ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ

ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ, ଚଇତାଳି ଘୋଡ଼ା ନାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟାଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

ଘୋଡ଼ା ନାଚ
ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ
ଘୋଡ଼ା ନାଚ ପରିବେଷଣ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା, ଚଇତି ଘୋଡ଼ା ନାଚ: ଭାରତୀୟ ଲୋକନୃତ୍ୟ ଭାରତ
ସମୟ କାଳମଧ୍ୟଯୁଗ
କଳାକାରଗାୟକ, ପାଳିଆ, ରାଉତ, ରାଉତାଣୀ, ବାଦ୍ୟଯନ୍ତ୍ର ଶିଳ୍ପୀ

ପୌରାଣିକ କିମ୍ବଦନ୍ତୀ

ଭୁବନେଶ୍ୱରରେ ଘୋଡ଼ା ନାଚର ମଞ୍ଚ ପରିବେଷଣ

ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା । କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା । କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ । ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା । ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତାର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ । ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା । ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି ।

ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି ।

ଆଧାର

ବାହାର ଆଧାର

Tags:

ଓଡ଼ିଶାଚୈତ୍ରପୂର୍ଣ୍ଣିମାଶିବ

🔥 Trending searches on Wiki ଓଡ଼ିଆ:

ନିମୋନିଆପୁରୀ ଜିଲ୍ଲାଜୟଦେବଭାରତର ନଦୀ ସମୂହର ତାଲିକାସୀତାକାନ୍ତ ମହାପାତ୍ରଭିଏନାପ୍ରଥମ ବିଶ୍ୱଯୁଦ୍ଧ୧ ଜାନୁଆରୀଭାରତର ନ୍ୟାୟୀକ ବ୍ୟବସ୍ଥାସଜନାଭଦ୍ରକ ଜିଲ୍ଲାଫସ୍‌ଫରସସ୍ନେହାଙ୍ଗିନୀ ଛୁରିଆଗୋପିକା ଅନିଲଗୋବିନ୍ଦ ତ୍ରିପାଠୀନୀଳକଣ୍ଠ ଦାସସେଫପୋଡୋକ୍ସିମକମଳା ଦାସଓଡ଼ଗାଁବୌଦ୍ଧ ଧର୍ମସୀମା ଅନ୍ତିଲମହାତ୍ମା ଗାନ୍ଧୀଓଡ଼ିଶା ସରକାରଚନ୍ଦନ ଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧରାଖାଲ ମହାନ୍ତିଆଳୁଓଡ଼ିଆ ସାହିତ୍ୟଜୟ ଜଗନ୍ନାଥସୌଭାଗ୍ୟ କୁମାର ମିଶ୍ରଚନ୍ଦ୍ରଶେଖର ରଥଓଡ଼ିଆ ରାମାୟଣସ୍ୱାମୀ ବିବେକାନନ୍ଦରବି କାନୁନଗୋମଧୁସୂଦନ ରାଓରାସନ କାର୍ଡ଼ (ଭାରତ)ସହଦେବ (ମହାଭାରତ)ଗୋପାଳବଲ୍ଲଭ ଦାସବ୍ରହ୍ମୋତ୍ରୀ ମହାନ୍ତିକନ୍ଧମାଳ ଜିଲ୍ଲାଶଶିଭୂଷଣ ରାୟ୨୨ ଫେବୃଆରୀ୨୮ ଅପ୍ରେଲନେମାଳଜଗନ୍ନାଥବିଜୁ ଜନତା ଦଳପଣ୍ଡୁ ଓଷାଅଷ୍ଟମୀଜଗନ୍ନାଥ ପ୍ରସାଦ ଦାସନବକଳେବରନବମୀଟୁଇଟରଉଇକିପିଡ଼ିଆସି (ପ୍ରୋଗ୍ରାମିଂ ଭାଷା)ଅଶୋକାଷ୍ଟମୀମହର୍ଷି ଗୌତମମାସକୋଷ୍ଟାରିକାଅଭିମନ୍ୟୁ ସାମନ୍ତସିଂହାରରୁକ୍ମଣୀଦାମୋଦର ରାଉତଲକ୍ଷ୍ମଣ ନାୟକଆହେ ଦୟାମୟ ବିଶ୍ୱ ବିହାରୀଆମ୍ବେଦକର ଜୟନ୍ତୀଭାରତୀୟ ସମ୍ବିଧାନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପୂଜା (ଉପାସନା)ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)🡆 More