ଜଳ: ଯୌଗିକ ପଦାର୍ଥ

ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
ଜଳବିନ୍ଦୁର ପତନ ଫଳରେ ବୃତ୍ତୀୟ ତରଙ୍ଗ ସୃଷ୍ଟି ହୋଇ ବିନ୍ଦୁକୁ ଉପରକୁ ଠେଲେ ।

ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
କଳରୁ ପଡୁଥିବା ପାଣି ଟୋପା

ଜଳର ବ୍ୟବହାର

ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ । ଫୁସ୍‌ଫୁସ୍‌ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରେ । ଲାଳ ମଣିଷ ଓ ପ୍ରାଣୀମାନଙ୍କୁ ଖାଦ୍ୟ ହଜମ କରିବାରେ ଭୂମିକା ଗ୍ରହଣ କରେ । ଜଳ ପରିସ୍ରା ତିଆରି କରେ । ପରିସ୍ରା ଶରୀରର ଦୂଷିତ ପଦାର୍ଥକୁ ନିଷ୍କାସନ କରିଥାଏ । ମଣିଷ ଶରୀର ୬୦-୭୦% ଜଳରେ ଗଠିତ ।

ଦୁଗ୍ଧ, ଫଳରସ ଏବଂ ମଦ ପରି ପାନୀୟମାନଙ୍କର ମୁଖ୍ୟ ଅଂଶ ହେଉଛି ଜଳ । ପ୍ରତ୍ୟେକ ପ୍ରକାରର ପାନୀୟରେ ଜଳ ବ୍ୟତୀତ ବାସ୍ନା, ପୋଷକତତ୍ତ୍ୱ ଯେମିତି ସର୍କରା, ଫଳ ଇତ୍ୟାଦି ଥାଏ । ପିଇବା ଯୋଗ୍ୟ ଜଳକୁ ଆମେ ପାନୀୟ ଜଳ ବୋଲି କହୁ । ମହାସାଗରର ଜଳ ଲୁଣିଆ ହୋଇଥିବା ସ୍ଥଳେ ହ୍ରଦ ଓ ନଦୀର ଜଳ ମଧୁର ହୋଇଥାଏ । ପୃଥିବୀପୃଷ୍ଠରେ ମାତ୍ର ୩% ମଧୁର ଜଳ ଅଛି, ବାକି ସବୁ ଲୁଣିଆ ।

ଜଳର ଗଠନ

ଗୋଟିଏ ଜଳ ଅଣୁ ୨ଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁରୁ ତିଆରି । ଏହାର ରାସାୟନିକ ସୂତ୍ର ହେଉଛି H2O.

ଜଳକୁ ରୋମାନ ଭାଷାରେ ଆକୁଆ କୁହାଯାଏ । ଆମୋଦପ୍ରମୋଦ ପାଇଁ ମଧ୍ୟ ଜଳ ବ୍ୟବହୃତ ହୋଇଥାଏ । ମଣିଷ ଖାଦ୍ୟ ବିନା ସପ୍ତାହେ ପର୍ଯ୍ୟନ୍ତ ବଞ୍ଚିପାରୁଥିଲେ ମଧ୍ୟ ଜଳ ବିନା ଦୁଇ ଦିନରୁ ଅଧିକ ବଞ୍ଚି ପାରିବ ନାହିଁ । ଜଳ ହିଁ ଜୀବନ ଅଟେ ।

ସମ୍ପର୍କିତ ପୃଷ୍ଟା

ଆଧାର

ଅଧିକ ତଥ୍ୟ

Tags:

ଜଳ ର ବ୍ୟବହାରଜଳ ର ଗଠନଜଳ ସମ୍ପର୍କିତ ପୃଷ୍ଟାଜଳ ଆଧାରଜଳ ଅଧିକ ତଥ୍ୟଜଳପୃଥିବୀବରଫ

🔥 Trending searches on Wiki ଓଡ଼ିଆ:

ପ୍ରାଣବନ୍ଧୁ କର୫ ଜୁନଗୌରହରି ଦାସଫେସବୁକଅମର ସିଂହ ଚମକିଲାବର୍ଷାଇରମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋଦାବରୀଶ ମହାପାତ୍ରପଶ୍ଚିମ ବଙ୍ଗଜଳ ପ୍ରଦୂଷଣଜୟ ଜଗନ୍ନାଥଅମୃତାୟନପାରିକୁଦରାଧାମଧୁସୂଦନ ରାଓସୁଦଶା ବ୍ରତରେବା ରାୟକ୍ରିକେଟପଠାଣି ସାମନ୍ତଦଶରଥଗଣେଶଅଚ୍ୟୁତାନନ୍ଦ ପ‌ତିହୀରାକୁଦ ବନ୍ଧଶ୍ରୀନିବାସ ରାମାନୁଜନରାସନ କାର୍ଡ଼ (ଭାରତ)ଜୟୀରାମ ସାମଲଓଡ଼ିଶାର ଲୋକନୃତ୍ୟବାଘଭୂମିକମ୍ପଯଦୁନାଥ ଦାସ ମହାପାତ୍ରଅଖିଳ ମୋହନ ପଟ୍ଟନାୟକ୧୮ ଅପ୍ରେଲଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗାୟତ୍ରୀବାଳା ପଣ୍ଡାରାଜଧାନୀ ପ୍ରତିଷ୍ଠା ଦିବସନାରୀବାଦରାବଣଛାୟାଧନୁଯାତ୍ରାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଦାଶରଥି ଦାସପ୍ରସନ୍ନ ଦାସ (ବହୁବିକଳ୍ପ)ପରି ମହଲପ୍ଲୁଟୋଋତୁସ୍ରାବକାହ୍ନୁଚରଣ ମହାନ୍ତିଦକ୍ଷିଣ କୋରିଆରାମାୟଣଓଡ଼ିଆ କାବ୍ୟ କବିତା୬ ମାର୍ଚ୍ଚକଳିଙ୍ଗ ଯୁଦ୍ଧଓଡ଼ିଶା ବିଧାନ ସଭାଉଇକିପିଡ଼ିଆଓଡ଼ିଆ ସାହିତ୍ୟକଳାକଳେବର ଚଉତିଶାଯୋଗସୀତାକାନ୍ତ ମହାପାତ୍ରସଞ୍ଜୟ ହାତୀସମ୍ବାଦ (ଖବରକାଗଜ)ନବଗୁଞ୍ଜରଭାରତୀୟ ଜନତା ପାର୍ଟିନନ୍ଦ କିଶୋର ବଳକଣାଦ (ମୁନି)ଉତ୍କଳ ଦିବସଭାରତୀୟ ଜନଗଣନାରାବଣପ୍ରସନ୍ନ ଦାସଶ୍ରୀତମ ଦାସଇଣ୍ତିଆ ଗେଟଭଗବତ ଗୀତାବ୍ୟଞ୍ଜନ ବର୍ଣ୍ଣ🡆 More