ଚୈତ୍ର ପୂର୍ଣ୍ଣିମା

ଚୈତ୍ର ପୂର୍ଣ୍ଣିମା (ଚଇତିପୁନେଇଁ ଓ ଚଇତ ପୁନେଇଁ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ଏହା କେଉଟ ଜାତିର ଲୋକଙ୍କଦ୍ୱାରା ଚୈତ୍ର ମାସ ପୂର୍ଣ୍ଣମୀ ତିଥିରେ (ମାର୍ଚ୍ଚ-ଅପ୍ରେଲ ଭିତରେ) ପାଳିତ ହୋଇଥାଏ । କେଉଟମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି । ଏହା ଚଇତିଘୋଡ଼ା ନାଚ ନାମରେ ଜଣା । ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି ଚଇତି ପର୍ବ ପାଳନ କରାଯାଏ । ଆଦିବାସୀମାନେ ଏହି ପର୍ବରେ ଦିନ ରାତି ବ୍ୟାପୀ ଭୋଜିଭାତ, ନାଚ, ଶିକାର ଆଦି କରିଥାନ୍ତି । ଘରର ମୁଖ୍ୟ ଏହିଦିନ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଘରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ ପୂର୍ବକ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଏହି ଦିନ ପଶୁବଳି ଦେବା ବିଧି ମଧ୍ୟ କିଛି ସମ୍ପ୍ରଦାୟରେ ରହିଛି । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ ଚଇତିଘୋଡ଼ା ନାଚ ଅନୁଷ୍ଠିତ ହୋଇଥାଏ । ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି ।

ଚୈତ୍ର ପୂର୍ଣ୍ଣିମା
ଅନ୍ୟ ନାମଚଇତ ପୁନେଇଁ
ପ୍ରକାରଧାର୍ମିକ
ତାରିଖଚୈତ୍ର ପୂର୍ଣ୍ଣିମା
୨୦୨୪ ତାରିଖdate missing (please add)
ସମ୍ପର୍କିତରାସ ପୂର୍ଣ୍ଣିମା

ଆଧାର

Tags:

ଅପ୍ରେଲଆମ୍ବଓଡ଼ିଶାଚୈତ୍ରଦଣ୍ଡ ନାଚମାର୍ଚ୍ଚ

🔥 Trending searches on Wiki ଓଡ଼ିଆ:

ଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକା୨ୟ ଓଡ଼ିଶା ବିଧାନ ସଭାଫତୁରାନନ୍ଦଇନ୍‌ଫ୍ଲୁଏଞ୍ଜାକାଳୀଚରଣ ପଟ୍ଟନାୟକରଥଯାତ୍ରାସୌରୀନ୍ଦ୍ର ବାରିକଶ୍ରୀ ଅରବିନ୍ଦରବି ପଟ୍ଟନାୟକବାରବାଟି ଦୁର୍ଗକଳାହାଣ୍ଡି ଜିଲ୍ଲାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରାତାରିଣୀ ମନ୍ଦିରମଟର ସାଇକେଲଫେସବୁକପ୍ରସନ୍ନ ଦାସଇଣ୍ତିଆ ଗେଟଜଗନ୍ନାଥଙ୍କ ବେଶଶିବାଜୀବୈଷୟିକ ବିଜ୍ଞାନଶ୍ରୀନିବାସ ରାମାନୁଜନଭାରତବିଦ୍ୟୁତଯୁକ୍ତରାଷ୍ଟ୍ର ଆମେରିକାସଫ୍ଟୱେରଜଗନ୍ନାଥ ପ୍ରସାଦ ଦାସରଜଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଏଣ୍ଟ୍ରେକ୍ଟିନିବଭାରତୀୟ ସମ୍ବିଧାନଆଦିଶଙ୍କରଓଡ଼ିଶାର ଦଶହରାଭାଷାହୃଷୀକେଶ ପଣ୍ଡାମୁଣ୍ଡା ଭାଷାସମୂହହିନ୍ଦୁ ଧର୍ମୟୁନିଫର୍ମ ରିସୋର୍ସ ଲୋକେଟରବାଘହାଣ୍ଡିଭାରତୀୟ ଜାତୀୟ କଂଗ୍ରେସପ୍ରତିଭା ରାୟକଳାପାହାଡ଼ସ୍ତନ୍ୟପାନସୁରମା ପାଢ଼ୀକଲେରାନାନସ୍ୱୋର୍ଡ ମାଛମହର୍ଷି ଗୌତମରାଜଧାନୀ ପ୍ରତିଷ୍ଠା ଦିବସବାବା ବଳିଆପଶ୍ଚିମ ଓଡ଼ିଶାଓଡ଼ିଶାରେ ଦେବୀପୂଜାର ଐତିହ୍ୟପ୍ଲୀହାଇସଲାମ ଧର୍ମହ୍ୱାଟ୍ସଆପପୃଥ୍ୱୀ (କ୍ଷେପଣାସ୍ତ୍ର)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସାଧୁ ମେହେରପ୍ରାଚୀ ନଦୀନିତ୍ୟାନନ୍ଦ ଶତପଥୀଟୁଇଟରହନୁମାନ ଜୟନ୍ତୀରାଜେନ୍ଦ୍ର କିଶୋର ପଣ୍ଡାଇଂରାଜୀ ଭାଷାମନୋଜ ଦାସ🡆 More