ଗୋଟିପୁଅ ନାଟ

ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଛି ।

ଗୋଟିପୁଅ ନାଟ ଗୋଟିପୁଅ
ଗୋଟିପୁଅ ନାଟ
ଗୋଟିପୁଅ ନାଟ ପରିବେଷଣ
ମାଧ୍ୟମଗୀତ-ନାଟ
ପ୍ରକାରମଙ୍ଗଳାଚରଣ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିପୁରୀ, ଓଡ଼ିଶା
ସମୟ କାଳମଧ୍ୟଯୁଗ
କଳାକାରଏକକ ବା ବହୁ

ନାମର ବିଶେଷତା

ଗୋଟିପୁଅ ନାଟ 
ଗୋଟିପୁଅ ନାଟ

ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପୋରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ ।

ଇତିହାସ

ଯଦିଓ କେବେ ଓ କିପରି ଏହି ନାଟ ଜନ୍ମ ନେଇଥିଲା ତାହା ଜଣା ନାହିଁ, ତେବେ ୧୫ଶ ଶତକର ଆଗରୁ ଏହାର ଆରମ୍ଭ ବାବଦରେ କିଛି ପ୍ରମାଣ ମିଳେନାହିଁ । ଉତ୍କଳର ରାଜା ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦)ଙ୍କ ଶାସନକାଳରେ ଏହାର ଆରମ୍ଭ ଓ ବିକାଶ ହୋଇଥିଲା ବୋଲି ଜଣାଯାଏ । ସେକାଳର ମୁସଲମାନ ଶାସନ କାଳରେ ପରଦା ପ୍ରଥାର କଠୋରତା ହେତୁ ମାହାରୀ ଓ ଦେବଦାସୀଙ୍କ ନାଟରେ ବାଧା ପଡ଼ିଥିଲା ଯାହା ଏହି ନାଟର ବିକାଶକୁ ବାଧ୍ୟ କରିଥିଲା ।

ପ୍ରକାର ଭେଦ

ମୁଖ୍ୟ ନାଟ ଗୋଟିପୁଅ ବାଦ ଏହି ନାଟୁଆମାନେ ଆଉ ଏକ ପ୍ରକାରର ନାଟ ମଧ୍ୟ ପରିବେଷଣ କରିଥାନ୍ତି ଯାହା ବାନ୍ଧ ନୃଉତ୍ୟ ନାମରେ ଜଣାଶୁଣା । ଏହା କଠିଣତର ଓ ଅନେକ ଶାରୀରିକ ବଳର ବ୍ୟବହାର କରିବାକୁ ପଡ଼ିଥାଏ ଯାହା ପାଇଁ କୋମଳ ଶିଶୁ ବୟସରୁ ଶିକ୍ଷା ଆରମ୍ଭ କରିବାକୁ ପଡ଼େ ।

ବିଗତ ବର୍ଷରେ ଦକ୍ଷିଣ ଓଡ଼ିଶାର ସଖୀ ନାଚଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇଛି ଯେଉଁଥିରେ ପୁଅମାନେ ଦେବଦାସୀଙ୍କ ପରି ବେଶପୋଷାକ ପିନ୍ଧି ନାଟ ପ୍ରଦର୍ଶନ କରିଥାନ୍ତି ।

ବେଶ ପରିପାଟୀ

ମୁଖ

ଏହି ନାଟରେ ନାରୀ ଭାବକୁ ନିଜ ଭିତରେ ଆଣିବା ପାଇଁ ପୁଅମାନେ ନିଜର ବାଳ ନକାଟି ଲମ୍ବା ରଖି ଜଟ କରିଥାନ୍ତି । ଏଥିରେ ଫୁଲ ହାର ଆଦି ମଧ୍ୟ ଖୋସିଥାନ୍ତି । ନାଟୁଆମାନେ ମୁହଁରେ ମଧ୍ୟ ଶୃଙ୍ଗାର କରିଥାନ୍ତି, ଆଖିରେ ସୁରମା ଓ ମୁହଁରେ କୁଙ୍କୁମରେ ଚିତା ଆଙ୍କିଥାନ୍ତି । କପାଳରେ ଟିକିଲି/କୁକଙ୍କୁମରେ ନାରୀମାନଙ୍କ ପରି ଚନ୍ଦନରେ ପାରମ୍ପାରିକ ଅଙ୍କନ କରିଥାନ୍ତି ।

ପିନ୍ଧା ଲୁଗା

ନାଟବେଳେ ପିନ୍ଧା ଲୁଗାକୁ କାଞ୍ଚୁଲି କୁହାଯାଇଥାଏ ।ଏହା ସମୟାନୁସାରେ ବଦଳିଛି । ଦେଖିବାକୁ ଉଜ୍ଜଳ ରଙ୍ଗର ଏହି କାଞ୍ଚୁଲି ସାଧାରଣତଃ ପାଟରେ ତିଆରି ହୋଇଥାଏ । ଅଣ୍ଟାରେ ଏକ ଓଢ଼ଣା ପରି ପାତ ଲୁଗା ବନ୍ଧା ହୋଇଥାଏ, ଏହାକୁ "ନିବିବନ୍ଧ" କୁହାଯାଇଥାଏ । ତେବେ ଧିରେ ଧିରେ ଆଜିକାଲି ଗୋଟିପୁଅ ନାଟୁଆମାନେ ପୁରାତନ ପୋଷାକକୁ ଛାଡ଼ି କିଛି ପରିମାଣରେ ଆଧୁନିକ ବେଶ ପରିପାଟୀର ବ୍ୟବହାର କରୁଛନ୍ତି । ତେବେ ନାଟ ସମୟରେ ପାଟ ଶାଢ଼ି ପିନ୍ଧାଯାଇଥାଏ ଯାହା ଉଭୟ ପାଖରେ ସମାନ ଭବରେ ରହିଥାଏ ଓ ନାହି ପାଖରେ ଏହାକୁ ଖୋସା ଯାଇଥାଏ । ଆଜିକାଲି ଏହା ବଦଲରେ କେତେକ ଆଧୁନିକ ଓ ଆଗରୁ ବନ୍ଧା ଓ ସିଲାଇକରା ପୋଷାକ ପିନ୍ଧାଯାଉଅଛି ଯେଉଁଥିରେ ଏହି ପୁରାତନ ଲୁଗା ପରି ଖୋସିବାକୁ ପଡ଼ିନଥାଏ ।

ଅଳଙ୍କାର

ନାଟୁଆମାନେ ଅଲଗା ଭାବେ ତିଆରି ଅଳଙ୍କାରରେ ସଜାଇ ହୋଇଥାନ୍ତି । ବାହୁରେ "ବାଜୁ", କାନରେ "ଝୁଣ୍ଟିଆ", ନାକରେ "ନାକଫୁଲ" ବା "ନାକ ଗୁଣା", ଓ ଗଳାରେ ହାର ପିନ୍ଧିଥାନ୍ତି । ତେବେ ଆଜିକାଲି ଆଧୁନିକ ଓ ସହଜରେ ପିନ୍ଧା ହୋଇପାରିବା ଭଳି ଗହଣାର ବ୍ୟବହାର ହେଲାଣି ।

ହାତ ଓ ପାଦ

ଏମାନେ ହାତରେ କୁଙ୍କୁମରେ ଛବି ଅଙ୍କା ଯାଇଥାଏ ଓ ପାଦରେ ଅଳତାରେ ଚିତା ଆଙ୍କିଥାନ୍ତି ।

ଏହି ଅଳଙ୍କାର ଓ ବେଶ ପୋଷାକ ସବୁକୁ ପବିତ୍ର ମନେକରାଯାଇଥାଏ ।

ଟୀକା

ଆଧାର

Tags:

ଗୋଟିପୁଅ ନାଟ ନାମର ବିଶେଷତାଗୋଟିପୁଅ ନାଟ ଇତିହାସଗୋଟିପୁଅ ନାଟ ପ୍ରକାର ଭେଦଗୋଟିପୁଅ ନାଟ ବେଶ ପରିପାଟୀଗୋଟିପୁଅ ନାଟ ଟୀକାଗୋଟିପୁଅ ନାଟ ଆଧାରଗୋଟିପୁଅ ନାଟଓଡ଼ିଶାପୁରୀ ଜିଲ୍ଲାଭାରତ

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳତୁଳସୀ ଦାସ୧୯୬୦ଆସ୍ତିକ ନାସ୍ତିକ୧୩ ଫେବୃଆରୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚୈତ୍ରସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରବର୍ଟ ମୂଗ୧୩ ମାର୍ଚ୍ଚଅରୁଣା ମହାନ୍ତିଭୁବନେଶ୍ୱରଫକୀର ମୋହନ ସେନାପତିଓଡ଼ିଶାକ୍ରୋଏସିଆଓଉଇବୋଲା ଭୂତାଣୁ ରୋଗଆପଲ ଇନକର୍ପୋରେଟେଡମାର୍ଚ୍ଚWiki Foundationଓଡ଼ିଶୀକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗୟୁରୋପଏଲୋସରସମଣ୍ଡାନାଗୋୟାଯକ୍ଷ୍ମାଗୌରହରି ଦାସମେନିଞ୍ଜାଇଟିସ୍ସୁଭାଷ ଚନ୍ଦ୍ର ବୋଷଦୁର୍ଗାଇଣ୍ଡିଆନ ପ୍ରିମିଅର ଲିଗବିରାଟ କୋହଲୀ୨୦ ଡିସେମ୍ବରଢେଙ୍କାନାଳ ଜିଲ୍ଲାଚନ୍ଦ୍ରଭାଗା (କବିତା)ଚଢ଼େଇଆ ନାଚସଚିନ ତେନ୍ଦୁଲକରଜୀବ ବିଜ୍ଞାନଆଣ୍ଟୋନ ଚେକୋଭଓଡ଼ିଶାର ଦୋଳଯାତ୍ରାଇସ୍ରାଏଲଦେବୀପ୍ରସନ୍ନ ପଟ୍ଟନାୟକକବିସୂର୍ଯ୍ୟ ବଳଦେବ ରଥରୋମନ ରେନ୍ସଏକ୍ସକ୍ୟୁଜ ମିବଳରାମ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଶା ବିଧାନ ସଭାସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସପଞ୍ଚସଖାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଘରତ୍ରିଲୋଚନେଶ୍ଵର ମନ୍ଦିରରାଧାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜର୍ଜିଆ୮ ମାର୍ଚ୍ଚପିଆଜଓଡ଼ିଶାର ଦଶହରାପ୍ୟାରିସନିଓୱାଇଜ ଧୂମକେତୁସାରଳା ଦାସକେନ୍ଦୁଝର ଜିଲ୍ଲାବିଦ୍ୟାଳୟ🡆 More