ତ୍ରିଲୋଚନ ପ୍ରଧାନ: ଓଡ଼ିଆ ବୈଜ୍ଞାନିକ

ତ୍ରିଲୋଚନ ପ୍ରଧାନ (୩ ଜାନୁଆରୀ ୧୯୨୯ - ୦୪ ଡିସେମ୍ବର ୨୦୨୧), ଭାରତର ଜଣେ ବୈଜ୍ଞାନିକ ଓ ଲେଖକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଭୌତିକୀ ସଂସ୍ଥାନର (Institute of Physics) ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତ୍ରିଲୋଚନ ପ୍ରଧାନ
ଜନ୍ମ(1929-01-03)୩ ଜାନୁଆରୀ ୧୯୨୯
ଘଣାଶାଳିଆ,ନୟାଗଡ଼ ଜିଲ୍ଲା
ମୃତ୍ୟୁ୪ ଡିସେମ୍ବର ୨୦୨୧(2021-12-04) (ବୟସ ୯୨)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଶିକ୍ଷାପି.ଏଚ.ଡି (ଚିକାଗୋ ବିଶ୍ୱବିଦ୍ୟାଳୟ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ପ୍ରସିଦ୍ଧିବୈଜ୍ଞାନିକ
ପୁରସ୍କାରପଦ୍ମ ଭୂଷଣ, କଳିଙ୍ଗ ସମ୍ମାନ

ଜୀବନୀ

ତ୍ରିଲୋଚନ ପ୍ରଧାନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ୱାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଥିଲେ ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଥିଲେ । ସେ ଭାରତୀୟ ବିଜ୍ଞାନ ଅକାଦେମୀ, ବାଙ୍ଗାଲୋର ସହିତ ମଧ୍ୟ ସଂଶ୍ଲିଷ୍ଟ ଅଥିଲେ ।

୨୦୨୧ ମସିହା ଡିସେମ୍ବର ୪ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।

ଲିଖିତ ପୁସ୍ତକ

  • ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) - ୨୦୦୧
  • କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ)
  • ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ

ପୁରସ୍କାର ଓ ସମ୍ମାନ

  • ପଦ୍ମ ଭୂଷଣ, ଭାରତର ୩ୟ ସର୍ବୋଚ୍ଚ ବେସାମରିକ ସମ୍ମାନ - ୧୯୯୦
  • କଳିଙ୍ଗ ସମ୍ମାନ, ୨୦୧୪
  • ମେଘନାଦ ସାହା ପୁରସ୍କାର, ୧୯୮୦

ଆଧାର

Tags:

ତ୍ରିଲୋଚନ ପ୍ରଧାନ ଜୀବନୀତ୍ରିଲୋଚନ ପ୍ରଧାନ ଲିଖିତ ପୁସ୍ତକତ୍ରିଲୋଚନ ପ୍ରଧାନ ପୁରସ୍କାର ଓ ସମ୍ମାନତ୍ରିଲୋଚନ ପ୍ରଧାନ ଆଧାରତ୍ରିଲୋଚନ ପ୍ରଧାନଉତ୍କଳ ବିଶ୍ୱବିଦ୍ୟାଳୟଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଚନ୍ଦ୍ରଶେଖର ରଥଓଡ଼ିଆ ଭାଗବତଗଙ୍ଗାଧର ମେହେରବୈକୁଣ୍ଠନାଥ ପଟ୍ଟନାୟକମୁଣ୍ଡା ଭାଷାସମୂହଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଲାଟିନ ଭାଷାଭଗବତୀ ଦେଉଳସମାଜ (ଖବରକାଗଜ)ଜୟ ଶ୍ରୀରାମଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାରୁବାକୀଭାରତୀୟ ସମ୍ବିଧାନଲକ୍ଷ୍ମଣ ନାୟକଉତ୍କଳ ଦିବସଛଉ ନାଚଲକ୍ଷ୍ମୀରେବତୀ (କ୍ଷୁଦ୍ରଗଳ୍ପ)ଦୁର୍ଗାବଣ୍ଡ (ଅର୍ଥ)ଏକାଦଶୀଜୟା ଶର୍ମା (କାର୍ଯ୍ୟକର୍ତ୍ତା)ବିଜୁ ପଟ୍ଟନାୟକଗୋପାଳ ଚନ୍ଦ୍ର ପ୍ରହରାଜପ୍ଲୁଟୋଉପେନ୍ଦ୍ର ଭଞ୍ଜରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାଜମହଲବାଘଅଷ୍ଟ୍ରେଲିଆଗୋଲୋକ ବିହାରୀ ଧଳଫତୁରାନନ୍ଦରବି ନାରାୟଣ ନନ୍ଦମଥୁରା ମଙ୍ଗଳଚୈତ୍ର ପୂର୍ଣ୍ଣିମାଟୁଇଟର୩ (ସଂଖ୍ୟା)ଦିଲୀପ ତିର୍କୀଥାଲାସେମିଆବାଲିଯାତ୍ରାରାମ ନବମୀ୧୮ ଅପ୍ରେଲଯୁକ୍ତରାଜ୍ୟନିତ୍ୟାନନ୍ଦ ଶତପଥୀରଜଋଷିଆତାରାତାରିଣୀ ମନ୍ଦିରବିଭୂତି ପଟ୍ଟନାୟକନମିତା ଅଗ୍ରୱାଲମନମୋହନ ସାମଲଲୋକ ସଭାର ବାଚସ୍ପତିଅଟଳ ବିହାରୀ ବାଜପେୟୀଓଡ଼ିଆ ନାଟକଅଇଘରାପରଦେଶୀ ବାବୁପବିତ୍ର ମୋହନ ଜେନାସୌରୀନ୍ଦ୍ର ବାରିକସୁନାଫେସବୁକଓଡ଼ିଶା ଉଚ୍ଚ ନ୍ୟାୟାଳୟକେବେ ତମେ ନାହଁ କେବେ ମୁଁ ନାହିଁଜାପାନୀ ଭାଷା🡆 More