ଚିନ୍ତାମଣି ବେହେରା
ଚିନ୍ତାମଣି ବେହେରା: ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।[୪]
ଚିନ୍ତାମଣି ବେହେରା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୭ ନଭେମ୍ବର ୧୯୨୭ ଜମାଡିହ, ମୟୂରଭଞ୍ଜ ଜିଲ୍ଲା |
ମୃତ୍ୟୁ | ୭ ମାର୍ଚ୍ଚ ୨୦୦୫ | (ବୟସ ୭୭)
ଜାତୀୟତା | ଭାରତୀୟ |
ଜୀବନୀ
ଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବୀ ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
ରଚନାବଳୀ
କବିତା ସଙ୍କଳନ
- ଶ୍ୱେତପଦ୍ମ
- ସ୍ୱସ୍ତିକା
- ନୂତନ ସ୍ୱାକ୍ଷର
- ହେ ବୈଦେହୀ ଭୁଲିଯାଅ
- ନୀଳଲୋହିତ
- ତୃତୀୟ ଚକ୍ଷୁ
- ନିଜେ ନିଜର ସାକ୍ଷୀ
- ଉଦୟାସ୍ତର କାବ୍ୟ
ସମାଲୋଚନା ଗ୍ରନ୍ଥ
- କାବ୍ୟ ଓ କଳାକାର
- ଆଧୁନିକତାର କ ଖ ଗ
- ବିଦଗ୍ଧ ପାଠକ
- କଳାଦୃଷ୍ଟି
- ସାହିତ୍ୟ ଚିନ୍ତା
- ଚିତ୍ର ଓ ଚରିତ୍ର
- ଅନ୍ୟାନ୍ୟ ଆଲୋଚନା
ସମ୍ମାନ ଓ ପୁରସ୍କାର
ଆଧାର
This article uses material from the Wikipedia ଓଡ଼ିଆ article ଚିନ୍ତାମଣି ବେହେରା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.