ଗିରିଜା ଭୂଷଣ ପଟ୍ଟନାୟକ

ଗିରିଜା ଭୂଷଣ ପଟ୍ଟନାୟକ (୯ ଫେବୃଆରୀ ୧୯୩୧ - ୩ ଜାନୁଆରୀ ୨୦୧୬), ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ଓ ସମାଜସେବୀ ଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଓ ସୀମା ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦି ୟୁନିଭର୍ସର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ବେଶୀ ପରିଚିତ ଥିଲେ ।

ଗିରିଜା ଭୂଷଣ ପଟ୍ଟନାୟକ
ଜନ୍ମ(1931-02-09)୯ ଫେବୃଆରୀ ୧୯୩୧
ବାଘମୁଣ୍ଡା, ଅନୁଗୋଳ, ଓଡ଼ିଶା
ମୃତ୍ୟୁ୩ ଜାନୁଆରୀ ୨୦୧୬(2016-01-03) (ବୟସ ୮୪)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିସାହିତ୍ୟିକ ଓ ସମାଜସେବୀ
ବୈବାହିକ-ସାଥୀକମଳ କୁମାରୀ ପଟ୍ଟନାୟକ
ସନ୍ତାନପ୍ରଜ୍ଞା ଇତି ମିଶ୍ର
ପିତାମାତା(s)ଶଶୀଭୂଷଣ ପଟ୍ଟନାୟକ, ପ୍ରତିମା ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଗିରିଜା ପଟ୍ଟନାୟକ, ୧୯୩୧ ମସିହା ଫେବୃଆରୀ ୯ ତାରିଖରେ ଅନୁଗୋଳର ବାଘମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶଶୀଭୂଷଣ ପଟ୍ଟନାୟକ ଜଣେ ଜଙ୍ଗଲ ବିଭାଗର କର୍ମଚାରୀ ଓ ମାତା ପ୍ରତିମା ଦେବୀ ଜଣେ ଗୃହିଣୀ ଥିଲେ । ପିଲାଦିନରୁ ଦେଶପ୍ରେମରେ ଉଦବୃଦ୍ଧ ହୋଇ, ୧୧ବର୍ଷ ବୟସରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେ ସାମ୍ୟବାଦୀ ଦର୍ଶନ ପ୍ରତି ଅକୃଷ୍ଟ ହୋଇ ସର୍ବଭାରତୀୟ ଛାତ୍ର ସଂଘରେ ଯୋଗ ଦେଇଥିଲେ । ମନୋଜ ଦାସଙ୍କ ସଂସ୍ପର୍ଶରେ ଆସି ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ବିଭିନ୍ନ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇଥିଲେ । ବିଶେଷ କରି ସୀମା ଆନ୍ଦୋଳନ ସମୟରେ ଷଢ଼େଇଖଳା-ଖରସୁଆଁକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପଦ ଅଳଂକୃତ କରିଥିଲେ । ନିଜେ ସଭାପତି ଥାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ରେଭେନ୍ସା ମହାବିଦ୍ୟାଳୟକୁ ଆମନ୍ତ୍ରିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆମନ୍ତ୍ରଣକୁ ହେୟଜ୍ଞାନ କରି କହିଥିଲେ : ପ୍ରଧାନମନ୍ତ୍ରୀମାନେ କୌଣସି ମହାବିଦ୍ୟାଳୟକୁ ଯାଆନ୍ତି ନାହିଁ(Prime Ministers do not go to colleges) । ଗିରିଜା ବାବୁ ଉତ୍ତର ଦେଇଥିଲେ : ରେଭେନ୍ସା କେବଳ ଏକ ମହାବିଦ୍ୟାଳୟ ନୁହେଁ(Ravenshaw College is not a college in that sense) । ନେହେରୁ ତାଙ୍କ ଆମନ୍ତ୍ରଣ ରକ୍ଷା କରି, ରେଭେନ୍ସା ମହାବିଦ୍ୟାଳୟକୁ ଆସିଥିଲେ । ସେହି କାର୍ଯ୍ୟକ୍ରମରେ ନେହେରୁ ଅତିଥି ଥିଲେ ଓ ଗିରିଜା ବାବୁ ସଭାପତି ଥିଲେ । ନେହେରୁଙ୍କ ସହିତ ଉଠା ଯାଇଥିବା ସେ ସମୟର ଛବି ଏବେ ମଧ୍ୟ ରେଭେନ୍ସା ମହାବିଦ୍ୟାଳୟରେ ଶୋଭା ପାଉଛି ।

୧୯୫୮ ମସିହାରେ ଗିରିଜା ବାବୁ ଓକିଲାତି ଆରମ୍ଭ କରିଥିଲେ । ୧୯୭୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ‘ଦି ୟୁନିଭର୍ସ’ ଆରମ୍ଭ ହୋଇଥିଲା । ଦି ୟୁନିଭର୍ସ ମାଧ୍ୟମରେ ସେ କଟକରେ ବିଶ୍ୱ କୁଟୁମ୍ବତା ଭାବକୁ ବିଭିନ୍ନ ସଭା ସମିତି, ସେମିନାର ଓ ସମ୍ମିଳନୀ ମାଧ୍ୟମରେ ଉଦ୍ରେକ କରିବାକୁ ଚେଷ୍ଟା କରିଥିଲେ । କୌଣସି ରାଜନୈତିକ ଅଭିଳାଷ ନଥିଲେ ମଧ୍ୟ ଓଡ଼ିଶାର ସବୁ ରାଜନୈତିକ ଦଳର ତାଙ୍କ ପ୍ରତି ସମ୍ମାନ ରହିଥିଲା ଓ ସବୁ ମୁଖ୍ୟମନ୍ତ୍ରୀମାନଙ୍କର ସେ ପ୍ରିୟ ଥିଲେ । ଏ. ପି. ଜେ. ଅବଦୁଲ କଲାମଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା । ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ । ୧୯୯୯ ମସିହାର ମହାବାତ୍ୟା ସମୟରେ ନିଆଳିରେ କମ୍ବଳ ବଣ୍ଟନ କରୁଥିବା ସମୟରେ, ତାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ । ବହୁ ବର୍ଷ ଧରି ଅସୁସ୍ଥ ରହିବା ପରେ, ୨୦୧୬ ଜାନୁଆରୀ ୩ତାରିଖ ଭୋର ୪ଟା ୩୦ମିନିଟରେ ତାଙ୍କର କଟକସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା

ଗିରିଜା ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୩୦ଟି ପୁସ୍ତକ ରଚନା କରିଥିଲେ ।

  • ବୁଦ୍ଧିଜିମ୍ ଆଣ୍ଡ୍ ବୈନଜିମ୍
  • ଫୋକ୍ କଲଚର୍
  • ଏନଭାର୍ଣ୍ଣମେଣ୍ଟ୍ ଆଣ୍ଡ୍ ଟ୍ୱେଣ୍ଟିଫାଷ୍ଟ୍ ସେଞ୍ଚୁରୀ
  • ଗାନ୍ଧି ଆଣ୍ଡ୍ ମଡର୍ଣ୍ଣ ଟାଇମ୍
  • ରାଜନୀତିର ଭାରତ
  • ଜୀବନ ଜନପଥରେ
  • ଜୀବନର ବାଟେଘାଟେ
  • ବାଉନ ବଜାର ତେପନ ଗଳି
  • ଜୀବନ ସ୍ମୃତିରୁ ଖିଏ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଗିରିଜା ଭୂଷଣ ପଟ୍ଟନାୟକ ଜୀବନୀଗିରିଜା ଭୂଷଣ ପଟ୍ଟନାୟକ ସାହିତ୍ୟ ସର୍ଜନାଗିରିଜା ଭୂଷଣ ପଟ୍ଟନାୟକ ସମ୍ମାନ ଓ ପୁରସ୍କାରଗିରିଜା ଭୂଷଣ ପଟ୍ଟନାୟକ ଆଧାରଗିରିଜା ଭୂଷଣ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଇନକ୍ଲିସିରାନହାଡ଼ଫୁଟିଜଳଶିଶୁ ଅନନ୍ତ ଦାସଦିଗରାଜ ବ୍ରହ୍ମାଆବ୍ରୋସିଟିନିବକୁମାରିଲ ଭଟ୍ଟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଯୁକ୍ତରାଜ୍ୟଲକ୍ଷ୍ମଣପଶ୍ଚିମ ଓଡ଼ିଶାକ୍ୟୁ. ଆର. କୋଡ଼ନମିତା ଅଗ୍ରୱାଲପାର୍ବତୀଜବାହରଲାଲ ନେହେରୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଲକ୍ଷ୍ମୀକାନ୍ତ ମହାପାତ୍ରଭଗବତୀ ଦେଉଳରାବଣଛାୟାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରାଣବନ୍ଧୁ କରଲିଙ୍ଗରାଜ ମନ୍ଦିରସଉରାଭାରତୀୟ ଡାକ ସେବାରଥଉତ୍କଳ ଦିବସକେଦାରନାଥ ମନ୍ଦିରସଫ୍ଟୱେରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟମହିମା ଧର୍ମବ୍ୟାସଦେବଜିନା ସାମଲଅଶ୍ୱିନୀ କୁମାର ଘୋଷକୁନ୍ଦୁଲି ଗଣଦୁଷ୍କର୍ମ ମାମଲାବଳରାମ ଦାସପାରିକୁଦଇମରାନ ଖାଁବିଶ୍ୱ ଏଡ୍‌ସ ଦିବସଭୁବନେଶ୍ୱର ବେହେରାଚନ୍ଦ୍ରଗୁପ୍ତକମ୍ପ୍ୟୁଟରବାଟମଙ୍ଗଳାକାଳିନ୍ଦୀ ଚରଣ ପାଣିଗ୍ରାହୀଉଇକିପିଡ଼ିଆରବି ପଟ୍ଟନାୟକଉଇଲିୟମ୍ ହେନେରୀ ପର୍କିନବିଦ୍ୟୁତQR codeଅମର ସିଂହ ଚମକିଲାସତ୍ୟବାଦୀ ବନ ବିଦ୍ୟାଳୟସିଦ୍ଧାନ୍ତ ମହାପାତ୍ରବ୍ୟଞ୍ଜନ ବର୍ଣ୍ଣମଥୁରା ମଙ୍ଗଳଚାରି ଧାମପଞ୍ଚସଖାତରଳ ଝାଡ଼ାବୌଦ୍ଧ ଧର୍ମଚନ୍ଦ୍ରଶେଖର ନନ୍ଦଗୁଗଲଗୌରହରି ଦାସଓଡ଼ିଆ କାବ୍ୟ କବିତାରତ୍ନାକର ଚଇନିଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଣବସା ଗୁରୁବାରନବମୀଅଇଘରାରୁକୁଣା ରଥଯାତ୍ରାଭାରତ🡆 More