙ୍କ ରଚିତ ଭକ୍ତ ସାଲବେଗ ନାମକ ଏକ ଜୀବନୀ ପୁସ୍ତକର ପ୍ରକାଶ ପାଇଥିଲା ।

ରଚନାବଳୀ

  • ଓଡ଼ିଆ ରାମ ସାହିତ୍ୟ - ୧୯୫୮ (ପ୍ରବନ୍ଧ ପୁସ୍ତକ)
  • ଓଡ଼ିଶାର ସଂସ୍କୃତ ଲେଖା ଓ ଲେଖକ - ୧୯୬୨ (ପ୍ରବନ୍ଧ ପୁସ୍ତକ)
  • ଭକ୍ତକବି ସାଲବେଗ: ଜୀବନୀ ଓ ପଦ୍ୟାବଳୀ - ୧୯୭୬ (ଜୀବନୀ ପୁସ୍ତକ)
  • ଦକ୍ଷଯଜ୍ଞ ଗୀତାଭିନୟ - ୧୯୭୮ (କବିତା ପୁସ୍ତକ)
  • କବି ବନମାଳୀ ଦାସ - ୧୯୮୦ (ଜୀବନୀ ପୁସ୍ତକ)
  • କବି ଜଗନ୍ନାଥ ପାଣି - ୧୯୮୨ (ଜୀବନି ପୁସ୍ତକ)
  • ଗୋ ମାହାତ୍ମ୍ୟ - ୧୯୮୪ (ପ୍ରବନ୍ଧ ସଂକଳନ)
  • ଛଇଳୀ ରାଧା - ୧୯୮୬ (ଉପନ୍ୟାସ)
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ - ୧୯୯୪ (ଜୀବନୀ ପୁସ୍ତକ)
  • ଜ୍ୱର ଚକିତ୍ସା - ୧୯୯୮ (ସାଧାରଣ ଜ୍ଞାନ ପୁସ୍ତକ)

ଅନୁବାଦ

  • କେତେ ନାଚିତ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧

ସମ୍ମାନ ଓ ପୁରସ୍କାର

ଆଧାର

Tags:

ନୀଳମଣି ମିଶ୍ର ରଚନାବଳୀନୀଳମଣି ମିଶ୍ର ସମ୍ମାନ ଓ ପୁରସ୍କାରନୀଳମଣି ମିଶ୍ର ଆଧାରନୀଳମଣି ମିଶ୍ରଓଡ଼ିଆ ଭାଷାସାହିତ୍ୟ ଏକାଡେମୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚନ୍ଦ୍ରଶେଖର ରଥଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଇରା ମହାନ୍ତିଓଡ଼ିଆ ରାମାୟଣଚନ୍ଦ୍ରଶେଖର ନନ୍ଦହାଡ଼ଫୁଟିକ୍ୟୁ. ଆର. କୋଡ଼ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଉଇକିପିଡ଼ିଆଓଡ଼ିଆ କାବ୍ୟ କବିତାପୁନର୍ମିଳନଦାସକାଠିଆଆଚାର୍ଯ୍ୟ ହରିହରମାସବରଗଡ଼ ଜିଲ୍ଲାପୋଡ଼ ପିଠାଜୟ ଶ୍ରୀରାମନନ୍ଦ କିଶୋର ବଳରାଧାମୋହନ ଗଡ଼ନାୟକଲକ୍ଷ୍ମଣ ନାୟକସୁଦଶା ବ୍ରତମୁମ୍ବାଇବ୍ରତଶିଶୁପାଳଗଡ଼ମୋହନ ସୁନ୍ଦର ଦେବ ଗୋସ୍ୱାମୀଚବିଶ ଗୁରୁଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜବିଜୁ ଜନତା ଦଳଭାରତୀୟ ଜାତୀୟ କଂଗ୍ରେସଇସଲାମ ଧର୍ମବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ (ସଂଖ୍ୟା)ଭୁବନେଶ୍ୱରନୂଆ ଦିଲ୍ଲୀଓଡ଼ଗାଁରାଧାନାଥ ରାୟପଖାଳପୃଥ୍ୱୀ (କ୍ଷେପଣାସ୍ତ୍ର)ବିଦୁସ୍ମିତାଜଳବାୟୁଅଷ୍ଟ୍ରେଲିଆଛଉ ନାଚବିଶ୍ୱ ସ୍ୱାସ୍ଥ୍ୟ ସଂଗଠନତନ୍ତକନ୍ଧମାଳ ଜିଲ୍ଲାଓଧରତ୍ନାକର ଚଇନିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କରଞ୍ଜବିଦ୍ୟାଳୟଯୁକ୍ତରାଜ୍ୟସୁଭାଷ ଚନ୍ଦ୍ର ବୋଷହିନ୍ଦୁସ୍ତାନ ପେଟ୍ରୋଲିୟମଓଡ଼ିଆ କବି ମାନଙ୍କର ତାଲିକାରାଜ ଯୋଗଆରିଷ୍ଟୋଟଲଗୋପାଳ ଚନ୍ଦ୍ର ପ୍ରହରାଜଯକ୍ଷ୍ମାମୁଣ୍ଡା ଭାଷାସମୂହସୁନ୍ଦରଗଡ଼ମହାବୀର ଜୈନନାନଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟୁତପାଳୁଅହ୍ୱାଟ୍ସଆପପ୍ରଧାନ ପୃଷ୍ଠାଉଇଲିୟମ୍ ହେନେରୀ ପର୍କିନପାଇଥନ୍ (ପ୍ରୋଗ୍ରାମିଂ ଭାଷା)🡆 More