ଧାମରା

ଭାରତଦେଶରେ ଓଡ଼ିଶାରାଜ୍ୟର ଭଦ୍ରକଜିଲ୍ଲା ଅନ୍ତର୍ଗତ ଧାମରା (Dhamara) ବ୍ରାହ୍ମଣୀ ବୈତରଣୀ ମୁହାଣର ଏକ ସହର। ନଦୀର ଅପରପାର୍ଶ୍ୱରେ କାଳିଭଞ୍ଜଡ଼ିଆଁ ଜଙ୍ଗଲ ଓ ଭିତର କନିକା ଅଭୟାରଣ୍ୟର ଶୋଭା ଅତୁଳନୀୟ। ପଞ୍ଚଦଶ ଶତାବ୍ଦୀ ବେଳକୁ ଏହା ଏକ ବନ୍ଦରରୂପେ ବିକଶିତ ହୋଇଥିଲା। ଉତ୍ତର ଓଡ଼ିଶା ଓ କଲିକତା ଭିତରେ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବାପାଇଁ ଏହି ବନ୍ଦର ବିକଶିତ ହୋଇଥିଲା, ଯାହା ୧୯୪୭ର ଭାରତର ସ୍ୱାଧୀନତା ପରେ ଧିମା ପଡ଼ିଯାଇଥିଲା।

ଧାମରା
—  ସହର  —
ଧାମରା
ଧାମରା
ଧାମରା
ଧାମରା
ଧାମରାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°47′44″N 86°54′03″E / 20.79556°N 86.90083°E / 20.79556; 86.90083
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଭଦ୍ରକ ଜିଲ୍ଲା
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


0 metres (0 ft)

ଏପ୍ରିଲ ୧୯୯୮ରେ ଧାମରା ବନ୍ଦର ଗଢ଼ି ତୋଳିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା। ବଙ୍ଗୋପସାଗରଠାରୁ ପାଖାପାଖି ସାତ କିଲୋମିଟର ଦୂରରେ ଏହି ଗଭୀର ଜଳ ବନ୍ଦରକୁ ତିଆରି କରିବାକୁ ପ୍ରସ୍ତାବ ହେଲା।

ଭବିଷ୍ୟତ କାର୍ଯ୍ୟ ଯୋଜନା

  • ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି।
  • ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।

ଦର୍ଶନୀୟ ସ୍ଥାନ

ଧାମରାମୁହାଣର ଅପରୂପ ଶୋଭାରେ ବିମୁଗ୍ଧ କବିବର ରାଧାନାଥ ‘ଉଷା’ କାବ୍ୟରେ ଲେଖିଛନ୍ତି:

‘ଧାମରା ମୋହାଣେ ପାଣ୍ଡୁ ଜଳାରଣ୍ୟେ ବାହୁଁ ନୌଚର ପୂର୍ବମୁଖେ ତରୀ ଦେଖଇ ସମ୍ମୁଖେ ମହା ସାଗର ନୀଳ ସେତୁ କାନ୍ତି ଧରିତ୍ରୀର ଶ୍ୟାମ ସୀମା ବଳୟ ଧନ-ଜନ-ପ୍ରାଣ ବିନାଶ ଚିନ୍ତାରେ ହୋଇ ଅଥୟ

ଭୟେ ଜଡ଼କର ଯୋଡ଼ି ପୋତ-ପଡ଼ି ଯାଚେ ଅଭୟ ତେଜୋଧାମ ଯେଉଁ ଧାମରୀ ଦେବୀଙ୍କ କଞ୍ଜ ପୟରେ ତାଙ୍କ ଅଧିଷ୍ଠିତ ଭୂମିରୁ ଆସିଲେ ଭୂପ କୁମରେ।’ (ପୃ.-୮୯)

ଆଧାର

Tags:

ଓଡ଼ିଶାକଲିକତାଭଦ୍ରକଭାରତ

🔥 Trending searches on Wiki ଓଡ଼ିଆ:

ଓଡ଼ିଶୀରାମ ନବମୀଧର୍ମମହାତ୍ମା ଗାନ୍ଧୀଙ୍କ ପରିବାର୧୭ ଅଗଷ୍ଟସଖୀ କଣ୍ଢେଇ ନାଚଗୋଦାବରୀଶ ମିଶ୍ରଖାରବେଳଟିକୋନାଜୋଲଶୁକ୍ରବାରମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଫଗାନିସ୍ତାନଉପେନ୍ଦ୍ର କିଶୋର ଦାସରାମଚନ୍ଦ୍ର ମିଶ୍ରଓଡ଼ିଶା ପ୍ରିମିଅର ଲିଗଦୀପକ ମିଶ୍ରବରଗଛବୈଶାଖଜୟ ଜଗନ୍ନାଥଗିରିଜା କୁମାର ବଳୀୟାରସିଂହ୧ ଜାନୁଆରୀବୀଣାପାଣି ମହାନ୍ତିବଳରାମ ଦାସରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାନନ୍ଦିନୀ ଶତପଥୀଓଡ଼ିଶାର ଇତିହାସହିନା ରବାନି ଖରବଦ୍ରୀନାଥ ମନ୍ଦିରବୁଦ୍ଧ ପୂର୍ଣ୍ଣିମା୧ (ସଂଖ୍ୟା)ବର୍ଷା ପ୍ରିୟଦର୍ଶିନୀଅଷ୍ଟଶମ୍ଭୁ ପୀଠଫୁଲ୧୫୭୧୮ ଅକ୍ଟୋବରଅଶୋକାଷ୍ଟମୀଜଳଓଲିସେରିଡାଇନଭାରତ ସରକାର୬ ସେପ୍ଟେମ୍ବରକଟକରାଧାନାଥ ରାୟ୨୯ ଅପ୍ରେଲପ୍ରସନ୍ନ କୁମାର ପାଟ୍ଟଶାଣୀ୧୨ ଜୁନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରୁକୁଣା ରଥଯାତ୍ରାସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଲୋକନୃତ୍ୟରଜଶ୍ରବଣ ( ରାମାୟଣ ର ଚରିତ୍ର )ନନ୍ଦ କିଶୋର ବଳଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାପାଇସୀତା ବିବାହପଦ୍ମ ଲୋଚନ ପଣ୍ଡାକୃଷ୍ଣ ଜନ୍ମାଷ୍ଟମୀରାଜନୀତି ବିଜ୍ଞାନଦାମୋଦର ରାଉତବୃନ୍ଦାବନଏମ ଏନ ଶ୍ରୀନିବାସକମ୍ପ୍ୟୁଟରନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଞ୍ଚତନ୍ତ୍ରଲୋକନାଥ ମନ୍ଦିରବବ୍‌ଲିଭର୍ତ୍ତୃହରି ମହତାବରାୟଗଡ଼ା ରେଳ ଷ୍ଟେସନସ୍ତନଅବସାଦଫକୀର ମୋହନ ସେନାପତି୧୯୬୧ର ଓଡ଼ିଆ କଥାଚିତ୍ର🡆 More