ଧାମରେଈ ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଏହି ଲେଖାଟି ଧାମରେଈ ମନ୍ଦିର ବାବଦରେ, ଧାମରେଈ ଠାକୁରାଣୀଙ୍କ ବିଷୟରେ ଜାଣିବାପାଇଁ ଧାମରାଈ ଦେଖନ୍ତୁ।

ଅବସ୍ଥିତି

ଧାମରାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଧାମରେଈ, ଧାମରାଈ ବା ଧାମୁରେଈ। ଏହା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅବସ୍ଥିତ। ସେ ଏଠାରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ପୂଜାପାଉଛନ୍ତି ବୋଲି ଗ୍ରୀକ୍ ପର୍ଯ୍ୟଟକ ଟଲେମିଙ୍କ ବୃତ୍ତାନ୍ତରୁ ଜଣା ପଡ଼େ।

ଉତ୍ପତ୍ତି

  • ଧାମରା ବନ୍ଦରର ଅନତିଦୂରରେ ସମୁଦ୍ରରେ ଧୀବରମାନେ ମାଛ ଧରୁଥିଲା ବେଳେ ଜାଲରେ ପଡ଼ିଥିଲା ଏକ ପାଷାଣ ନିର୍ମିତ ଦିବ୍ୟ ଦେବୀ ମୂର୍ତ୍ତି। ଏହା ତିନି ଚାରି ଫୁଟ ଉଚ୍ଚର ଥିଲା। ଧୀବରମାନେ ଏହି ମୂର୍ତ୍ତୀକୁ ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ। ଦେବୀ ସେମାନଙ୍କୁ ସ୍ୱପ୍ନାଦେଶ ଦେଇ ତାଙ୍କୁ ଧାମରାରେ ସ୍ଥାପନା କରିବାକୁ କହିଥିଲେ ଓ ଧୀବରମାନେ ତାଙ୍କୁ ଉପାସନା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।
  • କୌଣସି ସୌଦାଗର ଠାକୁରାଣୀଙ୍କ ବିଗ୍ରହକୁ ଶ୍ରୀଲଙ୍କାରୁ ଆଣି ଏଠାରେ ପ୍ରତିଷ୍ଠା କରିଛନ୍ତି ବୋଲି କେହି କେହି ମତ ଦେଇଥାନ୍ତି।
  • କେହି କେହି ମତ ଦିଅନ୍ତି ଏଇ ବିଗ୍ରହ ସାତଭାୟାରୁ ଅଣାଯାଇଛି। ଠାକୁରାଣୀ ଶାକାହାରୀ ହୋଇଥିବାରୁ ତାଙ୍କ ଭଉଣୀମାନେ ତାଙ୍କୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ଓ କେହି ଧୀବର ତାଙ୍କୁ ପାଇ ଧାମରାକୁ ଆଣିଥିଲେ।

ଉପାସନା

ଧାମରେଈଙ୍କର ଉପାସନା ଧୀବରମାନେ କରିଥାନ୍ତି। ଏ ସମ୍ବନ୍ଧରେ ଭଞ୍ଜକନିକା ପୁସ୍ତକରେ ଉଲ୍ଲେଖ ଅଛି:
‘କୂଳେ ପ୍ରତିଷ୍ଠିତ ଦେବୀ ଚତୁର୍ଭୁଜା। ଧାମରାଈ କରେ ଧୀବର ଯା ପୂଜା॥’

ବିକାଶ

ଦେବୀ ପ୍ରଥମେ ଏକ ମାଟିଘରେ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ କନିକା ରାଜା ଦେବୀଙ୍କପାଇଁ ଏକ ପକ୍କା ଘର ନିର୍ମାଣ କରିଦେଲେ। କ୍ରମେ ଉକ୍ତ ମନ୍ଦିର ନଦୀ ମଧ୍ୟରେ ଲୀନ ହୋଇ ଯିବାରୁ ୧୯୭୫ରେ ନିକଟବର୍ତ୍ତୀ ଅନ୍ୟ ଏକ ସ୍ଥାନରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଟି ନିର୍ମାଣ କରିବାକୁ ପ୍ରାୟ ୧୦ ବର୍ଷ ଲାଗିଥିଲା ଓ ୧୯୯୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା।

ବିଶ୍ୱାସ

ଫୁଲଚଢ଼ା

ଶାବରୀ ସଂସ୍କୃତିର କିମ୍ବଦନ୍ତୀ ଏବେ ବି ଲୋକେ ବିଶ୍ୱାସ କରନ୍ତି। ଦେବୀଙ୍କ ପାଖରେ ଯାହା କିଛି ବି ମନାସି ଦେବୀଙ୍କ ଉପରେ ଫୁଲଚଢାଇଲେ ଯଦି ଫୁଲଟି ଖସିପଡ଼େ, ତେବେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି।

ଜଳଯାତ୍ରା

ଜଳଯାତ୍ରା ସମୟରେ ପ୍ରତ୍ୟେକ ନାବିକ ଏପରିକି ବିଦେଶରୁ ଆସିଥିବା ପୋତଗୁଡ଼ିକ ଏହିଠାରେ ଅଟକି ଥାଆନ୍ତି ଓ ଦେବୀଙ୍କର ଉପାସନା କରିଥାନ୍ତି। ଏବେ ସୁଦ୍ଧା ସେହି ପରମ୍ପରା ପ୍ରଚଳିତ। ଏପରିକି ଜଳଯାତ୍ରା ସମୟରେ କେହି କୌଣସି ବିପଦ ଆପଦର ସମ୍ମୁଖୀନ ହେଲେ, ମଙ୍ଗଳ କାମନା କରି ଦେବୀଙ୍କ ଉଦ୍ଦେଶ୍ୟରେ ନଡ଼ିଆ ମନାସିଥାଆନ୍ତି।

ଆଧାର

Tags:

ଧାମରେଈ ମନ୍ଦିର ଅବସ୍ଥିତିଧାମରେଈ ମନ୍ଦିର ଉତ୍ପତ୍ତିଧାମରେଈ ମନ୍ଦିର ଉପାସନାଧାମରେଈ ମନ୍ଦିର ବିକାଶଧାମରେଈ ମନ୍ଦିର ବିଶ୍ୱାସଧାମରେଈ ମନ୍ଦିର ଆଧାରଧାମରେଈ ମନ୍ଦିରଧାମରାଈ

🔥 Trending searches on Wiki ଓଡ଼ିଆ:

ଅଖିଳ ମୋହନ ପଟ୍ଟନାୟକଉଇକିକଥା୮୦୯ଆମ୍ବେଦକର ଜୟନ୍ତୀ୬ ସେପ୍ଟେମ୍ବରକବିସୂର୍ଯ୍ୟ ବଳଦେବ ରଥସ୍ଥାନେଶ୍ୱର ମହାଦେବ ମନ୍ଦିରରବିବାରଓଡ଼ିଆ ଗହଣାମେନିଞ୍ଜାଇଟିସ୍ଧର୍ମ ନିକିତିଜୁଲାଇକଙ୍କାଳଭାରତ ସରକାରଅନୁଗୋଳ ଜିଲ୍ଲାପ୍ରେମଯୌନ ସମ୍ଭୋଗତୁର୍କୀକଳିଙ୍ଗ ଯୁଦ୍ଧଜଗନ୍ନାଥ ଦାସଅଚ୍ୟୁତାନନ୍ଦ ଦାସ୬ ମାର୍ଚ୍ଚନୀଳମାଧବ ମନ୍ଦିରସାମାଜିକ ବିଜ୍ଞାନଉଦୟନାଥ ଷଡ଼ଙ୍ଗୀ୨୪ ଅକ୍ଟୋବରଗାର୍ଗୀ ମହାନ୍ତିମଙ୍ଗଳା ମନ୍ଦିର୧୯ ଜୁନଥାଇଲାଣ୍ଡରାଶି ଓ ନକ୍ଷତ୍ରବୀଜାଣୁମାଧବୀ ଦାସୀଆପଲ ଇନକର୍ପୋରେଟେଡଯୋଗଅମର ସିଂହ ଚମକିଲାହିଙ୍ଗୁଳା ମନ୍ଦିରଗୋପବନ୍ଧୁ ଦାସନନ୍ଦିନୀ ଶତପଥୀମଟର ସାଇକେଲଗୌରହରି ଦାସରାମକୃଷ୍ଣ ନନ୍ଦଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରୁପାଖୋର୍ଦ୍ଧା ଜିଲ୍ଲାଉତ୍କଳ ଦିବସଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟହୋ ଜନ‌ଜାତିସାହାଣମେଲା୨୬ ଅଗଷ୍ଟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାଜ୍ୟ ସଭାବର୍ଷାଉଦ୍‌ବେଗନକ୍ଷତ୍ରଲାଓସସୁବର୍ଣ୍ଣପୁର ଜିଲ୍ଲାଆଳୁ ପୋଟଳ ଭଜାମନ୍ଦାରମିହିର ଦାସମହାପାତ୍ର ନୀଳମଣି ସାହୁଗଡ଼ଗଡ଼ିଆ ମନ୍ଦିରମାସ୧୪ ଅପ୍ରେଲବୌଦ୍ଧ ଧର୍ମଆର୍ଯ୍ୟଭଟ୍ଟଶ୍ରୀଧର ଦାସସାନନ୍ଦ ମାରାଣ୍ଡିସ୍ୱର ବର୍ଣ୍ଣରବୀନ୍ଦ୍ରନାଥ ଠାକୁରଛଉ ନାଚ🡆 More