ଚିନ୍ତାମଣି ମହାନ୍ତି: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ । ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତା ଓ ଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।

କବିଶେଖର

ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି: ଜନ୍ମ ଓ ଜୀବନ, ରଚନାବଳୀ, ସମ୍ମାନ ଓ ପୁରସ୍କାର
ଜନ୍ମ(1867-03-16)୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ୧୭ ଡିସେମ୍ବର ୧୯୪୩(1943-12-17) (ବୟସ ୭୬)
ଜାତୀୟତାଭାରତୀୟ
ଶିକ୍ଷାଭର୍ଣ୍ଣାକୁଲାର
ବୃତ୍ତିଶିକ୍ଷକ
ସନ୍ତାନଉପେନ୍ଦ୍ର ପ୍ରସାଦ ମହାନ୍ତି (ପୁଅ)
ପିତାମାତା(s)ମଦନ ମୋହନ
ନେତ୍ରମଣି

ତାଙ୍କ ପୁଅ ସ୍ୱାଧୀନ ଜୀବନ ଆରମ୍ଭ କଲା ପରେ ସେ ନିଜ ଜନ୍ମସ୍ଥାନ ଅସ୍ତଳକୁ ଫେରିଆସିଥିଲେ ଓ ୧୯୪୩ ମସିହା ଡିସେମ୍ବର ୧୭ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜନ୍ମ ଓ ଜୀବନ

ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ । ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମାଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କର ରଚନାଶୈଳୀ ରାଧାନାଥ ରାୟଙ୍କଦ୍ୱାରା ବହୁଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି । ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ ।

ରଚନାବଳୀ

  • ଜୀବନ ପଞ୍ଜିକା (ଆତ୍ମଜୀବନୀ)
  • ବିବିଧ ସନ୍ଦର୍ଭ

ସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର

Tags:

ଚିନ୍ତାମଣି ମହାନ୍ତି ଜନ୍ମ ଓ ଜୀବନଚିନ୍ତାମଣି ମହାନ୍ତି ରଚନାବଳୀଚିନ୍ତାମଣି ମହାନ୍ତି ସମ୍ମାନ ଓ ପୁରସ୍କାରଚିନ୍ତାମଣି ମହାନ୍ତି ଆଧାରଚିନ୍ତାମଣି ମହାନ୍ତି ବାହାର ଆଧାରଚିନ୍ତାମଣି ମହାନ୍ତିଉତ୍କଳଉପେନ୍ଦ୍ର ପ୍ରସାଦ ମହାନ୍ତିଓଡ଼ିଆ ଭାଷାଓଡ଼ିଶାରାଧାନାଥ ରାୟ

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଗୁପ୍ତତ୍ରିଭୁଜଓଡ଼ିଶାର ଇତିହାସରାଧାନାଥ ରାୟବିଜୟ କୁମାର ପ୍ରଧାନମୋଗଲ ସାମ୍ରାଜ୍ୟଚାନ୍ଦବାଲିଉଇକିଖବରଶରଧାବାଲିବ୍ରଜନାଥ ବଡ଼ଜେନାଫିନଲ୍ୟାଣ୍ଡଚିତ୍ତରଞ୍ଜନ ଦାସବିଜ୍ଞାନ୩ ଅଗଷ୍ଟ୨୦୦୪ରସାୟନ ବିଜ୍ଞାନଓଡ଼ିଶା ବିଧାନ ସଭାଓଡ଼ିଆ କବି ମାନଙ୍କର ତାଲିକାଉପବାସପ୍ରସନ୍ନ କୁମାର ପାଟ୍ଟଶାଣୀତିନୋଟି ରତନଇଷ୍ଟ ଇଣ୍ଡିଆ କମ୍ପାନୀଛବିଳ ମଧୁ ବର୍ଣ୍ଣବୋଧମହାନଦୀହିଙ୍ଗୁଳା ମନ୍ଦିରକେନ୍ଦୁଝର ଜିଲ୍ଲାଅଖିଳ ମୋହନ ପଟ୍ଟନାୟକମଣିଷ୬୦୨ବଣ୍ଡ (ଅର୍ଥ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିନମିତା ଅଗ୍ରୱାଲବିଷ୍ଣୁଦୋହାକୋଷ ଓ ବୌଦ୍ଧ ଗାନwiki.phtmlବାଲେଶ୍ୱରସ୍ୱସ୍ତିକଆଜରବାଇଜାନଇଂରାଜୀ ଭାଷାମଙ୍ଗଳସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମହାଦେଶଓଡ଼ିଆ ଭାଗବତବାୟୋନ୍ ମନ୍ଦିରଗୋଦାବରୀଶ ମହାପାତ୍ରମହିମା ଧର୍ମରାୟଗଡ଼ା ରେଳ ଷ୍ଟେସନପରିସଂଖ୍ୟାନପୌଷଗଙ୍ଗାଧର ମେହେରସୀତାକାନ୍ତ ମହାପାତ୍ରଅଟିଜିମ୍‌ଧର୍ମେନ୍ଦ୍ର ପ୍ରଧାନମୟୂରଭଞ୍ଜ ଜିଲ୍ଲା୧୪ ଅପ୍ରେଲପଣାକଲେରା୭ ଅପ୍ରେଲବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହଂକଂସମ୍ବଲପୁର ଜିଲ୍ଲାବ୍ରାଉଜରଭାରତୀୟ ମୁଦ୍ରାଭାରତୀୟ ସମ୍ବିଧାନତପସ୍ୱିନୀପଦ୍ମ ଲୋଚନ ପଣ୍ଡାଟିକୋନାଜୋଲ🡆 More