ଜେନିଟାଲ ହର୍ପିସ: ମାନବ ରୋଗ

ଜେନିଟାଲ ହର୍ପିସ (ଇଂରାଜୀ ଭାଷା)ରେ Genital herpes) ରୋଗ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (Herpes simplex virus) (HSV-1, HSV-2) ଯୋଗୁ ସୃଷ୍ଟି ହେଉଥିବା ଏକ ଯୌନ (genital) ସଂକ୍ରାମକ ରୋଗ । ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ଲକ୍ଷଣ ନଥିବାରୁ ବା ସ୍ୱଳ୍ପ ଲକ୍ଷଣ ଥିବାରୁ ରୋଗ ଥିବା ଜାଣିପାରନ୍ତିନି । ପ୍ରଥମେ ଛୋଟ ଫୋଟକା (small blisters) ହୋଇ ବାହାରେ ଯାହା ଫାଟିଯାଇ କଷ୍ଟଦାୟକ ଅଲସର (ulcers) ବା ଘାଆ ହୁଏ । ଇନ୍‌ଫ୍ଲୁଏଞ୍ଜା (Flu-like symptoms) ଯେପରି ଜ୍ୱର, ବେଦନା ହୁଏ ବା ଲସିକା ଗ୍ରନ୍ଥି ଫୁଲିଯାଏ । ରୋଗୀ ସଂସ୍ପର୍ଶରେ ଆସିବାର ୪ ଦିନ ବେଳକୁ ରୋଗ ଆରମ୍ଭ ହୁଏ ଓ ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ରହେ । ଥରେ ରୋଗ ହେବାପରେ ଆଉଥରେ ରୋଗ ହୋଇପାରେ କିନ୍ତୁ ତାହା ସାମାନ୍ୟ ଧରଣର ହୁଏ ।

Anogenital herpesviral infection, herpes genitalis
ଜେନିଟାଲ ହର୍ପିସ: ମାନବ ରୋଗ
ବାହ୍ୟ ଯୋନୀରେ ହୋଇଥିବା ଜେନିଟାଲ ହର୍ପିସ ରୋଗ
ବିଭାଗସଂକ୍ରମକ ରୋଗ (Infectious disease)
ଲକ୍ଷଣନଥାଇପାରେ, ଛୋଟ ଫୋଟକା (small blisters) ଯାହା ଫାଟିଯାଇ କଷ୍ଟଦାୟକ ଘାଆ ହୁଏ, ଇନ୍‌ଫ୍ଲୁଏଞ୍ଜା ଭଳି ଲକ୍ଷଣ
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୨-୧୨ ଦିନ ପରେ ।
ଅବଧି୪ ସପ୍ତାହ ପର୍ଯ୍ୟନ୍ତ
କାରଣହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (Herpes simplex virus) (HSV-1, HSV-2)
ରୋଗ ନିର୍ଣ୍ଣୟ ପଦ୍ଧତିରୋଗୀ ପରୀକ୍ଷା, ରକ୍ତ ପରୀକ୍ଷା (blood tests)
ସଠିକ ରୋଗ ନିର୍ଣ୍ଣୟସିଫିଲିସ୍, ସାଙ୍କ୍ରଏଡ (chancroid), ମୋଲୁସ୍କମ କୋଣ୍ଟାଜିଓସମ, ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା
ପ୍ରତିକାରଯୌନ ସମ୍ପର୍କ ନରଖିବା, କଣ୍ଡୋମ ବ୍ୟବ‌ହାର, ସଂକ୍ରମିତ ନହୋଇଥିବା ବ୍ୟକ୍ତି ସ‌ହ ଯୌନ ସମ୍ପର୍କ ରଖିବା
ଚିକିତ୍ସାଆଣ୍ଟିଭାଇରାଲ ଔଷଧ (Antiviral medication)
ପୁନଃପୌନିକ୮୪୬ ନିୟୁତ (୨୦୧୫)

ରୋଗ ଥିବା ସ୍ଥାନ ସ‌ହିତ ଯୌନ ବା ସ୍ରାବ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପିଥାଏ । ପ୍ରାକୃତିକ ବା ଅପ୍ରାକୃତିକ ଯୌନ ସମ୍ଭୋଗ କଲେ ଏହି ରୋଗ ସଂକ୍ରମଣ ହୁଏ । ଏକ ବର୍ଷ ମଧ୍ୟରେ ପତିପତ୍ନୀ ମଧ୍ୟରେ ସଂକ୍ରମଣ ସଙ୍କଟ ପ୍ରାୟ ୭.୫% ଥାଏ । ଏହି ରୋଗର ବର୍ଗୀକରଣ ଏଚଏସଭି ୧ ଓ ଏଚଏସଭି ୨ ନାମରେ ଦୁଇ ପ୍ରକାର କରାଯାଏ । ଐତିହାସିକ ସ୍ଥରରେ ସାଧାରଣତଃ ଏଚଏସଭି ୨ ହୁଏ କିନ୍ତୁ ଅଧୁନା ବିକଶିତ ଦେଶମାନଙ୍କରେ (developed world) ଏଚଏସଭି ୧ ଅଧିକ ହେବା ଦେଖାଯାଉଛି । ରୋଗ ସ୍ଥାନର ପଲିମରେଜ ଚେନ ରିଆକସନ (PCR) ବା ଭୁତାଣୁ କଲଚର (viral culture) ବା ରକ୍ତ ପରୀକ୍ଷା (blood tests) କରି ନିର୍ଣ୍ଣୟ କରାଯାଏ ।

ଯୌନ ସମ୍ପର୍କ ନରଖି, କଣ୍ଡୋମ (condoms) ବ୍ୟବ‌ହାର କରି ଓ ସଂକ୍ରମିତ ନହୋଇଥିବା ବ୍ୟକ୍ତି ସ‌ହ ଯୌନ ସମ୍ପର୍କ ରଖି ଏହି ରୋଗକୁ ପ୍ରତିରୋଧ କରିହୁଏ । ଥରେ ସଂକ୍ରମିତ ହେଲେ ଆରୋଗ୍ୟ ହୁଏ ନାହିଁ । ମଡ଼କ ହେଲେ ଆଣ୍ଟିଭାଇରାଲ ଔଷଧ (Antiviral medications) ଦେବାଦ୍ୱାରା ବ୍ୟାପିବା କମିଯାଏ ଓ ପ୍ରତିରୋଧ ମଧ୍ୟ ହୋଇଯାଏ । ଦୀର୍ଘକାଳୀନ ଔଷଧ ପ୍ରୟୋଗ କଲେ ଅଧିକ ବ୍ୟାପିବାରୁ ରକ୍ଷା ମିଳିଯାଏ ।

ସନ ୨୦୧୫ରେ ୮୪୬ ନିୟୁତ ଲୋକଙ୍କର (୧୨%) ଜେନିଟାଲ ହର୍ପିସ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୬ ଜଣଙ୍କ ମଧ୍ୟରୁ ଜଣେ ଲୋକର ଏଚଏସଭି ୨ ରୋଗ ଅଛି । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି । ସନ ୧୯୯୦ରୁ ୨୦୧୦ ମଧ୍ୟରେ ଏଚଏସଭି ୨ ରୋଗ ହାର କମିଯାଇଛି । କ୍ୱଚିତ ରୋଗ ଜଟିଳ ହୋଇ ଅସେପ୍ଟିକ ମେନିଞ୍ଜାଇଟିସ (aseptic meningitis) ହୁଏ, ଅଧିକ ଏଚଆଇଭି/ଏଡସ ସଙ୍କଟ ସୃଷ୍ଟି ହୁଏ ଓ ପ୍ରସବ ସମୟରେ ଶିଶୁ ସଂକ୍ରମିତ ହୋଇ ନିଓନାଟାଲ ହର୍ପିସ (neonatal herpes) ସୃଷ୍ଟି ହୁଏ ।

ଆଧାର

Tags:

en:Flu-like symptomsen:Herpes simplex virusen:genitalen:small blistersen:ulcersଇନ୍‌ଫ୍ଲୁଏଞ୍ଜାଜ୍ୱର

🔥 Trending searches on Wiki ଓଡ଼ିଆ:

ପରିବେଶଜଗନ୍ନାଥ ଦାସମହିମା ଧର୍ମମନ୍ଦାରଯକୃତଅର୍ଜୁନ ଗଛଗଇଁଠାବାରିପଦାଯକ୍ଷ୍ମାରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଜନ ଗଣ ମନଶୁକ୍ରବାରସମୟ (କାଳ)ବୀଜାଣୁଅଭିମନ୍ୟୁ ସାମନ୍ତସିଂହାରବଲ୍ଲଭଭାଇ ପଟେଲନାରାୟଣ ସାହୁଓଡ଼ିଆ କଥାଚିତ୍ର ଜଗତଦଣ୍ଡ ନାଟଇଣ୍ଡିଆନ ପ୍ରିମିଅର ଲିଗଭାରତରାସେଶ୍ୱରୀ ପାଣିଗ୍ରାହୀଭାରତର ସଂସ୍କୃତିଜ୍ଞାନପୀଠ ପୁରସ୍କାରସୁବର୍ଣ୍ଣପୁର ଜିଲ୍ଲାବାନ୍ତିଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ଜଳକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆଠଗଡ଼ ଗଡ଼ଜାତ ରାଜ୍ୟଲାଓସହରପ୍ରସାଦ ଦାସକାର୍ଲ୍ ଲିନିଅସ୍ଇତିହାସବୀର ସୁରେନ୍ଦ୍ର ସାଏସୂର୍ଯ୍ୟବିଜୁ ପଟ୍ଟନାୟକକଙ୍କାଳକୋଣାର୍କ ସୂର୍ଯ୍ୟ ମନ୍ଦିରଗିରିଜା କୁମାର ବଳୀୟାରସିଂହସଜନାମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରେମ୨୪ ଅକ୍ଟୋବରଜଗନ୍ନାଥଙ୍କ ଧୂପବାଞ୍ଛାନିଧି ମହାନ୍ତିପ୍ରଶାନ୍ତ ନନ୍ଦଖୋର୍ଦ୍ଧା ଜିଲ୍ଲାଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡଦ୍ୱିତୀୟ ବିଶ୍ୱଯୁଦ୍ଧକାଳୀଖାରବେଳବାଘଓମ୍ମୁଚୁକୁନ୍ଦକୁଞ୍ଜବିହାରୀ ଦାଶଥାଇଲାଣ୍ଡସାକ୍ଷୀଗୋପାଳ ମନ୍ଦିରଅକ୍ଷୟ ତୃତୀୟାଚିନ୍ତାମଣିଶ୍ୱର ଶିବ ମନ୍ଦିରଆଫଗାନିସ୍ତାନଜୟା ବଚ୍ଚନବଡ଼ ଓଡ଼ିଆ ମଠଚାଉଳଓଡ଼ିଶୀସ୍ଥାନେଶ୍ୱର ମହାଦେବ ମନ୍ଦିରଓଡ଼ିଶା ବିଧାନ ସଭାକଣ୍ଟିଲୋବିପିନ ବିହାରୀ ମିଶ୍ରମହାତ୍ମା ଗାନ୍ଧୀ🡆 More