ଜଗନ୍ନାଥ ବିଶ୍ୱବିଦ୍ୟାଳୟ

ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ବଙ୍ଗଳାଦେଶର ରାଜଧାନୀ ଢାକାର ସଦରଘାଟଠାରେ ଅବସ୍ଥିତ । ୧୮୫୮ମସିହାରୁ ଏକ ବିଦ୍ୟାଳୟରୁ ଆରମ୍ଭ ହୋଇ, ୨୦୦୫ମସିହାରେ ଏହା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା । ବଙ୍ଗଳାଦେଶର ୟୁନିଭରସିଟି ଗ୍ରାଣ୍ଟ କମିସନ ସହିତ ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ । ମିଜାନୁର ରହମାନ ବର୍ତ୍ତମାନ କୁଳପତି ଭାବରେ କାର୍ଯ୍ୟରତ । ଏଯାବତ କାର୍ଯ୍ୟ କରିଥିବା ସମସ୍ତ କୁଳପତି ମୁସଲମାନ ଅଟନ୍ତି । ୩୩ଟି ବିଭାଗରେ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରାଯାଏ ।

ଜଗନ୍ନାଥ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ଶିକ୍ଷା ଇମାନ ଶୃଙ୍ଖଳା"
ସ୍ଥାପିତ୨୦୦୫
ପ୍ରକାରସାର୍ବଜନୀନ
କୁଳାଧିପତିଅବଦୁଲ ହମିଦ
କୁଳପତିମିଜାନୁର ରହମାନ
ଅବସ୍ଥାନଢାକା, ବଙ୍ଗଳାଦେଶ
ପରିସରସଦରଘାଟ
ଅନୁବନ୍ଧନୟୁଜିସି, ବଙ୍ଗଳାଦେଶ
ୱେବସାଇଟjnu.ac.bd/

ଇତିହାସ

୧୮୫୮ ମସିହାରେ ପ୍ରଭାତୀଚରଣ ରୟ, ଅନନ୍ତବଂଧୁ ମଲ୍ଲିକ ଓ ବ୍ରଜସୁନ୍ଦର କଇତ୍ରଙ୍କ ପ୍ରଚେଷ୍ଟାରେ "ଢାକା ବ୍ରାହ୍ମ ସ୍କୁଲ" ପ୍ରତିଷ୍ଠିତ ହୋଇଥିଲା । ମାଣିକଗଂଜର ଜମିଦାର କିଶୋରୀଲାଲ ଚୌଧୁରୀ ୧୮୭୨ରେ ଅଧିଗ୍ରହଣ କରି, ଏହାର ନାମ ପରିବର୍ତ୍ତନ କରି "ଜଗନ୍ନାଥ ସ୍କୁଲ" ରଖିଥିଲେ । ପରେ ଏହା ଇଣ୍ଟରମିଡିଏଟ ଓ ଡିଗ୍ରୀ କଲେଜର ପରିଣତ ହୋଇଥିଲା । ୧୯୨୧ ମସିହାରେ ଢାକା ବିଶ୍ୱବିଦ୍ୟାଳୟ ଖୋଲିବାରୁ, ଏହି କଲେଜରୁ ଡିଗ୍ରୀ ପାଠ୍ୟକ୍ରମ ଉଠି ଯାଇଥିଲା ଓ ଏହାର ନାମ ପରିବର୍ତ୍ତିତ ହୋଇ ହୋଇଥିଲା "ଜଗନ୍ନାଥ ଇଣ୍ଟରମିଡ଼ିଏଟ‌ କଲେଜ" । ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ମର୍ଯ୍ୟଦା ପାଇଥିଲା । ୧୯୬୮ମସିହାରେ ସରକାର ଏହି କଲେଜକୁ ହାତକୁ ନେଇଥିଲେ । ୧୯୮୨ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଗଲା । ୨୦୦୫ ମସିହାରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ "ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫" ବଳରେ ଏହା ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲା । କୁଳପତି ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତିମାନେ :

  • ଶିରଜୁଲ ଇସଲାମ ଖାନ(୨୦/୧୦/୨୦୦୫-୨୦୦୮)
  • ଅବୁ ହୁସେନ ସିଦ୍ଦିକ(୨୦୦୮-୨୦୦୯)
  • ମିସବା ଉଦ୍ଦିନ ଅହମଦ(୨୦୦୯-୨୦୧୩)
  • ମିଜାନୁର ରହମାନ(୨୦୧୩ରୁ କାର୍ଯରତ)

ଆଧାର

Tags:

ଢାକାବଙ୍ଗଳାଦେଶମୁସଲମାନ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ନାଟକବିଭୂତି ପଟ୍ଟନାୟକନୀଳକଣ୍ଠ ଦାସଲୋକ ସଭାଛାନ୍ଦକବିସୂର୍ଯ୍ୟ ବଳଦେବ ରଥଆଲ୍‌କା ୟାଗ୍ନିକ୍‌ରେବତୀ (କ୍ଷୁଦ୍ରଗଳ୍ପ)ରଥପ୍ରଦୂଷଣଗଙ୍ଗାଧର ମେହେରବାରବାଟି ଦୁର୍ଗଲାରି ସାଙ୍ଗରଓଡ଼ିଶାର ଭୂଗୋଳଫେସବୁକସାନିଆ ମିର୍ଜାତାଜମହଲସୁଭାଷ ଚନ୍ଦ୍ର ବୋଷବାବୁଶାନ୍ବିଷ୍ଣୁକୁନ୍ତଳା କୁମାରୀ ସାବତଭାରତୀୟ ଜାତୀୟ କଂଗ୍ରେସଜବାହରଲାଲ ନେହେରୁକମ୍ପ୍ୟୁଟରସିକ୍ଲ ସେଲ୍ ରୋଗକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜ୍ୟୋତି ପ୍ରକାଶ ପାଣିଗ୍ରାହୀକୃଷ୍ଣଚନ୍ଦ୍ରଶେଖର ରଥଜଗନ୍ନାଥ ମନ୍ଦିରଜଗନ୍ନାଥ ପ୍ରସାଦ ଦାସଦାରିଙ୍ଗବାଡ଼ିଅଶୋକ (ସମ୍ରାଟ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓହେମୋଫିଲିଆପବିତ୍ର ମୋହନ ଜେନାଭଗବତୀ ଚରଣ ପାଣିଗ୍ରାହୀସ୍ତନ୍ୟପାନହରପ୍ରସାଦ ଦାସକୁଞ୍ଜବିହାରୀ ଦାଶକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଗୋଲୋକ ବିହାରୀ ଧଳଲୋକ ସଭାର ବାଚସ୍ପତିରାମଚନ୍ଦ୍ର ମିଶ୍ରସମ୍ବଲପୁର ଜିଲ୍ଲାସୀତା ବିବାହରମାଦେବୀ ଚୌଧୁରୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅର୍ଥଶାସ୍ତ୍ରଲାଟିନ ଭାଷାନବଦୁର୍ଗାଜୟ ଶ୍ରୀରାମଗଜାନନ ବେଶମଥୁରା ମଙ୍ଗଳଫତୁରାନନ୍ଦସତ୍ୟବାଦୀ ବନ ବିଦ୍ୟାଳୟଗଣନ ସଂଖ୍ୟାହିନ୍ଦୁସ୍ତାନ ପେଟ୍ରୋଲିୟମବିବାହInotuzumab ozogamicinଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବାଲେଶ୍ୱର ଜିଲ୍ଲାଆଚାର୍ଯ୍ୟ ହରିହରପଶ୍ଚିମ ବଙ୍ଗଅଭିମନ୍ୟୁ ସାମନ୍ତସିଂହାର🡆 More