ଗୋପାଳବଲ୍ଲଭ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୋପାଳବଲ୍ଲଭ ଦାସ (୨୩ ଡିସେମ୍ବର ୧୮୬୦ - ୧୯୧୪) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଏବଂ ବ୍ରିଟିଶ ଶାସନ ସମୟରେ ଓଡ଼ିଶା କମିଶନରଙ୍କର ସହାୟକ, ଡେପୁଟି ମାଜିଷ୍ଟେଟ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ଥିଲେ । ସେ ପ୍ରଧାନତଃ ଓଡ଼ିଆ ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚିତ ଉପନ୍ୟାସ ଭୀମା ଭୂଇଁଆ ଥିଲା ଓଡ଼ିଆରେ ଲିଖିତ ପ୍ରଥମ ଜନଜାତି ଉପନ୍ୟାସ ।

ଗୋପାଳବଲ୍ଲଭ ଦାସ
ଗୋପାଳବଲ୍ଲଭ ଦାସ: ଜୀବନୀ, ରଚନାବଳୀ, ଆଧାର
ଜନ୍ମ(1860-12-23)୨୩ ଡିସେମ୍ବର ୧୮୬୦
ସତ୍ୟଭାମାପୁର, କଟକ, ଓଡ଼ିଶା
ମୃତ୍ୟୁ୧୯୧୪
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୈବାହିକ-ସାଥୀବସନ୍ତ କୁମାରୀ ଦେବୀ
ସନ୍ତାନରମାଦେବୀ ଚୌଧୁରୀ, ଉମାଦେବୀ ଚୌଧୁରୀ
ସମ୍ପର୍କୀୟମଧୁସୂଦନ ଦାସ (ଭାଇ)

ଜୀବନୀ

ବ୍ୟକ୍ତିଗତ ଜୀବନ

ଗୋପାଳବଲ୍ଲଭ ଦାସ ୧୮୬୦ ମସିହାର ଡିସେମ୍ବର ୨୩ ତାରିଖରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ଥିଲେ । ସେ ବସନ୍ତ କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଉମାଦେବୀ ଓ ରମାଦେବୀ ନାମରେ ଦୁଇଜଣ ଝିଅ ଥିଲେ ।

ଶିକ୍ଷା

ଗୋପାଳବଲ୍ଲଭ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏ ପାସ କରିଥିଲେ ।

ବୃତ୍ତି

ସେ ବ୍ରିଟିଶ ଶାସନ ସରକାରଙ୍କ ଡେପୁଟି ମାଜିଷ୍ଟେଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ଓଡ଼ିଶା କମିଶନରଙ୍କର ସହାୟକ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ସେ କେନ୍ଦୁଝର ଗଡ଼ଜାତ ରାଜ୍ୟର ସୁପୁରିଣ୍ଟେଣ୍ଡେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ

  • ଭୀମା ଭୂଇଁଆ - ୧୯୦୮
  • ପ୍ରୀତି ସୁଧାକର - ୧୯୦୬
  • ଆତ୍ମବତ ସର୍ବ ଭୂତେଷୁ - ୧୮୮୮
  • କବିତା ମଞ୍ଜରୀ - ୧୮୯୫
  • ଭକ୍ତି ରସାବଳୀ - ୧୯୦୦
  • ରାୟବାହାଦୁର ନନ୍ଦକିଶୋର ଦାସ ଜୀବନୀ
  • ରମେଶ ଚନ୍ଦ୍ର ଦତ୍ତ ଜୀବନୀ ଅନୁବାଦ

ଆଧାର

Tags:

ଗୋପାଳବଲ୍ଲଭ ଦାସ ଜୀବନୀଗୋପାଳବଲ୍ଲଭ ଦାସ ରଚନାବଳୀଗୋପାଳବଲ୍ଲଭ ଦାସ ଆଧାରଗୋପାଳବଲ୍ଲଭ ଦାସଓଡ଼ିଆ ଭାଷାଭାରତ

🔥 Trending searches on Wiki ଓଡ଼ିଆ:

ଆଲାନ ଟ୍ୟୁରିଙ୍ଗପ୍ରାଣବନ୍ଧୁ କରଏଡା ଲଭ୍‌ଲେସ୍‌ପଶ୍ଚିମ ଓଡ଼ିଶାଘଟଗାଁମେକ୍ସିକୋସ୍ତନ୍ୟପାନସ୍ନେହସାର୬ ମାର୍ଚ୍ଚଭୂମିକମ୍ପ୧୨ ଅପ୍ରେଲଶ୍ରୀରାଧାପ୍ଲୀହାଭାରତୀୟ ଡାକ ସେବାରାମ ନବମୀମନୋଜ ଦାସଙ୍କ କଥା ଓ କାହାଣୀଜହ୍ନଶ୍ରୀ ଅରବିନ୍ଦଜୟୀରାମ ସାମଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଯୁକ୍ତରାଜ୍ୟକୋଣାର୍କବିଷ୍ଣୁଶ୍ରୀନିବାସ ରାମାନୁଜନପଞ୍ଚସଖାସୂର୍ଯ୍ୟ ଦେବତାଚା’ଗଞ୍ଜାମ ଜିଲ୍ଲାମ୍ୟୁଚୁଆଲ ଫଣ୍ଡବସନ୍ତ କୁମାର ଶତପଥୀବିର୍ସା ମୁଣ୍ଡାଚିନ୍ତାମଣି ବେହେରାକାଜାଖସ୍ତାନଉଇକିପିଡ଼ିଆଭାରତର ନ୍ୟାୟୀକ ବ୍ୟବସ୍ଥାବର କୋଳିପଦାର୍ଥ ବିଜ୍ଞାନଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସପ୍ରଦୂଷଣଭଗବତ ଗୀତାମାହିମ ଦୁର୍ଗ , ମୁମ୍ବାଇରାମାୟଣଭୀମ ଭୋଇପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଶିଶୁ ଅନନ୍ତ ଦାସମେଷ (ରାଶି)ଚଳନ୍ତି ଠାକୁରଚବିଶ ଗୁରୁଜୟୀ ରାଜଗୁରୁମାରୀଚରାଧାମୋହନ ଗଡ଼ନାୟକଗ୍ରୀକ ଭାଷାକରାଚୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଅଚ୍ୟୁତ ସାମନ୍ତପିପିଲିଶ୍ରୀଜଙ୍ଗରାମଶଙ୍କର ରାୟଅର୍ଜୁନ ଚରଣ ସେଠୀହନୁମାନଗୁପ୍ତେଶ୍ୱରମୁଁ ରାଜା ତୁ ରାଣୀବି. ଆର. ଆମ୍ବେଦକରବ୍ୟକ୍ତିଗତ ଅର୍ଥବ୍ୟବସ୍ଥା🡆 More