ଚୌଧୁରୀ ହେମକାନ୍ତ ମିଶ୍ର: ବ୍ୟଙ୍ଗ ସାହିତ୍ୟିକ

ଚୌଧୁରୀ ହେମକାନ୍ତ ମିଶ୍ର (୧୩ ଅପ୍ରେଲ ୧୯୩୫ - ୩୧ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଥିଲେ । ସେ ଅନୁବାଦ ସାହିତ୍ୟ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ବ୍ୟଙ୍ଗ ବ୍ୟତିତ ସାହିତ୍ୟର ଅନ୍ୟ ବିଭାଗ, ଯଥା କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦରେ ମଧ୍ୟ ସେ ଲେଖନୀ ଚାଳନା କରିଛନ୍ତି ।

ଚୌଧୁରୀ ହେମକାନ୍ତ ମିଶ୍ର
Born(1935-04-13)୧୩ ଅପ୍ରେଲ ୧୯୩୫
ଭେଡା, କଟକ
Died୩୧ ଅଗଷ୍ଟ ୨୦୦୫(2005-08-31) (ବୟସ ୭୦)
Nationalityଭାରତୀୟ
Educationସ୍ନାତକୋତ୍ତର (ମନୋବିଜ୍ଞାନ), ପି.ଏଚ୍.ଡି
Alma materରେଭେନ୍ସା ମହାବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ
Known forଶିକ୍ଷାବିତ ଓ ସାହିତ୍ୟିକ
Parentଚୌଧୁରୀ ରାଧାନାଥ ମିଶ୍ର
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ହେମକାନ୍ତ, ୧୯୩୫ମସିହାରେ କଟକ ଜିଲ୍ଲାର ଭେଡା ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ମନୋବିଜ୍ଞାନରେ ସ୍ନାତକୋତ୍ତର ପରେ, ହେମକାନ୍ତ ପି.ଏଚ୍.ଡି ମଧ୍ୟ ଲାଭ କରିଥିଲେ । ନିଜ କର୍ମମୟ ଜୀବନ ମଧ୍ୟରେ, ସେ ଆଇ.ଆଇ.ଟି ଖଡ଼ଗପୁର, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ଭାରତୀୟ ଭାଷା ସଂସ୍ଥାନ ଓ ମାଡ୍ରାସ ଟେକନିକାଲ ଟିଚର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଶିକ୍ଷାଦାନ କରିଥିଲେ । ସେ ଏନ.ସି.ଇ.ଆର.ଟିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ୨୦୦୫ ମସିହା ଅଗଷ୍ଟ ୩୧ତାରିଖରେ,ବେଙ୍ଗାଳୁରୁଠାରେ ତାଙ୍କର ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା

ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ହେମକାନ୍ତଙ୍କ ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା, ରେଭେନ୍ସା କଲେଜରେ ପଢ଼ିବା ସମୟରୁ । ଫତୁରାନନ୍ଦଙ୍କଦ୍ୱାରା ଅନୁପ୍ରାଣିତ ହୋଇ, ସେ ବ୍ୟଙ୍ଗସାହିତ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ସେ ଫତୁରାନନ୍ଦଙ୍କ ଜୀବନୀ "ହାସ୍ୟ ସମ୍ରାଟ ଫତୁରାନନ୍ଦ" ମଧ୍ୟ ରଚନା କରିଥିଲେ ।

ରଚନାବଳୀ

  • ଭଲ୍ଲୁକର ପୂରା ପ୍ୟାଣ୍ଟ ଓ ଅନ୍ୟାନ୍ୟ ମଜା ଗଳ୍ପ
  • ନିଷିଦ୍ଧ ପୁସ୍ତକ
  • ହେମକାନ୍ତଙ୍କ ହସଗୋଲା
  • ବାରବୁଲା ଦେବଦୁତ
  • କୁରୁଳିଆ ଗଳ୍ପ
  • ହାସ୍ୟ ସମ୍ରାଟ ଫତୁରାନନ୍ଦ
  • ଅଘଟଣ ସଂକଳନ (ଗଳ୍ପ ଗ୍ରଂଥ)
  • ତେରେଛା ଗଳ୍ପ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୪ (ବାରବୁଲା ଦେବଦୁତ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ନିଷିଦ୍ଧ ପୁସ୍ତକ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୭ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ରସରାଜ ଉପାଧୀ (ସରତ ସାହିତ୍ୟ ସମିତି ପ୍ରଦତ୍ତ)
  • ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ଚୌଧୁରୀ ହେମକାନ୍ତ ମିଶ୍ର ସାହିତ୍ୟ ସର୍ଜନାଚୌଧୁରୀ ହେମକାନ୍ତ ମିଶ୍ର ସମ୍ମାନ ଓ ପୁରସ୍କାରଚୌଧୁରୀ ହେମକାନ୍ତ ମିଶ୍ର ଆଧାରଚୌଧୁରୀ ହେମକାନ୍ତ ମିଶ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ମିଳିତ ଜାତିସଂଘଦେବୀପ୍ରସନ୍ନ ପଟ୍ଟନାୟକଗ୍ରେଭସ ରୋଗପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଆସାମକଣ୍ଡୋମମେନିଞ୍ଜାଇଟିସ୍ବେଲ ପଣାତମନ୍ନା ବ୍ୟାସପାଳୁଅ ଲଡୁଏରିଦେମା ମଲ୍ଟିଫର୍ମଗୋପପୁର (ଗପ ସଙ୍କଳନ)ବ୍ରାହ୍ମ ସମାଜପକ୍ଷଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟାସିମେଲଟେଓନପ୍ରମୁଖ ଅବସାଦ ବେମାରୀବାଜି ରାଉତକୃଷ୍ଣସଂଯୁକ୍ତା ରାଉତଶଙ୍ଖଜିତେନ୍ଦ୍ର ହରିପାଲଶାମ୍ବ ଦଶମୀଖଣ୍ଡାୟତୱିଲିଅମ ସେକ୍ସପିଅରଲଣ୍ଠନସୁଦର୍ଶନ ସାହୁ (ଛେନାପୋଡ଼ ଜନକ)କାଳୀଚରଣ ପଟ୍ଟନାୟକଯୀଶୁଓଡ଼ିଶାର ଇତିହାସୟୁ ଟ୍ୟୁବଅବସାଦଅଡ଼ିରଘୁନାଥ ମୁର୍ମୁସୁଭାଷ ଚନ୍ଦ୍ର ବୋଷଅଗଷ୍ଟ୨୦୦୫ଚା’ଭାରତୀୟ ଜାତୀୟ କଂଗ୍ରେସପ୍ଲେଗଅଶୋକ (ସମ୍ରାଟ)ଓଡ଼ିଶାର ଭୂଗୋଳହନୁମାନଦୁର୍ଗାଅଗସ୍ତ୍ୟଲକ୍ଷ୍ମଣ ନାୟକଚିତ୍ତରଞ୍ଜନ ଦାସଆଇସଲ୍ୟାଣ୍ଡକୋଣାର୍କ ସୂର୍ଯ୍ୟ ମନ୍ଦିରନିତ୍ୟାନନ୍ଦ ଶତପଥୀସତ୍ୟ ସାଇ ବାବାନାଗୋୟାଗାୟତ୍ରୀ ସରାଫଉଇକିପିଡ଼ିଆଜର୍ଜ କ୍ୟାଣ୍ଟରଦୀନକୃଷ୍ଣ ଦାସମାୟାଧର ମାନସିଂହହଳଧର ନାଗ୧୪ ସେପ୍ଟେମ୍ବରଫାଇଲିନହୀରାକୁଦ ବନ୍ଧ🡆 More