ଗୁଞ୍ଜନ ସକ୍ସେନା: ଭାରତୀୟ ବାୟୁସେନା ଅଧିକାରୀ

ଗୁଞ୍ଜନ ସକ୍ସେନା (ଜନ୍ମ ୧୯୭୫) ଜଣେ ଭାରତୀୟ ବାୟୁସେନା ଅଧିକାରୀ ତଥା ପୂର୍ବତନ ହେଲିକପ୍ଟର ପାଇଲଟ୍ । ସେ ୧୯୯୬ ମସିହାରେ ବାୟୁସେନାରେ ଯୋଗଦାନ କରିଥିଲେ ଏବଂ ୧୯୯୯ ମସିହାରେ କାରଗିଲ ଯୁଦ୍ଧ ଲଢ଼ାଇରେ ସଂଶ୍ଳିଷ୍ଟ ଥିଲେ । କାରଗିଲ ଯୁଦ୍ଧ ସମୟରେ ତାଙ୍କର ମୁଖ୍ୟ ଭୂମିକା ଥିଲା କାରଗିଲରୁ ଆହତମାନଙ୍କୁ ସ୍ଥାନାନ୍ତର, ପରିବହନ ସାମଗ୍ରୀ ଏବଂ ତଦାରଖରେ ସାହାଯ୍ୟ କରିବା । ସେ କାରଗିଲରୁ ଉଭୟ ଆହତ ତଥା ମୃତ ୯୦୦ରୁ ଅଧିକ ସୈନ୍ୟମାନଙ୍କୁ ସ୍ଥାନାନ୍ତର କରିଥିଲେ । ୨୦୦୪ ମସିହାରେ, ଆଠ ବର୍ଷ ବିମାନଚାଳକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ସମୟରେ ମହିଳାମାନଙ୍କ ପାଇଁ ସ୍ଥାୟୀ କମିଶନ ଉପଲବ୍ଧ ନଥିଲା ।

ଫ୍ଲାଇଟ୍ ଲେଫ୍ଟନାଣ୍ଟ

ଗୁଞ୍ଜନ ସକ୍ସେନା
Native name
ଗୁଞ୍ଜନ
ଜନ୍ମ୧୯୭୫
ନିଯୁକ୍ତିଦାତାଗୁଞ୍ଜନ ସକ୍ସେନା: ପ୍ରାରମ୍ଭ ଜୀବନ, ଭାରତୀୟ ବାୟୁସେନା ସେବା, ବ୍ୟକ୍ତିଗତ ଜୀବନ India
ସେବା/ବିଭାଗଗୁଞ୍ଜନ ସକ୍ସେନା: ପ୍ରାରମ୍ଭ ଜୀବନ, ଭାରତୀୟ ବାୟୁସେନା ସେବା, ବ୍ୟକ୍ତିଗତ ଜୀବନ ଭାରତୀୟ ବାୟୁସେନା
କାର୍ଯ୍ୟକାଳ୧୯୯୬-୨୦୦୪
ପଦବୀଗୁଞ୍ଜନ ସକ୍ସେନା: ପ୍ରାରମ୍ଭ ଜୀବନ, ଭାରତୀୟ ବାୟୁସେନା ସେବା, ବ୍ୟକ୍ତିଗତ ଜୀବନ ଫ୍ଲାଇଟ୍ ଲେଫ୍ଟନାଣ୍ଟ
ସଂଘର୍ଷ/ଯୁଦ୍ଧକାରଗିଲ ଯୁଦ୍ଧ

୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଗୁଞ୍ଜନ ସକ୍ସେନା:ଦି କାରଗିଲ ଗାର୍ଲ ତାଙ୍କ ଜୀବନ ଉପରେ ଆଧାରିତ ଥିଲା ।

ପ୍ରାରମ୍ଭ ଜୀବନ

ସାକ୍ସେନା ଏକ ଆର୍ମି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଲେଫ୍ଟ କର୍ଣ୍ଣ ଅନୁପ କୁମାର ସକ୍ସେନା ଏବଂ ଭାଇ ଲେଫ୍ଟ କର୍ଣ୍ଣଲ ଅଂଶୁମାନ ସକ୍ସେନା ଉଭୟ ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ । ସକ୍ସେନା ନୂଆଦିଲ୍ଲୀସ୍ଥିତ ହଂସରାଜ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଭାରତୀୟ ବାୟୁସେନା ସେବା

୧୯୯୬ ମସିହାରେ ବିମାନଚାଳକ ଭାବରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ୬ ଜଣ ମହିଳାଙ୍କ ମଧ୍ୟରୁ ସକ୍ସେନା ଅନ୍ୟତମ ଅଟନ୍ତି । ଲେଫ୍ଟନାଣ୍ଟ ଭାବରେ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍‌ର ଅଂଶ ଭାବରେ ସକ୍ସେନାଙ୍କର ପ୍ରଥମ ପୋଷ୍ଟିଂ ଉଦାମପୁରରେ ଥିଲା । କାରଗିଲ ଯୁଦ୍ଧରେ, ଅପରେସନ ବିଜୟର ଏକ ଅଂଶ ଭାବରେ, ଆହତମାନଙ୍କୁ ସ୍ଥାନାନ୍ତର କରିବା ବ୍ୟତୀତ, ସେ ଡ୍ରାସ ଏବଂ ବାଟାଲିକ ଅଗ୍ରଗାମୀ ଅଞ୍ଚଳରେ ସୈନ୍ୟମାନଙ୍କୁ ସାମଗ୍ରୀ ପରିବହନରେ ସାହାଯ୍ୟ କରିଥିଲେ । ସେ ଶ୍ରୀନଗରରେ ଅବସ୍ଥିତ ଦଶ ଜଣ ବିମାନଚାଳକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଯୁଦ୍ଧ ସମୟରେ ଶହ ଶହ ପ୍ରକାରର ଉଡ଼ାଣ ଭରିଥିଲେ । ୨୦୦୪ ମସିହାରେ, ବିମାନଚାଳକ ଭାବରେ ତାଙ୍କର କ୍ୟାରିଅର ଆଠ ବର୍ଷ ସେବା କରିବା ପରେ ଶେଷ ହୋଇଥିଲା । ତାଙ୍କ ସେବା ସମୟରେ ସ୍ଥାୟୀ ଆୟୋଗ ଉପଲବ୍ଧ ନଥିଲା ।

ବ୍ୟକ୍ତିଗତ ଜୀବନ

ସକ୍ସେନାଙ୍କ ପିତା ଅନୁପ ସକ୍ସେନା ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିଲେ । ସକ୍ସେନାଙ୍କ ସ୍ୱାମୀ ଗୌତମ ନାରାୟଣ, ୱିଙ୍ଗ କମାଣ୍ଡର ମଧ୍ୟ ଜଣେ ଭାରତୀୟ ବିମାନଚାଳକ ଅଟନ୍ତି । ସେ ବୟୁସେନାର Mi-17 ହେଲିକପ୍ଟରର ଚାଳକ ଥିଲେ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ଯାହାକି ବିଶ୍ୱର ପ୍ରଥମ ତ୍ରି-ସେବା ଏକାଡେମୀ ଅଟେ । ଏହି ଦମ୍ପତିଙ୍କର ପ୍ରୟାଗ ନାରାୟଣ ନାମକ ଏକ ଝିଅ ଅଛି ।

ଆଧାର

Tags:

ଗୁଞ୍ଜନ ସକ୍ସେନା ପ୍ରାରମ୍ଭ ଜୀବନଗୁଞ୍ଜନ ସକ୍ସେନା ଭାରତୀୟ ବାୟୁସେନା ସେବାଗୁଞ୍ଜନ ସକ୍ସେନା ବ୍ୟକ୍ତିଗତ ଜୀବନଗୁଞ୍ଜନ ସକ୍ସେନା ଆଧାରଗୁଞ୍ଜନ ସକ୍ସେନାକାରଗିଲ ଯୁଦ୍ଧଭାରତୀୟ ବାୟୁସେନା

🔥 Trending searches on Wiki ଓଡ଼ିଆ:

୩ ସେପ୍ଟେମ୍ବରଅଂଶୁଘାତଦେବଦୁର୍ଲ୍ଲଭ ଦାସଜିନା ସାମଲୟୁ ଟ୍ୟୁବପ୍ରତିଭା ଶତପଥୀବିଜୁ ଜନତା ଦଳଉଇକିକମନ୍ସବୁଦ୍ଧ ପୂର୍ଣ୍ଣିମା୨ ଜୁନଭଗବତ ଗୀତାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶକ୍ତି ପୀଠସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜ୍ୟୈଷ୍ଠସୁଦଶା ବ୍ରତGlobe ruptureରବି ସିଂବ୍ରଜନାଥ ବଡ଼ଜେନାଅଶୋକ (ସମ୍ରାଟ)୩୦ ଅପ୍ରେଲଅଷ୍ଟ୍ରେଲିଆଶ୍ୱେତସାରସଂକ୍ରାନ୍ତିଜାତୀୟ ସଂସଦ (ଜାପାନ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଇଂରାଜୀ ଭାଷାନକ୍ସଲବାଦବଳଦେବଜୀଉ ମନ୍ଦିରତ୍ରିଭୁଜରମାଦେବୀ ଚୌଧୁରୀ୧୯୭୦ବାୟୋନ୍ ମନ୍ଦିରମ୍ୟାଲେରିଆଯୋଗଗୁରୁପ୍ରସନ୍ନ କୁମାର ପାଟ୍ଟଶାଣୀ୬ ଜୁଲାଇଅଖିଳ ମୋହନ ପଟ୍ଟନାୟକଅମୃତଭଣ୍ଡାଭାରତୀୟ ଜନତା ପାର୍ଟିଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶାମହୁମାଛିନୃସିଂହ ଚରଣ ପଣ୍ଡାଜୈନ ଧର୍ମଦୁଃଖୀରାମ ସ୍ୱାଇଁସରଳା ଦେବୀକୁନ୍ତଳା କୁମାରୀ ସାବତ୫ ଫେବୃଆରୀଇଣ୍ଟରନେଟତିର୍ଥେଶ୍ୱର ଶିବ ମନ୍ଦିରଉପବାସଏ. ପି. ଜେ. ଅବଦୁଲ କଲାମମଇଭକ୍ତ ଚରଣ ଦାସଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସତ୍ୟନାରାୟଣ ରାଜଗୁରୁଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଇସାବି. ଆର. ଆମ୍ବେଦକରଏମିତି ଭାଇ ଜଗତେ ନାହିଁ🡆 More