ଜଗନ୍ନାଥଙ୍କ ଅଜ୍ଞାତବାସ

ମାଦଳା ପାଞ୍ଜି ମତେ ୫୦୦ରୁ ୧୭୩୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୨୩୩ ବର୍ଷ ଧରି କ୍ରମାଗତ ଭାବେ ଆଫଗାନୀ ଓ ମୋଗଲମାନଙ୍କଦ୍ୱାରା ୧୭ଥର ପୁରୀ ଜଗନ୍ନାଥ ମନ୍ଦିର ଉପରେ ବହୁବାର ଆକ୍ରମଣ କରାଯାଇଥିଲା । ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ଓଡ଼ିଶାକୁ ଜୟକରିବା ଅସମ୍ଭବ ବୋଲି ସମସ୍ତ ମୁସଲିମ ଆକ୍ରମଣକାରୀ ଧରିନେଇଥିଲେ ୤ ଏହି ବିଧର୍ମୀ ଯବନମାନଙ୍କ ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷାକରିବା ଲାଗି କେତେବେଳେ ଦୋବନ୍ଧା ବାଟେ ଡଙ୍ଗାରେ ରଖି ଚିଲିକା ଗର୍ଭକୁ ଆଉ କେତେବେଳେ ଚଉଦୋଳାରେ ବୁହାଇ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ମଧ୍ୟକୁ ଶ୍ରୀବିଗ୍ରହମାନଙ୍କୁ ନିଆଯାଉଥିଲା ୤ ଏଥିପାଇଁ ଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ ଚାପ ଦଳେଇ ଅରିଆ ସେବକ ନାମରେ ଗୋଟିଏ ସ୍ୱତନ୍ତ୍ର ବୃତ୍ତିଭୋଗୀ ସେବକ ଗୋଷ୍ଠୀକୁ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯାଇଥିଲା । ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣର ଆଭାସ ମିଳିବା ମାତ୍ରେ ତତ୍‌କ୍ଷଣାତ୍ ଚାପ ଦଳେଇ ଓ ଅରିଆ ସେବକମାନେ ଶ୍ରୀ ବିଗ୍ରହମାନଙ୍କୁ ଚାପରେ ଧରି ଚିଲିକା ଗର୍ଭକୁ ବୋହି ନେଇଯାଉଥିଲେ ୤ ଏଥିପାଇଁ ବର୍ଷସାରା ମାଣିକପାଟଣା ଓ ଖାଲିକାପାଟଣା ମୁହାଣଠାରେ ବୋଇତ, ଚାପ ଓ ଡଙ୍ଗାମାନ ସଦାସର୍ବଦା ପ୍ରସ୍ତୁତ ହୋଇ ରହୁଥିଲା ।

ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସ

୫୦୦: ପାତାଳି ଶ୍ରୀକ୍ଷେତ୍ର ସୋନପୁର

ପ୍ରଥମେ ରକ୍ତବାହୁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହାପରେ ଆଫଗାନୀ କଳାପାହାଡ଼ର ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ଲାଗି ଅତି ଗୋପନରେ ଶ୍ରୀବିଗ୍ରହମାନଙ୍କୁ ସୋନପୁରର ଗୋପାଳୀ ଗ୍ରାମରେ ଦୀର୍ଘ ୧୪୬ବର୍ଷ ପାଇଁ ଅବସ୍ଥାନ କଲେ।

୧୫୦୯:ଚାଡିଗୁହା

ଇସଲାମ ଗାଜୀଙ୍କ ଆକ୍ରମଣ ସମୟରେ ପ୍ରତାପରୁଦ୍ର ଦେବ ରାଜତ୍ୱ କରୁଥିଲେ। ସେତେବେଳେ ସେବାୟତମାନେ ଶ୍ରୀଜୀଉମାନଙ୍କ ସୁରକ୍ଷା ପାଇଁ ଚିଲିକା ହ୍ରଦ ମଧ୍ୟରେ ଥିବା ଚାଡିଗୁହା ଦ୍ୱୀପରେ ନେଇ ଗୋପନରେ ରଖାଗଲା।

୧୬୦୧:କପିଳେଶ୍ୱର

ଏକଦା ପୁରୀ ଆକ୍ରମଣ କରିଥିଲେ ମିର୍ଜା ଖୁରାମ। ସେହିସମୟରେ ମହାପ୍ରଭୁ ମାନଙ୍କର ସୁରକ୍ଷା ପାଇଁ ଭାର୍ଗବୀ ନଦୀ ପାର ହୋଇ କପିଳେଶ୍ୱରରେ ୮ମାସ ଆଶ୍ରୟ ନେଇଥିଲେ।

୧୫୬୫:କାଙ୍କଣ ଶିଖରୀ,ଚିଲିକା

ଏଠାରେ ମହାପ୍ରଭୁ ଦୁଇଥର ଆଶ୍ରୟ ନେଇଥିଲେ। କଳାପାହାଡ଼ ଆକ୍ରମଣ ସମୟରେ ଶ୍ରୀଜୀଉମାନଙ୍କୁ ଏଠାକୁ ଅଣାଗଲା। ଏଠାରେ ଘୋର କାଙ୍କଣବଣ ଜଙ୍ଗଲରେ ମହାପ୍ରଭୁଙ୍କୁ କଣ ଭୋଗ ଲାଗିବ ବୋଲି ବିଚାର କଲେ ସେବକମାନେ। ବାଧ୍ୟ ହୋଇ ସେମାନେ ଏକ ଚୂଆରୁ ଜଳ ଏବଂ କଣ୍ଟାଫଳ କାଙ୍କଣ ରୋଷେଇ କରି ଲାଗି କଲେ। ଏହା ପରେ ସେ ଭୋଗ ମହାପ୍ରସାଦରେ ପରିଣତ ହେଲା। ଓ ସମଗ୍ର ଚିଲିକା କ୍ଷାରିଅ ପାଣି ହୋଇଥିବା ବେଳେ ସେ ଚୂଆର ପାଣି ଅଦ୍ୟାପି ମଧୁର।୨୦୧୫ ନବକଳେବର ସମୟର ସେଠାକୁ ନନ୍ଦିଘୋଷ ରଥର ଚକ ପୂଜା ପାଉଛନ୍ତି ।

୧୫୬୬:ନଇରୀ,ଚିଲିକା

କଳାପାହାଡ଼ ଆକ୍ରମଣ ସମୟରେ ମହାପ୍ରଭୁ କାଙ୍କଣ ଶିଖରୀରୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଥିବା ହରିହର ମନ୍ଦିରରେ ଠାକୁର ଅବସ୍ଥାନ କରିଥିଲେ। ଅଦ୍ୟାବଧି ସେଠାରେ ମହାପ୍ରଭୁଙ୍କ ତିନିଟି ରତ୍ନଚକା ଅଛି। ଏଠାରେ ରଥଯାତ୍ରା ମଧ୍ୟ ଶଗଡିରେ ହୋଇଥିଲା।

୧୫୬୮:ଗଡ କୁଜଙ୍ଗ

କଳାପାହାଡ଼ର ଆକ୍ରମଣ ବେଳେ କୌଶଳ କ୍ରମେ ବିସର ମହାନ୍ତି ନାମକ ଏକ ବୈଷ୍ଣବ ସନ୍ନ୍ୟାସୀ ତାଙ୍କ ଢୋଲ ଭିତରେ ମହାପ୍ରଭୁଙ୍କ ବ୍ରହ୍ମକୁ ଆଣି ୧୫୬୮ରୁ ୧୫୭୫ ଜଗତସିଂହପୁରର କୁଜଙ୍ଗରେ ପୂଜା କଲେ। ୧୫୭୫ରେ ରାମଚନ୍ଦ୍ର ଦେବ ଏହାକୁ ଆଣି ଖୋର୍ଦ୍ଧାରେ ଏକ ବର୍ଷ ପୂଜାପରେ ୧୫୭୬ର ନବକଳେବର ସମୟରେ ବିଗ୍ରହରେ ସଂସ୍ଥାପିତ ହେଲେ।

୧୬୦୮:ଗୋପାଳ ମନ୍ଦିର

୧୬୦୮ ମସିହାରେ ଓଡ଼ିଶାର ଉପଦେଷ୍ଟା ହେଲେ ହାସିମ ଖାନ । ସେତେବେଳେ ରାଜା ପୁରୁଷୋତ୍ତମ ଦେବ। ଏହି ସମୟରେ ସେ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ। ସେବକମାନେ ଶ୍ରୀଜୀଉମାନଙ୍କୁ ରାଜଧାନୀସ୍ଥିତ ଗୋପାଳ ମନ୍ଦିରରେ ଗୋପନ ଭାବେ ରଖାଗଲା।

୧୬୧୦:ମା ବିମଳାଙ୍କ ମନ୍ଦିର

୧୬୧୦ରେ କେଶୁ ଦାସ ନାମକ ଜଣେ ମୋଗଲ ସୁବାଦାର ଜଗନ୍ନାଥ ମନ୍ଦିର ଉପରେ ଏତେ ଅତର୍କିତ ଭାବେ ଆକ୍ରମଣ କରିଥିଲା ଯେ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସେବାୟତମାନଙ୍କୁ ସମୟ ମିଳି ନ ଥିଲା । କେବଳ ବିଗ୍ରହମାନଙ୍କଠାରୁ ବିନା ଉପଚାରରେ ବ୍ରହ୍ମ କଢ଼ାଯାଇ ମା ବିମଳାଙ୍କ ପଛପଟେ ଲୁଚାଯାଇଥିଲା ୤ ଏହାପରେ ମୋଗଲ ସୁବାଦାର କେଶୁଦାସ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନେଇ ବଡ଼ଦାଣ୍ଡରେ ନିଆଁ ଲଗାଇ ଦେଇଥିଲା ଏବଂ ତା ସହିତ ଶ୍ରୀଗୁଣ୍ଡିଚା ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ତିନି ରଥରେ ମଧ୍ୟ ନିଆଁ ଲଗାଇ ଦେଇଥିଲା ୤ ଏହି ଭୟରେ ଦୀର୍ଘବର୍ଷ ଧରି ପୁରୀରେ ରଥଯାତ୍ରା ହୋଇନଥିଲା

୧୬୧୧-୧୨:ଚକାନାସି,ଚିଲିକା

କଲ୍ଲ୍ୟାଣ ମାଲ ଶ୍ରୀମନ୍ଦିରକୁ ୨ଥର ଆକ୍ରମଣ କରିଥିଲା। ପ୍ରଥମଥର୤ଯୁଦ୍ଧ ପୂର୍ବରୁ ଶ୍ରୀଜୀଉମାନଙ୍କୁ ଚିଲିକା ହ୍ରଦ ମଧ୍ୟରେ ଥିବା ଚକାନାସି ଦ୍ୱୀପକୁ ସ୍ଥାନାନ୍ତର କରାଯାଇଥିଲା।ଏହି ଯୁଦ୍ଧରେ ସେ ପୁରୁଷୋତ୍ତମ ଦେବଙ୍କଠାରୁ ପରାସ୍ତ ହୋଇଥିଲା ଦ୍ୱିତୀୟ ଥର ୧୬୧୨ରେ ଆକ୍ରମଣ ସମୟରେ ମହାପ୍ରଭୁ ଚକାନାସିରେ ଥିଲେ ସେଠାରୁ ଯାଇ ଦଧିବାମନ ମନ୍ଦିରରେ ରହିଲେ

୧୬୧୫: ଗୁରୁବଦେଇ,ଚିଲିକା

୧୬୧୫ରେ ତୋଡ଼ରମଲ୍ଲଙ୍କ ପୁଅ କଲ୍ୟାଣମଲ୍ଲ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ବିଶ୍ୱସ୍ତ ସେବକମାନଙ୍କଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଚିଲିକାସ୍ଥିତ ଗୁରୁବଦେଇଠାରେ ଲୁକ୍କାୟିତ ରଖାଯାଇଥିଲା।

୧୬୧୭: ଗୁରୁବଦେଇ, ଚିଲିକା

ଆକ୍ରମ ଖାନ୍‌ଦ୍ୱାରା ଜଗନ୍ନାଥ ମନ୍ଦିର ଆକ୍ରମଣ ହେବାପରେ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଚିଲିକାସ୍ଥିତ ଗୁରୁବଦେଇଠାରେ ଲୁକ୍କାୟିତ ରଖାଯାଇଥିଲା ୤

୧୬୧୭: ମାଣିତ୍ରୀ ଦୁର୍ଗ

ସୁବାଦାର ଅହମନ୍ ବେଗ୍ଦ୍ୱାରା ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ଗୋପନରେ ମାଣିତ୍ରୀ ଦୁର୍ଗକୁ ସ୍ଥାନାନ୍ତରିତ କରାଯାଇଥିଲା ।

୧୬୨୧: ମାଣିତ୍ରୀ ଦୁର୍ଗ

୧୬୨୨ରେ ସୁବାଦାର ଅହମନ୍ ବେଗ୍ଦ୍ୱାରା ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ପୁଣି ଆଉଥରେ ଗୋପନରେ ମାଣିତ୍ରୀ ଦୁର୍ଗକୁ ସ୍ଥାନାନ୍ତରିତ କରାଯାଇଥିଲା ।

୧୬୨୩: ମାଣିତ୍ରୀ ଦୁର୍ଗ

୨୮ ଅଗଷ୍ଟ ୧୬୨୩ରେ ବେଗୁନିଆ ନିକଟସ୍ଥ ଗଡମାଣତୀରକୁ ଜଗନ୍ନାଥଙ୍କ ଦାରୁବିଗ୍ରହ ଆସିଥିଲା ।

୧୬୨୪: ସାକ୍ଷୀଗୋପାଳ

୧୬୨୪ରେ ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ସାକ୍ଷୀଗୋପାଳରେ ଏକ ମନ୍ଦିରରେ ଲୁକ୍କାୟିତ ରଖାଯାଇଥିଲା ।

୧୬୯୨: କୋକଲଗଡ

୧୬୯୨ରେ ଦାରୁଦିଅଁଙ୍କ ସହିତ ତାଙ୍କ ବିଜେ ପ୍ରତିମା ଶ୍ରୀମନ୍ଦିର ଦକ୍ଷିଣୀଘରୁ କୋକଲଗଡ଼କୁ ଯାଇଥିଲେ ।


୧୭୩୩: ଶରଣ ଶ୍ରୀକ୍ଷେତ୍ର ମାରଦା

ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତରେ ଶରଣ ଶ୍ରୀକ୍ଷେତ୍ର ଅବସ୍ଥିତ। ତକ୍କି ଖାନ ଆକ୍ରମଣ ସମୟରେ ଜଣେ ବଙ୍ଗୀୟ ରାଜାଙ୍କ ଭୟରେ ତତ୍କାଳୀନ ପୁରୀ ଗଜପତି ମହାରାଜା ଲୁକ୍କାୟିତ ଭାବେ ତିନି ଠାକୁରଙ୍କୁ ଆଣି ଏଠାରେ ବିଜେ କରାଇଥିଲେ । ୧୭୩୩ ମସିହାରେ ବିଜେ କରିଥିବା ତିନିଠାକୁର ଏଠାରେ ୨ବର୍ଷ ୪ ମାସ ରହଣି କରିଥିଲେ । ଏହି ସମୟରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଓ ଭୋଗରାଗ ପାଇଁ ତତ୍କାଳୀନ ଆଠଗଡ଼ ରାଜା ନୃସିଂହ ଜଗଦ୍ଦେବ ହରିଚନ୍ଦନ ୮ଶହ ଭରଣ ଜମି ଯୋଗାଇ ଦେଇଥିଲେ । ତିନି ଠାକୁର ରହିବା ସମୟରେ ତକ୍କୀ ଦୃଷ୍ଟି ଆକର୍ଷଣକୁ ଏଡାଇବା ନିମନ୍ତେ ଏଠାରେ ରଥଯାତ୍ରା ପାଳନ କରାଯାଇ ନଥିଲା । ତିନି ଠାକୁର ଶ୍ରୀକ୍ଷେତ୍ରକୁ ବାହୁଡ଼ିଯିବା ପରେ ଶରଣ ଶ୍ରୀକ୍ଷେତ୍ରରେ କେବଳ ଠାକୁରମାନଙ୍କ ୩ ଆସନ ହିଁ ରହିଛି । ପୂଜକମାନେ କେବଳ ଆସନକୁ ପୂଜାର୍ଚ୍ଚନା କରୁଛନ୍ତି । ଏବେବି ମହାପ୍ରଭୁଙ୍କୁ ଆଶ୍ରୟ ଦେଇଥିବା ହେତୁ ଏକାଦଶୀ ଦିନ ମହାଦୀପ ଉଠିବା ସମୟରେ ତାଙ୍କର ମଙ୍ଗଳ କାମନା ପାଇଁ ଡାକ ପଡେ ଶ୍ରୀମନ୍ଦିର ଚୂଡାରୁ...

ଆଧାର

ଅଧିକ ତଥ୍ୟ

ପାତାଳି ଶ୍ରୀକ୍ଷେତ୍ର

ମାରଦା

Tags:

ଜଗନ୍ନାଥଙ୍କ ଅଜ୍ଞାତବାସ ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସ ୧୫୦୯:ଚାଡିଗୁହାଜଗନ୍ନାଥଙ୍କ ଅଜ୍ଞାତବାସ ୧୫୬୫:କାଙ୍କଣ ଶିଖରୀ,ଚିଲିକାଜଗନ୍ନାଥଙ୍କ ଅଜ୍ଞାତବାସ ୧୫୬୬:ନଇରୀ,ଚିଲିକାଜଗନ୍ନାଥଙ୍କ ଅଜ୍ଞାତବାସ ୧୫୬୮:ଗଡ କୁଜଙ୍ଗଜଗନ୍ନାଥଙ୍କ ଅଜ୍ଞାତବାସ ୧୬୦୮:ଗୋପାଳ ମନ୍ଦିରଜଗନ୍ନାଥଙ୍କ ଅଜ୍ଞାତବାସ ୧୬୧୧-୧୨:ଚକାନାସି,ଚିଲିକାଜଗନ୍ନାଥଙ୍କ ଅଜ୍ଞାତବାସ ଆଧାରଜଗନ୍ନାଥଙ୍କ ଅଜ୍ଞାତବାସଓଡ଼ିଶାଚିଲିକାଜଗନ୍ନାଥଜଗନ୍ନାଥ ମନ୍ଦିରମାଦଳା ପାଞ୍ଜି

🔥 Trending searches on Wiki ଓଡ଼ିଆ:

କୋଷଦ୍ୱିତୀୟ ବିଶ୍ୱଯୁଦ୍ଧସାମାଜିକ ବିଜ୍ଞାନଫୁଲଭୃସଙ୍ଗ ଗଛବେଦରାଜ୍ୟ ସଭାସତ୍ୟନାରାୟଣ ରାଜଗୁରୁପୃଥିବୀଶାରଳା ପୁରସ୍କାରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଛବିଳ ମଧୁ ବର୍ଣ୍ଣବୋଧଏମିତି ଭାଇ ଜଗତେ ନାହିଁହିପୋପୋଟାମସବିଜୁ ପଟ୍ଟନାୟକଗଣ୍ଡାଅଷ୍ଟ୍ରେଲିଆଗୋପୀନାଥ ନନ୍ଦଜୈନ ଧର୍ମବିଷ୍ଣୁମାସସୁଦାମ ମାରାଣ୍ଡି୨୪ ଅପ୍ରେଲକଲେରାପକ୍ଷ୨୦ ଅପ୍ରେଲଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରବ୍ରାହ୍ମଣପ୍ଲାଟିପସପଣା ସଂକ୍ରାନ୍ତିଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଆଚାର୍ଯ୍ୟ ହରିହରଆସନତିର୍ଥେଶ୍ୱର ଶିବ ମନ୍ଦିରଓଡ଼ିଆବଳରାମ ଦାସପ୍ରାଣୀ ବିଜ୍ଞାନଭାରତୀୟ ଜନତା ପାର୍ଟିଦାସକାଠିଆରାସନ କାର୍ଡ଼ (ଭାରତ)ପଠାଣି ସାମନ୍ତସଂକ୍ରାନ୍ତିଶୁକ୍ରଚିନ୍ତାମଣି ବେହେରାଜିନା ସାମଲକବିସୂର୍ଯ୍ୟ ବଳଦେବ ରଥଗୁରୁ ପ୍ରସାଦ ମହାନ୍ତିରାଧାରାଣୀ ପଣ୍ଡାମିଳିତ ଜାତିସଂଘସ୍ୱର ବର୍ଣ୍ଣନୀଳକଣ୍ଠ ଦାସ୨ ଅପ୍ରେଲପ୍ରଥମ ବିଶ୍ୱଯୁଦ୍ଧପରିସଂଖ୍ୟାନମହାଦେଶତରଳ ଝାଡ଼ାଖାଦ୍ୟପଦାର୍ଥ ବିଜ୍ଞାନ୯ ଫେବୃଆରୀମାଲଟାରାମଚନ୍ଦ୍ର ବେହେରାକୃଷ୍ଣଓଡ଼ିଆ ସାହିତ୍ୟର ଇତିହାସବର୍ଷାବି. ଆର. ଆମ୍ବେଦକରତପସ୍ୱିନୀଦ୍ରାଘିମାବ୍ରଜନାଥ ବଡ଼ଜେନା🡆 More