ଦାସକାଠିଆ: ଓଡ଼ିଶାର ଲୋକ ନୃତ୍ୟ

ଦାସକାଠିଆ ଏକ ପାରମ୍ପାରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ ।

ଦାସକାଠିଆ
ଦାସକାଠିଆ: ଶବ୍ଦାର୍ଥ, ପରିବେଷଣ, ଅଧୁନାତନ ସ୍ଥିତି
ଦାସକାଠିଆ ପରିବେଷଣ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଗଞ୍ଜାମ, ଓଡ଼ିଶା
ଗୀତ-ସଙ୍ଗୀତଦାସକାଠିଆ ସଙ୍ଗୀତ
କଳାକାରଗାହାଣ, ପାଳିଆ

ଏହା ଆଗକାଳରେ ମନୋରଞ୍ଜନ ଏକ ମୁଖ୍ୟ ମାଧ୍ୟମ ଥିଲା । ଏଠିରେ ଏକ କାଠ ଯୋଡ଼ାକୁ ନିଜ ନିଜ ସହିତ ବଜାଇ ଏକ ନିଆରା ଶବ୍ଦ ତିଆରି କରାଯାଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି । ଗାୟକରତ୍ନ ବୈଦ୍ୟନାଥ ଶର୍ମ୍ମା ଦାସକାଠିଆର ଉଲ୍ଲେଖଯୋଗ୍ୟ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ ।

ଶବ୍ଦାର୍ଥ

'ଦାସ'ର ଅର୍ଥ ହେଉଛି ସେବକ ଓ 'କାଠିଆ' ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା ଯାହା ଗାହାଣ ଓ ପାଳିଆଙ୍କ ଦେଇ ବଜାଯାଇଥାଏ । ଏଥିରେ ଗାହାଣ ଓ ପାଳିଆ ନିଜକୁ ଭଗବାନ ଶିବଙ୍କ ଦାସ ଭାବରେ ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି ।

ବଡ଼ ଆକାରର ଦାସକାଠିକୁ ରାମତାଳି ନାମରେ ଅଭିହିତ କରାଯାଇଥାଏ । ଏହି ରାମତାଳିର ବର୍ଣ୍ଣନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସରେ ମଧ୍ୟ ପ୍ରାପ୍ତ ହୁଏ ।

ବାତପୋତ ତରୁ ସ୍ଫୁଟପ୍ରାୟ ସର୍ବେ ଏକାଳେ ରଘୁନନ୍ଦନ
ବେଳାସ୍ତ ଅନାଇ ଦ୍ୱିବିଦକୁ ପେଷି ବାହୁଡ଼ାଇ ନେଲେ ସୈନ୍ୟ ସେ ।
ବାଜୁଅଛି ରାମତାଳି । ବେଗେ ସୁବେଳରେ ମିଳି ହେ ।

— ଏକଚତ୍ୱାରିଂଶ ଛାନ୍ଦ, ବୈଦେହୀଶ ବିଳାସ

ପରିବେଷଣ

ଏହା ମୁଖ୍ୟତଃ ଶିବଙ୍କ ବନ୍ଦନା-ଗୀତନାଟ ହୋଇଥିଲେ ମଧ୍ୟ ଏଥିରେ କାଳୀ, ଗଣେଶ ଆଦି ଦେବଦେବୀଙ୍କ ବନ୍ଦନା ମଧ୍ୟ ଏଥିରେ ସ୍ଥାନ ପାଇଥାଏ । ଏହି ପରିବେଷଣ ବେଳରେ ଗାହାଣ ଓ ପାଳିଆ ନାନାଦି ଲଘୁ ପରିହାସ ଛଳରେ ଅନେକ ଜାଣିବା କଥା କହିଥାନ୍ତି । ପରିବେଷଣ ସମୟରେ ହାତରେ ଥିବା ଯୋଡ଼ା କାଠିଆକୁ ବଜାଇ ଗୀତ ବୋଲାଯାଇଥାଏ ଓ ଅଭିନୟ କରାଯାଇଥାଏ । ଏଥିରେ ପ୍ରଧାନତଃ ପୌରାଣିକ କାହାଣୀ ସ୍ଥାନ ପାଉଥିଲେ ହେଁ ଅଧୁନା ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହେଉଥିବା ନାନାଦି ଜନ ସଚେତନତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଦାସକାଠିଆ ପରିବେଷଣ କରାଯାଉଛି ।

ଅଧୁନାତନ ସ୍ଥିତି

ପାଲା ଓ ଦାସକାଠିଆ ସାଧାରଣ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଲୋପ ପାଇବାକୁ ବସୁଛି, ଏଥି ନିମନ୍ତେ ଧିରେ ଧିରେ ସରକାରୀ ଓ ବେସରକାରୀ ସ୍ତରରେ ଧିରେ ଧିରେ ଅଣଲାଭକାରୀ ଓ ଅଣ ସରକାରୀ ସଙ୍ଗଠନ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଅଛି ।

ଆଧାର

ବାହାର ଲିଙ୍କ

Tags:

ଦାସକାଠିଆ ଶବ୍ଦାର୍ଥଦାସକାଠିଆ ପରିବେଷଣଦାସକାଠିଆ ଅଧୁନାତନ ସ୍ଥିତିଦାସକାଠିଆ ଆଧାରଦାସକାଠିଆ ବାହାର ଲିଙ୍କଦାସକାଠିଆଓଡ଼ିଆ ଭାଷାଓଡ଼ିଶାଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭୃସଙ୍ଗ ଗଛଅମାବାସ୍ୟାଗ୍ରହବୌଦ୍ଧ ଜିଲ୍ଲାପର୍ଯ୍ୟାୟ ସାରଣୀପିତ୍ତକୋଷବୈଦେହୀଶ ବିଳାସରମାଦେବୀ ଚୌଧୁରୀବିଜୁ ଜନତା ଦଳସଂକ୍ରାନ୍ତିବୀଜାଣୁଲାଟିନ ଭାଷାବନମାଳୀ ଦାସଧନୁଷ୍ଟଙ୍କାରଭାରତ ସରକାରଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶୁକଦେବବିଶ୍ୱତାପନଚାଣକ୍ୟକୋଷ୍ଠକାଠିନ୍ୟଫିଫା ବିଶ୍ୱକପଅର୍ଥଶାସ୍ତ୍ରପଦାର୍ଥନବୀନ ପଟ୍ଟନାୟକସାନ୍ତାଳୀ ଲୋକସଂସ୍କୃତିପୁରୀକୋଣାର୍କ ସୂର୍ଯ୍ୟ ମନ୍ଦିରଲବଣ ସତ୍ୟାଗ୍ରହଶାଗବିଲେଇଭାରତ ମସଲାନମିତା ଅଗ୍ରୱାଲ୩୦ ଅପ୍ରେଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶୃତି ମହାପାତ୍ରନୀଳମାଧବ ମନ୍ଦିରଭିକାରୀ ବଳଆନ୍ତର୍ଜାତିକ ମହିଳା ଦିବସବେଲବ୍ରତମନ୍ମଥ ନାଥ ଦାସଭାରତୀୟ ଜାତୀୟ କଂଗ୍ରେସଗୁରୁପ୍ରସାଦ ମହାନ୍ତିଖ୍ରୀଷ୍ଟ ମହାବିଦ୍ୟାଳୟମଧୁସୂଦନ ଦାସwiki.phtml୧୭ ଅପ୍ରେଲଅଂଶୁଘାତମାଳିକାନାରଦମହିମା ଧର୍ମନବକଳେବରହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଗ୍ରୀକ ଭାଷାସୁରମା ପାଢ଼ୀବି. ଆର. ଆମ୍ବେଦକରଯବକ୍ଷାରଜାନପଠାଣି ସାମନ୍ତକେଶାପାଲିଗଙ୍ଗା (ହିନ୍ଦୁଧର୍ମରେ)ଓଡ଼ିଆ ନବବର୍ଷଚୈତ୍ରକଳାପାହାଡ଼୧୧ ମାର୍ଚ୍ଚ🡆 More