ତାରା ସୁନ୍ଦରୀ

ତାରା ସୁନ୍ଦରୀ (୧୮୭୮-୧୯୪୮) ଜଣେ ବଙ୍ଗଳା ମଞ୍ଚ ଅଭିନେତ୍ରୀ, ଗାୟିକା ଓ ନର୍ତ୍ତକୀ ।

ତାରା ସୁନ୍ଦରୀ
ଜନ୍ମ୧୮୭୮
ମୃତ୍ୟୁ୧୯୪୮
ଜାତୀୟତାଭାରତୀୟ
ବୃତ୍ତିଅଭିନୟ
ପ୍ରସିଦ୍ଧିଅଭିନେତ୍ରୀ

ଜୀବନୀ

ତାରା ସୁନ୍ଦରୀ ୧୮୭୮ରେ ଜନ୍ମ ହୋଇଥିଲେ । ସେ ବିନୋଦିନୀ ଦାସୀଙ୍କ ସାହାଯ୍ୟରେ ଷ୍ଟାର୍ ଥିଏଟର୍‌ରେ ଯୋଗ ଦେଇଥିଲେ, ଯେଉଁଠେରେ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କଦ୍ୱାରା ସେ ନିଜ ପ୍ରଥମ ଅଭିନୟ ଚୈତନ୍ୟ ଲୀଳାରେ କରିଥିଲେ, ଯେଉଁଥିରେ ସେ ଏକ ବାଳକର ଅଭିନୟ କରିଥିଲେ । ସେ ସରଳା ନାଟକରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ଦକ୍ଷତେ ପାଇଁ ଜଣାଶୁଣା ଓ ମଞ୍ଚ ସ୍ତରରେ ଜଣେ ଅଗ୍ରଣୀ ନାରୀ । ୧୮୯୪ରେ ଚନ୍ଦ୍ରଶେଖର ନାଟକରେ ଶୈଳବାଳିନୀ ଚରିତ୍ର ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଥିଲା । ସେ ଅମ୍ରିତଲାଲ୍ ମିତ୍ରଙ୍କଠାରୁ ଅଭିନୟ ଶିଖିଥିଲେ । ସେ କାଶୀନାଥ ଚଟ୍ଟୋପାଧ୍ଧ୍ୟାୟଙ୍କଠାରୁ ନୃତ୍ୟ ଓ ରାମତରଣ ସାନ୍ୟାଲଙ୍କଠାରୁ ଗୀତ ଗାଇବା ଶିଖିଥିଲେ । ୧୮୯୭ରେ ସେ କ୍ଲାସିକ୍ ଥିଏଟର୍ ଦଳରେ ଯୋଗ ଦେଇଥିଲେ । ଏହି ଦଳଟି ଅମରେନ୍ଦ୍ରନାଥ ଦତ୍ତଙ୍କଦ୍ୱାରା ପରିଚାଳିତ ହେଉଥିଲା, ଯେ ଜଣେ ପ୍ରସିଦ୍ଧ ଅଭିନେତା ଓ ନାଟକ ଲେଖକ ଥିଲେ । ସେ ବ‌ହୁତ ନାଟକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରଶମସା କରାଯାଇଥିଲା ।

ତାରା ସୁନ୍ଦରୀ ଅଭିନୟ ଜଗତରୁ ୧୯୨୨ରେ ତାଙ୍କ ପୁଅର ମୃତ୍ୟୁ ପରେ ଅବସର ନେଇଥିଲେ । ସେ ଭୁବନେଶ୍ୱର ଆସି ଏକ ଆସ୍ରମ କରିଥିଲେ । ସେ ତାଙ୍କର ସମସ୍ତ ସମୟ ଧର୍ମଚର୍ଚ୍ଚାରେ ବିତାଇଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କ ଅନୁରୋଧରେ ସେ କୋଲକାତା ଫେରିଥିଲେ ଓ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ । ଫେରିବା ପରେ ତାଙ୍କ ପ୍ରଥମ ଅଭିନୟ ଥିଲା ଦୁର୍ଗେଶନନ୍ଦିନୀ ନାଟକରେ ଆୟେଶା ଚରିତ୍ର । ସେ ହରିଶ୍ଚନ୍ଦ୍ର ନାଟକରେ ଶୈବ୍ୟା ଚରିତ୍ରରେ, ରିଜିଆ ଦେଶଭକ୍ତ ଓ ବଳିଦାନ ନାଟକରେ ସରସ୍ୱତୀ ଚରିତ୍ରରେ ଅଭିନୟ କରିଥିଲେ । ସେ ବଙ୍ଗଳାରେ ତାଙ୍କ ଆଦ୍ୟ ଅଭିନୟ ଜୀବନ ଶିଶିର କୁମାର ଭାଦୁରୀଙ୍କ ସ‌ହ କରିଥିଲେ । ମିତ୍ର ଦଳରେ ଯୋଗ ଦେବା ପରେ ଅଭିନୟ ଜୀବନରେ ପରିବର୍ତ୍ତନ ଆସିଥିଲା । ସେ ଜନରେ ଏକ ଅତିଥି ଚରିତ୍ର ଅଭିନୟ କରିଥିଲେ ଓ ୧୯୨୬ରେ ଶ୍ରୀ ଦୂର୍ଗା ନାଟକରେ ଦୂର୍ଗା ଚରିତ୍ରରେ ଅଭିନୟ କରିଥିଲେ । ସେ ୧୯୪୮ରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅଷ୍ଟମୀଓଡ଼ିଶାର ଭୂଗୋଳନନ୍ଦ କିଶୋର ବଳଧର୍ମେନ୍ଦ୍ର ପ୍ରଧାନଅନନ୍ତ ପଟ୍ଟନାୟକଲୋକ ସଭାଅବସାଦ୨୮ ଅପ୍ରେଲଓଡ଼ିଆ ସାହିତ୍ୟର ଇତିହାସନମିତା ଅଗ୍ରୱାଲଶବ୍ଦ (ପଦ)୨୦ ଅପ୍ରେଲଜଳପୁଟ ବନ୍ଧଆରଣ୍ୟକଦି ଇଣ୍ଡିଆନ ଏକ୍ସପ୍ରେସକାଳୀଚରଣ ପଟ୍ଟନାୟକମେଲାଟୋନିନସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରରାସନ କାର୍ଡ଼ (ଭାରତ)ଜାନକୀ ବଲ୍ଲଭ ପଟ୍ଟନାୟକଚିଲିକା (କବିତା)ଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାଲବଣ ସତ୍ୟାଗ୍ରହଗୋପବନ୍ଧୁ ଦାସଭାଷାପରିବେଶଗ୍ରହମହେନ୍ଦ୍ର କୁମାର ମିଶ୍ରଜୟୀ ରାଜଗୁରୁଗୌରୀଶଙ୍କର ରାୟଛ ମାଣ ଆଠ ଗୁଣ୍ଠଉଇକିକମନ୍ସଦଶାବତାରଶକୁନି (ମହାଭାରତ)ପଖାଳବ୍ରାହ୍ମ ସମାଜଓଡ଼ିଆ ବିଶ୍ୱବିଦ୍ୟାଳୟଛବିଳ ମଧୁ ବର୍ଣ୍ଣବୋଧ୧୯୩୬ରସଗୋଲାସେତୁ ପାର୍ବତୀ ବାୟୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପଟ୍ଟଚିତ୍ରପୁଷ୍ଟିସାରଭାରତୀୟ ସ୍ୱାଧୀନତା ଆନ୍ଦୋଳନଭାରତର ପ୍ରଧାନମନ୍ତ୍ରୀଗୋଦାବରୀଶ ମହାପାତ୍ରମାୟାଧର ମାନସିଂହହାର୍ଡୱେରଖ୍ରୀଷ୍ଟ ମହାବିଦ୍ୟାଳୟବ୍ୟଞ୍ଜନ ବର୍ଣ୍ଣକାର୍ଲ୍ ଲିନିଅସ୍ଦ୍ୱାରକେଶ୍ୱର ନଦୀକଣ୍ଡୁରୀ ଚରଣ ଦାସବୀର ସୁରେନ୍ଦ୍ର ସାଏବିଦୁସ୍ମିତାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟକମ୍ପ୍ୟୁଟରହନୁମାନ ଜୟନ୍ତୀଝାରସୁଗୁଡା - ବିଜୟନଗରମ୍ ରେଳପଥମମତା ଦାଶମେଘନା ନଦୀଗୋବିନ୍ଦ ଚନ୍ଦ୍ର ଦାସବାରିପଦାଗାଟିଫ୍ଲୋକ୍ସାସିନ🡆 More