ନୀଳମଣି ବିଦ୍ୟାରତ୍ନ

ନୀଳମଣି ବିଦ୍ୟାରତ୍ନ, ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିପ୍ରସ୍ତ ତାଙ୍କରିଦ୍ୱାରା ସ୍ଥାପିତ ହୋଇଥିଲା ।

ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ
ଜନ୍ମ(1867-12-14)୧୪ ଡିସେମ୍ବର ୧୮୬୭
ବୈଦେଶ୍ୱର, ବାଙ୍କୀ, କଟକ
ମୃତ୍ୟୁ୨୬ ଜୁଲାଇ ୧୯୨୪(1924-07-26) (ବୟସ ୫୬)
ଜାତୀୟତାଭାରତୀୟ

ଜୀବନୀ

ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ୱର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ ।

ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ସେ ସମୟରେ, ନିଜ ଦରମାରୁ ୪ଟଙ୍କା ପ୍ରଦାନ କରିଥିଲେ, ମୋହନ ସୁବୁଦ୍ଧିଙ୍କୁ । ସୁବୁଦ୍ଧି, ତାଙ୍କ ପ୍ରେରଣା ଓ ସାହାଯ୍ୟଦ୍ୱାରା ବ୍ୟବସାୟରେ ସମୃଦ୍ଧି ଲାଭ କଲେ ଓ ପରବର୍ତ୍ତୀ ସମୟରେ ରାୟବାହାଦୂର ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ୱାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା "ବିଦ୍ୟାରତ୍ନ" ଉପାଧୀ । ୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ୱାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ । ଏ ଥିଲା ୧୮୮୭ ମସିହାର କଥା । ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ । ଏହି ସମୟରେ, ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ । ୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା । ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ "ଗଞ୍ଜାମ ଗୁଣଦର୍ପଣ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ "ଉତ୍କଳମଧୁପ" ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ସାରସ୍ୱତ କୃତି

ସମ୍ପାଦନା

  • ଉତ୍କଳ ଦୀପିକା
  • ମ୍ବଲପୁର ହିତୈଷିଣୀ
  • ଉତ୍କଳମଧୁପ
  • ଗଞ୍ଜାମ ଗୁଣଦର୍ପଣ
  • ପ୍ରଜାବନ୍ଧୁ

ରଚନା

  • ବିଷବୈରୀ
  • ରାଜନୀତି
  • ପଶୁ ଚିକିତ୍ସା
  • ପରିମଳ
  • ମଣିମଞ୍ଜୁଷା
  • କୃତନୀତିପରାଗ

୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା ।

ଆଧାର

Tags:

ନୀଳମଣି ବିଦ୍ୟାରତ୍ନ ଜୀବନୀନୀଳମଣି ବିଦ୍ୟାରତ୍ନ ସାରସ୍ୱତ କୃତିନୀଳମଣି ବିଦ୍ୟାରତ୍ନ ଆଧାରନୀଳମଣି ବିଦ୍ୟାରତ୍ନ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାରତୀୟ ଜନତା ପାର୍ଟି୩ ସେପ୍ଟେମ୍ବରକୃଷ୍ଣ ଜନ୍ମାଷ୍ଟମୀକଇଥପରିବେଶରାଜନୀତି ବିଜ୍ଞାନଭକ୍ତ ଚରଣ ଦାସଅଚ୍ୟୁତ ସାମନ୍ତଭୁବନେଶ୍ୱର ବେହେରାବଳପ୍ଲାଟିପସ୨ ଜୁନ୨୦ ଅପ୍ରେଲଗୋଦାବରୀଶ ମିଶ୍ରଆଣ୍ଟିଅକ୍ସିଡାଣ୍ଟକାଳୀଚରଣ ପଟ୍ଟନାୟକମହାତ୍ମା ଗାନ୍ଧୀଚଇତି ଘୋଡ଼ା ନାଚଜୀବସାରଆଚାର୍ଯ୍ୟ ହରିହରଜୀବ ବିଜ୍ଞାନଓଡ଼ିଶାର ଲୋକନୃତ୍ୟଉଇକିକମନ୍ସରଘୁନାଥ ପରିଚ୍ଛାହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଭିମନ୍ୟୁ ସାମନ୍ତସିଂହାରଚେକ୍ ଗଣରାଜ୍ୟହୀରାକୁଦ ବନ୍ଧରାମ ନବମୀକଣ୍ଡୋମବ୍ରହ୍ମୋତ୍ରୀ ମହାନ୍ତିଯଦୁମଣି ମହାପାତ୍ରହୃଷୀକେଶ ପଣ୍ଡାଯକୃତବେଦଭାସ୍କୋ ଡା ଗାମାଗୋଲୋକ ବିହାରୀ ଧଳନୋଟା (ଭାରତ)ଶିମିଳିପାଳ ଜାତୀୟ ଉଦ୍ୟାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିଜୁ ପଟ୍ଟନାୟକଉଇକିଅଭିଧାନଇଣ୍ଡୋନେସିଆଓଡ଼ିଆ ଭାଷାଚାନ୍ଦବାଲିହିନ୍ଦୁଆମ୍ବଦ୍ୱିତୀୟ ବିଶ୍ୱଯୁଦ୍ଧନିତ୍ୟାନନ୍ଦ ମହାପାତ୍ରଗୌତମ ବୁଦ୍ଧ୮ ଫେବୃଆରୀ୩୦ ଅପ୍ରେଲନେପୋଲିୟନ ବୋନାପାର୍ଟରାଜା ରାମମୋହନ ରାୟବର୍ଷାଚୈତ୍ରବିଜୁ ଜନତା ଦଳମାର୍ଚ୍ଚଶୈଳବାଳା ଦାସପ୍ରାଣୀGlobe rupture୭ ଅପ୍ରେଲଅରବିନ୍ଦ କେଜରିୱାଲସମ୍ବଲପୁର ଜିଲ୍ଲା🡆 More