ଚୋଡ଼ଗଙ୍ଗ ଦେବ

ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ (ଖ୍ରୀ:ଅ: ୧୦୭୮-୧୧୪୭) ଓଡ଼ିଶାର ଗଙ୍ଗବଂଶର ପ୍ରତିଷ୍ଠାତା ଓ ଆଗଙ୍ଗା ଗୋଦାବରୀ ବିଶାଳ ସାମ୍ରାଜ୍ୟର ନିର୍ମାତା ରୂପେ ଇତିହାସରୁ ଜଣାଯାଏ । ତାଙ୍କର ଦୀର୍ଘ ୭୦ ବର୍ଷର ଶାସନକାଳ ମଧ୍ୟରେ ଉତ୍କଳର କଳା, ସ୍ଥାପତ୍ୟ, ଧର୍ମ ଓ ଶାସନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ହୋଇଥିଲା । ଯଦିଓ ରାଜତ୍ୱର ଆଦ୍ୟ ଭାଗରେ ସେ ନାବଳକ ଥିବା ଯୋଗୁଁ କିଛିଟା ଅସୁବିଧାର ସମ୍ମୁଖିନ ହୋଇଥିଲେ, କିନ୍ତୁ ରଜ୍ୟାଭିଷେକ ହେବା ପରେ ସେ ଜଣେ ସୁପ୍ରତିଷ୍ଠିତ ନୃପତି ରୂପେ ଖ୍ୟତି ଲାଭ କରିଥିଲେ । ଚୋଡଗଙ୍ଗ ଦେବ ନିଜର ବୁଦ୍ଧି, ସାହସ, ଧୌର୍ଯ୍ୟଦ୍ୱାରା ପୂର୍ବାଙ୍ଗ ଉପକୂଳ ଓଡ଼ିଶା ଜୟ କରି ପୂର୍ବ ଗଙ୍ଗବଂଶର ବିଜୟ ଧ୍ୱଜା ଉଡାଇଥିଲେ । ସେ ଗଙ୍ଗ ସାମ୍ରାଜ୍ୟର ନାମକରଣ ଉତ୍କଳ ରଖିଥିଲେ ।

ଚୋଡ଼ଗଙ୍ଗ ଦେବ
ଚୋଡ଼ଗଙ୍ଗଦେବ ତିଆରି କରିଥିବା କୃତିତ୍ୱ

ବାଲ୍ୟକାଳ

ଚୋଡ଼ଗଙ୍ଗ ଦେବଙ୍କର ପିତାଙ୍କର ନାମ ଥିଲା ଦେବେନ୍ଦ୍ର ବର୍ମା ରାଜାରାଜ ଦେବ ପ୍ରଥମ । ସେ ଆଧୁନିକ ଆନ୍ଧ୍ରପ୍ରଦେଶର କଳିଙ୍ଗ ଭୂଖଣ୍ଡସ୍ଥ ପୂର୍ବ ଗଙ୍ଗ ବଂଶର ସୁଖ୍ୟାତ ରାଜା ଥିଲେ । ମାତା ରାଜସୁନ୍ଦରୀ ଚୋଳବଂଶର ବିଖ୍ୟାତ ରାଜ କୁଳତୁଙ୍ଗ ରାଜେନ୍ଦ୍ର ଚୋଳଙ୍କ କନ୍ୟା ଥିଲେ । ମାତା ଚୋଳବଂଶର ଓ ପିତା ଗଙ୍ଗବଂଶର ହୋଇଥିବା ହେତୁ ସେ, ଚୋଳଗଙ୍ଗ ବା ଚୋଡ଼ଗଙ୍ଗ ନାମ ଧାରଣ କରିଥିଲେ । ତାଙ୍କର ଶୈଶବ କାଳ ଅତ୍ୟନ୍ତ ଦୁଃଖମୟ ଥିଲା । ୧୦୭୭ ଖ୍ରୀଷ୍ଟାବ୍ଦରେ ପିତାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଦୁଇବର୍ଷ ବୟସ୍କ ବାଳକ ଚୋଡ଼ଗଙ୍ଗ ଦେବ ୧୦୭୮ ମସିହାରେ ପୂର୍ବ ଗଙ୍ଗବଂଶର ପ୍ରଚୀନ ରାଜଧାନୀ କଳିଙ୍ଗ ନଗର(ଆଧୁନିକ ମୁଖଲିଙ୍ଗମ୍)ଠାରେ ସିଂହାସନ ଆରୋହଣ କରିଥିଲେ । ସେ ୧୧୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କଳିଙ୍ଗ ନଗରଠାରେ ରାଜତ୍ୱ କରିଥିଲେ । ଏହି ବର୍ଷ ସେ ଉତ୍କଳର ରାଜଧାନୀ କାଟକ ନଗରୀକୁ ତାଙ୍କର ରାଜଧାନୀ ଉଠାଇ ଆଣିଥିଲେ । ତଙ୍କର ରାଜ୍ୟ ଜୟ, ଶାସନ , କଳା, ସ୍ତାପତ୍ୟ ଓ କୀର୍ତ୍ତି ଇତ୍ୟାଦି ତାଙ୍କ ଦ୍ୱାର ପ୍ରଦତ୍ତ ଅନେକ ତାମ୍ରଫଳକ ତଥା ଖୋଦିତ ଶିଳାଲେଖାରୁ ଜାଣାପଡ଼େ । ଚୋଡ଼ଗଙ୍ଗଙ୍କ ଅଭିଷେକ ସମୟରେ ତାଙ୍କ ପିତାଙ୍କଠାରୁ ପ୍ରାପ୍ତ ସାମ୍ରାଜ୍ୟର ସୀମା ଉତ୍ତରରେ ଋଷିକୁଲ୍ୟା ନଦୀଠାରୁ ଦକ୍ଷିଣରେ ସିମାଞ୍ଚଳ ପର୍ଯ୍ୟନ୍ତ ଓ ପଶ୍ଚିମରେ କୋଶଳ ରାଜ୍ୟଠାରୁ ପୂର୍ବରେ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟବିସ୍ତାର ନୀତି ଅବଲମ୍ବନ କରି ତାଙ୍କର ରାଜ୍ୟର ସୀମା ଅତ୍ୟନ୍ତ ବିରାଟ କରିପାରିଥିଲେ ।

ରାଜ୍ୟଜୟ ଅଭିଯାନ

ଚୋଡଗଙ୍ଗ ଦେବ ଜଣେ ପାରଙ୍ଗମ ସାମ୍ରାଜ୍ୟ ନିର୍ମାତ ଓ ସୁଦକ୍ଷ ଯୋଦ୍ଧା ଥିଲେ । ନିଜ ରାଜତ୍ୱ କାଳରେ ସେ ବେଙ୍ଗୀରାଜ୍ୟ ଅଧିକାର ସହ ଉତ୍କଳ ଉପରେ ଆକ୍ରମଣ, ବଙ୍ଗ ଦେଶ ଆକ୍ରମଣ, ଦକ୍ଷିଣ କୋଶଳର କଳଚୁରୀଙ୍କ ସହ ସଙ୍ଘର୍ଷ ଓ ଚୋଳରାଜାଙ୍କ ସହ ଯୁଦ୍ଧ କରି ଜଣେ ପରମ ପରାକ୍ରମଶାଳୀ ସାମ୍ରାଜ୍ୟ ନିର୍ମାତା ଭାବେ ନିଜକୁ ପ୍ରାମାଣିତ କରିପାରିଥିଲେ । ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ବିଜୟ ବିଷୟ ଲିଙ୍ଗରାଜ ମନ୍ଦିର ଶିଳାଲିପିରେ ଉଲ୍ଲେଖ କରାଯାଇଛି । ନିଜ ସାମରିକ ଶକ୍ତି ବଳରେ ସମଗ୍ର ଉତ୍କଳ ଖଣ୍ଡକୁ ଦୀର୍ଘକାଳ ପର୍ଯ୍ୟନ୍ତ ମୁସଲମାନମାନଙ୍କ ଆକ୍ରମଣରୁ ରକ୍ଷା କରି ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ରୂପେ ପ୍ରତିଷ୍ଠ କରିଥିଲେ । ଚୋଡ଼ଗଙ୍ଗ ଦେବ ଏହି ବିଶାଳ ସାମ୍ରାଜ୍ୟର ଅଧିଶ୍ୱର ହୋଇ ନିଜକୁ ରାଜଧିରାଜ, ରାଜ ପରମେଶ୍ୱର, ପରମ ଭଟ୍ଟାରକ, ତ୍ରିକଳିଙ୍ଗାଧିପତିଗଙ୍ଗ ଚୁଡାମଣି ଇତ୍ୟାଦି ଉପାଧିରେ ବିଭୁଷିତ କରାଇଥିଲେ । ଏହିପରି ଭାବେ ଚୋଡ଼ଗଙ୍ଗ ଦେବ ତଙ୍କାର ରାଜ୍ୟଜୟ ଓ ସାମ୍ରାଜ୍ୟ ଗଠନ କାର୍ଯ୍ୟ ଦ୍ୱାର ଉତ୍କଳ ଇତିହାସରେ ଚିର ସ୍ମରଣୀୟ ହୋଇ ରହିଛନ୍ତି ।

ଶାସନ ଓ କୀର୍ତ୍ତିକଳାପ

ଚୋଡ଼ଗଙ୍ଗ ଦେବ କେବଳ ଜଣେ ପାରଙ୍ଗମ ସାମ୍ରାଜ୍ୟ ନିର୍ମାତା ଓ ସୁଦକ୍ଷ ଯୋଦ୍ଧା ନଥିଲେ, ସେ ଉତ୍କଳୀୟ ଧର୍ମକୀର୍ତ୍ତି ତଥା କଳା ଓ ଭାଷ୍କର୍ଯ୍ୟର ପୃଷ୍ଠକ ମଧ୍ୟ ଥିଲେ । ସେ ଅନେକ ଜନହିତକର କାର୍ଯ୍ୟ କରିଥିଲେ । ବିଶାଳ ଉତ୍କଳ ସାମ୍ରାଜ୍ୟ ଗଠନ ପରେ ଶାସନ କାର୍ଯ୍ୟର ସୁବିଧା ପାଇଁ ସେ ତାଙ୍କର ରାଜଧାନୀକୁ ମୁଖଲିଙ୍ଗମ୍ଠାରୁ ଗଙ୍ଗା-କଟକକୁ ସ୍ଥାନାନ୍ତରିତ କରିଥିଲେ । ସେ ସମଗ୍ର ଉତ୍କଳକୁ ଜୟ କରି ଏବଂ ଏହାର ଶାସକ ଭାବେ ରହି ଉତ୍କଳର ସଂସ୍ଜୃତି, ଜନଜୀବନ ଧାରା ସହ ପୁର୍ଣାଙ୍ଗ ଭାବେ ଜଡ଼ିତ ତଥା ଜଗନ୍ନାଥ ସଂସ୍କୃତିଦ୍ୱାରା ଉଦବୁଦ୍ଧ ହୋଇ ପୁରୀଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଇତିହାସରେ ଅମର ହୋଇ ରହିଛନ୍ତି । ଅନେକ ଅଭିଲେଖରୁ ଯାହ ଜଣାପଡେ ଚୋଡଗଙ୍ଗ ଦେବ ଜଣେ ଶୈବ ଧର୍ମାବଲମ୍ବୀ ଥିଲେ । ତଥାପି ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ପ୍ରାଚୀନ ଜରାଜୀର୍ଣ ସ୍ଥାନରେ ବର୍ତ୍ତମାନର ଜଗନ୍ନାଥ ମନ୍ଦିର ତିଆରି ଆରମ୍ଭ କରିଥିଲେ । ସନ ୧୧୩୫ ବେଳକୁ ପୁରୀଠାରେ ସେ ଜଗନ୍ନାଥ ମନ୍ଦିର ସ୍ଥାପନ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ ପୁରୀ ଜଗନ୍ନାଥ ଧାମ ସାରା ଭାରତବର୍ଷରେ ଏକ ମହାନ ଧର୍ମପୀଠ ରୂପରେ ଅଗଣୀତ ଧର୍ମପ୍ରାଣ ଭାରତୀୟଙ୍କୁ ଆକୃଷ୍ଟ କରି ଏକତାର ବାଣୀ ଉଦଘୋଷିତ । ଏହି ମନ୍ଦିରା ତାଙ୍କର ବୈଷ୍ଣବ ଧର୍ମ ପ୍ରତି ଆନୁଗତ୍ୟର ଏକ ପ୍ରାମାଣିକ ନିଦର୍ଶନ ଓ ସ୍ଥାପତ୍ୟ କଳାର ଏକ ଅକ୍ଷୟ କୀର୍ତ୍ତି । ଏତଦ୍ ବ୍ୟତୀତ ସେ ମୁଖଲିଙ୍ଗମ୍, ଶ୍ରୀକୁରମ୍ ଓ ସୀମାଞ୍ଚଳଠାରେ ବୈଷ୍ଣବ ମନ୍ଦିରଗୁଡ଼ିକ ନିର୍ମାଣ କରିଥିଲେ । ଧଉଳି ପାହାଡ ନିକସ୍ଥ କୌଶଲ୍ୟା ଗଙ୍ଗ ଜଳଶୟ ଚୋଡ଼ଗଙ୍ଗ ଦେବଙ୍କ ଏକ ଜନମଙ୍ଗଳ କୀର୍ତ୍ତିର ଏକ ନମୂନା । ଯାଜପୁରର ଗଙ୍ଗେଶ୍ୱର ମନ୍ଦିର ତଙ୍କ ସମୟରେ ନିର୍ମିତ ହୋଇଥିଲା ।

ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ଖଣ୍ଡକୁ ରାଜତ୍ୱ କରି ପ୍ରାୟ ୧୧୪୭ ଖ୍ରୀ:ଅ:ରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କଦ୍ୱାରା ସ୍ଥାପିତ ସାମ୍ରାଜ୍ୟବାଦୀ ଗଙ୍ଗବଂଶ ପ୍ରାୟ ୩୨୫ ବର୍ଷ ଉତ୍କଳକୁ ରାଜତ୍ୱ କରିଥିଲା । ଓଡ଼ିଶା ସଂସ୍କୃତି ଓ ଇତିହାସରେ ଅନନ୍ତବର୍ମା ଚୋଡ଼ଗଙ୍ଗଙ୍କ ରାଜତ୍ୱ ଉଲ୍ଲେଖନୀୟ ଥିଲା ।


ଆଧାର

Tags:

ଚୋଡ଼ଗଙ୍ଗ ଦେବ ବାଲ୍ୟକାଳଚୋଡ଼ଗଙ୍ଗ ଦେବ ରାଜ୍ୟଜୟ ଅଭିଯାନଚୋଡ଼ଗଙ୍ଗ ଦେବ ଶାସନ ଓ କୀର୍ତ୍ତିକଳାପଚୋଡ଼ଗଙ୍ଗ ଦେବ ଆଧାରଚୋଡ଼ଗଙ୍ଗ ଦେବଉତ୍କଳଓଡ଼ିଶାଗଙ୍ଗବଂଶ

🔥 Trending searches on Wiki ଓଡ଼ିଆ:

ତାରିଣୀ ମନ୍ଦିର, ଘଟଗାଁଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟହନୁମାନ ଜୟନ୍ତୀକଳିଙ୍ଗ ଯୁଦ୍ଧଜ୍ଞାନପୀଠ ପୁରସ୍କାରସମୀର ରଞ୍ଜନ ଦାଶରାମଶଙ୍କର ରାୟପୋଡ଼ ପିଠାInotuzumab ozogamicinରକ୍ତକିଶୋରଚନ୍ଦ୍ରାନନ୍ଦ ଚମ୍ପୂଗୋଲୋକ ବିହାରୀ ଧଳଜଗନ୍ନାଥ ପ୍ରସାଦ ଦାସଏଚଆଇଭି/ଏଡସବ୍ରତଅର୍ଜୁନ ଚରଣ ସେଠୀମନୋଜ ଦାସମକର (ରାଶି)ଭାରତୀୟ ଜନଗଣନାଇସଲାମ ଧର୍ମତ୍ରିଭୁଜକ୍ରିକେଟରଥଗ୍ରହଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସହୀରାକୁଦ ବନ୍ଧଇତିହାସରବିବାରଉପେନ୍ଦ୍ର ଭଞ୍ଜଆର୍ଯ୍ୟଭଟ୍ଟକୃଷ୍ଣପ୍ରସାଦ ମିଶ୍ରରାଶି ଓ ନକ୍ଷତ୍ରସୁନ୍ଦରଗଡ଼ଗୁରୁ ପ୍ରସାଦ ମହାନ୍ତିଭର୍ତ୍ତୃହରି ମହତାବ୧୨ ଅପ୍ରେଲଯୌଥ ପରିବାରନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଗଙ୍ଗାଧର ମେହେରଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ବୈଶାଖଆଚାର୍ଯ୍ୟ ହରିହରପ୍ରସନ୍ନ କୁମାର ଦାଶରାସନ କାର୍ଡ଼ (ଭାରତ)ଭୂମିକମ୍ପଏ. ପି. ଜେ. ଅବଦୁଲ କଲାମବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବନ୍ଦେ ଉତ୍କଳ ଜନନୀଟାଇଫଏଡଓଡ଼ିଆ ରାମାୟଣବାଜି ରାଉତଜୈନ ଧର୍ମଅଶ୍ୱିନୀ କୁମାର ଘୋଷଓଡ଼ିଶାର ଦଶହରାକଳାକଳେବର ଚଉତିଶାରୁକୁଣା ରଥଯାତ୍ରାହାଡ଼ଫୁଟିସୀତାଜୟା ଶର୍ମା (କାର୍ଯ୍ୟକର୍ତ୍ତା)ବଳରାମ ଦାସ🡆 More