ଗୋପାଳବଲ୍ଲଭ ପଟ୍ଟନାୟକ

ଗୋପାଳବଲ୍ଲଭ ପଟ୍ଟନାୟକ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୩୨ତମ ମୁଖ୍ୟ ବିଚାରପତି ଥିଲେ ।

ଜଷ୍ଟିସ

ଗୋପାଳବଲ୍ଲଭ ପଟ୍ଟନାୟକ
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୮ ନଭେମ୍ବର ୨୦୦୨ – ୧୯ ଡିସେମ୍ବର ୨୦୦୨
ପୂର୍ବ ଅଧିକାରୀଭୁପିନ୍ଦର ନାଥ କୃପାଳ
ପର ଅଧିକାରୀବିଶ୍ୱେଶ୍ୱର ନାଥ ଖରେ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-12-19)୧୯ ଡିସେମ୍ବର ୧୯୩୭
କଟକ
ଜାତୀୟତାଗୋପାଳବଲ୍ଲଭ ପଟ୍ଟନାୟକ ଭାରତୀୟ
ଜୀବନ ସାଥୀମୀରା
ସନ୍ତାନଅମର, ଅଞ୍ଜନ ଓ ରିଙ୍କୁ
ବାପା/ବୋଉରାସବିହାରୀ ପଟ୍ଟନାୟକ, ବିଦୁଲତା ଦେଇ
ଘରକଟକ
ଶିକ୍ଷାସ୍ନାତକ(ଆଇନ)
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ,ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ବାଲ୍ୟଜୀବନ ଓ ଶିକ୍ଷା

ଗୋପାଳବଲ୍ଲଭ ୧୯୩୭ ମସିହା ଡିସେମ୍ବର ୧୯ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାସବିହାରୀ ପଟ୍ଟନାୟକ ଓ ମାତାଙ୍କ ନାମ ବିଦୁଲତା ଦେଇ ଥିଲା । ସେ କଟକର ରେଭେନ୍ସା ମହାବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ । ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ହାସଲ କରିଥିଲେ ।

ଆଇନଜୀବୀ ଭାବରେ

୧୯୬୨ ମସିହାରେ ଗୋପାଳବଲ୍ଲଭ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ୧୯୭୪ମସିହାରେ ସେ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ । ୧୯୮୩ ମସିହାରେ ସେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୮୫ ମସିହାରେ ସେ ପାଟନା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଓ ମାତ୍ର ୪ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୨ ମସିହା ନଭେମ୍ବର ୮ ତାରିଖରେ ସେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ । ମୁଖ୍ୟ ବିଚାରପତି ଭାବରେ ସେ ସ୍ୱଳ୍ପକାଳ ରହିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ସକ୍ଷମ ହୋଇଥିଲେ ।

କିଛି ଗୁରୁତ୍ତ୍ୱପୂର୍ଣ୍ଣ ରାୟ

ବିଚାରପତିଭାବେ ତାଙ୍କ ପ୍ରଦତ୍ତ ରାୟଗୁଡିକମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ହେଉଛି:

  • " ଡାନିୟେଲ୍ ଲାତିଫି ବନାମ ଭାରତ ସରକାର" (Daniel Latifi v. Union of India, 2001 (7) SCC 740),- ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ସଂବିଧାନିକ ବେଞ୍ଚର ମୁଖ୍ୟ ଭାବେ ଏହି ରାୟରେ ସେ ସ୍ପଷ୍ଟ କରିଥିଲେ ଯେ ସ୍ୱାମୀ ପରିତ୍ୟକ୍ତା ମୁସମିଲ ମହିଳାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ଯେଉଁଁ ଭରଣପୋଷଣ ଖର୍ଚ୍ଚ ଦେବେ, ତାହା କେବଳ ଇଦ୍ଦତ୍ ସମୟ ପାଇଁଁ ସୀମିତ ରହିବ ନାହିଁଁ; ଇଦ୍ଦତ୍ ସମୟ ଶେଷ ପରେ ମଧ୍ୟ (ଯଦି ସେ ସ୍ତ୍ରୀ ଦ୍ୱିତୀୟ ବିବାହ କରି ନାହାଁଁନ୍ତି ) ସେ ଏହି ଖର୍ଚ୍ଚ ଦେବାକୁ ବାଧ୍ୟ । ଉକ୍ତ ସମୟରେ, ସ୍ୱାମୀ ପରିତ୍ୟକ୍ତା ମୁସଲିମ ମହିଳାଙ୍କ ସାଂବିଧାନିକ ଅଧିକାର ରକ୍ଷାକରିବା କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଅତ୍ୟନ୍ତ ସହାୟକ ହୋଇଥିଲା ।
  • " [In re, Arundhati Roy [(2002) 3 SCC 343]"-ଇଂରାଜୀର ସୁପ୍ରସିଦ୍ଧ ଲେଖିକା (ଦି ଗଡ଼ ଅଫ ସ୍ମଲ ଥିଙ୍ଗ ପାଇଁ ବୁକର ପୁରସ୍କାରରେ ସମ୍ମାନିତ) ଏବଂ ସମାଜ ସେବୀ ଅରୁନ୍ଧତୀ ରାୟଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲାରେ ଜଷ୍ଟିସ୍ ପଟ୍ଟନାୟକ ଏବଂ ଜଷ୍ଟିସ୍ ସେଠୀଙ୍କ ଖଣ୍ଡପୀଠ ଅରୁଂନ୍ଧତୀଙ୍କୁ ଦୋଷୀ ସାବ୍ୟସ୍ତ କରି ଗୋଟିଏ ଦିନ ପାଇଁଁ ଜେଲ୍ ତଥା ୨୦୦୦ ଟଙ୍କା ଜୋରିମାନ (ଜୋରିମାନା ଅନାଦେୟ, ତିନିମାସ ଅଧିକ ଜେଲ ) ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ସମ୍ମାନ

ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ "ଡକ୍ଟରେଟ ଇନ ଲ" ପ୍ରଦାନ କରାଯାଇଛି ।

ପରିବାର

ସେବାନିବୃତ ହେବା ପରେ ଗୋପାଳବଲ୍ଲଭ ନୂଆ ଦିଲ୍ଲୀରେ ନିଜ ପତ୍ନୀ ମୀରା ଓ ତିନି ସନ୍ତାନ ଅମର, ଅଞ୍ଜନ ଓ ରିଙ୍କୁଙ୍କ ସହ ବାସ କରୁଛନ୍ତି ।

ଆଧାର

Tags:

ଗୋପାଳବଲ୍ଲଭ ପଟ୍ଟନାୟକ ବାଲ୍ୟଜୀବନ ଓ ଶିକ୍ଷାଗୋପାଳବଲ୍ଲଭ ପଟ୍ଟନାୟକ ଆଇନଜୀବୀ ଭାବରେଗୋପାଳବଲ୍ଲଭ ପଟ୍ଟନାୟକ କିଛି ଗୁରୁତ୍ତ୍ୱପୂର୍ଣ୍ଣ ରାୟଗୋପାଳବଲ୍ଲଭ ପଟ୍ଟନାୟକ ସମ୍ମାନଗୋପାଳବଲ୍ଲଭ ପଟ୍ଟନାୟକ ପରିବାରଗୋପାଳବଲ୍ଲଭ ପଟ୍ଟନାୟକ ଆଧାରଗୋପାଳବଲ୍ଲଭ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ମହିମା ଧର୍ମତୁମ ପରି ଛୋଟ ପିଲାଟିଏସୁମିତ୍ରାନମିତା ଅଗ୍ରୱାଲତାଜମହଲବିରାଟ କୋହଲୀନୂତନ ବର୍ଷମନ୍ମଥ ନାଥ ଦାସବଲାଙ୍ଗୀରସ୍କ୍ୱାମସ ସେଲ ଚର୍ମ କର୍କଟଭାରତୀୟ ଜାତୀୟ କଂଗ୍ରେସଶିବାଜୀଶିରିଡ଼ି ସାଇ ବାବାଓଡ଼ିଶାର ଇତିହାସଆମାଜନ୍.କମ୍‌ରଥଯାତ୍ରାଜଗନ୍ନାଥଙ୍କ ସେବକଓଡ଼ିଆ କଥାଚିତ୍ର ଜଗତଦରୱାଜା ଗ୍ୟାସ ଗହ୍ଵରରାଜେନ୍ଦ୍ର କିଶୋର ପଣ୍ଡାମେଲାଟୋନିନଫିଫା ବିଶ୍ୱକପବିଶ୍ୱତାପନଦେବୀପ୍ରସନ୍ନ ପଟ୍ଟନାୟକଖ୍ରୀଷ୍ଟ ମହାବିଦ୍ୟାଳୟସପ୍ତର୍ଷିଗୀତଗୋବିନ୍ଦରଥଅମାବାସ୍ୟାଚୈତ୍ର ମଙ୍ଗଳବାର ଓଷା୪ ଅପ୍ରେଲଝାରସୁଗୁଡା - ବିଜୟନଗରମ୍ ରେଳପଥପ୍ରାଣବନ୍ଧୁ କରଜାନକୀ ବଲ୍ଲଭ ପଟ୍ଟନାୟକଜୟୀରାମ ସାମଲ୧୫ ଅପ୍ରେଲଭୀମ ଭୋଇଗିନି (ବାଦ୍ୟଯନ୍ତ୍ର)୨୯ ଅପ୍ରେଲବନମାଳୀ ଦାସଦାଶରଥି ଦାସଆଜାଦ ହିନ୍ଦ୍ ଫୌଜଇରା ମହାନ୍ତିପ୍ରସନ୍ନ କୁମାର ପାଟ୍ଟଶାଣୀଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଗୁରୁପ୍ରସାଦ ମହାନ୍ତିକାର୍ବନ ମୋନୋକ୍ସାଇଡ ବିଷକ୍ରିୟାସିଦ୍ଧାନ୍ତ ମହାପାତ୍ରଶକ୍ତିମାଇକ୍ରୋସଫ୍ଟଦ୍ୱାରକାକ୍ୟାବରଗୋଲିନଚୈତନ୍ୟଗଙ୍ଗାଧର ମେହେରବୈଶାଖବିଜୁ ପଟ୍ଟନାୟକଦାସକାଠିଆଉଦ୍ଭିଦରେଙ୍ଗାଳୀ ବନ୍ଧମେଘାଳୟକେଶାପାଲିରମାଦେବୀ ଚୌଧୁରୀପଞ୍ଚାୟତ ରାଜଚନ୍ଦନ ବୋଡ଼ାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମିନତି ମିଶ୍ରଗୁଲଜାରଶରତ କୁମାର ମହାନ୍ତି🡆 More