ନିର୍ଜଳା ଏକାଦଶୀ

ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଜ୍ୟୈଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପାଳନ କରାଯାଏ ।

ନିର୍ଜଳା ଏକାଦଶୀ
ଅନ୍ୟ ନାମଭିମସେନୀ ଏକାଦଶୀ, ପାଣ୍ଡବ ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନବ୍ରତ, ପୂଜା
ତାରିଖଜ୍ୟୈଷ୍ଠ ଶୁକ୍ଳ ଏକାଦଶୀ
୨୦୨୪ ତାରିଖdate missing (please add)

ଅନ୍ୟ ଏକାଦଶୀରେ ବ୍ରତୀମାନେ ଫଳାହାର କରିଥାନ୍ତି । କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ । ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏହି ବ୍ରତ ପାଳନ କରି ପାରୁନଥିଲେ । ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରିବାରୁ ବ୍ରତ କରିପାରୁନାହିଁ । ଆପଣ କୌଣସି ଏକ ଉପାୟ ବତାନ୍ତୁ । ବେଦବ୍ୟାସ କହିଲେ ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ । ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ ।

ଆଧାର

Tags:

ଜ୍ୟୈଷ୍ଠ

🔥 Trending searches on Wiki ଓଡ଼ିଆ:

ବି. ଆର. ଆମ୍ବେଦକରଜୈନବାଦଶବ୍ଦ (ପଦ)ଭାରତର ନ୍ୟାୟୀକ ବ୍ୟବସ୍ଥାରଥଘଟଗାଁଅକ୍ଷୟ ତୃତୀୟାନାରୀବାଦଚନ୍ଦ୍ରଗୁପ୍ତସାପଫେସବୁକପଖାଳମଟର ସାଇକେଲକିଶୋରଚନ୍ଦ୍ରାନନ୍ଦ ଚମ୍ପୂଖିଲିପାନଜଗନ୍ନାଥ ଦାସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହାଡ଼ି ଦାସଗଣେଶଓଡ଼ିଆ ଭାଷାଓଡ଼ିଶାକଲେରାରାମ ନବମୀସୁଦଶା ବ୍ରତଅଇଘରାସ୍ତନ୍ୟପାନରବିବାରବାବୁଶାନ୍ଥାଲାସେମିଆବିଜୁ ପଟ୍ଟନାୟକପୋଡ଼ ପିଠାବିର୍ସା ମୁଣ୍ଡାମୃତ୍ୟୁଞ୍ଜୟ ରଥଗୁପ୍ତେଶ୍ୱରସମ୍ବଲପୁର ଜିଲ୍ଲାଆଇଜାକ ନିଉଟନନବମୀକରାଚୀଚାନ୍ଦିପୁରବାଳୁଙ୍ଗା ଟୋକାଗୁଲଜାରଘରୟାଓଇହନୁମାନସଞ୍ଜୟ ହାତୀଜୟ ଶ୍ରୀରାମଗୁରୁପ୍ରସାଦ ମହାନ୍ତିଚୈତ୍ର ପୂର୍ଣ୍ଣିମାଗଞ୍ଜାମ ଜିଲ୍ଲାଭାରତୀୟ ଜନତା ପାର୍ଟିତାରିଣୀ ମନ୍ଦିର, ଘଟଗାଁଗୋପାଳ ଛୋଟରାୟଦଶରଥକଳାହାଣ୍ଡି ଜିଲ୍ଲାଜୈନ ଧର୍ମଓଡ଼ିଆ ରାମାୟଣପୁନର୍ମିଳନଚିକିତ୍ସା ବିଜ୍ଞାନଭଦ୍ରକ ଜିଲ୍ଲାଶ୍ରୀ ଅରବିନ୍ଦଆଲ୍‌କା ୟାଗ୍ନିକ୍‌ରୋହିଦାସ ସିଂ ନାଗ🡆 More