ତୁଳସୀ ଲାହିରି | |
---|---|
ଜନ୍ମ | ରଙ୍ଗପୁର, ବ୍ରିଟିଶ ଭାରତ | ୭ ଅପ୍ରେଲ ୧୮୯୭
ମୃତ୍ୟୁ | ୨୨ ଜୁନ ୧୯୫୯ | (ବୟସ ୬୨)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା କଥାଚିତ୍ର ନିର୍ଦ୍ଦେଶକ ନାଟ୍ୟକାର |
ସକ୍ରିୟ ବର୍ଷ | ୧୯୨୦–୧୯୫୯ |
ଲାହିରି ୧୮୯୭ ମସିହାରେ ବ୍ରିଟିଶ ଭାରତର ରଙ୍ଗପୁରର ନାଲଡଙ୍ଗା ଗାଆଁର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବିଏ ଏବଂ ବିଏଲ୍ ପାସ୍ କରି ରଙ୍ଗପୁର କୋର୍ଟରେ ଜଣେ ଓକିଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ କଲିକତାର ଅଲିପୁରକୁ ଆସିବା ପରେ ଉସ୍ତାଦ୍ ଜାମିରୁଦ୍ଦିନ ଖାନ୍ ତାଙ୍କର ଦୁଇଟି ଗୀତ ରେକର୍ଡ଼ କରିଥିଲେ ଏବଂ ଲାହିରିଙ୍କୁ ତାଙ୍କ ମାଷ୍ଟରସ୍ ଭଏସ୍ କମ୍ପାନୀରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଯୋଗଦେବାକୁ ପ୍ରେରିତ କରିଥିଲେ ।
ସେ ମଞ୍ଚ ଏବଂ କଥାଚିତ୍ରରେ ଅଭିନେତା, କଣ୍ଠଶିଳ୍ପୀ ଏବଂ ବାଦ୍ୟକାର ଭାବରେ କାମ କରିଥିଲେ । ସେ ପ୍ରଥମେ ନୀରବ କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ପରେ ୫୦ରୁ ଅଧିକ କଥାଚିତ୍ରରେ କାମ କରିଥିଲେ । ବଙ୍ଗରେ ତାଙ୍କ ଅଭିନୀତ ନାଟକ ଦୁଃଖୀର ଇମାନ ଏବଂ ଛେନ୍ରା ତାର ଅନୁଷ୍ଠିତ ହେବା ପରେ ସେ ଲୋକପ୍ରିୟ ହୋଇଥିଲେ । ସେ ଏକ ଅର୍କେଷ୍ଟ୍ରା ଗଢ଼ିଥିଲେ, ଯାହାକି ମୁଖ୍ୟତଃ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରୁଥିଲା ।୧୯୩୩ ମସିହାରେ ସେ ଜାମୁନା ପୁଲିନେ ଏବଂ ରାଧା କ୍ରିଷ୍ଣା ନାମକ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
This article uses material from the Wiki ଓଡ଼ିଆ article ତୁଳସୀ ଲାହିରି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.