ଜନ ବୀମସ

ଜନ ବୀମସ (୨୧ ଜୁନ ୧୮୩୭ – ୨୪ ମଇ ୧୯୦୨) ଜଣେ ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ ଥିଲେ । ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଓ ତା ପରଠାରୁ ତାଙ୍କ ଚାକିରୀ ଶେଷ (୧୮୯୩) ପର୍ଯ୍ୟନ୍ତ ବଙ୍ଗଳାରେ ଥିଲେ । ଭାରତୀୟ ଇତିହାସ, ସାହିତ୍ୟ ଓ ଭାଷାର ବିଦ୍ୱାନ ଥିଲେ । ଇଣ୍ଡୋ ଆର୍ଯ୍ୟ ଭାଷାରେ ସେ ୩ ଖଣ୍ଡ ତୁଳନାତ୍ମକ ବ୍ୟାକରଣ ଲେଖିଥିଲେ । ମାର୍ଚ୍ଚ ୧୮୯୩ରେ ଭାରତୀୟ ସିଭିଲ ସର୍ଭିସରୁ ଅବସର ନେବା ପର୍ଯ୍ୟନ୍ତ ବିମସ ଭାରତୀୟ ଜୀବନ ଉପରେ ଅତ୍ୟଧିକ ଜ୍ଞାନ ଲାଭ କରିଥିଲେ । ସନ ୧୮୯୬ରେ ସେ ତାଙ୍କ ଜୀବନ କାହାଣୀ ଲେଖିବାକୁ ଇଚ୍ଛାକଲେ । ବଙ୍ଗଳା ସିଭିଲିଆନର ସ୍ମୃତି (Memoirs of a Bengal Civilian) ନାମକ ବ‌ହିର ପ୍ରଥମ ଖଣ୍ଡ ସନ ୧୯୬୧ରେ ଛପା ହୋଇଥିଲା ।

ଜନ ବୀମସ
ଜନ ବୀମସ
ଜନ୍ମ(1837-06-21)୨୧ ଜୁନ ୧୮୩୭
ଇଂଲଣ୍ଡ
ମୃତ୍ୟୁ୨୪ ମଇ ୧୯୦୨(1902-05-24) (ବୟସ ୬୪)
ଜାତୀୟତାଇଂରେଜ
ବୃତ୍ତି(ସମୂହ)Civil servant, author
ପିତାମାତାRev. Thomas Beames

ପ୍ରାକ୍ ଜୀବନ

ଇଂଲଣ୍ଡର ଉଇଲିୟମ ୪ଙ୍କର ମୃତ୍ୟୁ ତ‌ଥା ରାଣୀ ଭିକ୍ଟୋରିଆଙ୍କର ସିଂହାସନ ଆରୋହଣର କିଛି ଘଣ୍ଟା ପରେ ଗ୍ରୀନଉଇଚର ରୟଲ ନାଭାଲ ଡାକ୍ତରଖାନାରେ ବିମସ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ତାଙ୍କ ପିତା ରେଭରେଣ୍ଡ ଥୋମାସ୍ ବିମସ ଥିଲେ ଯେ ସେଣ୍ଟ ଜେମ୍‌ସ୍ ଚର୍ଚ୍ଚରେ ପ୍ରିଚର ଥିଲେ । ତାଙ୍କ ଜେଜେବାପା ଜଣେ ବାରିଷ୍ଟର ଥିଲେ ଓ ପରେ ଲିଙ୍କନ ଇନ୍‌ର ବେଞ୍ଚର ଥିଲେ । ସନ ୧୮୪୭ରେ ମର୍ଚାଣ୍ଟ ଟେଲର ସ୍କୁଲ ଓ ହେଲି କଲେଜରେ (ସନ ୧୮୫୬) ଶିକ୍ଷା ଆରମ୍ଭ ପୂର୍ବରୁ ବିମସ ତାଙ୍କ ପିତାଙ୍କ ସ‌ହ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ହେଲିବେରିର ଚତୁର୍ଥ ଟର୍ମରେ ସେ କ୍ଲାସିକ, ସଂସ୍କୃତ ପୁରସ୍କାର ଓ ପର୍ସିଆନ ମେଡାଲ ପାଇତିଲେ । ତାଙ୍କର ଭାଷା ପ୍ରିତୀ ତାଙ୍କୁ ବ‌ହୁତ ସାହାଯ୍ୟ କରିଥିଲା କଲିକତାରେ ପ୍ରାରମ୍ଭିକ ପରୀକ୍ଷାରେ ଅତି ଉତ୍ତମ କରିଥିଲେ ।

ଭାରତ

ସନ ୧୮୫୮ରେ ବିମସ ଇଣ୍ଡିଆନ ସିଭିଲ ସର୍ଭିସରେ (ଆଇସିଏସ) ଯୋଗ ଦେବାକୁ ଭାରତ ଆସି ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଥିଲେ ଓ ବେଙ୍ଗଲ ପ୍ରେସିଡେନ୍ସିରେ ସ୍ଥାୟୀ କଲେକ୍ଟର ସନ ୧୮୬୭ରେ ଓ କମିସନତ ସନ ୧୮୮୧ରେ ହୋଇଥିଲେ । ମେମ୍ବର ଅଫ ବୋର୍ଡ଼ ଅଫ ରେଭିନ୍ୟୁର ସଭ୍ୟ ଭାବରେ ୩ ଥର ନିଯୁକ୍ତ ହୋଇଥିଲେ । ବେଙ୍ଗଲର ଅନେକ ଜିଲ୍ଲାର ଜିଲ୍ଲା ଅଫିସର ଓ କଲେକ୍ଟର ପଦବୀରେ ଥିଲେ ଓ ଚିଟ୍ଟାଗଞ୍ଜର କମିସନର ହୋଇ ସନ ୧୮୯୩ରେ ଅବସର ନେଇଥିଲେ । ସନ ୧୯୬୧ ପର୍ଯ୍ୟନ୍ତ ଛପା ହୋଇନଥିବା ତାଙ୍କର ଆତ୍ମଜୀବନୀରେ ସେ ନିଜକୁ ଜଣେ "ଅଜ୍ଞାତ ଲୋକ- ଜଣେ ସାଧାରଣ ମଧ୍ୟମ ଶ୍ରେଣୀର ଇଙ୍ଗ୍ଲିସ୍ ଲୋକ" ଭାବରେ ବର୍ଣ୍ଣନା କରିଥିଲେ ।

ଜୀବିକା

ବିମସ ଜୀବିକା ଆରମ୍ଭରୁ ତାଙ୍କର ଜ୍ଞାନ ଦାନ ଆରମ୍ଭ କରିଦେଇଥିଲେ । Beames's scholarly contributions began early in his career. ଚମ୍ପାରନ ଜିଲ୍ଲାରେ ଥିବାବେଳେ ସେ ବେଙ୍ଗଲ ଏସିଆଟିକ ସୋସାଇଟିରେ ରଚନା ଛପେଇଥିଲେ । ଭାରତୀୟ ଅଫିସ୍ ଫର୍ମମାନଙ୍କରେ ଆରବୀୟ ଭାଷା ରହିବା ଉପରେ ପ୍ରଶ୍ନବାଚୀ ଚିହ୍ନ ଉଠେଇଥିଲେ । ବିଶପ୍ କାଲ୍ଡୱେଲଙ୍କ ରଚିତ Treating Bishop Caldwell's ଦ୍ରାବିଡ଼ିଆନ ଭାଷାର ତୁଳନାତ୍ମକ ବ୍ୟାକରଣ ମଡେଲରେ ସେ ଆର୍ୟନ ଭାଷାରେ ଏପରି ବ‌ହି ଲେଖିବାକୁ ଆରମ୍ଭ କଲେ । ପୁରାତନ ହିନ୍ଦୀ ଲେଖକ ଚାନ୍ଦ ବରଦୋଇ ଓ ଅନ୍ୟମାନଙ୍କ ଉପରେ ରଚନା ଓ ଓଡ଼ିଶାର ଇତିହାସ (୧୮୭୦-୧୮୮୩) ତ‌ଥା ପୁରାତନତା ଉପରେ ରଚନା ଲେଖି ଜର୍ନାଲ ଅଫ ବେଙ୍ଗଲ ଏସିଆଟିକ ସୋସାଇଟିକୁ ଦେଇଥିଲେ । ସନ ୧୮୯୧ରେ ବେଙ୍ଗଲି ବ୍ୟାକରଣ ଛପେଇ ଥିଲେ ଓ ଅବସର ପରେ ଇମ୍ପିରିଆଲ ଓ ଏସିଆଟିକ କ୍ୱାର୍ଟରଲି ରିଭିୟୁରେ ଲେଖା ପ୍ରଦାନ କରୁଥିଲେ । ସେ ଖ୍ୟତନାମା ହୋଇଗଲେ କମ୍ପ୍ୟାରେଟିଭ ଗ୍ରାମାର ଅଫ ଦି ଆର୍ୟନ ଲାଙ୍ଗୁଏଜ ଅଫ ଇଣ୍ଡିଆ ଲେଖି ଯାହା ଅଲଗା ବ‌ହି ଆକାରରେ ୧୮୭୨, ୧୮୭୯ ଓ୧୮୯୫ରେ ଛପା ହୋଇଥିଲା ।

ଆଧାର

Tags:

ଜନ ବୀମସ ପ୍ରାକ୍ ଜୀବନଜନ ବୀମସ ଭାରତଜନ ବୀମସ ଜୀବିକାଜନ ବୀମସ ଆଧାରଜନ ବୀମସ

🔥 Trending searches on Wiki ଓଡ଼ିଆ:

ବୈଶାଖସଚ୍ଚିଦାନନ୍ଦ ରାଉତରାୟବାଳୁଙ୍ଗା ଟୋକାଭର୍ତ୍ତୃହରି ମହତାବବ୍ୟାଙ୍କହେମୋଫିଲିଆବର୍ଷା୨ୟ ଓଡ଼ିଶା ବିଧାନ ସଭାଆହାର ଯୋଜନାଅଚ୍ୟୁତ ସାମନ୍ତଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଶାରଳା ପୁରସ୍କାରବୈଦେହୀଶ ବିଳାସଅଭିନେତ୍ରୀ (ନାରୀ କଳାକାର)ଲୋକ ସଭାବିର୍ସା ମୁଣ୍ଡାଜୈନ ଧର୍ମବାବୁଶାନ୍ଦିବ୍ୟସିଂହ ଦେବଭାରତଆଦିଶଙ୍କରବିଦ୍ୟୁତମଧୁସୂଦନ ଦାସମଙ୍ଗଳା ମନ୍ଦିରଗୁଗଲଆମ୍ବଗୋପବନ୍ଧୁ ଦାସଯଦୁମଣି ମହାପାତ୍ରସ୍ତନ୍ୟପାନଜ୍ୟୋତି ପ୍ରକାଶ ପାଣିଗ୍ରାହୀକ୍ରିକେଟପୃଥ୍ୱୀ (କ୍ଷେପଣାସ୍ତ୍ର)ବାଲେଶ୍ୱରଓଡ଼ିଶା ବିଧାନ ସଭାମାୟାଧର ମାନସିଂହସଞ୍ଜୟ ହାତୀବଲାଙ୍ଗୀରବୌଦ୍ଧ ଧର୍ମସୁରେନ୍ଦ୍ର ମହାନ୍ତିବ୍ୟକ୍ତିଗତ ଅର୍ଥବ୍ୟବସ୍ଥାପ୍ରଦୂଷଣବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇସଲାମ ଧର୍ମଦିଗରାଜ ବ୍ରହ୍ମାସ୍ୱାମୀ ବିବେକାନନ୍ଦପ୍ରଥମ ବିଶ୍ୱଯୁଦ୍ଧଲିଙ୍ଗରାଜ ମନ୍ଦିରବରଗଡ଼ ଜିଲ୍ଲାମାଳତୀ ଚୌଧୁରୀପୋଇକେନ୍ଦୁଝର ଜିଲ୍ଲାବିଜୟ ମିଶ୍ରଜଳବାୟୁଗଞ୍ଜାମ ଜିଲ୍ଲାବୁଧନ ମୁର୍ମୁପ୍ରଧାନ ପୃଷ୍ଠାଏକାଦଶୀମାରୀଚରୁକୁଣା ରଥଯାତ୍ରାଗାୟତ୍ରୀବାଳା ପଣ୍ଡାଶିଶୁ ଅନନ୍ତ ଦାସନିତ୍ୟାନନ୍ଦ ମହାପାତ୍ରରାଜଧାନୀ ପ୍ରତିଷ୍ଠା ଦିବସ🡆 More