ଗୋବିନ୍ଦ ଚନ୍ଦ୍ର ଦାସ: ଆଇନଜୀବି ଓ ସାହିତ୍ୟିକ

ଗୋବିନ୍ଦ ଚନ୍ଦ୍ର ଦାସ (୩୦ ଜୁନ ୧୯୩୦ - ୧୭ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ ତଥା ଆଇନଜୀବୀ ଥିଲେ । ସେ ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବାରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଅଟନ୍ତି ।

ଗୋବିନ୍ଦ ଚନ୍ଦ୍ର ଦାସ
ଜନ୍ମ(1930-06-30)୩୦ ଜୁନ ୧୯୩୦
ତିସାଣିଆ, କଲ୍ୟାଣପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୧୭ ଅକ୍ଟୋବର ୨୦୦୮(2008-10-17) (ବୟସ ୭୮)
ଜାତୀୟତାଭାରତୀୟ
ବୃତ୍ତିଓକିଲ ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିଅମାବାସ୍ୟାର ଚନ୍ଦ୍ର
ବୈବାହିକ-ସାଥୀଶାନ୍ତି ଦାସ
ପୁରସ୍କାରଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ

ଜୀବନୀ

ଗୋବିନ୍ଦ ଚନ୍ଦ୍ର ଦାସ ୧୯୩୦ ମସିହା ଜୁନ ମାସ ୩୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ସମାଜବାଦଦ୍ୱାରା ଆକର୍ଷିତ ହୋଇ, ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ବାପାଙ୍କ ଇଚ୍ଛା ଥିଲା, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତୁ । କିନ୍ତୁ ସୋସାଲିଷ୍ଟ ପାର୍ଟିର ସଭ୍ୟ ହୋଇ, ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଗୋବିନ୍ଦ ଚନ୍ଦ୍ରଙ୍କର ଇଚ୍ଛା ନଥିଲା । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇନଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରି ଲଣ୍ଡନର ଲିଙ୍କନସ୍-ଇନରୁ ବାର୍-ଆଟ-ଲ ଡିଗ୍ରୀ ଲାଭ କରିଥିଲେ । ସେ ୧୯୫୩ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଥମ ଓଡ଼ିଆ ଭାବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୮ ମସିହାରେ ଦୁଇଥର ପାଇଁ ସେ ଓଡ଼ିଶାର ଆଡଭୋକେଟ ଜେନେରାଲ ପଦବୀ ଅଳଙ୍କୃତ କରିଥିଲେ ।

ସାହିତ୍ୟ ସାଧନା ଗୋବିନ୍ଦ ଚନ୍ଦ୍ରଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ୧୯୬୪ ମସିହାରେ ତାଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟିର ଲୋକପ୍ରିୟତା ଏଥିରୁ କଳନା କରାଯାଇପାରେ ଯେ, ୨୦୧୨ ମସିହାରେ ଏହାର ଅଣତିରିଶତମ ସଂସ୍କରଣ ପ୍ରକାଶ ପାଇଥିଲା । ଉପନ୍ୟାସ ବ୍ୟତିତ ସେ ଭ୍ରମଣକାହାଣୀ, କ୍ଷୁଦ୍ରଗଳ୍ପ ଓ କବିତା ମଧ୍ୟ ଲେଖୁଥିଲେ । ସେ "କୃଷକ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ ।

୨୦୦୮ ଅକ୍ଟୋବର ୧୭ ତାରିଖରେ କଟକଠାରେ ଗୋବିନ୍ଦ ଚନ୍ଦ୍ର ଦାସଙ୍କର ତିରୋଧାନ ଘଟିଥିଲା ।

ରଚନାବଳୀ

  • ଦେଶେ ଦେଶେ - ୧୯୬୩
  • ଅମାବାସ୍ୟାର ଚନ୍ଦ୍ର - ୧୯୬୪
  • ଲାସୁ
  • ଭଗ୍ନାଂଶ
  • ସୂର୍ଯ୍ୟାସ୍ତ
  • ଜାତକ
  • ମିଶ୍ର ରାଗ
  • ସାନ ଗୋଟିଏ ଜୀବନ (ଆତ୍ମଚରିତ)

ପୁରସ୍କାର ଓ ସମ୍ମାନ

  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୫

ଆଧାର

Tags:

ଗୋବିନ୍ଦ ଚନ୍ଦ୍ର ଦାସ ଜୀବନୀଗୋବିନ୍ଦ ଚନ୍ଦ୍ର ଦାସ ରଚନାବଳୀଗୋବିନ୍ଦ ଚନ୍ଦ୍ର ଦାସ ପୁରସ୍କାର ଓ ସମ୍ମାନଗୋବିନ୍ଦ ଚନ୍ଦ୍ର ଦାସ ଆଧାରଗୋବିନ୍ଦ ଚନ୍ଦ୍ର ଦାସଓଡ଼ିଆ ଭାଷାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଦୁଃଖୀରାମ ସ୍ୱାଇଁଇସଲାମ ଧର୍ମଗୁରୁସଚ୍ଚିଦାନନ୍ଦ ରାଉତରାୟପ୍ରଥମ ବିଶ୍ୱଯୁଦ୍ଧଦୀନକୃଷ୍ଣ ଦାସବିଷ୍ଣୁପ୍ଲାଟିପସଜଗନ୍ନାଥ ମନ୍ଦିରମାୟାଧର ମାନସିଂହତିନୋଟି ରତନ୧୪୧୭ତପସ୍ୱିନୀଇଣ୍ଡୋନେସିଆଦେଓମାଳୀ୨୪ ଅପ୍ରେଲ୬୦୨ଇରା ମହାନ୍ତିଆଚାର୍ଯ୍ୟ ହରିହର୨୦୧୪ପ୍ରତୀକ୍ଷାଭାନୁଜୀ ରାଓଭାଷାହନୁମାନପଣାସତ୍ୟବାଦୀ ବନ ବିଦ୍ୟାଳୟଶବ୍ଦ (ଧ୍ୱନି)ରଥଯାତ୍ରାରଘୁନାଥ ପରିଚ୍ଛାବ୍ୟଞ୍ଜନ ବର୍ଣ୍ଣବନ୍ଦେ ଉତ୍କଳ ଜନନୀଜୟୀରାମ ସାମଲଅଟିଜିମ୍‌ବାଞ୍ଛାନିଧି ମହାନ୍ତିGlobe ruptureକାଳୀଚରଣ ପଟ୍ଟନାୟକଖାଦ୍ୟ ଖଣିଜ ଲବଣନିତ୍ୟାନନ୍ଦ ମହାପାତ୍ରବିମ୍ବାଧର କୁଅଁରମନୋରଞ୍ଜନ ଦାସଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଆଲେକ୍‌ଜାଣ୍ଡର୍ ମହାନପଦାର୍ଥ ବିଜ୍ଞାନରାଜା ରାମମୋହନ ରାୟଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କଥାଚିତ୍ର ଜଗତମହାତ୍ମା ଗାନ୍ଧୀଜାପାନଗୁଗଲଓଡ଼ିଆ ସାହିତ୍ୟଗୋଲୋକ ବିହାରୀ ଧଳରାଜ୍ୟ୧୨ ଫେବୃଆରୀଭାରତୀୟ ଜନତା ପାର୍ଟିଚୈତ୍ରଚନ୍ଦକା ହାତୀ ଅଭୟାରଣ୍ୟନବୀନ ପଟ୍ଟନାୟକସ୍ପେନଇନଷ୍ଟାଗ୍ରାମସାହି ଯାତସିନାପାଲି୧୭ ଅପ୍ରେଲ🡆 More