ନନ୍ଦ କିଶୋର ବଳ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।

ପଲ୍ଲୀକବି

ନନ୍ଦ କିଶୋର ବଳ
ନନ୍ଦ କିଶୋର ବଳ: ଜୀବନକାଳ, ରଚନାବଳୀ, ଆଧାର
ଜନ୍ମ ଓ ଜନ୍ମସ୍ଥାନରସାନନ୍ଦ ଜେନା
(1875-12-22)୨୨ ଡିସେମ୍ବର ୧୮୭୫
କୁସୁପୁର, କଟକ, ଓଡ଼ିଶା
ମୃତ୍ୟୁ୧ ଜୁଲାଇ ୧୯୨୮(1928-07-01) (ବୟସ ୫୨)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ,
ରେଭେନ୍ସା ମହାବିଦ୍ୟାଳୟ
ଶୈଳୀକବି
ପିତାମାତାଭଜନାନନ୍ଦ ଜେନା, ହିରଣ୍ମୟୀ ଦେବୀ

ଜୀବନକାଳ

ସେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା ।

୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ

ନନ୍ଦ କିଶୋର, କଲେଜର ପଢ଼ିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ । ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।

ନନ୍ଦ କିଶୋରଙ୍କ ନାନାବାୟା ଗୀତ:

ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ :

"ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥"


ନନ୍ଦ କିଶୋରଙ୍କଦ୍ୱାରା ରଚିତ ପୁସ୍ତକ:

  • ପଲ୍ଲୀ ଚିତ୍ର
  • ନାନା ବାୟା ଗୀତ- ୧୯୧୫
  • ନିର୍ଝରିଣୀ
  • ବସନ୍ତ କୋକିଳ
  • ତରଙ୍ଗିଣୀ
  • ଚାରୁଚିତ୍ର
  • ଜନ୍ମଭୂମି
  • ନିର୍ମାଲ୍ୟ (କବିତା)
  • ପ୍ରଭାତ ସଙ୍ଗୀତ
  • ସାନ୍ଧ୍ୟ ସଙ୍ଗୀତ
  • କୃଷ୍ଣ କୁମାରୀ
  • ଶର୍ମିଷ୍ଠା
  • କନକଲତା (ଉପନ୍ୟାସ)
  • ସୀତା ବନବାସ (କବିତା- ୧୯୦୧)
  • ଲକ୍ଷ୍ମୀ (ଗଳ୍ପ- ୧୯୧୩)

ଆଧାର

ଅଧିକ ତଥ୍ୟ

Tags:

ନନ୍ଦ କିଶୋର ବଳ ଜୀବନକାଳନନ୍ଦ କିଶୋର ବଳ ରଚନାବଳୀନନ୍ଦ କିଶୋର ବଳ ଆଧାରନନ୍ଦ କିଶୋର ବଳ ଅଧିକ ତଥ୍ୟନନ୍ଦ କିଶୋର ବଳଓଡ଼ିଆ ଭାଷାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଲାରନାଥ ମନ୍ଦିରରାଜ ଯୋଗମୌଳିକ ସଂଖ୍ୟାମି ଠୁ (ହ୍ୟାସଟ୍ୟାଗ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଗୋପୀନାଥ ମହାନ୍ତିୱାଟରଲୁ ଯୁଦ୍ଧମହେନ୍ଦ୍ରଗିରିଓଡ଼ିଆ ଯୁବକ ପାଠାଗାରକାଜୁଜାପାନଭୀମ ଭୋଇକୋଣାର୍କ ସୂର୍ଯ୍ୟ ମନ୍ଦିରଜୟନ୍ତୀ ପଟ୍ଟନାୟକଯକୃତରାଧାମୋହନ ଗଡ଼ନାୟକଅଶୋକ (ସମ୍ରାଟ)ମହାପାତ୍ର ନୀଳମଣି ସାହୁସତ୍ୟବାଦୀ ବନ ବିଦ୍ୟାଳୟଭାରତଗୋପବନ୍ଧୁ ଦାସସମ୍ବଲପୁରସମ୍ବାଦ (ଖବରକାଗଜ)ପ୍ରତିଭା ଶତପଥୀଚିତ୍ତରଞ୍ଜନ ଦାସମାଳିକାଅଖିଳ ନାୟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସମ୍ବଲପୁର ଜିଲ୍ଲାବିଷ୍ଣୁସ୍ୱିଡେନଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମନୋଜ ପଟ୍ଟନାୟକ (ଗୀତିକାର)ସୀତାକାନ୍ତ ମହାପାତ୍ରସାରଳା ସମ୍ମାନବକ୍ସି ଜଗବନ୍ଧୁକଙ୍କାଳଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଚନ୍ଦ୍ରଗୁପ୍ତମଧୁସୂଦନ ରାଓୟୁ ଟ୍ୟୁବବିଧାନ ସଭା ସଭ୍ୟଜଗନ୍ନାଥଙ୍କ ବେଶବାସନ୍ତୀହନୁମାନଗାଲୁଆଗଙ୍ଗାଧର ମେହେରଓଡ଼ିଶା ଆଦର୍ଶ ବିଦ୍ୟାଳୟବିଦ୍ୟୁତଲସ ଏଞ୍ଜଲେସ ଲେକର୍ସଭଦଭଦଳିଆଶ୍ରୀକାନ୍ତ ସାହୁବୁନ୍ଦିଆ ଖିରିମିଳିତ ଜାତିସଂଘସଂଗୀତସାରଳା ଦାସସୁନାରାକ୍ଷୀ ବାନ୍ଧିଲି ମୋ ରଖିବ ମାନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଦଶାଶ୍ୱମେଧ ଘାଟଛବିଳ ମଧୁ ବର୍ଣ୍ଣବୋଧଅନ୍ନଦା ଶଙ୍କର ରାୟହେନା ଫୁଲକେନ୍ଦୁଝର ଗଡ଼ଜାତ ରାଜ୍ୟମାଇକ୍ରୋସଫ୍ଟଜହ୍ନଚକ୍ରଧର ମହାପାତ୍ରଇବାଣ୍ଡ୍ରୋନିକ ଏସିଡପ୍ଲୀହାପାଲା🡆 More