ଜଗନ୍ନାଥ ମନ୍ଦିର, ନୀଳଗିରି

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଏହା ତୃତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ବିଦିତ ।

ଜଗନ୍ନାଥ ମନ୍ଦିର, ନୀଳଗିରି
ଜଗନ୍ନାଥ ମନ୍ଦିର, ନୀଳଗିରି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନନୀଳଗିରି,ବାଲେଶ୍ୱର
Stateଓଡ଼ିଶା
Countryଭାରତ

ଅବସ୍ଥିତି

ଏହା ବାଲେଶ୍ୱର ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । ନିକଟତମ ରେଳଷ୍ଟେସନ ବରୁଣସିଂ (ନୀଳଗିରି ରୋଡ଼) ଯାହା ଏଠାରୁ ୯ କି.ମି. ଦୂରରେ ଅବସ୍ଥିତ ।

ପ୍ରମୁଖ ଦେବତା

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ଗଠନ

ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପିଢ଼ା ଶୈଳୀରେ ତିଆରି ଓ ଭଲଭାବରେ ସମତଳ କରି ଗଠିତ ହୋଇଛି । ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବେଦି ଉପରେ ପୂଜିତ । ଜଗମୋହନ ମଧ୍ୟରେଗରୁଡ଼ ସ୍ତମ୍ଭଟି ରହିଛି ଯାହା ଆଗରେ ମୁକ୍ତିମଣ୍ଡପ ରହିଛି ।ASI reports No 016. Indira Gandhi National Centre For The Arts ମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରସ୍ତର ନିର୍ମିତ । ମନ୍ଦିରର ଉଚ୍ଚତା ୫୨ ଫୁଟ । ଏଠାରେ ମୋଟ ପାଞ୍ଚଟି ମନ୍ଦିର ଅଛି ।

କିମ୍ବଦନ୍ତି

ନୀଳଗିରିର ସ୍ୱର୍ଣ୍ଣଚୁଡ଼ ପାହାଡ଼ ଶିଖରରେ ବସା ବାନ୍ଧିଥିଲେ ଶୁକ-ଶାରୀ ଦମ୍ପତି । ରାଜାଙ୍କୁ ସେମାନେ ସ୍ୱପ୍ନରେ ଭବିଷ୍ୟବାଣୀ ଶୁଣାଉଥିଲେ ।ସଙ୍କଟ କାଳରେ ପରାମର୍ଶ ଦେଉଥିଲେ । ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକ-ଶାରୀ ପକ୍ଷୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱାସଯୋଗ୍ୟ । ଏକଦା ଶୁକ-ଶାରୀ ଦୁହେଁ ସୂଚନା ଦେଲେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଦେଶରେ ନିଳାଦ୍ରୀନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ । ପ୍ରଜାବର୍ଗ ସୁଖଶାନ୍ତିରେ ଦିନ କାଟିବେ । ଏହି ନିର୍ଦ୍ଦେଶକୁ ପାଳନ ପୂର୍ବକ ତତ୍କାଳିନ ରାଜା ରାମଚନ୍ଦ୍ରଦେବ ମର୍ଦ୍ଦରାଜ ହରିଚନ୍ଦନ ୧୭୫୦ ମସିହାରେ ଏହି ମନ୍ଦିର ତୋଳାଇଥିଲେ ।

ପାର୍ବଣ

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପୂଜା ବିଧି ସହ ସାମଞ୍ଜସ୍ୟ ଅଛି । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ନବକଳେବର ପାଳିତ ହୋଇଥିଲା ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୮୦୦ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଜଗନ୍ନାଥ ମନ୍ଦିର, ନୀଳଗିରି ଅବସ୍ଥିତିଜଗନ୍ନାଥ ମନ୍ଦିର, ନୀଳଗିରି ପ୍ରମୁଖ ଦେବତାଜଗନ୍ନାଥ ମନ୍ଦିର, ନୀଳଗିରି ଗଠନଜଗନ୍ନାଥ ମନ୍ଦିର, ନୀଳଗିରି କିମ୍ବଦନ୍ତିଜଗନ୍ନାଥ ମନ୍ଦିର, ନୀଳଗିରି ପାର୍ବଣଜଗନ୍ନାଥ ମନ୍ଦିର, ନୀଳଗିରି ଆହୁରି ଦେଖନ୍ତୁଜଗନ୍ନାଥ ମନ୍ଦିର, ନୀଳଗିରି ଆଧାରଜଗନ୍ନାଥ ମନ୍ଦିର, ନୀଳଗିରି ବାହାର ଲିଙ୍କଜଗନ୍ନାଥ ମନ୍ଦିର, ନୀଳଗିରି

🔥 Trending searches on Wiki ଓଡ଼ିଆ:

ଇଟାମାଟି ଗ୍ରାମଅଂଶୁଘାତଭାସ୍କୋ ଡା ଗାମାବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୋଗକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିରଜା ମନ୍ଦିରସାରଳା ମହାଭାରତରାମକୃଷ୍ଣ ନନ୍ଦଉଇକିପିଡ଼ିଆଅନୁଗୋଳ ଜିଲ୍ଲାଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଦ୍ରାଘିମାକିଶୋରୀ ଚରଣ ଦାସଆମ୍ବଚିନ୍ତାମଣି ମହାନ୍ତିଓଡ଼ିଶା ସରକାରତାରାତାରିଣୀ ମନ୍ଦିରଦ୍ରୌପଦୀ ମୁର୍ମୁବ୍ରାଉଜରମହାତ୍ମା ଗାନ୍ଧୀମହୁମାଛିନବଗୁଞ୍ଜରବିବାହବଣ୍ଡ (ଅର୍ଥ)ଶେଷ ଶ୍ରାବଣଗୁଗଲଓଡ଼ିଶା ବିଧାନ ସଭାତୁଷାରକାନ୍ତି ବେହେରାଶାନ୍ତନୁ କୁମାର ଆଚାର୍ଯ୍ୟରେବତୀ (କ୍ଷୁଦ୍ରଗଳ୍ପ)ସୀତା ବିବାହଚିନ୍ତାମଣି ବେହେରାଆଷାଢ଼କଲେରାରେଭେନ୍‌ସା କଲିଜିଏଟ ସ୍କୁଲକୁଞ୍ଜବିହାରୀ ତ୍ରିପାଠୀଜଗନ୍ନାଥ ଦାସଦୁଃଖୀରାମ ସ୍ୱାଇଁବୈଷୟିକ ବିଜ୍ଞାନଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)Globe ruptureନୋଟା (ଭାରତ)ଧାତୁବାଲେଶ୍ୱର ଜିଲ୍ଲାପଞ୍ଚତନ୍ତ୍ରକାଳୀଚରଣ ପଟ୍ଟନାୟକପଖାଳଭୂଗୋଳବୀଜାଣୁବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବୀନ ପଟ୍ଟନାୟକଶ୍ରବଣ ( ରାମାୟଣ ର ଚରିତ୍ର )ଭାରତର ଜାତୀୟ ପତାକାଗୁଣନବିଜୟ ମିଶ୍ରମଣିଷପ୍ରତିଭା ରାୟଖ୍ରୀଷ୍ଟ ଧର୍ମମଙ୍ଗଳା ମନ୍ଦିରWikisourceଶବ୍ଦ (ଧ୍ୱନି)ବିଜ୍ଞାନଅନନ୍ତ ପଟ୍ଟନାୟକରମାକାନ୍ତ ରଥମଧ୍ୟ ଏସିଆ🡆 More