ଜଗନ୍ନାଥଙ୍କ ଷୋଳକଳା

ଷୋଳକଳାର ସମଷ୍ଟି ହେଉଛନ୍ତି କଳା ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସେ ପୂର୍ଣ୍ଣବ୍ରହ୍ମ। ତାଙ୍କ ଷୋଳକଳାରୁ ଗୋଟିଏ କ୍ଳ ହେଉଛନ୍ତି ଶ୍ରୀକୃଷ୍ଣ। ତାହା ହେଉଛି ମହାପ୍ରଭୁଙ୍କ ଶେଷକଳା। ଓଡ଼ିଶା ସାହିତ୍ୟରେ ଲେଖଥିବା ଚର୍ଚ୍ଚିତ ପଂକ୍ତିଟି ପରଂବ୍ରହ୍ମଙ୍କଠାରୁ ଶ୍ରୀକୃଷ୍ଣଙ୍କ ସୃଷ୍ଟିର ସଙ୍କେତ ଦେଉଛି। ସେଥିପାଇଂ ଓଡ଼ିଆ ସାହିତ୍ୟରେ ଲେଖା ଯାଇଛି:

ଜଗନ୍ନାଥଙ୍କ ଷୋଳକଳା
ଜଗନ୍ନାଥ

 
      ' ଜଗନ୍ନାଥ ଯେ ଷୋଳକଳା,
        ତହୁଁ କଳାଏ ନନ୍ଦବଳା'।

ଅର୍ଥାତ ମହାପ୍ରଭୁ ହେଉଛନ୍ତି ଷୋଳକଳା ବିଶିଷ୍ଟ । ସେଥୁରୁ ଶ୍ରୀକୃଷ୍ଣ ହେଉଛନ୍ତି ମାତ୍ର ଗୋଟିଏ କଳା ।

କାରଣ:

ଭଗବତ ବାଣୀ ଅନୁସାରେ ଶ୍ରୀକୃଷ୍ଣଙ୍କଙ୍କ ଭକ୍ତମାନେ 'କୃଷ୍ଣ ହେଉଛନ୍ତି ଭଗବାନ' ବୋଲି ଗ୍ରହଣ କରନ୍ତି । ଯେହେତୁ କୃଷ୍ଣଙ୍କୁ ଭଗବାନ' ବୋଲି ଗ୍ରହଣ କରାଯାଏ,ତେଣୁ ଭଗବାନଙ୍କର ଷୋଳକାଳର ବିଚାର କରାଯାଏ ।

ବିଶେଷ ଭାବେ ଉତର ଭାରତରେ ଶ୍ରୀକୃଷ୍ଣଙ୍କ ଷୋଳକଳାର ଆଲୋଚନା କରାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳା ମଧ୍ୟରେ ଯେଉଁଯେଉଁ ଶବ୍ଦ,ଯେଉଁଯେଉଁ କଳାକୁ ଗ୍ରହଣ କରାଯାଇଛି ;ସେଥିରେ ଭକ୍ତି ଭାବ ଅଧିକ ରହିଛି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାରେ ସଂସାରର ସମସ୍ତ ସ୍ଥିତି ସମାହିତ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଗବାନ,ଦେବତା କିମ୍ବା ଈଶ୍ୱର ନୁହନ୍ତି । ସେ ହେଉଛନ୍ତି ପରମେଶ୍ୱର ପରମସତ୍ତା । ସେହି ପରମେଶ୍ୱର ଦାରୁ ରୂପ ଧରି ଆର୍ବିଭାବ ହୋଇଥିବାରୁ ତାଙ୍କୁ ଦାରୁବ୍ରହ୍ମ କୁହାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳାରେ ଭଗବାନଙ୍କ ଷୋଳକଳା ଥିବାବେଳେ ଏଠାରେ ପରଂବ୍ରହ୍ମଙ୍କ ଷୋଳକଳା ରହିଛି । ତେଣୁ ଓଡ଼ିଶାର ଜ୍ଞାନ ଭକ୍ତି ଭାବରେ ମହାପ୍ରଭୁଙ୍କ ଷୋଳକଳାକୁ ସମ୍ପୂର୍ଣ୍ଣ୍ଣ ଭାବେ ଦର୍ଶାଯାଇଛି ଏବଂ ଶ୍ରୀକୃଷ୍ଣ ତାଙ୍କଠାରୁ ଗୋଟିଏ କଳା ରୂପରେ ଧାରା ଯାଇଛି । ଏହି ଷୋଳକଳା ସମ୍ପୂର୍ଣ୍ଣ ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପୁରାଣ ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ ।

ଷୋଳକଳା

କ୍ରମ କଳା ବିବରଣୀ
ଇକ୍ଷଣ ଶକ୍ତି ନିରୀକ୍ଷଣ କରିବା ଶକ୍ତି । ଏ ଜଗତରେ କିଏ କେଉଁଠି କ'ଣ କରିବା ଉଚିତ ;ଏଥି ପ୍ରତି ଧ୍ୟାନ ଦେବାକୁ ଇକ୍ଷଣ କଳା କୁହାଯାଏ
ପ୍ରାଣ ଶକ୍ତି ପ୍ରାଣାୟମ ଯୋଗଦ୍ୱାରା ଶକ୍ତିକୁ ନିଜ ଅଧିନକୁ ଆଣି ଜଗତ ମଙ୍ଗଳ ପାଇଁ ନିୟୋଜିତ ହେଉଥିବା କଳା
ଶ୍ରଦ୍ଧା ଓ ଭକ୍ତି ବେଦ, ପରମସତ୍ତା, ଧର୍ମ ଏବଂ ଗୁରୁଙ୍କ ପ୍ରତି ଅଟଳ ଶ୍ରଦ୍ଧା ଓ ଭକ୍ତି ଭାବ । ଏହା ମଣିଷର ଗୁଣ ହେଇଥିଲେ ମଧ୍ୟ ତନ୍ତ୍ର ଶାସ୍ତ୍ରରେ କଳା ବିଚାରରେ ଗ୍ରହଣ କରାଯାଇ ଭକ୍ତିକୁ ଶକ୍ତି ବୋଲି ଗ୍ରହଣ କରାଯାଇଛି
ଖ'ମାର୍ଗ ଆକାଶ ବା ଶୂନ୍ୟରେ ବିଚରଣ କରି ସମସ୍ତ ଜଗତର ମଙ୍ଗଳ ପାଇଁ କରୁଥିବା କାର୍ଯ୍ୟ
ଅଗ୍ନିହୋତ୍ର ଶକ୍ତି ଅଗ୍ନି ବିଦ୍ୟାର ବିରଳ କଳା । ଯଜ୍ଞ ଅଗ୍ନିଠାରୁ ଉଦୟ ଅଗ୍ନି ପର୍ଯ୍ୟନ୍ତ ଆଗ୍ନେୟାସ୍ତ୍ରର ରହସ୍ୟକୁ ଭେଦ କରିବାର ଶକ୍ତି ।
ଜଳନ୍ତରଣ ପୃଥିବୀ ସମ୍ପୂର୍ଣ୍ଣ ପ୍ରଳୟ ହୋଇଯିବ ପରେ ଜଗତକୁ ନିଜ ଭିତରେ ରଖି (ଗର୍ଭରେ ସ୍ଥାନ ଦେଇ) ପ୍ରଳୟ ଜଳ ଉପରେ ରହି ନିଜକୁ ନିୟନ୍ତ୍ରଣ କରିବାର କଳା
ମଲ୍ଲ ବିଦ୍ୟା ବାସ୍ତବରେ ନିଜ ଶରୀରକୁ ଜଗତର ମଙ୍ଗଳ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ସକ୍ଷମ ହେବାକୁ କୁହାଯାଏ
ଜିତେନ୍ଦ୍ରିୟ ସମସ୍ତ ଇନ୍ଦ୍ରିୟକୁ ଯିଏ ଜୟ କରି ପର ଅପଣା ଭେଦ ଭାବ ରଖେନାଇ, ଶତ୍ରୁମିତ୍ର ଭାବ ରଖେ ନାହିଁ । ଜଗତର ସମସ୍ତ ଜନତା ଯେମିତି ତାହାର ସନ୍ତାନ । ସେଭଳି ଭାବଧାରା ଓ ବିଚାରଧାରାକୁ କାର୍ଯ୍ୟକରି କରିବାରେ ଯିଏ ସକ୍ଷମ
କାର୍ଯ୍ୟକ୍ଷମ ଦାର୍ଶନିକ ଜ୍ଞାନ ବଳରେ ଯିଏ ସମସ୍ତ ବଧ ବିଘ୍ନ ଦୂର କରି କାର୍ଯ୍ୟ ସମ୍ପାଦନ କରିଥାନ୍ତି
୧୦ ପାଳନ ଶସ୍ୟ, ବୃକ୍ଷ,ବୀଜ ଓ ପୁଷ୍ପ ଯିଏ ଉତପରଣା କରାଇପାରେ ଏବଂ ତାର ସଦୁପଯୋଗ କରାଇବାକୁ ପାଳନ କଳା କୁହାଯାଏ
୧୧ ବ୍ରହ୍ମଚର୍ଯ୍ୟ ମଣିଷର ବ୍ରହ୍ମଚର୍ଯ୍ୟକୁ ରକ୍ଷା କରି ୧୪ ଭୁବନକୁ ନିଜ ଅଧୀନରେ ରଖିବାକୁ
୧୨ ତପସ୍ୟା ଧର୍ମ ଓ କର୍ତ୍ତବ୍ୟର ସୁରକ୍ଷା ପଣି ଯିଏ ସମସ୍ତ କଷ୍ଟକୁ ସହ୍ୟ କରିପାରେ ଓ ଏହାର ଉଦ୍ଧେଶ୍ୟରେ କେବଳ ଜଗତ କଲ୍ୟାଣ ପଣି ପ୍ରୟୋଗ କରିପାରେ
୧୩ ବେଦଜ୍ଞ ବେଦ ରହଶ୍ୟକୁ ସମ୍ପୂର୍ଣ୍ଣ ଜାଣି ବେଦମନ୍ତ୍ରର ଦ୍ରଷ୍ଟାହୋଇ ଲୋକ କଲ୍ୟାଣ ପାଇଁ ସେହି ସାମର୍ଥ୍ୟକୁ ବିନିଯୋଗ କରିବା ହିଁ ଏହି କଳା
୧୪ ବାକଶକ୍ତି ନିଜ ବାଣୀଦ୍ୱାରା ଅନ୍ୟକୁ ବସ କରିବାର ଶକ୍ତି
୧୫ କ୍ରିୟାଶକ୍ତି କର୍ମନିଷ୍ଠ ହେବ ପାଇଁ କର୍ମଯୋଗୀ ହେବା,ସୁକର୍ମ କରିବା ଓ ଜନମଙ୍ଗଳ କାମ କରିବା ଯିଏ ଅମପା ଶକ୍ତି ଆହରଣ କରିଥାଏ
୧୬ ଆକର୍ଷଣ ନିଜ କାର୍ଯ୍ୟରେ ଅନ୍ୟକୁ ଆକର୍ଷଣ କରିପାରୁଥିବ

ଏହି ଷୋଳକଳା ମହାପ୍ରଭୁଙ୍କ ପାଖରେ ଅଛି । ଷୋଳକଳାକୁ ନେଇ ଜଗତର ପରମସତ୍ତା ପରଂବ୍ରହ୍ମ ହୋଇଥିବାରୁ ତାଙ୍କୁ ଷୋଳ କଳାର ଆଧାର କୁହାଯାଏ ବୈଷ୍ଣବ ମାନଙ୍କ କଥା ଅନୁସାରେ ଶ୍ରୀକୃଷ୍ଣ ହେଉଛନ୍ତି ଏହି କ୍ଳର ଶେଷ କଳା । କାରଣ କୃଷ୍ଣଙ୍କ ଅର୍ଥ ହେଉଛି ଆକର୍ଷଣ ଶକ୍ତି । ଏହି ଶକ୍ତି ଯାହାର ଥାଏ ତାଙ୍କୁ କୃଷ୍ଣ କୁହାଯାଏ । ୧୬ କଳା ଧାରଣ କୃ ଧରାବତରଣ କରିଥିବାରୁ କୃଷ୍ଣଙ୍କୁ ଲୋକ ବିଚାରରେ ଷୋଳକଳାରେ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି ବୋଲି ଧାରଣ ଅଛି । ମାତ୍ର ସେ ଷୋଳକଳାରେ ନୁହେଁ ,୧୬ତମ କଳାର ଅଧିକାରୀ ।

ଆଧାର

  • ପ୍ରମୟ,ପୃଷ୍ଠା-୨,୨୩ ଜୁନ ୨୦୧୫

Tags:

ଜଗନ୍ନାଥ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ନାଟକରବି ସିଂଓଡ଼ିଆ ଲିପିହୀରାକୁଦ ବନ୍ଧପୋଙ୍ଗଲଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଦୁମଣି ମହାପାତ୍ରଗନ୍ଧମାର୍ଦନଜ୍ଞାନପୀଠ ପୁରସ୍କାରରମାକାନ୍ତ ରଥମନୋରଞ୍ଜନ ଦାସବ୍ରାଉଜରବେଙ୍ଗ୧ ଅପ୍ରେଲକାଳିନ୍ଦୀ ଚରଣ ପାଣିଗ୍ରାହୀଚନ୍ଦ୍ରଗୁପ୍ତଦେଉଳଝରି ଉଷ୍ଣପ୍ରସ୍ରବଣଇମେଲବିଦ୍ୟୁତଓଧହିନ୍ଦୁ ବିବାହ ଅଧିନିୟମ, ୧୯୫୫ଅନ୍ତରା ଚକ୍ରବର୍ତ୍ତୀକର୍କଟ ରୋଗଇଣ୍ଟରନେଟ୧୧ ଫେବୃଆରୀଆଷାଢ଼ସ୍ୱାମୀ ବିବେକାନନ୍ଦଖପୁରୀ କଣା ଅସ୍ତ୍ରୋପଚାରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦିଘୋଷରାଧାନାଥ ରାୟରାମଚନ୍ଦ୍ର ବେହେରା୨ ଜୁନମାଗୁଣି ଚରଣ ଦାସପକ୍ଷବିଶ୍ୱନାଥ କର୨୦୦୬ସିଂହପ୍ରଥମ ବିଶ୍ୱଯୁଦ୍ଧପଞ୍ଚତନ୍ତ୍ରହିଙ୍ଗୁଳା ମନ୍ଦିରସ୍ୱର ବର୍ଣ୍ଣକାଶୀ ବିଶ୍ୱନାଥ ମନ୍ଦିରପ୍ଲୀହାହନୁମାନ ଜୟନ୍ତୀଯମୁନା୫ ଫେବୃଆରୀଅକ୍ଷୟ ତୃତୀୟାଶ୍ରୀଧର ଦାସକଟକGlobe ruptureଗ୍ରେଗୋରି ପାଞ୍ଜିଯକ୍ଷ୍ମାଗୌରୀଶଙ୍କର ରାୟwiki.phtmlବୃହସ୍ପତିଖ୍ରୀଷ୍ଟ ଧର୍ମନୋଟା (ଭାରତ)୪ ଅପ୍ରେଲଅଚ୍ୟୁତ ସାମନ୍ତକୃଷ୍ଣ ଜନ୍ମାଷ୍ଟମୀବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଂରାଜୀ ଭାଷାଅରବିନ୍ଦ କେଜରିୱାଲଭଗବତୀ ଚରଣ ପାଣିଗ୍ରାହୀକବିଚଇତି ଘୋଡ଼ା ନାଚ🡆 More