ଝୁଲଣ ଯାତ୍ରା

ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ।

ଝୁଲଣଯାତ୍ରା
ପାଳନକାରୀଶ୍ରୀମନ୍ଦିର ସହ ସମସ୍ତ ବିଷ୍ଣୁ ମନ୍ଦିର ।
ଆରମ୍ଭଶ୍ରାବଣ ଶୁକ୍ଳ ଦଶମୀ
ଶେଷଭାଦ୍ରବ ପ୍ରତିପଦ
ତାରିଖ୬ ଅଗଷ୍ଟ ୨୦୨୨
୨୦୨୪ ତାରିଖdate missing (please add)

କିମ୍ବଦନ୍ତୀ

ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛି ସେବାପାଇଁ ପ୍ରାର୍ଥନା କଲେ । ସେ ଅନୁସାରେ ଏକ ସୁନ୍ଦର ଝିଲମିଲ ଜରିଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା ।

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।

ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି । ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।

ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।

ଆଧାର

Tags:

କୃଷ୍ଣଦଶମୀପ୍ରତିପଦଭାଦ୍ରବଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଗବତଚୀନର ବିଶାଳ ପ୍ରାଚୀରଶନିଜୟୀରାମ ସାମଲତ୍ରିନାଥ ସାହୁଓଡ଼ିଆ ନାଟକକନକ ବର୍ଦ୍ଧନ ସିଂହ ଦେଓତରୁଣକାନ୍ତି ମିଶ୍ରସୌଭାଗ୍ୟ କୁମାର ମିଶ୍ରଟାଇଫଏଡଅଗଷ୍ଟରାଧାରାଜଧାନୀ ପ୍ରତିଷ୍ଠା ଦିବସଇକ୍ୱାଡୋରତୁଳସୀ ଚଉରାକବିସୂର୍ଯ୍ୟ ବଳଦେବ ରଥପ୍ରୀତିରଞ୍ଜନ ଘଡ଼ାଇଓଡ଼ିଆ କାବ୍ୟ କବିତାଶାନ୍ତନୁ କୁମାର ଆଚାର୍ଯ୍ୟମାଗୁଣିର ଶଗଡ଼ (କଥାଚିତ୍ର)କୋଳିଜନ ଗଣ ମନଲୈଲା ଓ ଲୈଲାବିଶ୍ୱ ଏଡ୍‌ସ ଦିବସଗୋପାଳ ଚନ୍ଦ୍ର ପ୍ରହରାଜମସ୍କୁଲାର ଡିସଟ୍ରୋଫିକଟକ ଚଣ୍ଡୀ ମନ୍ଦିରସତ୍ୟନାରାୟଣ ରାଜଗୁରୁବୈସାଖୀବିଜୁ ଜନତା ଦଳଇମେଲଲକ୍ଷ୍ମୀବ୍ରହ୍ମପୁରରାଜ୍ୟ ସଭାଉଇକିକଥାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶିଶୁ ଅନନ୍ତ ଦାସସୂର୍ଯ୍ୟପରାଗଭାରତୀୟ ମୁଦ୍ରାସିନ୍ଧୁ ନଦୀକମଳା ଦାସ୧୭୫୩ଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଗୌତମ ବୁଦ୍ଧଅମାବାସ୍ୟାଜମ୍ମୁ ଓ କଶ୍ମୀରରାମାୟଣରାସନ କାର୍ଡ଼ (ଭାରତ)ରାଜନୀତି ବିଜ୍ଞାନପଞ୍ଚସଖାସଂସ୍କୃତଓଡ଼ିଶାରେ ଦେବୀପୂଜାର ଐତିହ୍ୟଏଚଆଇବି ଟିକାଗୋସାଣୀ ଯାତ୍ରାଭାରତର ଜାତୀୟ ପତାକାଯୋଗଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରସୁନାଗୋସ୍ୱାମୀ ମଠଚାରି ଧାମବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ଵ ଓଜୋନ ଦିବସଅଞ୍ଜୁବାଳା ଜେନାପଠାଣି ପଟ୍ଟନାୟକପ୍ରସନ୍ନ କୁମାର ପାଟ୍ଟଶାଣୀଆଫ୍ରିକାସୁନାବେଶଶିବ🡆 More