ଗୋପୀନାଥ ନନ୍ଦ: ଭାଷା-ତତ୍ତ୍ଵ ଆଲୋଚକ ଓ ଗବେଷକ

ଗୋପୀନାଥ ନନ୍ଦ ( ୨୧ ଅଗଷ୍ଟ ୧୮୬୯ - ୧୨ ଜାନୁଆରୀ ୧୯୨୪), ଗୋପୀନାଥ ନନ୍ଦ ଶର୍ମା ନାମରେ ମଧ୍ୟ ପରିଚିତ, ଜଣେ ଓଡ଼ିଆ ଭାଷା-ତତ୍ତ୍ୱବିଦ୍, ଅଭିଧାନ ସଂକଳକ, ନାଟ୍ୟକାର ଓ ଲେଖକ ଥିଲେ । ସେ ଥିଲେ ୧୯୧୬ ମସିହାରେ ପ୍ରକାଶିତ ଶବ୍ଦତତ୍ତ୍ୱବୋଧ ଅଭିଧାନର ସଂକଳକ ଥିଲେ । ତାଙ୍କର ଏହି ଅବଦାନ ନିମନ୍ତେ ସେ କାଇଜର-ଇ-ହିନ୍ଦ ଉପାଧି ପାଇଥିଲେ ଓ ଓଡ଼ିଶାର ପାଣିନୀ ନାମରେ ସୁପରିଚିତ ଥିଲେ ।

ଗୋପୀନାଥ ନନ୍ଦ
ଗୋପୀନାଥ ନନ୍ଦ: ବ୍ୟକ୍ତିଗତ ଜୀବନ, ସାହିତ୍ୟ ରଚନା, ରଚନାବଳୀ
ଗୋପୀନାଥ ନନ୍ଦ
ଜନ୍ମ(1869-08-21)୨୧ ଅଗଷ୍ଟ ୧୮୬୯
ପାରଳାଖେମୁଣ୍ଡି
ମୃତ୍ୟୁ୧୨ ଜାନୁଆରୀ ୧୯୨୪(1924-01-12) (ବୟସ ୫୪)
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପକ
ଉଲ୍ଲେଖନୀୟ କୃତିପ୍ରଥମ ଓଡ଼ିଆ ଭାଷାକୋଷ ରଚୟିତା

ବ୍ୟକ୍ତିଗତ ଜୀବନ

ଗୋପୀନାଥ ନନ୍ଦ ୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଆଧୁନିକ ଗଜପତି ଜିଲ୍ଲାସ୍ଥିତ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ନିଜ ପ୍ରଚେଷ୍ଠାରେ ସେ ଓଡ଼ିଆ ସମେତ ସଂସ୍କୃତ, ପାଲି, ପ୍ରାକୃତ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ଼ ଓ ପାରସୀ ଆଦି ଏଗାରଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ । ତିରିଶ ବର୍ଷ ବୟସରେ ସେ ନିଜ ଶ୍ରବଣ ଶକ୍ତି ହରାଇଥିଲେ ।

ସାହିତ୍ୟ ରଚନା

ଗୋପୀନାଥ ନନ୍ଦ ପାରଳାଖେମୁଣ୍ଡିରେ ରହି ମୁଖ୍ୟତଃ ତାଙ୍କର ଗବେଷଣା ଓ ରଚନା କରିଥିଲେ । ସେତେବେଳେ ପାରଳାଖେମୁଣ୍ଡି ମାଡ୍ରାସ ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା ଓ ସେଠାରେ ତେଲୁଗୁ ଭାଷାର ବହୁଳ ପ୍ରଚଳନ ଥିଲା । ତାଙ୍କୁ ଓଡ଼ିଆରେ ରଚନା ଜାରି ରଖିବା ନିମନ୍ତେ ଭାଷାଭିତ୍ତିକ ଓ ରାଜନୈତିକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ଓଡ଼ିଆ ଭାଷାରେ ତାଙ୍କର ସର୍ବଶ୍ରେଷ୍ଠ ସାହିତ୍ୟିକ ରଚନା ଥିଲା ଶବ୍ଦତତ୍ତ୍ୱବୋଧ ଅଭିଧାନ । ଗୋପୀନାଥ ନନ୍ଦ "ବୃହତ ବ୍ୟାକରଣ" ନାମରେ ଏକ ବ୍ୟାକରଣ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା ମହାଭାରତ ସହିତ ସାରଳା ମହାଭାରତର ତୁଳନାତ୍ମକ ବିଶ୍ଳେଷଣ କରି ସେ ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ । ସେ ଓଡ଼ିଆରେ କବିତା ଓ ନାଟକ ମଧ୍ୟ ରଚନା କରିଥିଲେ ।

ରଚନାବଳୀ

କବିତା ଗ୍ରନ୍ଥ

  • ଚନ୍ଦ୍ରୋଦୟ
  • କର୍ମ ବିପାକ

ନାଟକ

  • ସୀତା ବନବାସ
  • ଜାନକୀ ପରିଣୟ
  • ଉନ୍ମତ୍ତ ରାଘବ
  • ବିକ୍ରମୋର୍ବଶୀୟ
  • ଦ୍ରୌପଦୀ ବସ୍ତ୍ରହରଣ
  • ରାମାଶ୍ୱମେଧ

ଅନ୍ୟାନ୍ୟ

  • ଶବ୍ଦତତ୍ତ୍ୱବୋଧ ଅଭିଧାନ
  • ବୃହତ ବ୍ୟାକରଣ
  • ଭାରତ ଦର୍ପଣ
  • ଓଡ଼ିଆ ଭାଷାତତ୍ତ୍ୱ

ଆଧାର

Tags:

ଗୋପୀନାଥ ନନ୍ଦ ବ୍ୟକ୍ତିଗତ ଜୀବନଗୋପୀନାଥ ନନ୍ଦ ସାହିତ୍ୟ ରଚନାଗୋପୀନାଥ ନନ୍ଦ ରଚନାବଳୀଗୋପୀନାଥ ନନ୍ଦ ଆଧାରଗୋପୀନାଥ ନନ୍ଦଓଡ଼ିଆ ଭାଷାଶବ୍ଦତତ୍ତ୍ୱବୋଧ ଅଭିଧାନ

🔥 Trending searches on Wiki ଓଡ଼ିଆ:

ପାଇ୧୯୪୯ବାଲିଯାତ୍ରାସାରଳା ଦାସଜୟୀରାମ ସାମଲଆଠଗଡ଼ ଗଡ଼ଜାତ ରାଜ୍ୟଭାରତୀୟ ଜାତୀୟ କଂଗ୍ରେସମହାବୀର ଜୈନସିଦ୍ଧାନ୍ତ ମହାପାତ୍ରବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଲୋକନାଥ ମନ୍ଦିରକଣ୍ଟିଲୋ୨୭ ଅପ୍ରେଲଗଞ୍ଜାମ ଜିଲ୍ଲାପାଟଦେଇପୁନମ ମିଶ୍ରବିରାଟ କୋହଲୀପଣା ସଂକ୍ରାନ୍ତିକୃଷ୍ଣ ଜନ୍ମାଷ୍ଟମୀ୧୪ ମାର୍ଚ୍ଚମନ୍ଦାରଗୁରୁପ୍ରସାଦ ମହାନ୍ତିଦୀନକୃଷ୍ଣ ଦାସକାମଦା ଏକାଦଶୀଅଶ୍ୱିନୀ କୁମାର ଘୋଷମୌଳିକ ସଂଖ୍ୟାଅଟିଜିମ୍‌୧୧୮ଅସହଯୋଗ ଆନ୍ଦୋଳନଜଗତ(ଜୀବବୀଜ୍ଞାନ)୧୭ ଅଗଷ୍ଟବିଶ୍ୱନାଥ କରବରଫନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନକପିଳେନ୍ଦ୍ର ଦେବଗୋଲୋକ ବିହାରୀ ଧଳଗାର୍ଗୀ ମହାନ୍ତିଇଣ୍ଡୋନେସିଆଭାରତୀୟ ସମ୍ବିଧାନବର୍ଷାସାମାଜିକ ବିଜ୍ଞାନଗୋପାଳକୃଷ୍ଣ ପଟ୍ଟନାୟକମଙ୍ଗଳା ମନ୍ଦିର୨୬ ଅପ୍ରେଲହନୁମାନ ଚାଳିଶାଓଲିସେରିଡାଇନକାଳିନ୍ଦୀ ଚରଣ ପାଣିଗ୍ରାହୀରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତୃପ୍ତି ଦାସପଞ୍ଚାୟତ ରାଜଅଶୋକାଷ୍ଟମୀମହାତ୍ମା ଗାନ୍ଧୀଙ୍କ ପରିବାରଓଡ଼ିଆ ଗହଣାଭରତେଶ୍ୱର ମନ୍ଦିରଭାଷା ବିଜ୍ଞାନଚୈତ୍ରହିମାଳୟଚିତାଗଛଶେର ଶାହ ସୁରୀସଂଘମିତ୍ରା ମିଶ୍ରଗନ୍ଧମାର୍ଦନବାଜି ରାଉତପ୍ରଶାନ୍ତ ନନ୍ଦଜଗନ୍ନାଥ ଦାସଦୀପକ ମିଶ୍ରବାଲେଶ୍ୱର ଜିଲ୍ଲାମାଳତୀ ଚୌଧୁରୀସମୟ (କାଳ)🡆 More