ଝୁଲଣ ଯାତ୍ରା

ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ।

ଝୁଲଣଯାତ୍ରା
ପାଳନକାରୀଶ୍ରୀମନ୍ଦିର ସହ ସମସ୍ତ ବିଷ୍ଣୁ ମନ୍ଦିର ।
ଆରମ୍ଭଶ୍ରାବଣ ଶୁକ୍ଳ ଦଶମୀ
ଶେଷଭାଦ୍ରବ ପ୍ରତିପଦ
ତାରିଖ୬ ଅଗଷ୍ଟ ୨୦୨୨
୨୦୨୪ ତାରିଖdate missing (please add)

କିମ୍ବଦନ୍ତୀ

ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛି ସେବାପାଇଁ ପ୍ରାର୍ଥନା କଲେ । ସେ ଅନୁସାରେ ଏକ ସୁନ୍ଦର ଝିଲମିଲ ଜରିଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା ।

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।

ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି । ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।

ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।

ଆଧାର

Tags:

କୃଷ୍ଣଦଶମୀପ୍ରତିପଦଭାଦ୍ରବଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ବାଞ୍ଛାନିଧି ମହାନ୍ତିକେନ୍ଦୁଝର ଜିଲ୍ଲାମେଟ୍ରୋନିଡାଜୋଲଶ୍ୱେତସାରଜଳବିଦ୍ୟୁତ୍ପ୍ଲୀହାଟୋକିଓମଧୁସୂଦନ ଦାସବିବାହଦୀନକୃଷ୍ଣ ଦାସଭାଷାଅନ୍ତରା ଚକ୍ରବର୍ତ୍ତୀବେଙ୍ଗରାଜନୀତି ବିଜ୍ଞାନସଚ୍ଚିଦାନନ୍ଦ ରାଉତରାୟସମୟମଣ୍ଡଳଏମିତି ଭାଇ ଜଗତେ ନାହିଁଜ୍ଞାନପୀଠ ପୁରସ୍କାରରାମାୟଣଦୀପକ ମିଶ୍ରଶୁକ୍ରଶିମିଳିପାଳ ଜାତୀୟ ଉଦ୍ୟାନଗୋଲୋକ ବିହାରୀ ଧଳବିଜୁ ପଟ୍ଟନାୟକପଞ୍ଚତନ୍ତ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦେଉଳଝରି ଉଷ୍ଣପ୍ରସ୍ରବଣଗୋପବନ୍ଧୁ ଦାସଓଡ଼ିଆ କାବ୍ୟ କବିତାଅମରପୋଇଉପବାସଉତ୍କଳ ଦିବସ୨୧ ମାର୍ଚ୍ଚମୟୂରଭଞ୍ଜ ଜିଲ୍ଲାଶ୍ରୀ ଅରବିନ୍ଦବଣ୍ଡ (ଅର୍ଥ)ମଣିଷନରେନ୍ଦ୍ର ମୋଦୀରାମକୃଷ୍ଣ ନନ୍ଦଓଡ଼ିଶାର ତହସିଲ ତାଲିକାଜଗନ୍ନାଥ ମନ୍ଦିରଦାସକାଠିଆ୨ ଜୁନଉଇକିଖବର୨୧୧୯୭୦ବିଜୟ ମିଶ୍ରବାସନ୍ତୀଭୁବନେଶ୍ୱରମହୁମାଛିବ୍ରହ୍ମୋତ୍ରୀ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆ ଭାଷା୨୫ ନଭେମ୍ବରଫକୀର ମୋହନ ସେନାପତିଦୋହାକୋଷ ଓ ବୌଦ୍ଧ ଗାନରାଧାରାଣୀ ପଣ୍ଡାମଇଅର୍ଥଶାସ୍ତ୍ରନାରୀବାଦଉଇକିକମନ୍ସବାଲେଶ୍ୱରଦେବ୍ରାଜ ଲେଙ୍କାବିଜୟ କୁମାର ପ୍ରଧାନଭାରତର ଜାତୀୟ ପତାକାଶୈଳବାଳା ଦାସ🡆 More