ନିତ୍ୟାନନ୍ଦ ମହାପାତ୍ର

ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ । ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।

ନିତ୍ୟାନନ୍ଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1912-07-17)୧୭ ଜୁଲାଇ ୧୯୧୨
ତାଳପଦା, ଭଦ୍ରକ ଜିଲ୍ଲା
ମୃତ୍ୟୁ୧୭ ଅପ୍ରେଲ ୨୦୧୨(2012-04-17) (ବୟସ ୯୯)
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଘରଡିହ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀହରପ୍ରିୟା ମହାପାତ୍ର
ସମ୍ପର୍କୀୟକାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ବାପା)

୨୦୧୨ ଅପ୍ରେଲ ୧୭ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।

ଜୀବନୀ

ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତାଳପଦାଠାରେ ୧୯୧୨ ଜୁଲାଇ ୧୭ (ରଥଯାତ୍ରା) ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ ଥିଲା ଲବଙ୍ଗଲତା ଓ ତାଙ୍କର ପିତା ଥିଲେ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କ ପିତାମାତାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ।

ରଚନାବଳୀ

ନିତ୍ୟାନନ୍ଦ ମହାପାତ୍ର ୧୧ଟି ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ । ମାତ୍ର ୭ ବର୍ଷ ବୟସରେ ସେ "ସାବିତ୍ରୀ" ନାମକ ଏକ ପଦ୍ୟ ଲେଖିଥିଲେ । "ମାଉସୀ" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "ଭୁଲ୍" ଥିଲା ତାଙ୍କର ପ୍ରଥମ ଉପନ୍ୟାସ । ଏହି ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "ଅବଧୂତ" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ "ଏଇ ଲାଲ ପତାକା ତଳେ" ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ ଡଗର ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଏଥିରେ "ଡଗର ନିତ୍ୟାନନ୍ଦ" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ:

ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ...
ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ 'ନିତ୍ୟ ଆନନ୍ଦ' ଦେଇଛି॥

ରଚନାବଳୀ

ପୁରସ୍କାର ଓ ସମ୍ମାନ

ଆଧାର

Tags:

ନିତ୍ୟାନନ୍ଦ ମହାପାତ୍ର ଜୀବନୀନିତ୍ୟାନନ୍ଦ ମହାପାତ୍ର ରଚନାବଳୀନିତ୍ୟାନନ୍ଦ ମହାପାତ୍ର ରଚନାବଳୀନିତ୍ୟାନନ୍ଦ ମହାପାତ୍ର ପୁରସ୍କାର ଓ ସମ୍ମାନନିତ୍ୟାନନ୍ଦ ମହାପାତ୍ର ଆଧାରନିତ୍ୟାନନ୍ଦ ମହାପାତ୍ରଓଡ଼ିଆ ଭାଷାଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜେନ୍ଦ୍ର ନାରାୟଣ ସିଂହଦେଓ

🔥 Trending searches on Wiki ଓଡ଼ିଆ:

ମହାବୀର ଜୈନକୃଷ୍ଣ ଜନ୍ମାଷ୍ଟମୀଉପେନ୍ଦ୍ର କିଶୋର ଦାସଗନ୍ଧମାର୍ଦନ୭ ଅପ୍ରେଲନାରୁ ମହାନ୍ତିଅପ୍ରେଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରମାଦେବୀ ଚୌଧୁରୀବୁଦ୍ଧ ପୂର୍ଣ୍ଣିମାବରଫମିନାକ୍ଷୀ ମହନ୍ତକଳିକେଶ ନାରାୟଣ ସିଂହଦେଓଓଡ଼ିଆ ସାହିତ୍ୟର ଇତିହାସ୨୬ ଅଗଷ୍ଟକଥା (ପତ୍ରିକା)ଭୈରବୀଅରିନ୍ଦମ ରାୟଭୁବନେଶ୍ୱର ବେହେରାବନ୍ଦେ ଉତ୍କଳ ଜନନୀକାମାକ୍ଷା ପ୍ରସାଦ ସିଂହଦେଓକୋଣାର୍କ ସୂର୍ଯ୍ୟ ମନ୍ଦିରରାସେଶ୍ୱରୀ ପାଣିଗ୍ରାହୀଦଅଣାଲକ୍ଷ୍ମୀକାନ୍ତ ମହାପାତ୍ରଓମ୍ଗୌରହରି ଦାସଚିନ୍ତାମଣିଶ୍ୱର ଶିବ ମନ୍ଦିର୧୨ ଜୁନରାଜନୀତି ବିଜ୍ଞାନଖାରବେଳ୩୦ ସେପ୍ଟେମ୍ବରରାଶି ଓ ନକ୍ଷତ୍ରରାମାୟଣବାଞ୍ଛାନିଧି ମହାନ୍ତିଧର୍ମନକ୍ଷତ୍ରମଙ୍ଗଳା ମନ୍ଦିରଚନ୍ଦ୍ରଶେଖର ନନ୍ଦମଧୁସୂଦନ ଦାସ୩ ଅପ୍ରେଲଅଶୋକାଷ୍ଟମୀକଳିଙ୍ଗ ଯୁଦ୍ଧକଣ୍ଟିଲୋସମ୍ବଲପୁରରାଜେନ୍ଦ୍ର କିଶୋର ପଣ୍ଡାଦୀପା ସାହୁ (୧୯୮୫ ଜନ୍ମ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚଇତି ଘୋଡ଼ା ନାଚ୨୪ ଅକ୍ଟୋବରଏ. ପି. ଜେ. ଅବଦୁଲ କଲାମଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନବୈଶାଖସାରଳା ଦାସଉଇକିପିଡ଼ିଆ ସମୂହର ତାଲିକାଅମିତାଭ ବଚ୍ଚନରୁକୁଣା ରଥଯାତ୍ରାସନାତନ ମହାକୁଡ଼କାଳୀଗାୟତ୍ରୀବାଳା ପଣ୍ଡାନନ୍ଦ କିଶୋର ବଳଜଗନ୍ନାଥ ଦାସବଲାଙ୍ଗୀର ଜିଲ୍ଲାପ୍ରାଣବନ୍ଧୁ କରଆରିଷ୍ଟୋଟଲବେଣୁଧର ରାଉତଭାରତ ଲୀଳାଦୁଃଶାସନ ଜେନାସମ୍ବଲପୁର ଜିଲ୍ଲା🡆 More