ଗୋକୁଳାନନ୍ଦ ମହାପାତ୍ର

ଗୋକୁଳାନନ୍ଦ ମହାପାତ୍ର (୨୪ ମଇ ୧୯୨୨ - ୧୦ ଜୁଲାଇ, ୨୦୧୩) ଜଣେ ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ ଥିଲେ । ୧୯୨୨ ମସିହା ମଇ ୨୪ ତାରିଖରେ ଭଦ୍ରକ ସହର ଅନ୍ତର୍ଗତ କୁଆଁସଠାରେ ଜନ୍ମଗ୍ରହଣ କରିଥିବା ଡଃ.

ମହାପାତ୍ର ନିଜ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ନାରାୟଣ ଚନ୍ଦ୍ର ଓ ଭଦ୍ରକ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ରେଭେନ୍‌ଶା କଲେଜରୁ ରସାୟନ ବିଜ୍ଞାନରେ ସମ୍ମାନ ସହିତ ବି.ଏସ୍‌ସି. ଏବଂ କଲିକତାର ପ୍ରେସିଡେନ୍‌ସି କଲେଜରୁ ଏମ୍.ଏସ୍‌ସି ପାସ କରିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଶ୍ୱଶୁର ଭଦ୍ରକ ଜିଲ୍ଲାର ଭୂୟାଁୱ୍ୟାସର ଜମିଦାର ସ୍ୱର୍ଗତଃ ବିନୋଦ ବିହାରୀ ରାୟଙ୍କ ସାହାଯ୍ୟ ଉଲ୍ଲେଖନୀୟ । ୧୯୫୮ ମସିହାରେ ସେ ପି.ଏଚ୍‌ଡି. ହାସଲ କରିଥିଲେ । ୧୯୬୧ ମସିହାରେ ଉଚ୍ଚତର ଗବେଷଣା ପାଇଁ ଆମେରିକା ଯାଇଥିଲେ । ପରିବାର ନେଇ ଭାରତ ବାହାରକୁ ଯିବାରେ ସେ ଥିଲେ ତୃତୀୟ ଓଡ଼ିଆ ଗବେଷକ ।

ଗୋକୁଳାନନ୍ଦ ମହାପାତ୍ର
ଗୋକୁଳାନନ୍ଦ ମହାପାତ୍ର
ଗୋକୁଳାନନ୍ଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1922-05-24)୨୪ ମଇ ୧୯୨୨
ଭଦ୍ରକ, ଓଡ଼ିଶା
ମୃତ୍ୟୁ୧୦ ଜୁଲାଇ ୨୦୧୩(2013-07-10) (ବୟସ ୯୧)
ଅହମଦାବାଦ
ବୃତ୍ତିବୈଜ୍ଞାନିକ, ବିଜ୍ଞାନ-ଲେଖକ, ଅଧ୍ୟାପକ
ଶିକ୍ଷାସ୍ନାତକୋତ୍ତର (ଏମ.ଏସ.ସି), ଆଚାର୍ଯ୍ୟ (ପି.ଏଚ.ଡି)
ଶିକ୍ଷାନୁଷ୍ଠାନପ୍ରେସିଡେନ୍ସି କଲେଜ, କଲିକତା
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ପୁରସ୍କାରକଳିଙ୍ଗ ପୁରସ୍କାର
ଜୀବନସାଥୀକୁମୁଦିନୀ ମହାପାତ୍ର
ୱେବସାଇଟ
gnmfoundation.org

ସ୍ୱର୍ଗତ ମହାପାତ୍ର, ୧୯୪୮ ମସିହାରେ ରସାୟନ ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କରିଥିଲେ ଏବଂ ୧୯୮୨ ମସିହାରେ ୧୯୮୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନର ପ୍ରଫେସର ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ (୨୮ ଜୁଲାଇ ୧୯୮୨ - ୨୦ ମଇ ୧୯୮୪) ଓ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ (୦୧ ଅଗଷ୍ଟ ୧୯୭୦-୧୦ ଜୁନ ୧୯୭୨) ଭାବରେ କାର୍ଯ୍ୟ କରିଥିଲେ । ସେ ବିଜ୍ଞାନ ପ୍ରଚାର ସମିତିର ଜଣେ ସକ୍ରିୟ ସଭ୍ୟ ଭାବରେ ଏହାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।

୨୦୧୦ ମସିହା ମେ ମାସରେ, 'ଡ. ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍' ନାମରେ ଏକ ସଂସ୍ଥା ଗଠନ କରି ସେ ସମାଜର ନବଜାତ ଶିଶୁ, ଅସହାୟ ବୃଦ୍ଧ ଓ ଅନାଥ ଶିଶୁଙ୍କର ଥଇଥାନ ଓ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।

ରଚନା

ବିଜ୍ଞାନ ସମ୍ବନ୍ଧୀୟ ବିଷୟକୁ ନେଇ ସେ ପ୍ରଥମେ ଓଡ଼ିଆରେ ଉପନ୍ୟାସ ଲେଖିଥିଲେ । ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜନପ୍ରିୟ କରିବା ନିମନ୍ତେ ସରଳ ଓ ସାବଲୀଳ ଭାଷାରେ ସେ ଅନେକ ବିଜ୍ଞାନ-ଭିତ୍ତିକ ଲେଖା ଲେଖିଛନ୍ତି ।

ନିଜର ପାଶ୍ଚାତ୍ୟ ଅନୁଭୂତିକୁ ନେଇ 'ନୀଳଚକ୍ରବାଳ ସେପାରେ' ଓ 'ପାଶ୍ଚାତ୍ୟ ସ୍ମୃତି' ଦୁଇଟି ଗ୍ରନ୍ଥ ଲେଖିଥିଲେ । ପରେ ଉଭୟ ପତି ଓ ପତ୍ନୀ, କୁମୁଦିନୀ ମହାପାତ୍ରଙ୍କ ମିଳିତ ଲେଖନୀରେ ପ୍ରକାଶ ପାଇଲା 'ଆମ ଆମେରିକା ଅନୁଭୂତି' । ଓଡ଼ିଆ ଭ୍ରମଣ ସାହିତ୍ୟରେ ଏହି ତିନୋଟି ଗ୍ରନ୍ଥ ଉପାଦେୟ । ତାଙ୍କୁ ବିଜ୍ଞାନଭିତ୍ତିକ ଲେଖାଲେଖି ଦିଗରେ 'ଶଙ୍ଖ'ର ସମ୍ପାଦକ ଡଃ. ମାୟାଧର ମାନସିଂହ ଓ 'ସହକାର'ର ସମ୍ପାଦକ ବାଳକୃଷ୍ଣ କର ଉତ୍ସାହିତ କରିଥିଲେ । ୧୯୪୬ ମସିହାରେ 'ଆଧୁନିକ ବିଜ୍ଞାନକୁ ଆଲକାତରାର ସାହାଯ୍ୟ' ହେଉଛି ତାଙ୍କର ପ୍ରଥମ ରଚନା । ଏତଦ୍‌ବ୍ୟତୀତ 'ସହକାର', 'ନବଭାରତ' ଓ 'ଚତୁରଙ୍ଗ' ପ୍ରଭୃତି ପତ୍ରିକାରେ ଲେଖାଲେଖି କରି ଜନପ୍ରିୟ ହୋଇଥିଲେ । ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ରଚନା କରିବାରେ ସେ ଥିଲେ ଅଗ୍ରଗଣ୍ୟ । 'ସହଜ ସାଧାରଣ ବିଜ୍ଞାନ- ୧ମ ଭାଗ' - ଷଷ୍ଠଶ୍ରେଣୀ, 'ସହଜ ସାଧାରଣ ବିଜ୍ଞାନ- ୨ୟ ଭାଗ' - ସପ୍ତମ ଶ୍ରେଣୀ ଏବଂ 'ସାଧାରଣ ବିଜ୍ଞାନ ପ୍ରବେଶିକା' ଓ 'ମାଧ୍ୟମିକ ସାଧାରଣ ବିଜ୍ଞାନ' ହାଇସ୍କୁଲ ଶ୍ରେଣୀ ପାଇଁ ଲେଖିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଆଇ,ଏସ୍‌ସି. ଶ୍ରେଣୀ ପାଇଁ 'ଇଣ୍ଟରମିଡିଏଟ କେମେଷ୍ଟ୍ରି' ଲେଖିଥିଲେ । ଏହାଥିଲା ସେତେବେଳେ ଓଡ଼ିଆ ଲେଖକଙ୍କଦ୍ୱାରା ପ୍ରଥମ ରସାୟନ ଶାସ୍ତ୍ରର ପାଠ୍ୟପୁସ୍ତକ । ବି.ଏସ୍‌ସି. ଶ୍ରେଣୀ ପାଇଁ ସେ ପାଠ୍ୟପୁସ୍ତକ ଲେଖିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପଚିଶିଟିରୁ ଅଧିକ ରସାୟନ ବିଜ୍ଞାନର ପାଠ୍ୟପୁସ୍ତକ ରଚନା କରିଥିଲେ । ସେ ଥିଲେ ଓଡ଼ିଶାରେ ଅଧିକ ରୟାଲ୍‌ଟି ପାଉଥିବା ଦ୍ୱିତୀୟ ଲେଖକ । ଓଡ଼ିଆ ଭାଷାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ 'ମହାବିଦ୍ୟାଳୟ ରସାୟନ ବିଜ୍ଞାନ' ୧ମ ଓ ୨ୟ ଭାଗ ଲେଖିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନ ସାହିତ୍ୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ଲାଗି ୧୯୪୯ ମସିହାରେ ସେ 'ବିଜ୍ଞାନ ପ୍ରଚାର ସମିତି' ପ୍ରତିଷ୍ଠା କରିଥିଲେ । ରେଭେନ୍‌ଶା କଲେଜ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାରେ ନିମଗ୍ନ ହୋଇଯାଇଥିଲେ । ବିଜ୍ଞାନ ତଥ୍ୟକୁ ନେଇ ସେ କବିତା ଓ ବହୁ ନାଟକ ରଚନା କରିଛନ୍ତି ।

ଉପନ୍ୟାସ

  • ପୃଥିବୀ ବାହାରେ ମଣିଷ, ୧୯୫୨
  • କୃତ୍ରିମ ଉପଗ୍ରହ
  • ଚନ୍ଦ୍ରର ମୃତ୍ୟୁ
  • ସୁନାର ଓଡ଼ିଶା
  • ମୃତ୍ୟୁ ଏକ ମାତୃତ୍ୱର
  • ନିଶ୍ଚଳ ପୃଥିବୀ
  • ମୃତ୍ୟୁ ରଶ୍ମି
  • ନିସ୍ତବ୍ଧ ଗୋଧୂଳି


ଗଳ୍ପ

  • ଉଡ଼ନ୍ତା ଥାଳିଆ
  • ଚତୁର୍ଥ ପରିସର
  • ବିଜ୍ଞାନ ବିଚିତ୍ରା
  • ବିଜ୍ଞାନର ଶ୍ରେଷ୍ଠ ଆବିଷ୍କାର
  • ଏ ଯୁଗର ଶ୍ରେଷ୍ଠ ଆବିଷ୍କାର
  • ଆଇନ୍ ଷ୍ଟାଇନ୍ ଓ ଆପେକ୍ଷିକ ତଥ୍ୟ
  • ବୈଜ୍ଞାନିକ ଜ୍ଞାନ କୋଷ

ପୁରସ୍କାର

ଉଚ୍ଚକୋଟୀର ଗବେଷଣା ପାଇଁ ସର୍ବଭାରତୀୟ ସ୍ତରରେ ୧୯୬୧ ମସିହାରେ ସେ 'କୁପର୍ ସ୍ୱର୍ଣ୍ଣପଦକ' ହାସଲ କରିଥିଲେ । ୧୯୬୪ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା 'ଏ ଯୁଗର ଶ୍ରେଷ୍ଠ ଆବିଷ୍କାର' ପାଇଁ ପୁରସ୍କୃତ ହୋଇଥିଲେ । ଏହା ସହିତ ସାରଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ ପୂଜ୍ୟପୂଜା ସଂସଦର ବିଜୟା ସମ୍ମାନ ପ୍ରଭୃତି ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି । ବିଜ୍ଞାନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୦ ମସିହାରେ ସେ ‌‌କଳିଙ୍ଗ ପୁରସ୍କାରରେ ଭୂଷିତ ହୋଇଥିଲେ ।

୧୯୮୬ରେ ତାଙ୍କୁ "ଏ ଯୁଗର ଶ୍ରେଷ୍ଠ ଆବିଷ୍କାର" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ଆଧାର

Tags:

ଗୋକୁଳାନନ୍ଦ ମହାପାତ୍ର ରଚନାଗୋକୁଳାନନ୍ଦ ମହାପାତ୍ର ପୁରସ୍କାରଗୋକୁଳାନନ୍ଦ ମହାପାତ୍ର ଆଧାରଗୋକୁଳାନନ୍ଦ ମହାପାତ୍ର ବାହାର ଆଧାରଗୋକୁଳାନନ୍ଦ ମହାପାତ୍ରଓଡ଼ିଆ ଲୋକଯୁକ୍ତରାଷ୍ଟ୍ର ଆମେରିକାରସାୟନ ବିଜ୍ଞାନରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକଜାତୀୟ ସଂସଦ (ଜାପାନ)ଗୁରୁପ୍ରହ୍ଲାଦ ନାଟକଆସନଔଷଧୀୟ ଗଛଲତାମାନଙ୍କର ତାଲିକାଗୋଲୋକ ବିହାରୀ ଧଳକୃଷ୍ଣପ୍ରତିଭା ଶତପଥୀପ୍ରାଣକୃଷ୍ଣ ପରିଜାରାମାୟଣଜୀବସାରପରିସଂଖ୍ୟାନରଜସିନାପାଲିଶକ୍ତି ପୀଠବୌଦ୍ଧ ଜିଲ୍ଲାପୌଷବିଶ୍ୱଜିତ ଦାସଯୌନ ସମ୍ଭୋଗବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀରାଜନୀତି ବିଜ୍ଞାନଅନନ୍ତ ପଟ୍ଟନାୟକ୨୧ପଖାଳ ଦିବସପ୍ରଣବ ପ୍ରକାଶ ଦାସପଖାଳଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପ୍ରଥମ ବିଶ୍ୱଯୁଦ୍ଧତୁଷାରକାନ୍ତି ବେହେରାଦୀପକ ମିଶ୍ରକିଶୋର ପାଣିଗ୍ରାହୀଭାସ୍କୋ ଡା ଗାମାଓଟାୱାଦ୍ୱିତୀୟ ବିଶ୍ୱଯୁଦ୍ଧମାଲଟାଆହେ ଦୟାମୟ ବିଶ୍ୱ ବିହାରୀବିଶ୍ୱନାଥ କର୧୪୧୭ଦୀନକୃଷ୍ଣ ଦାସସୀତା ବିବାହପଦାର୍ଥଭୂଗୋଳଜଗନ୍ନାଥ ଦାସତାରାତାରିଣୀ ମନ୍ଦିରଚନ୍ଦ୍ରଶେଖର ରଥଯୋଗଜଗନ୍ନାଥବେଣୁଧର ରାଉତଆଚାର୍ଯ୍ୟ ହରିହରହନୁମାନ ଜୟନ୍ତୀମଙ୍ଗଳା ମନ୍ଦିରପୋଙ୍ଗଲମଇସ୍ୱସ୍ତିକଉତ୍କଳ ଦିବସଅଶୋକ (ସମ୍ରାଟ)ରବି ସିଂଶ୍ରବଣ ( ରାମାୟଣ ର ଚରିତ୍ର )ନବୀନ ପଟ୍ଟନାୟକଆନିଫ୍ରୋଲୁମାବଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଲେଶ୍ୱରବିଭୂତି ପଟ୍ଟନାୟକମଧ୍ୟ ଏସିଆଧାତୁମଧୁସୂଦନ ରାଓ🡆 More