ଜାଭା କଲରାପତରିଆ ବାଘ: କଲରାପତରିଆ ବାଘ ଉପପ୍ରଜାତି

ଜାଭା କଲରାପତରିଆ ବାଘ (ଇଂରାଜୀରେ Javan leopard, ଜୀବବିଜ୍ଞାନ ନାମ Panthera pardus melas) ଇଣ୍ଡୋନେସିଆର ଜାଭା ଦ୍ୱୀପରେ ବାସ କରୁଥିବା କଲରାପତରିଆ ବାଘ ଉପପ୍ରଜାତି । ୨୦୦୮ ମସିହାରୁ ଏହି ଉପପ୍ରଜାତିକୁ IUCN ନାଲି ତାଲିକାରେ ଅତି ସଙ୍କଟାପନ୍ନ (Critically Endangered) ଶ୍ରେଣୀରେ ରଖାଯାଇଛି । ବର୍ତ୍ତମାନ କେବଳ ୨୫୦ଟି ଜାଭା କଲରାପତ୍ରିଆ ଜୀବିତ ଥିବା ବେଳେ ଏମାନଙ୍କ ସଂଖ୍ୟା ଦ୍ରୁତ ହାରରେ ହ୍ରାସ ପାଇବାରେ ଲାଗିଛି । ଏମାନଙ୍କ ସର୍ବମୋଟ ପରିବାସ ମଧ୍ୟ ୨୨୬୭.୯ରୁ ୩୨୭୭.୩ ବର୍ଗ କିଲୋମିଟର୍ ଅଞ୍ଚଳରେ ସୀମିତ ହୋଇଆସିଲାଣି ।

ଜାଭା କଲରାପତରିଆ ବାଘ
ଜାଭା କଲରାପତ୍ରିଆ ବାଘ
ଜାଭା କଲରାପତରିଆ ବାଘ: ଗଠନ ଓ ପ୍ରକୃତି, ଭୌଗୋଳିକ ବିତରଣ ଓ ପରିବାସ, ପରିସ୍ଥିତିକ ବ୍ୟବହାର
ଇଣ୍ଡୋନେସିଆସ୍ଥିତ ବାଲି ଦ୍ୱୀପର ସଫାରୀ ପାର୍କରେ ଥିବା ଏକ ଜାଭା କଲରାପତ୍ରିଆ
Conservation status
ଜାଭା କଲରାପତରିଆ ବାଘ: ଗଠନ ଓ ପ୍ରକୃତି, ଭୌଗୋଳିକ ବିତରଣ ଓ ପରିବାସ, ପରିସ୍ଥିତିକ ବ୍ୟବହାର
Critically Endangered  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ବର୍ଗ: କାର୍ନିଭୋରା
Suborder: Feliformia
Family: Felidae
Genus: Panthera
ଜାତି: P. pardus
ଉପଜାତି: P. p. melas
ଜ୍ୟର୍ଜେସ୍ କୁଭିଏ, ୧୮୦୯
ଟ୍ରାଇନୋମିଆଲ ନାମ
Panthera pardus melas
ଜ୍ୟର୍ଜେସ୍ କୁଭିଏ, ୧୮୦୯

ଗଠନ ଓ ପ୍ରକୃତି

ଜାଭା କଲରାପତରିଆ ବାଘକୁ ପ୍ରଥମେ ରୂପେଲି ବା ପାଉଁଶିଆ ଆଖି ଓ ଗାଢ଼ କଲରାପତ୍ର ଦାଗ ଥିବା କଳା ବାଘ ରୂପେ ବର୍ଣ୍ଣିତ କରାଯାଇଥିଲା । ଜାଭା କଲରାପତରିଆର ଛାଲ ସାମାନ୍ୟ ଭାବେ କଲରାପତରିଆ ବାଘଙ୍କ ପରି । କିନ୍ତୁ ଜିନ୍‍ଗତ (ଜେନେଟିକ୍) କାରଣରୁ କିଛି କଲରାପତରିଆ ବାଘଙ୍କ ରଙ୍ଗ ସମ୍ପୂର୍ଣ୍ଣ ଭାବେ କଳା ହୋଇଥାଏ ।

ଭୌଗୋଳିକ ବିତରଣ ଓ ପରିବାସ

ଜାଭା କଲରାପତରିଆ ବାଘର ଭୌଗୋଳିକ ବିତରଣ ଇଣ୍ଡୋନେସିଆର ଜାଭା ଦ୍ୱୀପ ମଧ୍ୟରେ ହିଁ ସୀମିତ । ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନ, ଉଜୁଂଗ୍ କୁଲୋନ ଜାତୀୟ ଉଦ୍ୟାନ, ଗୁନୁଂଗ୍ ଗେଡ଼େ ପାଂଗ୍ରାଂଗୋ ଜାତୀୟ ଉଦ୍ୟାନ, ସେରେମାଇ ଜାତୀୟ ଉଦ୍ୟାନ, ମେର୍ବାବୁ ଜାତୀୟ ଉଦ୍ୟାନ, ମେରାପି ଆଗ୍ନେୟଗିରି ଜାତୀୟ ଉଦ୍ୟାନ, ବ୍ରୋମୋ ଟେଙ୍ଗେର ସେମେରୁ ଜାତୀୟ ଉଦ୍ୟାନ, ମେରୁ ବେଟିରି ଜାତୀୟ ଉଦ୍ୟାନ, ଇଜେନ୍ ପର୍ବତ, ବାଲୁରାନ ଜାତୀୟ ଉଦ୍ୟାନ ଓ ଆଲାସ୍ ପୁରୱୋ ଜାତୀୟ ଉଦ୍ୟାନରେ ଜାଭା କଲରାପତ୍ରିଆ ବାଘ ରହୁଥିବା ଦେଖାଯାଇଛି । ସମୁଦ୍ର ପତନରୁ ୨୫୪୦ ମିଟର୍ ଉଚ୍ଚ କ୍ରାନ୍ତୀୟ ବୃଷ୍ଟିବନ ଓ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ଜାଭା କଲରାପତରିଆ ରହିପାରନ୍ତି । ୨୦୦୮ରୁ ୨୦୧୪ ମସିହା ମଧ୍ୟରେ ସଂରକ୍ଷିତ ଅଞ୍ଚଳ ବାହାରେ ରହିଥିବା ଅଘଞ୍ଚ ଜଙ୍ଗଲ, ଚାଷଜମି ଓ ତୋଟା ଉଦ୍ୟାନ ଇତ୍ୟାଦିରେ ମଧ୍ୟ ଜାଭା କଲରାପତରିଆଙ୍କୁ ଦେଖାଯାଇଛି ।

୧୯୯୦ ଦଶନ୍ଧିରେ ବ୍ୟାପକ ଜଙ୍ଗଲ ଉଚ୍ଛେଦ ସମୟରେ ଏମାନେ ଖାପଖୁଆଇ ଚଳିଯାଇଛନ୍ତି ଏବଂ ତେଣୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଜଙ୍ଗଲରେ ମନୁଷ୍ୟକୃତ କାର୍ଯ୍ୟକଳାପ ଏମାନଙ୍କ ଉପରେ କମ୍ ପ୍ରଭାବ ପକାଇଥାଏ ।

୨୦୦୧ରୁ ୨୦୦୪ ମସିହା ମଧ୍ୟରେ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନର ୨୦ ବର୍ଗ କିଲୋମିଟର୍ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ଓ ରେଡ଼ିଓ କଲାର୍ ଲଗାଇ ଗବେଷଣାତ୍ମକ ଅଧ୍ୟୟନ କରାଯାଇଥିଲା । ନିରୀକ୍ଷିତ ଅଞ୍ଚଳ ମଧ୍ୟରେ ୭ଟି ଜାଭା କଲରାପତରିଆ ରହୁଥିବାର ଜଣାପଡ଼ିଲା । ଜାତୀୟ ଉଦ୍ୟାନର ସର୍ବମୋଟ କଲରାପତରିଆ ସଂଖ୍ୟା ୪୨ରୁ ୫୮ ହୋଇଥିବା ଅନୁମାନ କରାଗଲା । ଏକ ବୟସ୍କ ମାଈ କଲରାପତରିଆ ହାରାହାରି ୯.୮୨ ବର୍ଗ କିଲୋମିଟର୍ କ୍ଷେତ୍ର ନିୟନ୍ତ୍ରଣ କରୁଥିବା ଜଣାପଡ଼ିଥିଲା ।

ପରିସ୍ଥିତିକ ବ୍ୟବହାର

ଜାଭା କଲରାପତରିଆ ବାଘ: ଗଠନ ଓ ପ୍ରକୃତି, ଭୌଗୋଳିକ ବିତରଣ ଓ ପରିବାସ, ପରିସ୍ଥିତିକ ବ୍ୟବହାର 
ଜାଭା କଲରାପତରିଆ ବାଘର ଖପୁରୀ

ଜାଭା କଲରାପତ୍ରିଆ ବାଘ କୁଟୁରା, ବାରହା, ଜାଭା କୁଜି ହରିଣ, ମାଙ୍କଡ଼, କଙ୍କଡ଼ାଖିଆ ମାଙ୍କଡ଼, ରୂପେଲି ଲୁଟୁଂଗ୍, ଜାଭା ଗିବନ୍ ପ୍ରଭୃତି ଜୀବଙ୍କୁ ଶିକାର କରି ଆହରଣ କରିଥାଏ । ଏମାନେ ଜନବସତି ନିକଟକୁ ଆସି ପୋଷା କୁକୁର, କୁକୁଡ଼ା, ଛେଳି ପ୍ରଭୃତି ମାରି ଖାଇବା ମଧ୍ୟ ଦେଖାଯାଇଛି । ଦୈନନ୍ଦିନ କାର୍ଯ୍ୟର ନିରୀକ୍ଷଣ ପାଇଁ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନର ଦୁଇଟି କଲରାପତରିଆ ବାଘଙ୍କୁ ରେଡ଼ିଓ କଲାର୍ ବନ୍ଧା ଯାଇଥିଲା । ସକାଳ ୬:୦୦ରୁ ୯:୦୦ ଏବଂ ଅପରାହ୍ନ ୩:୦୦ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ସେମାନେ ସର୍ବାଧିକ ସକ୍ରିୟ ଥିବା ଜାଣିବାକୁ ମିଳିଥିଲା ।

ଜାଭା କଲରାପତ୍ରିଆଙ୍କ ପ୍ରତି ସଙ୍କଟ

ଜାଭା କଲରାପତରିଆ ବାଘ: ଗଠନ ଓ ପ୍ରକୃତି, ଭୌଗୋଳିକ ବିତରଣ ଓ ପରିବାସ, ପରିସ୍ଥିତିକ ବ୍ୟବହାର 
ଆନୁମାନିକ ୧୯୦୦ ମସିହା ସମୟରେ “ରାମ୍ପୋକାନ୍” ଖେଳରେ ନିହତ ୭ ଜାଭା କଲରାପତ୍ରିଆ ବାଘ ଓ ଏକ ଜାଭା ବାଘ (ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ)
ଜାଭା କଲରାପତରିଆ ବାଘ: ଗଠନ ଓ ପ୍ରକୃତି, ଭୌଗୋଳିକ ବିତରଣ ଓ ପରିବାସ, ପରିସ୍ଥିତିକ ବ୍ୟବହାର 
ଆନୁମାନିକ ୧୯୧୫-୧୯୨୬ ମସିହାର ଏହି ଫଟୋରେ ଜଣେ ଲୋକ ଓ ଏକ ବାଳକ ଏକ ଜାଭା କଲରାପତରିଆର ଶିକାର କରିଥିବା ସମୟର ଦୃଶ୍ୟ (ସ୍ଥାନ: ବାଣ୍ଟେନ୍, ପଶ୍ଚିମ ଜାଭା)

ପରିବାସ କ୍ଷୟ, ଶିକାର ଜନ୍ତୁଙ୍କ ସଂଖ୍ୟା ହ୍ରାସ, ଜନସଂଖ୍ୟା ଓ କୃଷିକାର୍ଯ୍ୟ ବୃଦ୍ଧି ଯୋଗୁଁ ଅବୈଧ ଶିକାର ଇତ୍ୟାଦି ଜାଭା କଲରାପତରିଆ ବାଘଙ୍କ ଅସ୍ଥିତ୍ୱ ପାଇଁ ଏବେ ଏକ ବଡ଼ ସମସ୍ୟା ପାଲଟିଛି । ବିଭିନ୍ନ କାରଣରୁ ମନୁଷ୍ୟ ଓ କଲରାପତରିଆ ମୁହାଁମୁହିଁ ହୋଇ ବହୁ ଜୀବଙ୍କ ପ୍ରାଣହାନି ଘଟୁଛି । ଜାଭା ଦ୍ୱୀପର ୯୦% ସବୁଜିମା ଉଜୁଡ଼ି ସାରିଛି ଓ ଜନସଂଖ୍ୟା ଘନତା ଦୃଷ୍ଟିରୁ ବର୍ତ୍ତମାନ ଏହା ପୃଥିବୀର ସବୁଠାରୁ ଘନ ଦ୍ୱୀପ । କେବଳ ୧୪୦୦ ମିଟରରୁ ଅଧିକ ଉଚ୍ଚ ପର୍ବତମାନଙ୍କର ସବୁଜିମା ବଞ୍ଚି ରହିଛି । ୧୧.୮୩ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଓ ୨୨୮୬ ବର୍ଗ ମାଇଲ୍ ବିଶିଷ୍ଟ ଜାଭା ଦ୍ୱୀପରେ ଇଣ୍ଡୋନେସିଆର ସର୍ବମୋଟ ଜନସଂଖ୍ୟାର ୫୯% ବାସ କରନ୍ତି । ଅନ୍ୟ ଦ୍ୱୀପମାନଙ୍କ ତୁଳନାରେ ଜନସଂଖ୍ୟାର ଘନତା ଏଠାରେ ଖୁବ୍ ଅଧିକ ।

ସଂରକ୍ଷଣ

ଜାଭା କଲରାପତରିଆ ବାଘ (Panthera pardus melas) CITESର ପ୍ରଥମ ଅନୁଚ୍ଛେଦର ଜୀବଙ୍କ ମଧ୍ୟରେ ସ୍ଥାନ ପାଇଛି ।

ଜାଭା କଲରାପତ୍ରିଆଙ୍କ ପୁନରୁତ୍ଥାନ ପାଇଁ ଚେଷ୍ଟା ଚାଲିଛି ଯେପରିକି ଏହି ଉପପ୍ରଜାତି ମଧ୍ୟ ଜାଭା ଦ୍ୱୀପରୁ ବିଲୁପ୍ତ ନ ହେଉ । ଶିକାରକୁ ନିଷିଦ୍ଧ ଘୋଷଣା କରାଯାଇଛି ଓ ବନ୍ୟଜୀବ ଶିକାର ସମ୍ବନ୍ଧୀୟ ନିୟମ କଡ଼ାକଡ଼ି କରାଯାଇଛି । ଜାଭା କଲରାପତରିଆ, ରୂପେଲି ଗିବନ୍ ଓ ଜାଭା ହକ୍-ଇଗଲ୍ ଇତ୍ୟାଦିଙ୍କ ସଂରକ୍ଷଣ ପାଇଁ ୨୦୦୫ ମସିହାରେ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନକୁ ତାହାର ମୂଳ ଆକାରର ୩ ଗୁଣ ସମ୍ପ୍ରସାରିତ କରାଯାଇଥିଲା ।

ଜନସଂଖ୍ୟା ବୃଦ୍ଧି ଯୋଗୁଁ ସଂରକ୍ଷିତ ଜୀବଙ୍କ ପରିବାସ କ୍ଷୟ ଅଟକାଇବା ପାଇଁ ଇଣ୍ଡୋନେସୀୟ ସରକାର ସମଗ୍ର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଚଳାଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଯୋଜନାନୁସାରେ ଲୋକଙ୍କୁ ଗର୍ଭ ନିରୋଧକ ବଟିକା ଓ ସାମଗ୍ରୀ ସୁବିଧାରେ ଯୋଗାଇ ଦିଆଯାଉଛି ।

ଚିଡ଼ିଆଖାନା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ଜାଭା କଲରାପତରିଆ

୧୯୯୭ ମସିହା ବେଳକୁ ବିଭିନ୍ନ ୟୁରୋପୀୟ ଚିଡ଼ିଆଘରେ ୧୪ଟି ଜାଭା କଲରାପତରିଆ ବାଘ ରହିଥିଲେ । ୟୁରୋପ ଓ ଆମେରିକାରେ ଜାଭା କଲରାପତ୍ରିଆଙ୍କ ପାଇଁ ପ୍ରଜନନ କେନ୍ଦ୍ର ଯୋଜନା କରାଯାଇ ନାହିଁ । ୨୦୦୭ ମସିହା ବେଳକୁ ଇଣ୍ଡୋନେସିଆର ବୋଗୋର ଚିଡ଼ିଆଖାନାରେ ୭ଟି ମାଈ ଓ ୧୦ଟି ଅଣ୍ଡିରା (ସର୍ବମୋଟ ୧୭ଟି) ଜାଭା କଲରାପତରିଆ ରଖାଯାଇଥିଲା । ସେଥିରୁ ୪ ଯୋଡ଼ା ପ୍ରଜନନରେ ସକ୍ରିୟ ଥିଲେ । ଇଣ୍ଡୋନେସିଆର ସୁରବାୟା ଓ ରଗୁନାନ୍ ଚିଡ଼ିଆଖାନାମାନଙ୍କରେ ମଧ୍ୟ ଜାଭା କଲରାପତରିଆ ରଖାଯାଇଛି । ୨୦୧୧ ମସିହା ଡିସେମ୍ବର ମାସ ବେଳକୁ, ଜର୍ମାନୀସ୍ଥିତ ବର୍ଲିନର ଟିଏର୍‍ପାର୍କରେ ୨ଟି ଜାଭା କଲରାପତ୍ରିଆ ବାଘ ଓ ଗୋଟିଏ ଜାଭା କଲରାପତ୍ରିଆ ବାଘୁଣୀ ରଖାଯାଇଥିଲା ଏବଂ ଜାକର୍ତ୍ତାର ଚିଡ଼ିଆଖାନାରେ ଗୋଟିଏ ଲେଖାଏଁ ମାଈ ଓ ଅଣ୍ଡିରା ଜାଭା କଲରାପତରିଆ ବାଘ ରଖାଯାଇଥିଲା । ୨୦୧୩ ମସିହାରେ ଗୋଟିଏ ଜାଭା କଲରାପତରିଆ ବର୍ଲିନ୍ ଟିଏର୍‍ପାର୍କରୁ ପ୍ରାଗ୍ ନଗରର ଚିଡ଼ିଆଘରକୁ ସ୍ଥାନାନ୍ତରିତ ହୋଇଥିଲା ।

ବିବର୍ତ୍ତନ

ଆକୃତିବିଜ୍ଞାନ ଗବେଷଣାରୁ ଜଣାପଡ଼ିଛି ଯେ କପାଳମିତି ଦୃଷ୍ଟିକୋଣରୁ ଜାଭା କଲରାପତରିଆ ପ୍ରଜାତି ଅନ୍ୟ ଏସୀୟ କଲରାପତରିଆ ପ୍ରଜାତିଙ୍କଠାରୁ ଭିନ୍ନ । ପ୍ରାୟ ୮ ଲକ୍ଷ ବର୍ଷ ପୂର୍ବେ ମଧ୍ୟାତ୍ୟନ୍ତନୂତନ ଯୁଗ (Middle Pleistocene) ସମୟରେ ଏହି ଉପପ୍ରଜାତି ଅନ୍ୟ ଏସୀୟ ଉପପ୍ରଜାତିଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ସେହି ସମୟରେ ଦକ୍ଷିଣ ଏସିଆରୁ ଜାଭା ମଧ୍ୟରେ ରହିଥିବା ସଂକୀର୍ଣ୍ଣ ଭୂଖଣ୍ଡରେ ଏମାନେ ବୋର୍ଣ୍ଣିଓ ଏବଂ ସୁମାତ୍ରା ପରି ଦ୍ୱୀପକୁ ଅତିକ୍ରମ କରି ଜାଭାକୁ ଚାଲି ଆସିଥିବେ ।

ଆହୁରି ଦେଖନ୍ତୁ

ଆଧାର

ଅନ୍ୟାନ୍ୟ ଲିଂକ୍

Tags:

ଜାଭା କଲରାପତରିଆ ବାଘ ଗଠନ ଓ ପ୍ରକୃତିଜାଭା କଲରାପତରିଆ ବାଘ ଭୌଗୋଳିକ ବିତରଣ ଓ ପରିବାସଜାଭା କଲରାପତରିଆ ବାଘ ପରିସ୍ଥିତିକ ବ୍ୟବହାରଜାଭା କଲରାପତରିଆ ବାଘ ଜାଭା କଲରାପତ୍ରିଆଙ୍କ ପ୍ରତି ସଙ୍କଟଜାଭା କଲରାପତରିଆ ବାଘ ସଂରକ୍ଷଣଜାଭା କଲରାପତରିଆ ବାଘ ବିବର୍ତ୍ତନଜାଭା କଲରାପତରିଆ ବାଘ ଆହୁରି ଦେଖନ୍ତୁଜାଭା କଲରାପତରିଆ ବାଘ ଆଧାରଜାଭା କଲରାପତରିଆ ବାଘ ଅନ୍ୟାନ୍ୟ ଲିଂକ୍ଜାଭା କଲରାପତରିଆ ବାଘ

🔥 Trending searches on Wiki ଓଡ଼ିଆ:

ମିଳିତ ଜାତିସଂଘତନ୍ତମାଳତୀ ଚୌଧୁରୀକଳାକଳେବର ଚଉତିଶାତାଜମହଲକ୍ୟୁ. ଆର. କୋଡ଼ଆର୍ଥିକ ସ୍ୱାଧୀନତାକ୍ଷୀରଅଭିନେତ୍ରୀ (ନାରୀ କଳାକାର)ମାୟାଧର ମାନସିଂହଇଣ୍ଡିଆନ ପ୍ରିମିଅର ଲିଗକଥା (ପତ୍ରିକା)ସମ୍ବଲପୁର ଜିଲ୍ଲାଦୀପକ ମିଶ୍ରବଣ୍ଡ (ଅର୍ଥ)ୟୁ ଟ୍ୟୁବନବକୃଷ୍ଣ ଚୌଧୁରୀଇନ୍‌ଫ୍ଲୁଏଞ୍ଜାଆହାର ଯୋଜନାନବଦୁର୍ଗା୨ୟ ଓଡ଼ିଶା ବିଧାନ ସଭାନୀଳକଣ୍ଠ ଦାସଆଇଜାକ ନିଉଟନଇମରାନ ଖାଁକୃଷ୍ଣ ଜନ୍ମାଷ୍ଟମୀକିଶୋରଚନ୍ଦ୍ରାନନ୍ଦ ଚମ୍ପୂଓଡ଼ିଆ କବି ମାନଙ୍କର ତାଲିକାମାଣବସା ଗୁରୁବାରସୁରେଶ କୁମାର ରାଉତରାୟପଞ୍ଚସଖାଗୋପବନ୍ଧୁ ଦାସମୃତ୍ୟୁଞ୍ଜୟ ରଥମହାତ୍ମା ଗାନ୍ଧୀସୁନ୍ଦରଗଡ଼ମେକ୍ସିକୋଜଗଦୀଶ ମହାନ୍ତିଜୈନବାଦଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟାଇଫଏଡଶ୍ରୀରାଧା୧୮ ଅପ୍ରେଲସାଧୁ ମେହେରରାମାନୁଜ ଆଚାର୍ଯ୍ୟସୁନାରମାଦେବୀ ଚୌଧୁରୀରାଜନୀତି ବିଜ୍ଞାନରାମାୟଣତାରିଣୀ ମନ୍ଦିର, ଘଟଗାଁମହିମା ଧର୍ମନବୀନ ପଟ୍ଟନାୟକବାରବାଟି ଦୁର୍ଗପାରିକୁଦଲିନକ୍ସ ବଣ୍ଟନନବମୀପଶ୍ଚିମ ଓଡ଼ିଶାରାଜକିଶୋର ପଟ୍ଟନାୟକହରେକୃଷ୍ଣ ମହତାବଶାରଳା ପୁରସ୍କାରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଜଳ ପ୍ରଦୂଷଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭୀମାଶଙ୍କର ମନ୍ଦିରମଙ୍ଗଳା ମନ୍ଦିରବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୧କମଳା ଦାସଓଡ଼ିଆ ଲିପିଉତ୍କଳ ଦୀପିକା🡆 More