ନବଯୌବନ ବେଶ

ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।

ନୀତି

ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ ।

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି ।

ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ ।

ଆଧାର

ବାହାର ତଥ୍ୟ

Tags:

ଅଣସରରଥଯାତ୍ରା

🔥 Trending searches on Wiki ଓଡ଼ିଆ:

ଗୁରୁ ନାନକନଅଙ୍କ ଦୁର୍ଭିକ୍ଷଉଇକିମିଡ଼ିଆ ମୁଭମେଣ୍ଟସୋମନାଥସବ୍ୟସାଚୀ ମିଶ୍ରଜର୍ମାନୀଲକ୍ଷ୍ମୀକାନ୍ତ ମହାପାତ୍ରବବ୍‌ଲିଚନ୍ଦକା ହାତୀ ଅଭୟାରଣ୍ୟବିବାହରୋମାନିଆବୀରକିଶୋର ଦାସଓଡ଼ିଶାର ମାପ ବ୍ୟବସ୍ଥାନାରୁ ମହାନ୍ତିପରିବେଶ୧୪ ମାର୍ଚ୍ଚ୧୮ ଜୁଲାଇପୁଷ୍ଟିସାରଓଡ଼ିଶାର କଳାନନ୍ଦ କିଶୋର ବଳ୧୨ ଜୁନରଜପଠାଣି ସାମନ୍ତ୨ ନଭେମ୍ବରବ୍ରହ୍ମପୁତ୍ର ନଦୀକାଳୀସ୍ଥାନେଶ୍ୱର ମହାଦେବ ମନ୍ଦିରଚୈତନ୍ୟସମ୍ବଲପୁର ଜିଲ୍ଲାଜୟ ଜଗନ୍ନାଥଏ. ପି. ଜେ. ଅବଦୁଲ କଲାମଗୋଦାବରୀଶ ମହାପାତ୍ର୬ ମାର୍ଚ୍ଚରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଘଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ୨୦୦୫ବାଞ୍ଛାନିଧି ମହାନ୍ତିଚାଉଳସଦାଶିବ ତ୍ରିପାଠୀଅକ୍ଷାଂଶଅର୍ଚ୍ଚନା (କବିତା ସଙ୍କଳନ)ମିନତି ମିଶ୍ରଭାରତୀୟ ଜନତା ପାର୍ଟିହରପ୍ରସାଦ ଦାସସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଇଣ୍ଡିଆନ ପ୍ରିମିଅର ଲିଗଲୋକନାଥ ମନ୍ଦିରଜୟା ବଚ୍ଚନପୂର୍ବାଷାଢ଼ା (ନକ୍ଷତ୍ର)ରମାକାନ୍ତ ରଥବୀଣାପାଣି ମହାନ୍ତିବୀଜାଣୁଶେର ଶାହ ସୁରୀରତ୍ନାକର ଚଇନିଝାଲ ମୁଢ଼ିରବି ପଟ୍ଟନାୟକସରଳା ଦେବୀଗୋଲୋକ ବିହାରୀ ଧଳପାରଦବନ୍ଦେ ଉତ୍କଳ ଜନନୀ୯ ଅଗଷ୍ଟଜଳବାୟୁଓଡ଼ିଶା ସରକାରସାତକଡ଼ି ହୋତାନାରାୟଣ ସାହୁ (୧୯୨୮ ଜନ୍ମ)ନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୀତା ବିବାହପ୍ରତୀକ୍ଷାଜ୍ଞାନପୀଠ ପୁରସ୍କାରମଟର ସାଇକେଲରାଜ୍ୟ ସଭାରାଜେନ୍ଦ୍ର କିଶୋର ପଣ୍ଡାକତରମହେନ୍ଦ୍ରଗିରି🡆 More