ନିତାଇ ପାଲିତ: ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ନିତାଇ ପାଲିତ ( ୮ମାର୍ଚ ୧୯୨୩ - ୨୬ଜୁଲାଇ ୧୯୯୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର ।

ନିତାଇ ପାଲିତ
ଜନ୍ମ
ନିତ୍ୟାନନ୍ଦ ପାଲିତ

(1923-03-08)୮ ମାର୍ଚ୍ଚ ୧୯୨୩
ମୃତ୍ୟୁ୨୬ ଜୁଲାଇ ୧୯୯୦(1990-07-26) (ବୟସ ୬୭)
ବୃତ୍ତି(ସମୂହ)ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର
ସକ୍ରିୟ ବର୍ଷ୧୯୫୪-୧୯୯୦
ବୈବାହିକ-ସାଥୀବୀଣା କୁମାରୀ

ପ୍ରାରମ୍ଭିକ ଜୀବନ

୮ମାର୍ଚ ୧୯୨୩ ମସିହାରେ ସେ କଟକରେ ସେ ପିତା ନଗେନ୍ଦ୍ରନାଥ ଓ ମାତା ସରୋଜିନି ଦେବିଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । କଟକର ରେଭେନ୍ସା କଲିଜିଏଟ ସ୍କୁଲ ସେ ଶିକ୍ଷାଗ୍ରହଣ କରିଥିଲେ । ପିଲାଦିନରୁ ସେ ଡ୍ରାମା ଓ ସଂଗୀତ ପ୍ରତି ଆକ୍ରୁଷ୍ଟ ଥିଲେ ଓ କାଳକ୍ରମେ ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । କ୍ରମେ ସେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆକ୍ରୁଷ୍ଟ ହେଲେ ଏବଂ ଚଳଚ୍ଚିତ୍ର ନିର୍ମାଣ କଳାକୁ ଆୟତ୍ତ କରିଥିଲେ ।

ଚଳଚ୍ଚିତ୍ର ଜୀବନ

୧୯୫୪ ମସିହାରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି କେଦାର ଗୌରୀ କଥାଚିତ୍ର ନିର୍ମାଣ କରିଥିଲେ । ୧୯୫୫ ମସିହାରେ ସେ ସ୍ୱତନ୍ତ୍ର ଭାବରେ ଭାଇ ଭାଇ କଥାଚିତ୍ର ନିର୍ମାଣ କରିଥିଲେ । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ମନୋଯୋଗ କରିଥିଲେ । "କ୍ରୀଏଟିବ ମୁଭିଜ୍ ପ୍ରଡକ୍ସନସ" ନାମରେ ଏକ ପ୍ରଯୋଜନା ସଂସ୍ଥା ଗଠନ କରି ସେ କଥାଚିତ୍ର ନିର୍ମାଣ କରୁଥିଲେ ।

ସମ୍ମାନ

  • ରାଷ୍ଟ୍ରପତି ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)
  • ରୌପ୍ୟ କମଳ ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)
  • ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୭୨,୧୯୭୫,୧୯୭୭,୧୯୮୨
  • ଓଡ଼ିଶା ସଂଗୀତ ନାଟକ ଏକାଡେମି - ୧୯୮୨
  • ଜୟଦେବ ସମ୍ମାନ - ୧୯୮୨

ବ୍ୟକ୍ତିଗତ ଜୀବନ

ସେ କେଦାର ଗୌରୀ କଥାଚିତ୍ରର ଅଭିନେତ୍ରୀ ବୀଣା କୁମାରୀଙ୍କୁ ବିବାହ କରିଥିଲେ । ସେ ଜଣେ ସମ୍ପୁର୍ଣ୍ଣ ପାରିବାରିକ ବ୍ୟକ୍ତି ଥିଲେ ଏବଂ ପତ୍ନୀ ଓ ଛଅ ଝିଅମାନଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିଲେ । ଚଳଚ୍ଚିତ୍ର ବ୍ୟତିତ, ସେ ପଢ଼ିବା, କବିତା ଲେଖିବା, ଚିତ୍ରାଙ୍କନ ଓ ତବଲା ବାଦନରେ ରୁଚି ରଖିଥିଲେ । ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କର୍ମଚଞ୍ଚଳ ଥିଲେ । ୨୬ ଜୁଲାଇ ୧୯୯୦ ମସିହାରେ ନିଜ ଶେଷ ଚଳଚ୍ଚିତ୍ର "କିଛି ଆଶା କିଛି ସ୍ୱପ୍ନ" ତିଆରି କରିବା ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ତାଙ୍କୁ ସମ୍ମାନ ଜଣାଇ ସମ୍ମାନରେ ପ୍ରତି ବର୍ଷ ଓଡ଼ିଆ ସିନେମାରେ ଉଲ୍ଲେଖନିୟ ପ୍ରଦର୍ଶନ ପାଇଁ "ନିତାଇ ପାଲିତ ସମ୍ମାନ" ପୁରସ୍କାର ଦିଆ ଯାଉଛି ।

ଫିଲ୍ମରେ ଭୂମିକା

ନିର୍ଦ୍ଦେଶକ ଭାବରେ

କାହାଣିକାର ଭାବରେ

ପ୍ରଯୋଜକ ଭାବରେ

ଆଧାର

ଅଧିକ ତଥ୍ୟ


Tags:

ନିତାଇ ପାଲିତ ପ୍ରାରମ୍ଭିକ ଜୀବନନିତାଇ ପାଲିତ ଚଳଚ୍ଚିତ୍ର ଜୀବନନିତାଇ ପାଲିତ ସମ୍ମାନନିତାଇ ପାଲିତ ବ୍ୟକ୍ତିଗତ ଜୀବନନିତାଇ ପାଲିତ ଫିଲ୍ମରେ ଭୂମିକାନିତାଇ ପାଲିତ ଆଧାରନିତାଇ ପାଲିତ ଅଧିକ ତଥ୍ୟନିତାଇ ପାଲିତ

🔥 Trending searches on Wiki ଓଡ଼ିଆ:

ଶ୍ରୀରାମ ପଣ୍ଡାଗୋପାଳ ଛୋଟରାୟକାଜୁଏସିଆବିରିଚକ୍ରଧର ମହାପାତ୍ରକେନ୍ଦୁଝର ଗଡ଼ଜାତ ରାଜ୍ୟମଙ୍ଗଳା ମନ୍ଦିରପକ୍ଷୀଖଣ୍ଡାୟତପଣା ସଂକ୍ରାନ୍ତିମିନତି ମିଶ୍ରଅଭିମନ୍ୟୁ ସାମନ୍ତସିଂହାରମୁସଲମାନପଟ୍ଟଚିତ୍ରପ୍ରଧାନ ପୃଷ୍ଠାଚନ୍ଦନଲାଗି ବେଶବଙ୍ଗୋପସାଗରହେଲୋ ନେଟୱର୍କମଧୁସୂଦନ ଦାସରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୂମିକା ଦାଶଅନୁପମ ଭାରତସ୍ୱାଧୀନତା ଦିବସ‌ (ଭାରତ)ଫକୀର ମୋହନ ସେନାପତିହରେକୃଷ୍ଣ ମହତାବଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଚନ୍ଦନ ଯାତ୍ରାଭୂମିକମ୍ପଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଚଉତିଶା୨୬ ଅପ୍ରେଲଯୁକ୍ତରାଷ୍ଟ୍ର ଆମେରିକାରାଜନୀତି ବିଜ୍ଞାନଚୈତ୍ର ପୂର୍ଣ୍ଣିମାବୀଜାଣୁ୨୯ ଅପ୍ରେଲସଚ୍ଚିଦାନନ୍ଦ ରାଉତରାୟପାଲାସୁବର୍ଣ୍ଣରେଖା ନଦୀଅଣସରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରିଣୀ ମନ୍ଦିର, ଘଟଗାଁଜ୍ଞାନକୋଷଡାଲିବିର୍ସା ମୁଣ୍ଡାସାରଳା ଦାସଗଣେଶ୍ୱର ବେହେରାଆଇଜାକ ନିଉଟନଚନ୍ଦ୍ରଗୁପ୍ତଅମ୍ଳଜାନରଥଯାତ୍ରାଭାଷାଫିଲିପାଇନ୍ସଉଇକିପିଡ଼ିଆଜଗନ୍ନାଥଗୋଦାବରୀଶ ମିଶ୍ରଚାଣକ୍ୟପାଟୁଆ ଯାତ୍ରାବିଷ୍ଣୁଚିଲିକା ହ୍ରଦପରିସଂଖ୍ୟାନକୁନ୍ତଳା କୁମାରୀ ସାବତକାଳିନ୍ଦୀ ଚରଣ ପାଣିଗ୍ରାହୀସମ୍ବଲପୁରୀ ଭାଷାବିଶ୍ୱତାପନ🡆 More