ଗୋବିନ୍ଦ ବିଦ୍ୟାଧର

ଗୋବିନ୍ଦ ବିଦ୍ୟାଧର(ଖ୍ରୀ:୧୫୩୩-ଖ୍ରୀ:୧୫୪୯)ମଧ୍ୟ ଯୁଗୀୟ ଓଡ଼ିଶା ଇତିହାସର ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଜଣେ ମନ୍ତ୍ରୀ ଓ ବାରବାଟୀ ଦୁର୍ଗର ପ୍ରଧାନ ସେନାପତି ଥିଲେ। ମାଦଳା ପାଞ୍ଜିରେ ବର୍ଣିତ ତଥ୍ୟ ଅନୁଯାୟୀ, ସେ ଓଡ଼ିଶା ଇତିହାସରେ ଏକ ନୂତନ ଭୋଇ ରାଜବଂଶର ପ୍ରତିଷ୍ଠା କରିଥିଲେ । କିନ୍ତୁ ନିଜର କେତେକ ଦୁର୍ଗୁଣ ଯଥା ଅତ୍ୟନ୍ତ ଉଚ୍ଚାଭିଳାଷୀ ମନୋଭାବ ଯୋଗୁଁ ଓଡ଼ିଶା ଇତିହାସରେ ସେ ଜଣେ ସ୍ୱାର୍ଥାନ୍ଧ, କ୍ଷମତାଲିପ୍‌ସୁ, କୁଚକ୍ରୀ ଓ ହୀନମନା ଖଳ ଶାସକ ରୂପେ ଚିତ୍ରିତ ହୋଇଛନ୍ତି । ସିଂହାସନ ଆରୋହଣର ଲାଳସା ତାଙ୍କର ଏତେ ପ୍ରବଳ ଥିଲା ଯେ ସେ ବିଶ୍ୱସଘାତକ ଓ ଚକ୍ରାନ୍ତ କରିବାକୁ ପଛଘୁଞ୍ଚା ଦେଇନଥିଲେ । ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ନାବାଳକ ପୁତ୍ରଦ୍ୱୟ କାଳୁଆଦେବ ଓ କଖାରୁଦେବଙ୍କୁ ଅତି ଅମାନୁଷିକ ଭାବେ ହତ୍ୟାକରି ୧୫୩୩-୩୪ ଖ୍ରୀଷ୍ଟାବ୍ଦରେ ରାଜ୍ୟର ପ୍ରକୃତ କ୍ଷମତା ହସ୍ତଗତ କଲେ ଓ ଖୋର୍ଦ୍ଧାରେ ଭୋଇବଂଶ ସ୍ଥାପନ କଲେ । ସେ ନିଜର ଦକ୍ଷତା ବଳରେ ଓଡ଼ିଶାର ଶାସନଭାର ଗ୍ରହଣ କରି ନିଜକୁ ସୁବର୍ଣ୍ଣ କେଶରୀ ରୂପେ ପରିଚିତ କରାଇଥିଲେ ।

Tags:

ଗଙ୍ଗବଂଶ

🔥 Trending searches on Wiki ଓଡ଼ିଆ:

ବର କୋଳିଲକ୍ଷ୍ମଣଗୁଣନରାମଶଙ୍କର ରାୟଓଡ଼ିଆ ସାହିତ୍ୟକ୍ରେଡିଟ କାର୍ଡ଼ଗୁପ୍ତେଶ୍ୱରରତ୍ନାକର ଚଇନିକିଶୋରୀ ଚରଣ ଦାସଗୌତମ ବୁଦ୍ଧବସନ୍ତ କୁମାର ଶତପଥୀରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓ ଅନ୍ଧଗଳିଟାଇଫଏଡମକର (ରାଶି)ଅଶୋକାଷ୍ଟମୀଜିନା ସାମଲସ୍ତନ୍ୟପାନକାଜାଖସ୍ତାନକେବେ ତମେ ନାହଁ କେବେ ମୁଁ ନାହିଁକୃଷ୍ଣ ଜନ୍ମାଷ୍ଟମୀଖିଲିପାନବୈଷୟିକ ବିଜ୍ଞାନଅଚ୍ୟୁତାନନ୍ଦ ପ‌ତିମୁଁ ରାଜା ତୁ ରାଣୀଜଗନ୍ନାଥ ପ୍ରସାଦ ଦାସଅମର ସିଂହ ଚମକିଲାଅଟଳ ବିହାରୀ ବାଜପେୟୀତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋରଞ୍ଜନ ଦାସଉତ୍କଳ ଦିବସଆବ୍ରୋସିଟିନିବସର୍ବପଲ୍ଲୀ ରାଧାକୃଷ୍ଣନଆହାର ଯୋଜନାଚନ୍ଦନ ଯାତ୍ରାଚନ୍ଦ୍ରଗୁପ୍ତଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଖିଳ ମୋହନ ପଟ୍ଟନାୟକରାଜ୍ୟ ସଭାସୂର୍ଯ୍ୟ ଦେବତାବୁଦ୍ଧ ପୂର୍ଣ୍ଣିମାଭାରତୀୟ ଜାତୀୟ କଂଗ୍ରେସଜୀବାଣୁ ଭାଜିନୋସିସଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବାଘମହାପାତ୍ର ନୀଳମଣି ସାହୁଭାରତୀୟ ଜନଗଣନାଜ୍ଞାନପୀଠ ପୁରସ୍କାରକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଶ୍ରୀ ଅରବିନ୍ଦରାବଣଛାୟାଭଗବତୀ ଦେଉଳପୃଥିବୀକ୍ରିକେଟୟାଓଇକଥକଳୀଉପେନ୍ଦ୍ର ଭଞ୍ଜବୁଧନ ମୁର୍ମୁବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଲଜାରବିଜୁ ପଟ୍ଟନାୟକଓଧକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More