ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ବ ନାମରେ ପାଳନ କରିଥାନ୍ତି ।
କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳରେ ବାଉରୀ, କଣ୍ଡରା, ପାଣ, ଶହର ଆଦି ଜାତିର ଲୋକମାନଙ୍କର ଏହା ଏକ ପର୍ବ। ଭଦ୍ରକ ଜିଲ୍ଲାରେ ଏମିତି ଏକ ପର୍ବ ପାଳନ କରାଯାଏ, ଯାହାକୁ ଉଡ଼ାଣ ପର୍ବ ବୋଲି କହିଥାନ୍ତି।
ଆଦ୍ୟ ବୈଶାଖ ( ମାର୍ଚ-ଅପ୍ରେଲ )
ଓଡ଼ିଶାର କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳ
ଯେଉଁମାନେ ପୂର୍ବରୁ ମାନସିକ କରି ଏହି ବ୍ରତ କରନ୍ତି ସେମାନଙ୍କୁ ପାଟୁଆ କୁହାଯାଏ ଓ ଏହି ଯାତ୍ରାକୁ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା କୁହାଯାଏ। ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ବା ବାଉଁଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ
This article uses material from the Wikipedia ଓଡ଼ିଆ article ଚଡ଼କ ପର୍ବ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.