ଦ୍ୱୀପପୁଞ୍ଜ: ଅନେକ ଗୁଡ଼ିଏ ଦ୍ଵୀପର ସମାହାର

ଅନେକ ଗୁଡ଼ିଏ ଛୋଟ ବଡ଼ ଦ୍ୱୀପର ସମାହାରକୁ ଦ୍ୱୀପପୁଞ୍ଜ ବା ଦ୍ୱୀପସମୂହ (ଈଂରାଜୀରେ Archipelago) ବୋଲି କୁହଯାଇଥାଏ । ଦ୍ୱୀପମାନଙ୍କର ଶୃଙ୍ଖଳ ବା ସମୁଦ୍ରରେ ଗୋଟିଏ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବା ଦ୍ୱୀପମାନଙ୍କୁ ଦ୍ୱୀପପୁଞ୍ଜ ବୋଲି କୁହାଯାଇପାରିବ ।

ଦ୍ୱୀପପୁଞ୍ଜ: ଈଂରାଜୀ ଶବ୍ଦ ଆର୍କିପେଲାଗୋର ଉତ୍ପତ୍ତି ଓ ବ୍ୟବହାର, ଦ୍ୱୀପପୁଞ୍ଜର ପ୍ରକାର ଭେଦ, ଗ୍ୟାଲେରି
ବ୍ରହ୍ମଦେଶର ମେର୍ଗ୍ୱି ଦ୍ୱୀପପୁଞ୍ଜ

ଇଣ୍ଡୋନେସିଆ, ଜାପାନ, ତାଇୱାନ୍, ଫିଲିପାଇନ୍‍ସ୍, ନ୍ୟୁଜିଲ୍ୟାଣ୍ଡ୍, ମାଳଦ୍ୱୀପ, ବାହାମା, ଗ୍ରୀସ୍, ହାୱାଇ, ପୋଲିନେସୀୟ ଦ୍ୱୀପପୁଞ୍ଜ, କ୍ୟାନାରି ଦ୍ୱୀପପୁଞ୍ଜ, ଆଜୋରେସ୍ ଦ୍ୱୀପପୁଞ୍ଜ ଇତ୍ୟାଦି ବିଶ୍ୱର କେତେକ ଜଣାଶୁଣା ଦ୍ୱୀପପୁଞ୍ଜ । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଇଣ୍ଡୋନେସିଆ ବିଶ୍ୱର ସର୍ବବୃହତ୍ ଦ୍ୱୀପପୁଞ୍ଜ ।

ଈଂରାଜୀ ଶବ୍ଦ ଆର୍କିପେଲାଗୋର ଉତ୍ପତ୍ତି ଓ ବ୍ୟବହାର

ଗ୍ରୀକ୍ ଶବ୍ଦ ἄρχι- (ଆର୍ଖି - ମୁଖ୍ୟ) ଓ πέλαγος (ପେଲାଗୋସ୍ - ସାଗର)ରୁ ଈଂରାଜୀ ଶବ୍ଦ ଆର୍କିପେଲାଗୋର ସୃଷ୍ଟି । ଗ୍ରୀକ୍, ଲାଟିନ୍ ଓ ଈଟାଲୀୟ ଭାଷାରେ ଭୂମଧ୍ୟ ସାଗରକୁଲାଗି ରହିଥିବା ଏଜିୟାନ୍ ସାଗରକୁ ଏହି ନାମ ମିଳିଥିଲା । ଭୌଗୋଳିକ ଗଠନ ଦୃଷ୍ଟିରୁ ଏଜିୟାନ୍ ସାଗର ଅଳ୍ପ ଦୂରତାରେ ରହିଥିବା କ୍ଷୁଦ୍ର ଦ୍ୱୀପମାନଙ୍କ ପାଇଁ ବିଖ୍ୟାତ । ତେଣୁ କାଳକ୍ରମେ ଏଜିୟାନ୍ ସାଗରରେ ରହିଥିବା ଦ୍ୱୀପସମୂହ ଗୁଡ଼ିକୁ ଆର୍କିପେଲାଗୋ ବୋଲି କୁହାଗଲା ।

ଦ୍ୱୀପପୁଞ୍ଜର ପ୍ରକାର ଭେଦ

ବିଶ୍ୱରେ ବିଭିନ୍ନ ପ୍ରକାରର ଦ୍ୱୀପସମୂହ ଦେଖାଯାଏ । କୌଣସି ମହାଦେଶ, ଦେଶ ବା ଭୂଖଣ୍ଡକୁ ଲାଗି ଅନେକ କ୍ଷୁଦ୍ର ଦ୍ୱୀପ ରହିଥାନ୍ତି । ମହାସାଗର ମଧ୍ୟରେ ଭୂଖଣ୍ଡରୁ ଅନେକ ଦୂରରେ ମଧ୍ୟ ଦ୍ୱୀପପୁଞ୍ଜ ଦେଖାଯାନ୍ତି । ଉଦାହରଣ ସ୍ୱରୂପ ସ୍କଟ୍‍ଲ୍ୟାଣ୍ଡର ଚତୁଃପାର୍ଶ୍ୱରେ ୭୦୦ରୁ ଅଧିକ ଛୋଟ ଛୋଟ ଦ୍ୱୀପ ରହିଛନ୍ତି ଓ ଏମାନଙ୍କୁ ନେଇ ସ୍କଟ୍‍ଲ୍ୟାଣ୍ଡର ଦ୍ୱୀପପୁଞ୍ଜ ଗଠିତ । ଅଧିକାଂଶ ସମୟରେ ଆଗ୍ନେୟ ଉଦ୍‍ଗୀରଣରୁ ବା ଭୂଖଣ୍ଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ କ୍ରମଶଃ ପୋତି ହୋଇ ବା ଅବକ୍ଷୟ ଘଟି ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଦ୍ୱୀପମାନଙ୍କ ଭୌଗୋଳିକ ସୃଷ୍ଟିର କାରଣକୁ ଭିତ୍ତି କରି ଏମାନଙ୍କୁ ମହାସାଗରୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Oceanic Islands), ମହାଦେଶୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Islands) ବା ବିଖଣ୍ଡିତ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Fragments) ଶ୍ରେଣୀରେ ବିଭକ୍ତ କରାଯାଏ ।

ମହାସାଗରୀୟ ଦ୍ୱୀପପୁଞ୍ଜ

ସାଧାରଣତଃ ମହାସାଗରୀୟ ଦ୍ୱୀପସମୂହ ଆଗ୍ନେୟ ଉଦ୍‍ଗୀରଣରୁ ସୃଷ୍ଟି ହୋଇଥାନ୍ତି ଓ ଭୂଖଣ୍ଡରୁ ଯଥେଷ୍ଟ ଦୂରରେ ମହାସାଗର ମଧ୍ୟରେ ଏମାନେ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ଗର୍ଭରୁ ଆଗ୍ନେୟ ଉଦ୍‍ଗୀରଣ ହୋଇ ଏହି ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଏକ ଆଗ୍ନେୟ କେନ୍ଦ୍ର ନିକଟରେ ଦ୍ୱୀପପୁଞ୍ଜମାନ ସୃଷ୍ଟି ହୋଇ ଧନୁ ପରି ଦେଖାଯାନ୍ତି । ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ୱୀପମାନଙ୍କର ସୃଷ୍ଟି ହୁଏ ।

ଉଦାହରଣ ସ୍ୱରୂପ : ହାୱାଇ, ମାଳଦ୍ୱୀପ, ଜାପାନ ।

ବିଖଣ୍ଡିତ ଦ୍ୱୀପପୁଞ୍ଜ

ଭୂଚଳନ ଯୋଗୁଁ କିଛି ସ୍ଥଳଭାଗ ମହାଦେଶ ବା ମୁଖ୍ୟ ସ୍ଥଳଭାଗରୁ ଦୂରକୁ ବିସ୍ଥାପିତ ହୋଇ ବିଖଣ୍ଡିତ ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି ।

ବିଖଣ୍ଡିତ ଦ୍ୱୀପପୁଞ୍ଜର କେତେକ ଉଦାହରଣ ହେଲା ମାଡାଗାସ୍କାର୍, ମାସ୍କାରେନ୍ ଦ୍ୱୀପପୁଞ୍ଜ, ତିମୋର୍ ଦ୍ୱୀପପୁଞ୍ଜ ଇତ୍ୟାଦି । ଇଣ୍ଡୋନେସୀୟ ଦ୍ୱୀପପୁଞ୍ଜର କିଛି ଅଂଶକୁ ମଧ୍ୟ ବିଖଣ୍ଡିତ ଦ୍ୱୀପ କୁହାଯାଏ ।

ମହାଦେଶୀୟ ଦ୍ୱୀପପୁଞ୍ଜ

ଭୂଖଣ୍ଡରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ମହାଦେଶୀୟ ଦ୍ୱୀପପୁଞ୍ଜ ଦେଖାଯାନ୍ତି ଓ ଏମାନେ ମହାଦେଶର ଅଂଶ ଭାବେ ପରିଗଣିତ ହୋଇଥାନ୍ତି । ହିମଯୁଗର ଶେଷ ବେଳକୁ ବରଫ ତରଳି ଜଳସ୍ତର ବଢ଼ିବା ଫଳରେ ଅନେକ ସ୍ଥଳଭାଗ ସମୁଦ୍ରଗର୍ଭରେ ବୁଡ଼ିଗଲା । ଉଚ୍ଚସ୍ଥାନଗୁଡ଼ିକ ଦ୍ୱୀପ ଆକାର ଧାରଣ କଲେ ।

ଉଦାହରଣ ସ୍ୱରୂପ : ତାଇୱାନ୍, ଫିନ୍‍ଲ୍ୟାଣ୍ଡ୍, ମାଳୟ ।

ଗ୍ୟାଲେରି

ଆଧାର

ଆହୁରି ଦେଖନ୍ତୁ

ବିଶ୍ୱର ପ୍ରମୁଖ ଦ୍ୱୀପପୁଞ୍ଜ

ଫରାସୀ ପୋଲିନେସିଆ

ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ

କେମନ୍ ଦ୍ୱୀପପୁଞ୍ଜ

କୁକ ଦ୍ୱୀପପୁଞ୍ଜ

ଫାରୋ ଦ୍ୱୀପପୁଞ୍ଜ

ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ

କୋକୋସ୍ (କୀଲିଙ୍ଗ୍) ଦ୍ୱୀପପୁଞ୍ଜ

ଫଲ୍‌କ୍‌ଲ୍ୟାଣ୍ଡ ଦ୍ୱୀପପୁଞ୍ଜ

Tags:

ଦ୍ୱୀପପୁଞ୍ଜ ଈଂରାଜୀ ଶବ୍ଦ ଆର୍କିପେଲାଗୋର ଉତ୍ପତ୍ତି ଓ ବ୍ୟବହାରଦ୍ୱୀପପୁଞ୍ଜ ର ପ୍ରକାର ଭେଦଦ୍ୱୀପପୁଞ୍ଜ ଗ୍ୟାଲେରିଦ୍ୱୀପପୁଞ୍ଜ ଆଧାରଦ୍ୱୀପପୁଞ୍ଜ ଆହୁରି ଦେଖନ୍ତୁଦ୍ୱୀପପୁଞ୍ଜ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସ୍ୱାଧୀନତା ଆନ୍ଦୋଳନସଜନାଜୟ ଜଗନ୍ନାଥଏଚଆଇଭି/ଏଡସସମାଜ (ଖବରକାଗଜ)ମନୋଜ ଦାସଅଚ୍ୟୁତାନନ୍ଦ ପ‌ତିତାରିଣୀ ମନ୍ଦିର, ଘଟଗାଁଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଗୌତମ ବୁଦ୍ଧଅକ୍ଷାଂଶହୀରାକୁଦ ବନ୍ଧକଣ୍ଡୋମଭାରତୀୟ ଜନତା ପାର୍ଟିଶାରଳା ପୁରସ୍କାରକାନାଡ଼ାଶ୍ରୀ ଅରବିନ୍ଦଫିଲିପାଇନ୍ସବାରାକ ଓବାମାରାଧାନାଥ ରାୟପରିବେଶମହାତ୍ମା ଗାନ୍ଧୀକୁଜିବର ପ‌ତ୍ରଅଦାଜଳ ପ୍ରଦୂଷଣଲକ୍ଷ୍ମୀକାନ୍ତ ମହାପାତ୍ରରାଜ୍ୟନଟବର ସାମନ୍ତରାୟଓଡ଼ିଆ ସାହିତ୍ୟଦୀନକୃଷ୍ଣ ଦାସଯାଜପୁରଭାରତର ଜାତୀୟ ପତାକାମରିସସଭାରତୀୟ ଜାତୀୟ କଂଗ୍ରେସଗୋଦାବରୀଶ ମିଶ୍ରସୁବର୍ଣ୍ଣରେଖା ନଦୀ୨୬ ଅପ୍ରେଲରେଭେନ୍‌ସା କଲିଜିଏଟ ସ୍କୁଲ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୬ ଫେବୃଆରୀସଂଗୀତପ୍ରଥମ ବିଶ୍ୱଯୁଦ୍ଧରଥଯାତ୍ରାଚନ୍ଦ୍ରଶେଖର ରଥଦାସକାଠିଆକେଶବ କୋଇଲିରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନାରୀବାଦମେସିନ ଟ୍ରାନ୍ସଲେସନରାସେଶ୍ୱରୀ ପାଣିଗ୍ରାହୀବିଧାନ ସଭା ସଭ୍ୟଏ. ପି. ଜେ. ଅବଦୁଲ କଲାମ୨୫ ମାର୍ଚ୍ଚରାଜ୍ୟ ସଭାଖଣ୍ଡାୟତଲସ ଏଞ୍ଜଲେସ ଲେକର୍ସରାଜକିଶୋର ରାୟଆଖୁଭଦ୍ରକ ଜିଲ୍ଲାକାଳିନ୍ଦୀ ଚରଣ ପାଣିଗ୍ରାହୀଭୂମିଜ ଜାତିକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକଳିଙ୍ଗ ଯୁଦ୍ଧଟେସାମୋରେଲିନତପସ୍ୱିନୀଭାଷା୧ ଅପ୍ରେଲ🡆 More