ନବାଙ୍କ ବେଶ

ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଉକ୍ତ ଦିନ ବଡ଼ସିଂହାର ବେଶରେ ସୋଲ ଓ ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର,ହଳ,ମୁଷକ,କୁଣ୍ଡଳ ଡଡଗୀ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ,ଚକ୍ର,ହଳ,ମୁଷକ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଚୈତନ୍ୟ ଦେବ ।

ପୂର୍ବେ ଏହି ବେଶର ସାମଗ୍ରୀ ଦକ୍ଷିଣ ପାର୍ଶ୍ୱ ମଠ (ଶ୍ରୀରାମ ଦାସ ମଠ) ଯୋଗାଇ ଆସୁଥିଲେ । ଗତ କିଛି ବର୍ଷ ଧରି ସଂପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାଯାଏ । ସଂପ୍ରତି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ ନିର୍ବାହ କରାଯାଉଅଛି ।

ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା,ଗୁଣା,କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନମାନଙ୍କରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀପତ୍ରଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ ।

ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ । ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଏହି ଦିନ ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି ।

ଆଧାର

ବାହାର ତଥ୍ୟ

Tags:

କଇଁଥଚୈତନ୍ୟ ମହାପ୍ରଭୁଜଗନ୍ନାଥବଡ଼ସିଂହାର ବେଶବଳଭଦ୍ରମକର ସଂକ୍ରାନ୍ତିଶଙ୍ଖସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ଗୋବିନ୍ଦ ଚନ୍ଦ୍ର ଦାସବାଲେଶ୍ୱରସିନ୍ଧୁ ନଦୀବ୍ରଜନାଥ ବଡ଼ଜେନାଓମ'ଙ୍କ ନିୟମଜମ୍ମୁ ଓ କଶ୍ମୀରନେପୋଲିୟନ ବୋନାପାର୍ଟଏଚଆଇବି ଟିକାଜୟୀରାମ ସାମଲତୁଳସୀ ଚଉରାକରମା ନୃତ୍ୟଦେବୀପ୍ରସନ୍ନ ପଟ୍ଟନାୟକବିଶ୍ୱଜିତ ଦାସପଣିକିଆଉତ୍କଳ ଦୀପିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଭାଷାସଂକ୍ରାନ୍ତିହେମେନ୍ଦ୍ର ମହାପାତ୍ରମେଘନା ନଦୀପ୍ରଧାନ ପୃଷ୍ଠା୧୨୦୦ରୁକୁଣା ରଥଯାତ୍ରାଏ. ପି. ଜେ. ଅବଦୁଲ କଲାମଦହିଆଳ ପକ୍ଷୀଭଗବତୀ ଚରଣ ପାଣିଗ୍ରାହୀମାଣବସା ଗୁରୁବାରଓଡ଼ିଆ ନାଟକକଣ୍ଡୋମଜଙ୍କ ନଦୀଉଷସୀ ମିଶ୍ରଅନନ୍ତ ସେଠୀକୁଷ୍ଠଜେମ୍‌ସ ୱାଟପାରମିତା ଶତପଥୀଧର୍ମପଦଆଚାର୍ଯ୍ୟ ହରିହରଓଡ଼ିଆ ସାହିତ୍ୟର ଇତିହାସଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଯାତ୍ରାବିଜୟ ନାୟକଦୀପା ସାହୁସୋମବତୀ ଅମାବାସ୍ୟାବିଜୁ ଜନତା ଦଳଭଗତ ସିଂହଓଡ଼ିଆ କବି ମାନଙ୍କର ତାଲିକାଗୁସ୍ତଭ୍ କିର୍ଚଫ୍‌ଅଞ୍ଜୁବାଳା ଜେନାଭାରତର ସଂସ୍କୃତିନାଳନ୍ଦାଶତ୍ରୁଘ୍ନ ପାଣ୍ଡବନୀଳମଣି ବିଦ୍ୟାରତ୍ନଛାନ୍ଦସଚ୍ଚିଦାନନ୍ଦ ରାଉତରାୟନୀଳାଦ୍ରି ବିଜୟ (ଉପନ୍ୟାସ)କମ୍ପ୍ୟୁଟରଉଇକିଖବରକୃଷ୍ଣଚନ୍ଦ୍ର କରଜଳ ପ୍ରଦୂଷଣଅକ୍ଷାଂଶଓଡ଼ିଶାର ଇତିହାସଚାଣକ୍ୟଅପରାଜିତା ଷଡ଼ଙ୍ଗୀବଡ଼ ଓଡ଼ିଆ ମଠଭକ୍ତ ଚରଣ ଦାସସିଦ୍ଧାନ୍ତ ମହାପାତ୍ରବିଦ୍ୟୁତଆର୍ଥିକ ସ୍ୱାଧୀନତା🡆 More